Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

PRABINA KU, KHADANGA

Tragedy Inspirational

4.4  

PRABINA KU, KHADANGA

Tragedy Inspirational

ବଦଳ କନିଆ

ବଦଳ କନିଆ

4 mins
478



      କେଜାଣି କେତେଦିନତଳର ଘଟଣା ମନେନାହିଁ । କିନ୍ତୁ ମନେପଡିଗଲେ ରୋମ ଟାଙ୍କୁରି ଉଠେ । କିଏ ବା ଜାଣିବ ଏ ସ୍ୱାର୍ଥପର ଦୁନିଆରେ କେତେବେଳେ କଣ ବା ଘଟିବ । ଖଇ ଫୁଟା ମାସ ଖରା ଝାଞ୍ଜି ଭିତରେ ପାଗଳଟିଏ ହସି ହସି ଚାଲିଯାଉଥାଏ । ଦେଖିବାକୁ ଟିକିଏ ଭୟଙ୍କର ମନେ ହେଉଥିଲା । ହାତ ଗୋଡ ଖଣ୍ଡିଆ ଖାବରା , ଚିରାଫଟା ପୋଷାକରେ ଶରୀରକୁ ଢ଼ାଙ୍କିବାର ପ୍ରୟାସରେ ପୋଷାକ କମ୍ ପଡ଼ିଯାଉଥାଏ । ଆଉ ବୋଧେ ସେଇ ଚିରା ପୋଷାକ ଗୁଡ଼ାକ ପାଗଳ ପାଲଟିବାର ଚେଷ୍ଟା କରୁଥାଆନ୍ତି । ତଥାପି ଏଣୁ ତେଣୁ ଗପି ଗପି ଚାଳିଯାଉଥାଏ ପାଗଲଟି । କେତେବେଳେ ବଡ଼ ମାନଙ୍କ ଗାଳି ଗଞ୍ଜଣା ତ କେତେବେଳେ ପିଲା ମାନଙ୍କ ଉପହାସ ସହ ଟେକା ମାଡ଼ ଅସହ୍ୟ ବୋଧେ ମନେ ହେଉଥାଏ ।ତଥାପି କାହାର ନଜର ପଡେନି ପାଗଳ ଉପରେ । ସତେ ଯେମିତି ସେ ଆଊ କୋଉ ଗ୍ରହରୁ ଆସିଛି ବୋଧହୁଏ ।


   ପ୍ରଚଣ୍ଡ ଖରାରେ ନାଣ୍ଡିଆ ମୁଣ୍ଡଟାକୁ ଦେଖେଇ ହସି ହସି ଚାଲିଯାଉଥାଏ ପାଗଳ । ଗଲାବେଳେ କିଛି ନକ୍ସଲ ଆତଙ୍କବାଦୀଙ୍କ କଥାକୁ ମନେ ମନେ ଗୁଣୁଗୁଣୁ ହୋଇ ଯାଉଥାଏ । ପୁଣି ହସି ହସି ଗଡୁଥାଏ । କେବେ କୁହେ ଏ ବେଇମାନି ସମାଜ ମୋତେ ପାଗଳ ସଜେଇଛି ,ପୁଣି ହସି ହସି କୁହେ ସେ ନକ୍ସଲ ଗୁଡ଼ାକ ବାନ୍ଧିନେଇ ଗୁଳି କରିଦେଲେ । ପୁଣି ପୁଳେ ପୁଳେ ଇଞ୍ଜେ୍ସନ ମାଡରେ ସେ ପାଗଳ ହୋଇଛି । ସେ କ୍ଷଣେ କ୍ଷଣେ ନିଜସ୍ୱକୁ ହରେଇ ବସିଛି । ପୁଣି ଶୁଣିବାକୁ ମିଳେ ହାହା ହହା ହାହା ।


  ସମାଜକୁ ନିନ୍ଦା ଗାଳି ପ୍ରହାର କରି କହୁଥାଏ ଏ ସମାଜରେ ସ୍ୱଚ୍ଛତା ବୋଲି କିଛି ନାଇଁ । ମଣିଷ ଗୁଡ଼ାକ ଏମିତି ରୋଡ ଉପରେ ଅଳିଆ ଆବର୍ଜନା ପକାଇ ଯୁଗର ଉନ୍ନତିରେ ପ୍ରତିବନ୍ଧକ ହେଉଛନ୍ତି , ଆଉ ସ୍ୱଚ୍ଛ ଭାରତ ମିଶନ ଭୁଲି ଯାଇଛନ୍ତି । ତଥାପି ଅବାଗିଆ ମଣିଷ ଗୁଡ଼ାକ ରାସ୍ତାରେ ଅଳିଆ ଫୋପାଡି ଚାଲିଯାଉଛନ୍ତି । ପୁଣି ଚେନାଏ ହସର ବିଳାପ । ଭୋକ ବିକଳରେ ବିଚରା ହସି ହସି ସେଇ ଅଳିଆ ଭିତରୁ ଖାଇବା କିଛି ପାଇବା ଲୋଭରେ ଦୌଡି ଯାଉଥାଏ । ସେଠି ପହଞ୍ଚି ହଠାତ୍ ଆବାକ୍ ଆଶ୍ଚର୍ଯ୍ୟ ହୋଇ ରଡି କରୁଥାଏ । ଏ କଣ କଲ ତୁମେ ସବୁ ...... ହାଏରେ ଦଇବ ତୁ କଣ କଲୁ ........


