STORYMIRROR

Parameswar Ojha

Tragedy Crime

1.8  

Parameswar Ojha

Tragedy Crime

ବିଶ

ବିଶ

4 mins
557



ଅପର୍ଣ୍ଣା ବହୁତ ଚିନ୍ତିତ ଅଛନ୍ତି ଝିଅ ସୁଚିତ୍ରା ପାଇଁ ।

ଷ୍ଟାଣ୍ଡାର୍ଡ ନାଇନ୍ ରେ ପଢୁଛି ହେଲେ ଏ ଯାଏଁ ଟିୟୁସନ୍ ପାଇଁ ମାଷ୍ଟରଟେ ସେ ପାଉ ନାହାଁନ୍ତି । ଥିଲା ଯେ ଜଣେ ତାର କୋରାପୁଟ ସ୍କୁଲ୍ କୁ ବଦଳି ହୋଇଗଲାରୁ ସେ ନିରୁପାୟ । ଦାସ ବାବୁଙ୍କ ଝିଅ ପଛ ପରୀକ୍ଷା ରେ ଲବେ ପ୍ରତିଶତ ଆଣିଥିଲା । ଅଞ୍ଜଳି ଭାଉଜଙ୍କ ପୁଅ ବି କୋଉ କମ୍ ନୁହେଁ ପଞ୍ଚାଅଶି ରେ ଥିଲା । ଆଖପାଖ ରେ ଯେତେ ଅଛନ୍ତି ସୁଚିତ୍ରା ସାଙ୍ଗ ସାଥି ସମସ୍ତେ ପାଠରେ ବହୁତ ଆଗୁଆ ହେଲେ ସେ ମାର୍କ ଆଣିଥିଲା ମୋଟେ ଚାଳିଶି ପ୍ରତିଶତ ।


 ସେଥିପାଇଁ ସବୁବେଳେ ତାଙ୍କ ମନ ଖରାପ । ବାବୁଙ୍କୁ ସବୁବେଳେ କହୁଛନ୍ତି ଯେ ହେଲେ ବାବୁ ତାଙ୍କର ଅଫିସ୍ କାମରେ ସବୁବେଳେ ବ୍ୟସ୍ତ । ପଚାରିଲେ ଚିଡିକି କହୁଛନ୍ତି - - ମୋତେ କଣ ସେସବୁ ପଚାରୁଛ ? ଟ୍ବିଙ୍କିଲ୍ , ଲିପୁନ୍ , ବବିତା ....ମମିଙ୍କ ସହ ତ ସବୁବେଳେ କଥା ହେଉଛ , ଏଇ କଥା ପଚାରି ସୁଚି ପାଇଁ ଟିୟୁସନ ମାଷ୍ଟର ଟେ ବୁଝି ପାରୁନ ? ମୋତେ କଣ ସବୁ ଦେଖିବାକୁ ପଡ଼ିବ ?

ଏହା ଅର୍ଥ ଏୟଖ ନୁହେଁ ଯେ ଅପର୍ଣ୍ଣା ପଚାରି ବୁଝନ୍ତିନି । ଯେତେ ସଂପର୍କ ଭଲ ମନ୍ଦ ସବୁଠି ବୁଝି ସାରିଲେଣି ହେଲେ ସେମାନଙ୍କଠୁ ପ୍ରତି ଉତ୍ତରରେ ମାଷ୍ଟର ମାନଙ୍କ ଗୋଟିଏ ଜବାବ - ' ମ୍ୟାଡମ୍ ଆଉ ଟିକେ ଆଗରୁ କହିଥିଲେ ହୋଇଥାନ୍ତା କିନ୍ତୁ ଏବେ ସମୟ ବହୁତ କମ୍ ଆପଣଙ୍କ ପିଲାଙ୍କୁ ସମୟ ଦେଇ ହେବନି । ପରେ ଯଦି ଫାଙ୍କା ହୁଏ ତେବେ ଜଣାଇବି । ' 

 ଅପର୍ଣ୍ଣା ହତାସ୍ , ପଇସା ବି ହଜାର ପାଁସ ବଢାଇଲେ ତଥାପି ସେମାନେ ଅମଙ୍ଗ କ'ଣ ତାଙ୍କ ମନରେ ଅଛି କେଜାଣି ? 


