Paramita Mishra

Inspirational

3  

Paramita Mishra

Inspirational

ବିରଞ୍ଚି ରାକ୍ଷସ ଓ କୁହୁକ କାହାଣୀ

ବିରଞ୍ଚି ରାକ୍ଷସ ଓ କୁହୁକ କାହାଣୀ

5 mins
7.5K


ବିରଞ୍ଚି କେଜାଣି କେଉଁ କାଳୁ ତପସ୍ୟାରେ ବସିଛି ।ଦେହ ସାରା ଉଈ ଫୁଟି ଗଲାଣି।ଆଖି କୋଉଠି ଆଉ ନାକ କୋଉଠି ବି ଆଉ ଜଣାପଡୁନି।ଶେଷରେ  ଦେବଦେବ ମହାଦେବ ବାଧ୍ୟ ହୋଇ ସ୍ୱପ୍ନ ହେଲେ। କେତେ ତପସ୍ୟା କଲେ କଣ ହେବ ସେ ତ ରାକ୍ଷସ ତେଣୁ ଶିବ ଆଗରୁ ପ୍ରସ୍ତୁତ ହୋଇ ଆସିଥିଲେ କିଛି ମାଗିବା ପୂର୍ବରୁ ହିଁ ସେ କହିଦେଲେ ଅମର ବର ଛାଡି ବାକି ଯାହା ମାଗୁଛ ମାଗ।ବିରଞ୍ଚି ମଧ୍ୟ ଚାଲାକି କରି କହିଲା ଠିକ୍ ଅଛି ଭଗବନ ମୋତେ ଅସଂଖ୍ୟ ସନ୍ତାନର ଜନକ ହେବାର ଆଶିର୍ବାଦ ଦିଅନ୍ତୁ। ବ୍ରହ୍ମ ଦେବ ସରସ୍ୱତୀଙ୍କୁ ତତକ୍ଷଣାତ୍ ଶିବ କଣ୍ଠରେ ବସେଇ ଦେଲେ। ଶିବ କହିଲେ ଗୋଟିଏ ସର୍ତ୍ତରେ ଏ ଆଶୀର୍ବାଦ ଫଳିବ ଯଦି ତୁମେ ଗୋଟିଏ ସ୍ତ୍ରୀକୁ ବରିବ ଯିଏ କି ସ୍ୱତଃ ତୁମକୁ ପ୍ରେମ କରୁଥିବ ତେବେ। ବିରଞ୍ଚି ମୁଣ୍ଡରେ କିଛି ପଶିଲାନି ଓ ସେ ହଁ ଭରିଲା. ଶିବ ବିନା ଡେରି କରି ତତକ୍ଷଣାତ ତଥାସ୍ତୁ କହି ଚାଲିଗଲେ। 

 