   କିଛି ସମୟର ଅବସାନ ପରେ ହଠାତ୍ ଶୁଭେ କାହାର କୁଆଁ କୁଆଁ କାନ୍ଦିବାର ସ୍ୱର । ଦେଖିବାକୁ ମିଳେ ସେଇ ଅଳିଆ ଭିତରେ କେହି କାନ୍ଦିବାରେ ଲାଗିଛି । ନିସ୍ତବ୍ଧ ତାକୁ ଡରେଇ ଶୁଭୁଥାଏ ଛୋଟ ଶିଶୁ କନ୍ୟାର କାନ୍ଦିବାର ରୋଳ । ପାଗଲଟି ଆଶ୍ଚର୍ଯ୍ୟ ଚକିତ ହୋଇ ପଛକୁ ଡେଇଁପଡେ, ପୁଣି ମାଙ୍କଡ ଚିତ୍ ମାରି ଛୁଆଟି ପାଖକୁ ଦୌଡି ଯାଏ । ହସିହସି ସେ ଏହି ସମାଜର ନଗ୍ନ ମାନବିକତାକୁ ଉପହାସ କରୁଥାଏ । ଛୁଆଟିକୁ ନେଇ ଆଖ ପାଖ ଲୋକ ମାନଙ୍କୁ ପଚାରୁଥାଏ । ଏ ଛୁଆ କାହାର ??? କିଏ ଏ ଛୁଆକୁ ଛାଡିଯାଇଛ । କେହି ଏ ଛୁଆଟିକୁ ନେଇଯାଓରେ । ଏ ବାବୁ ଏ ମାଆ ନେଇଯାଅ । କେହି କିଛି କହୁନା କାହିଁକି । କିନ୍ତୁ ଉତ୍ତର ନଥାଏ କାହା ପାଖରେ । ସମାଜର ଲୋକଗୁଡ଼ା କେବଳ ଉପଭୋଗ କରୁଥାଏ ପାଗଳଟିର ପ୍ରଗଳ୍ଭ ଉପାଖ୍ୟାନ ଅଭିନୟକୁ । ନୀରବ ଦ୍ରଷ୍ଟା ପାଲଟି ଦେଖୁଥାଏ ଅଭଦ୍ରଙ୍କ ଭଳି । 

   କାନ୍ଦି କାନ୍ଦି ଏପଟେ ସେପଟେ କହି କହି ବୁଲୁଥାଏ । କାକୁତି ମିନତି ହୋଇ କହୁଥାଏ , ଏ ବାବୁ ଏ ମାଆ ଛୁଆଟିକୁ ନେଇଯାଅ । ନହେଲେ ଏ ପାଗଳ କୁକୁର ଗୁଡ଼ାକ ଭିଣିଭିଣି ଖାଇଯିବେରେ । ତଥାପି ଉତ୍ତର ଅପେକ୍ଷାରେ କରି ନିଜେ କାନ୍ଦୁଥାଏ ଆଉଅନ୍ୟଙ୍କୁ ନିନ୍ଦା କରୁଥାଏ । ତାହାର ହସରେ ସତେ ଯେମିତି ଫୁଟି ଉଠୁଥିଲା ନିରାଶାଜନକ ଘନ କୁହୁଡି । ସେଇ କଳା ମଚ୍ ମଚ୍ ଅନ୍ଧାର ଭିତରେ ରାତିର ପ୍ରହରୀ ସାଜିଥାଏ ସେଇ ପାଗଳଟି । ପାଖରେ ମନ୍ଦିର ଘଣ୍ଟି ଶବ୍ଦ ଶୁଣା ଯାଉଥିଲା । ଛୁଆଟିକୁ ନେଇ ସିଧାସଳଖ ଚାଲିଗଲା ପାଖ ମଶାଣି ପାଖରେ ଥିବା ଥୁଣ୍ଟା ବରଗଛ ପଛ ପଟକୁ । ପିଲାଟିକୁ ଏକାକୀ ଅନ୍ଧାର ରାତିରେ ଧରି ଯିବା ବା କୁଆଡେ । ଅଜଣା ସାଜିଥିବା ସେଇ ସହର ଆଉ ସେଇ ସହର ଲୋକଗୁଡ଼ାକ ପର କରିଦେଲା ପରେ । କିଛି ସମୟ ବିତିଗଲା ପରେ ଛୁଆଟି ଭୋକରେ କାନ୍ଦି ଉଠିଛି । ତାକୁ ବୁଝେଇବା ପାଇଁ ଚେଷ୍ଟା କରୁଥାଏ ଆଉ ଗାଇଉଠେ ..........