   ଆଜି ସକାଳୁ ସକାଳୁ କମଳା ଅପାଙ୍କ ମୁହଁ ରୁ ଗୋଟେ ଭଲ ଖବର ଟି ସୁଣି ଅପର୍ଣ୍ଣାଙ୍କ ମନ ଆଜି ବହୁତ ଖୁସି ।

 ସେ ଆମ ଶ୍ରୀବାସ୍ତବ ଭାଇଙ୍କ ପୁଅ ଭଲ ପଢ଼େ , କ୍ଲାସ୍ ରେ ପ୍ରଥମ ହୂଏ । + ୩ ଶେଷ ପରୀକ୍ଷା ପରେ ଏବେ ଘରେ ଅଛି । କୋଉଠି ଲାଗିନି ଚାକିରି ଖୋଜୁଛି ‌। ସୁଣିଲି ସେ ଘର ଘର ବୁଲି ଟିୟୁସନ କରୁଛି ଏବେ । ତୋ କଥା ମୁଁ ତାକୁ ପଚାରୁଥିଲି । ସେ କହିଛି ଯଦି ତା ପାଇଁ ବାଟ ସୁବିଧା ହୁଏ ତେବେ ସେ ନିଶ୍ଚୟ ଯିବ ।

   

  ଦୁଇ ଦିନ ପରେ ସେ ପିଲାଟି ଆସି ଅପର୍ଣ୍ଣାଙ୍କ ଘରେ ପହଞ୍ଚିଲା । ଅପର୍ଣ୍ଣା ପିଲାଟିର ଭଦ୍ର ମୁହଁଟି ଦେଖି ଖୁବ୍ ଖୁସି ହୋଇଗଲେ । ବିସ୍କୁଟ ମିକ୍ସର୍ ସର୍ବତ ଦେଇ ଚର୍ଚ୍ଚା କଲେ । 

ଚା ଦେଲା ବେଳକୁ ସେ ମନାକଲା । ସେ ଚା ପିଏନି କି କୋୖଣସି ନିଶା ଦ୍ରବ୍ୟ ଖାଏନି ।


 ମନେ ମନେ ବହୁତ ପ୍ରଶଂସା କଲେ ପିଲା ଟିକୁ , ଯାହା ହେଉ ଭଲ ପିଲାଟି । ରେଲ୍ଓ୍ବେ ଆଉ ଆର୍ମୀରେ ଫର୍ମ ପକଉଛି , ସେଇ ଆଶା ନେଇ ରହିଛି । କୋଉଠି ଗୋଟେ ଯାଗା ସ୍ଥିର ହୋଇଗଲେ ସେ ଟିୟୁସନ ଛାଡ଼ିଦେବ ସେ କଥା ଆଗରୁ ଜଣାଇଦେଲା । ପଇସା କଥା ବି ଛିଡିଗଲା , ମାସକୁ ତିନି ହଜାର ନେବ ।ଦୁଇ ଘଣ୍ଟା ପଢାଇବ ଦୀନକୁ ସକାଳେ ଥରେ ସଂଧ୍ୟାକୁ ଥରେ । 


ଅପର୍ଣ୍ଣା ସବୁଥିରେ ରାଜି ହେଲେ । ତା ଘରେ କିଏ ସବୁ ଅଛନ୍ତି ତା ଘର ଚଳଣି ଭଲ ମନ୍ଦ ସବୁ ପଚାରି ବୁଝିଲେ । ମଧ୍ୟବିତ୍ତ ଘରର ପିଲାଟିଏ । ତା ଡାକ ନାଁ ଆଦର , ଦୁଇ ଭଉଣୀ ଦୁଇ ଭାଇ । ବଡ ଭଉଣୀ ବାହା ସରିଛି । ସାନ ବିବାହ ଯୋଗ୍ୟା ହୋଇ ଘରେ ଅଛି ଆଉ ମଝିଆଁ ଭାଇ ଟି +୨ ରେ ଏବେ ପଢୁଛି । ବାପା ପୋଷ୍ଟ ମାଷ୍ଟର ଅଛନ୍ତି ।