ବିରଞ୍ଚିର ଖୁସି କହିଲେ ନ ସରେ. ଗର୍ବରେ ସେ ଫାଟି ପଡୁଥିଲା. ମନରେ କେତେ କେତେ ସ୍ଵପ୍ନ ସେ ଦେଖୁଥିଲା ସାରା ସଂସାରରେ ତାର ରାଜୁତି ଚାଲିବ. ଯୁଆଡେ ଚାହିଁବ ତାର ପୁତ୍ରମାନେ ହିଁ ଦିଶିବେ. ସେ ନ ରହିଲେ ବି ଏ ଧରାରେ ବିରଞ୍ଚିର ବଂଶଧରମାନେ ସଦା ସର୍ବଦା ବିଦ୍ୟମାନ ରହିବେ. ହଠାତ୍ ମୁହଁର ଭାବ ବଦଳି ଗଲା. ମନେ ମନେ ରାଗି କି କହୁଥିଲା "ଆଉ ସର୍ବ ପ୍ରଥମେ ମୁଁ ଦେବରାଜ ଇନ୍ଦ୍ରଙ୍କୁ ତା ଗାଦିରୁ ଉଠାଇ କଚାଡି ଦେବି ଏ ଭୁଇଁ ଉପରେ। ଆଉ ମୁଁ ବସିବି ତା ସିଂହାସନରେ। ଆଉ, ଆଉ ତାର ସମସ୍ତ ରାଣୀ ମୋର" ଏତକ ଭାବି ହଠାତ୍ ତାର ଚିନ୍ତାରେ ପୁର୍ଣ୍ଣଛେଦ ପକାଇ ତାର ମନେ ପଡିଗଲା ଆରେ ସେ ଯେ ଏଯାବତ ବିବାହ କରିନି। କିନ୍ତୁ ଭଗବାନ ଶିବଙ୍କ ବାଣr ପୁଣି ସ୍ମରଣ ହେଲା ତେଣୁ ସେ ବି ବିଚାର କଲା ବର୍ତ୍ତମାନ ସେ ଏକ ସୁନ୍ଦର ସ୍ତ୍ରୀ ଖୋଜିବ ଏବଂ ତା ମନରେ ମଧ୍ୟ ପ୍ରେମ ଭାବନା ଜଗାଇବ, ତାକୁ ହିଁ ସେ ବିବାହ କରିବ ନଚେତ ବରଦାନ ଫଳିବନି। 

 

ଶିବଙ୍କର ବର ଫଳିବନି କେମିତି।କୁହୁକ କନ୍ୟା ଭଦ୍ରା ତାର ପ୍ରତିଜ୍ଞା କରିଥିଲା। ଏତେ ବର୍ଷ ଆଖି ବନ୍ଦ କରି ରହିଲା ପରେ ପ୍ରଥମ ଥର ଯାହାକୁ ଦେଖିବ ତାକୁ ହିଁ ବରିବ। ସତକୁ ସତ ସେଦିନ ବିରଞ୍ଚି ଓ

ଭଦ୍ରାର ସାକ୍ଷାତ ହୋଇଗଲା। ରୂପରେ ଅପ୍ସରା ପରି ଭଦ୍ରା ମୋହି ନେଲା ବିରଞ୍ଚିକୁ। ଦୁହେଁ ବିବାହ କଲେ। ବିଧିର ବିଧାନ କିଛି ଅଲଗା ଥିଲା। ଭଗବାନ ଶିବଙ୍କର ବରଦାନ ପଛରେ ଜନ ହିତ ଲୁଚି ରହିଥିଲା। ବିରଞ୍ଚି ମନରେ କୁଭାବନା ନେଇ ଭଦ୍ରାର ତେଜକୁ ସ୍ପର୍ଶ ବି କରି ପାରେନି। କିନ୍ତୁ ସେ ବିବାହ ଥରେ ହିଁ ହେବାର ଥିଲା ସେ ତ ହୋଇଗଲା। ଏମିତି କିଛି ବର୍ଷ ଉପରାନ୍ତେ ବିରଞ୍ଚି ଅଧୈର୍ଯ୍ୟ ହୋଇ ଉଠିଲା। ଅଧିର ହୋଇ ସେ ପୁଣି ଶିବଙ୍କ ଆଗରେ ମଥା ପିଟିଲା ପ୍ରଭୁ ମତେ ଠକିଦେଲେ। ଶୁନ୍ୟ ବାଣୀ ହେଲା ହେ ବିରଞ୍ଚି  ତୁମେ ସଚ୍ଚା ମନରେ ଓ ଉତ୍ତମ ଭାବରେ ସ୍ତ୍ରୀକୁ ଗ୍ରହଣ କର। 

ବର୍ତ୍ତମାନ ବିରଞ୍ଚି ବିବ୍ରତ ହୋଇଉଠିଥିଲା ତେଣୁ ତା ମନରୁ ଅସଂଖ୍ୟ ପୁତ୍ରର ଭାବନା ନ ଆସି କମ ସେ କମ୍ ଗୋଟିଏ ପୁତ୍ର ଯେ ତାର ବଂଶ ଉଦ୍ଧାର କରିବ ସେଇ ଭାବନା ଆସୁଥିଲା. 