କାନ୍ଦେନା ଧନ ତୁ ଆଉ କୁଆଁ କୁଆଁ ,

ଅନ୍ଧାକାରେ ସୋଇଛି ତୋ ମଲା ମାଆ 

ଦୁନିଆ ଆମକୁ ପର କରିଦେଲା ସିନା ,

ତୋ ପାଖେ ଅଛି ପାଗଳ ବାଆ ।

  ସେଇ ଅନ୍ଧାର ରାତିରେ ବିଲୁଆ ଶୃଗାଳ ଭୁକି ଚାଲିଥିଲେ । ଦୂରରେ ପାଉଁଶ ହେବାରେ ଲାଗିଥିଲା ଶବଟିଏ । ଠିକ୍ ସେଇ ସମୟରେ ପୁଣି କାହାର ଏକ କାନ୍ଦିବାର ସ୍ୱର ମୁଖରିତ କରୁଥିଲା ବେଦନା ଆଉ ବିଚ୍ଛେଦ ଭରା ରାଗିଣୀ ଝଙ୍କାର । ପାଗଳ ଅସ୍ତ ବେସ୍ତ ହୋଇ ଖୋଜି ବୁଲିଲା ପାଇବାକୁ ମୁଖରିତ ହେଉଥିବା ସ୍ୱରକୁ । ଯାଇ ଦେଖେ କିଛି ଦୂରରେ ମାଆ ଟିଏ ତାହାର ଏକ ମାତ୍ର ପୁତ୍ର ସନ୍ତାନଟିକୁ ହରାଇ ବିକଳରେ ନିଜ ଛାତିକୁ ପିଟି ଚାଲିଛି କାନ୍ଦି କାନ୍ଦି । ପଚାରି ବୁଝିଛି ସନ୍ତାନଟି ଜନ୍ମ ହଉ ହଉ ଆରପାରିକୁ ଚାଲିଯାଇଛି । 

  ଦୁଃଖିନୀ ମାଆର କାନ୍ଦଣା ଭିତରେ ଶୁଣା ଯାଇଛି ପାଗଳର ଚେନାଏ ହସର ସ୍ୱର । ହସି ହସି ଧରାଇ ଦେଇଛି ପାଇଥିବା ସେଇ ଶିଶୁକନ୍ୟାକୁ । ଆଉ ଛଡେଇ ଆଣିଛି ମୃତ ପୁତ୍ରଟିକୁ । କିଛି ସମୟ ପରେ କୁଆଁ କୁଆଁ ଡାକ ଶୁଣିଛି ମାଆ । ନିଜର ପଣତ ଘୋଡାଇ ପିଏଇ ଦେଇଛି କିଛି ଅମୃତର ଧାରା । ପାଗଳ ଧାଇଁ ଯାଇଛି ଆଉ ସେଇ ମଶାଣିରେ ଛୋଟିଆ ଗାତ ଖୋଳି ସମାଧି ଦେଇଛି ମୃତ ସନ୍ତାନଟିକୁ । 

ଗୋଟାଏ ପଟରେ ଗୋଟିଏ ମାଆ ଯିଏ ନିଜ ରକ୍ତ ମାଂସରେ ଗଢିଥିବା ଛୁଆଟିକୁ ଅଳିଆ ଗଦାରେ ଫୋପାଡି ଦିଏ । ଆଉ ଆରପଟେ ଗୋଟେ ମାଆ ନିଜ ସନ୍ତାନକୁ ହରେଇ ଅନ୍ୟର ସନ୍ତାନକୁ ନିଜର କରି ନେଇଛି । ଆଉ ନିଜର ସ୍ନେହ ମମତାର ସ୍ପର୍ଶରେ ନୂଆଁ ଜୀବନ ଦେଇଛି । ପାଗଳ ଗଲାବେଳେ କହି କହି ଯାଉଛି କ୍ଷଣିକ ବାସନାରେ ବଶବର୍ତ୍ତୀ ହୋଇ ଏ ଭଳି କୁକର୍ମ କରୁଥିବା ସେଇ ମାଆ ମାନଙ୍କୁ ଆଉ ମୁକ ବଧିର ସାଜିଥିବା ନୀରବ ଦ୍ରଷ୍ଟାର ପୋଷାକ ପିନ୍ଧି ଦେଖୁଥିବା ସମାଜକୁ ପ୍ରଶ୍ନବାଚୀ କରି ପୁଣି ହସି ହସି ଚାଲିଯାଇଛି । ଗଲାବେଳେ କେବଳ କହି କହି ଯାଇଛି ବଦଳ କନିଆ ,ବଦଳ କନିଆ.........



Rate this content
Log in