 ପିଲାଟି ଖୁବ୍ ନୀରିହ ଭଦ୍ର ନମ୍ର ଥିଲା । ତେଣୁ ବିନା କିଛି ସଂକୋଚ ରେ ଆର ମାସ ୧ ରୁ ପଢା ଆରମ୍ଭ କରିଦେବାକୁ କହିଦେଲେ ଅପର୍ଣ୍

ଣା ସ୍ବାମୀଙ୍କୁ ଜଣାଇବା ପରେ ।

  

 ଏଥର ଅପର୍ଣ୍ଣା ଚିନ୍ତା ମୁକ୍ତ ହେଲେ । ବହୁତ ଦିନ ହେବ ତାଙ୍କର ପ୍ରିୟ ଟିଭି ସିରିୟଲ ସବୁ ଦେଖି ନାହାନ୍ତି । 

ସୁଚିତ୍ରା ବହି ଖୋଲିବ ତ ଆଗ ମାମା ମାମା ଚହଳେଇବ । 

" ମାମା ଏଇ ମ୍ୟାଥ୍ ଟା ବୁଝି ହେଉନି " 

" ମାମା ଏଇ ସେଣ୍ଟେନସ ର ମାନେ କ'ଣ ? "

" ମାମା ଏଇ ଆନ୍ସର ଟା ଠିକ ଅଛି ନା ଦେଖିଲ " 

 ଅପର୍ଣ୍ଣା ଝିଅ ର ଏଇ ସବୁ ପ୍ରଶ୍ନ ଶୁଣି ଅଧିକ ମର୍ମାହତ ହୁଅନ୍ତି କାରଣ ସେ ସିନା +୩ ଶେଷ ବର୍ଷ ଯାଏଁ ପଢ଼ିଛନ୍ତି ଯେନତେନ ପ୍ରକାରେ କପିଟପି କରି ହେଲେ ମ୍ୟାଥ୍ ଆଉ ଇଂଲିଶ ରେ ସେ ପୁରା ଦୂର୍ବଳ ।


ଏବେ ତାଙ୍କୁ ବହୁତ ହାଲକା ଲାଗୁଛି । ସଂଧ୍ୟାରେ ନିଜର ରୋଷେଇ ପଟା ସାରିଦେଇ ଆଦର ଆଉ ସୁଚିତ୍ରା ପାଇଁ କିଛି ଜଳଖିଆ ବନେଇ ଦେଇ ବସି ଯାଉଛନ୍ତି ଟିଭି ସାମ୍ନାରେ । ଆଦର ସଂଧ୍ୟା ସାତଟା ରେ ଆସୁଥିଲା ରାତି ନଅଟାରେ ଯାଉଥିଲା । ଡ୍ରଇଂ ରୁମ୍ ରେ ଟିଭି ଥାଏ । ଟିଭି ଦେଖିଲେ ସୁଚିତ୍ରା ଅନ୍ୟ ମନସ୍କ ହେବ ପଢା ରେ ବ୍ୟତିକ୍ରମ ହେବ ସେଥିପାଇଁ ଆଦର‌ ସୁଚିତ୍ରା କୁ ସେଇ ସିଡ଼ି ଘର ପାଖ ରୁମ୍ ରେ ପଢାଏ ।  କବାଟ ଆଉଜା ହୁଏ ।


 ଅପର୍ଣ୍ଣା ବେଳେ ବେଳେ କୁହନ୍ତି । ଆଦର କବାଟ ଦେଇ ଦେ ଭିତରୁ । ସେ ପକ୍କା ଫାଜିଲ୍ । ଟିଭି ରେ କୋଉ ଗୀତ ସୁଣିଲେ ସ୍ୟାଡେ ସେ ମନେ ମନେ ଗୁଣୁ ଗୁଣଉଥିବ ।

  ଆହୁରି ବି ସ୍ବାଧୀନତା ଦେଇଛନ୍ତି...ଆଦର । ପାଠ ନ ଆସିଲେ ଭଲସେ ବୁଝେଇବ । ଯେତେ ପଚାରିବ ସେତେ ବୁଝେଇବ । ଆଉ ବୁଝି ସାରିଲା ପରେ ଯଦି ଅଧିକ ଖୁମାଣ କାଢେ ତେବେ ଆଖି କାନ ନାକ ଛାଡି ପିଟି ଦେଇ ଯିବ ।  