 

 

ଦିନେ, ସେ ଦିନ ଆସିଲା, ଭଦ୍ରା ପ୍ରତି ବିରଞ୍ଚିର ମନ ବଦଳିଲା। ଦୁହେଁ ଏକ ହୋଇଗଲେ। କିନ୍ତୁ କୁହୁକ କନ୍ୟା ଭଦ୍ରାର ତା ପରଠୁ ଯୋଗ ତପରେ ଦିନ ଅତିବାହିତ କଲା ଯାହା ବିରଞ୍ଚିକୁ ତିଳେ ହିଁ ଆଗ୍ରହ ନଥିଲା। କିଛି ଦିନ ଉତ୍ତାରୁ ବିତୃଷ୍ଣା ହୋଇ ସେ ଭଦ୍ରାକୁ ଛାଡ଼ି ରାଜ ଉଆସକୁ ଫେରିଗଲା। ଏବଂ ଶିବ ଆଶୀର୍ବାଦ ମିଛ ବୋଲି ଭାବି ପୁଣି ଥରେ ବିବାହ କରି ଚାଲିଲା। ଏତେ ଥର ବିବାହ କରିବା ପରେ ମଧ୍ୟ ତା କୁଳରେ କୌଣସି ସନ୍ତାନ ଜନ୍ମ ନେଲା ନାହିଁ।

 

ଏପଟେ ବିରଞ୍ଚି ଛାଡି ଗଲାବେଳକୁ ଭଦ୍ରା ଗର୍ଭବତୀ ଥିଲା। ଏକଥା ବିରଞ୍ଚିକୁ ଜଣା ନଥିଲା।ଭଦ୍ରା ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଲା। ତାର ନାମ ବୀରଭଦ୍ର।ବିରଞ୍ଚିର ରାକ୍ଷସ ଗୁଣର ବୀପରିତ

ବୀରଭଦ୍ର ଅତ୍ୟନ୍ତ ଦୟାଳୁ, ଭଦ୍ର। ଜଣେ ବିର୍ଯ୍ୟବାନ ପରିଶ୍ରମୀ ପୁରୁଷ।ମାତୃ ଭକ୍ତିରେ ଗଦଗଦ ତାର ମନ। ବାପା ପ୍ରତି ଅପାର ଶ୍ରଦ୍ଧା। ପିଲାଟି ବେଳୁ ମାଆ ବୀରକୁ ବାପା ବିରଞ୍ଚି ବିଷୟରେ କହିଆସିଛି। ତାର ବାପା ଜଣେ ମହାନ ମଣିଷ। ଦାନୀ ତଥା ଦୟାବାନ ବ୍ୟକ୍ତି।ମାଆଙ୍କ ଆଜ୍ଞାକୁ ବେଦର ଗାର ବୋଲି ଗ୍ରହଣ କରି ସେ କେବେ ବାପାଙ୍କ ନ ଥିବା କାରଣ ପଚାରିନି।

 

ସମୟ ଅତିବାହିତ ହୋଇ ଚାଲିଲା। ବିରଞ୍ଚି ଧିରେ ଧିରେ ବୃଦ୍ଧ ହେବାକୁ ଲାଗିଲା। ଏବେ ଆଉ ତା ମନରେ ଦୁନିଆକୁ ଜୟ କରିବାର ମିଥ୍ୟା ଅହଂ ନାହିଁ। କିନ୍ତୁ ରହି ରହି ତା ମନ ଭଦ୍ରାର ପ୍ରେମକୁ ଖୋଜେ। ତା ମନ କହେ ନିଶ୍ଚୟ ତାର ଉତ୍ତରାଧିକାରୀ କିଏ ତ ଅଛି। ବହୁତ ଖୋଜିଲା ପରେ ବି ସେ ପାଇପାରିନି ତାକୁ। ଏତେ ସବୁ ମନର ବୋଝକୁ  ନେଇ ଭାରାକ୍ରାନ୍ତ ହୋଇ ନଦୀ କୁଳରେ ବସି ଯାଇଛି ବିରଞ୍ଚି। ପାଟିର ଶୋଷକୁ ମେଣ୍ଟାଇବାକୁ ନଦୀର ପାଣି ପିଇବା ଆଶାରେ ଯାଇ ହଠାତ୍ ତାର ଗୋଡ ଖସି ଗଲା। ଆଉ ସେ ଧାରରେ ଭାର ହରାଇ ବହି ଚାଲିଗଲା। ଭାଗ୍ୟର ନିର୍ଦ୍ଦେଶ ଥିଲା ବୀରଭଦ୍ରର ନଜର ବିରଞ୍ଚି ଉପରେ ପଡିଥିଲା ତତକ୍ଷଣାତ୍ ସେ ନିଜର  ସମସ୍ତ ବଳ ଲଗେଇ ତାକୁ ବଞ୍ଚାଇଲା ଏବଂ ନିଜ ଘରକୁ ନେଇ ଆସିଲା। ଭଦ୍ରା ସ୍ୱମୀଙ୍କୁ ସାଙ୍ଗେ ସାଙ୍ଗେ ଚିହ୍ନି ପକେଇଲା ଏବଂ ବୁଝି ସାରିଥିଲା ଯେ ଯେଉଁ କାରଣ ପାଇଁ ସେ ଏଯାବତ ପ୍ରତିକ୍ଷା କରିଥିଲା ତାର ଅନ୍ତ ହେବ। କିନ୍ତୁ ବୀରକୁ ବାପାର ପରିଚୟ ଦେଇନଥାଏ। କିଛି ଦିନର ସେବାରେ ବିରଞ୍ଚି ସୁସ୍ଥ ହେବାକୁ ଲାଗିଲା।ଭଦ୍ରା ତା'ର ସାମ୍ନାକୁ ନ ଆସି ବୀର ଦ୍ଵାରା ସବୁ କାର୍ଯ୍ୟ କରାଉଥିଲା।ଆଖି ଖୋଲି ବିରଞ୍ଚି ବୀରକୁ ଦେଖି ତାକୁ ତା ବିଷୟରେ ସବୁ ପଚାରି ଥିଲା”କିଏ ତୁମେ ବୀର?ତୁମେ ମୋର ସେବା କରି ମତେ ପ୍ରସନ୍ନ କରିଛ, ମାଗ ତୁମେ କଣ ଚାହଁ।ବୀରଭଦ୍ର ଶୀତଳ ହାସ୍ୟ ଖେଳାଇ କହିଲା ମହାଶୟ, "ଛୋଟ ସମୟରୁ ପରିବାରର ବୋଝକୁ କାନ୍ଧେଇଛି, ବାପାକୁ ଛୋଟ ସମୟରୁ ହରାଇଛି, ଲୁହକୁ ଅମୃତ ଭାବିଛି ,କେତେ ଯେ ରାତି ଭୋକ ଉପାସରେ ଶୋଇଛି, ଏଇ ଆଖିରେ ଦେଖିଛି ମାଆଙ୍କ ଉପବାସରେ ଶୋଇବା । ତଥାପି ଅବଶୋଷ ନାହିଁ ଜୀବନରେ। କାହିଁକି ନା ଭଗବାନଠୁ ବଳି ମାଆଟିଏ ପାଇଛି ଆଉ ତାଙ୍କଠୁ ମାନବିକତା ଗୁଣଟେ । "ତେଣୁ ମତେ ଲଜ୍ଜ୍ୟା ଦିଅଂତୁନି ।ତାପରେ ସେ   ନିଜ ବିଷୟରେ ସବୁ କହିଲା। ତା ମାଆ ଓ ବାପା ବିଷୟରେ। ବିରଞ୍ଚି ଆଖିରୁ ଅଶ୍ରୁର ଧାର ଗଡିଗଲା। ଅଧର୍ମୀ, ଦୁରାଚାରୀ ବିରଞ୍ଚି ପାଇଁ ତା ପୁଅ ମନରେ ଏତେ ସମ୍ମାନ ଦେଖି ତା ଆତ୍ମା ତାକୁ ଧିକ୍କାର କଲା। ଭଦ୍ରାର ନିଷ୍ପାପ ପ୍ରେମକୁ ଝୁରିଲା ସେ। ବୀରର କଥା ନ ସରୁଣୁ ଦୌଡି ଜାବୁଡ଼ି ଧରିନେଲା ବିରଞ୍ଚି। ଦୁରରେ ଠିଆ ହୋଇ ଭଦ୍ରା ପିତା ପୁତ୍ରର ମିଳନକୁ ଉପଭୋଗ କରୁଥିଲା। ବିରଞ୍ଚି ଭଦ୍ରା ପାଖକୁ ଦୌଡି ଭିଡି ଧରି ବହୁତ କାନ୍ଦିଲା । ଭଦ୍ରା ସ୍ୱାମୀଙ୍କୁ ପ୍ରଣାମ ହୋଇ କହିଲା ପ୍ରଭୁ ମୁଁ ଆଜି ଯାଏଁ ତୁମ୍ଭର ପ୍ରତୀକ୍ଷା କରିଥିଲି। ତୁମକୁ ତୁମ ପୁତ୍ର ଦେବା ପାଇଁ. ମୋର କାର୍ଯ୍ୟ ସମାପ୍ତ ହେଲା. ଏଥର ମୋର ପ୍ରସ୍ଥାନ ସମୟ। ମୋତେ ଖୁସିରେ ବିଦାୟ ଦିଅ। ବିରଞ୍ଚି କିଛି କହିବା ପୁର୍ବରୁ ଭଦ୍ରା କହିଲା ମତେ କ୍ଷମା କର ସ୍ୱମୀ ମୁଁ ଅଭିଶାପ ପାଇ ଏ ଧରାକୁ ଆସିଥିଲି ବର୍ତ୍ତମାନ ମୋର କାର୍ଯ୍ୟ ସମାପ୍ତ ଏହା ହିଁ ମହାଦେବଙ୍କ ଇଚ୍ଛା। ଏବେ ମତେ ଆଜ୍ଞା ଦିଅ.