 ମୁଁ ଖରାପ ଭାବିବି ବୋଲି ଭାବିବନି । ମୋର ଏ ପରୀକ୍ଷା ରେ ଅଶିରୁ ଲବେ ପ୍ରତିଶତ ମାର୍କ ଆସିବା ଦରକାର।

 ଆଦର ସବୁ ବୁଝିଗଲେ , ସୁଚିତ୍ରା କୁ ମନଧ୍ୟାନ ଦେଇ ପଢେଇବେ ନହେଲେ ନିଜର ବଦନାମି ଯଦି ସୁଚିତ୍ରା ମାର୍କ କମ୍ ଆଣିଲା । 


 ସତରେ ପିଲାଟି ଭଲ ପଢଉଛି , ଗୋଟେ ମାସ ଭିତରେ ଅପର୍ଣ୍ଣା ଜାଣିଦେଲେ , ସୁଚିତ୍ରାର ସ୍କୁଲ ଖାତାର ଫଳାଫଳ ରୁ । ମ୍ୟାମ୍ ଲେଖିଥିବା ଦଶଟି ପ୍ରଶ୍ନର ଯୋଉଠି ଦୁଇ ତିନିଟା ଉତ୍ତର ସଠିକ୍ ଲେଖୁଥିଲା ଏବେ ପ୍ରାୟ ସାତ ଆଠଟି ଉତ୍ତର ଠିକ୍ ଲେଖୁଛି । ଗଣିତ ଇଂରାଜୀ ରେସବି ଭଲ ପରିଣାମ ଆସିଛି । ମୋଟ ଉପରେ ବହୁତ ସୁଧାର ଆସିଛି ସୁଚିତ୍ରା ର ପାଠ ପଢ଼ାରେ । 

 ଝିଅ ପାଇଁ ଏଥର ବେଫିକର ରହିଲେ ଅପର୍ଣ୍ଣା ଆଉ ଅଖିଳେଶ ଆଦର ଉପରେ ପୂର୍ଣ୍ଣ ଭରଷା କରି ।  

ମନେ ମନେ ବହୁତ ସାବାସି ଦେବା ସହ ବହୁତ ଆପଣାର ଭାବୁଥିଲେ ଆଦରକୁ । ଯାହା ହେଉ ପିଲାଟି ମନ ଲଗାଇ ଆମ ଛୁଆ ଟିକୁ ପଢଉଛି ବୋଲି ଆଜି ଆମ ସୁଚି କେତେ ଆଗରେ । 


କିଛି ଦିନ ପରେ ହଠାତ୍ ସୁଚିତ୍ରା ର ମୁଣ୍ଡ ବୁଲେଇବା ସହ ବାନ୍ତି ଦେଖେଇଲା । ସାଙ୍ଗେ ସାଙ୍ଗେ ଅପର୍ଣ୍ଣା ଆଖିଳେଶ ଡାକ୍ତର ପରାମର୍ଶ କଲେ ।

- " ଆପଣଙ୍କ ଝିଅ ପ୍ରେଗନାଣ୍ଟ " 

ଡାକ୍ତରଙ୍କ ମୁହଁ ରୁ ଏତକ ସୁଣି ଏ ଦୁହିଁଙ୍କ ର ମୁଣ୍ଡ ବୁଲେଇଦେଲା ।

ଆଉ ପଚାରିଲେ - " କ'ଣ କହିଲେ ସାର୍ ? " 

-" ହଁ ଆପଣଙ୍କ ଝିଅ ଏବେ ଦୁଇ ମାସର ଗର୍ଭବତୀ " 


 ଅପର୍ଣ୍ଣା ଅଖିଳେଶ ସୁଚିତ୍ରା ମୁହଁ କୁ ଚାହିଁଥିଲେ 

 ଆଉ ସୁଚିତ୍ରା ଭୟରେ ସାଙ୍କୁଡି ଯାଇଥିଲା ଏକବାର ।




Rate this content
Log in

Similar oriya story from Tragedy