 

ବୃଦ୍ଧ ପିତା ବିରଞ୍ଚିକୁ ସାହାରା ଦେଇ ବୀରଭଦ୍ର ରାଜପ୍ରସାଦ ଆଡକୁ ଗତି କଲେ. ବିରଞ୍ଚି ମନରେ ଭାଳି ହେଉଥିଲା ଲାଳନପାଳନରେ ରାକ୍ଷସ ଛୁଆ ବି ଦେବତୁଲ୍ୟ ହୋଇପାରିବ ଓ ଆକାଶ ମାର୍ଗକୁ ଚାହିଁ

ଭଦ୍ରାକୁ ଧନ୍ୟବାଦ ଜଣାଉଥିଲା।

 

ଆଗକୁ ଯାଇ ବୀରଭଦ୍ର ନିଜର ରାଜ୍ୟଶାସନରେ ସାରା ବିଶ୍ୱରେ ନାମ କମାଇଲା, ବିରଞ୍ଚି ବୁଝିସାରିଥିଲା ଅସଂଖ୍ୟ ସଂତାନ ଅପେକ୍ଷା ଗୋଟିଏ ସୁସଂତାନ ଭଲ।ଅମର ହେବା ପାଇଁ ବଞ୍ଚି ରହିବା ଆବଶ୍ୟକ ନାହିଁ, ବୀରଭଦ୍ର ନିଜ କର୍ମ ବଳରେ ଯୁଗ ଯୁଗ ପାଇଁ ଅମର ହୋଇଗଲା।


Rate this content
Log in

Similar oriya story from Inspirational