ବିଦେଶ ଚାକିରି
ବିଦେଶ ଚାକିରି


ଗାଁକୁ ଫେରିଲେ ବୋଉ ଖୁସି ହୋଇଯାଏ ମୋଡ଼ି ଘସି ଦିଏ । ବାପା ଲୋ ଧନଲୋ କହି ଗେଲ କରି ପକାଏ ।
ପୁଅ ଆଣିଥିବା ନୂଆ ଜାମା ଜୋଡ ପିନ୍ଧି ବାପା ଗାଁ ଟା ଯାକ ବୁଲି ଆସନ୍ତି ଆଉ କହି ବୁଲନ୍ତି ପୁଅ ମୋର ବିଦେଶ ରୁ ଫେରିବି ।
ସ୍ବାମୀ ଆଣିଥିବା ନୂଆ ଶାଢ଼ୀ ଚୁଡ଼ି ପିନ୍ଧି ସ୍ତ୍ରୀ ସଜ ହେଉଥାଏ ଆଉ ଚିକିରି ରୁ ଫେରିଥିବା ସ୍ବାମୀ ଙ୍କ ଗାଲରେ ପ୍ରେମ ର ଚୁମ୍ବନ ଆଙ୍କି ଦେଇ ପ୍ରଶଂସାରେ ପୋତି ପକାଏ ।
ଭାଇ କହେ ଘରଟା ଅଧା ରହିଲା କିଛି ଟଙ୍କା ଦେଲେ ଛାତ ଟା ପକେଇ ଦିଅନ୍ତେନି ?
ଗାଁ ଟା ଯାକ ଖାଲି ସମସ୍ତ ଙ୍କ ମୁହଁ ରେ - " କ'ଣ ଦିନେଶ , ବିଦେଶ ରେ ଚାକିରି କରିଛୁ ବଢିଆ ମାଲ୍ କମଉଥିବୁ ଆଉ କଣ ?"
ସମସ୍ତେ ନିଜ ନିଜ କଥା କହି ଦିଅନ୍ତି ନିଜ ନିଜର ମତ ଦେଇ ଦିଅନ୍ତି । ନିଜ ନିଜର ଅଭାବ ପୂରଣ ହୋଇଗଲେ ସମସ୍ତେ ଖୁସି । ହେଲେ କମ୍ପାନୀ ରେ ବାର ଘଣ୍ଟା ଡିୟୁଟି ନିଃଶ୍ବାସ ନେବାକୁ ସମୟ ନାହିଁ । ଗୋଡ ହାତ ବିନ୍ଧିଲେ ରାତିରେ ମୋଡ଼ି ଘସି ଦେବାକୁ କେହି ନାହିଁ । ବଟିକା ଖାଇଲେ ଯାଇ ନିଦ ଆସୁଛି । ଦିନରେ ଖରା ଦେଖି ଗଲେ ରାତିରେ ତାରା ଦେଖି ଫେରିବାକୁ ପଡ଼ୁଛି । ରକ୍ତ ପାଣି ହେଲା ପରେ ଯାଇ ଟଙ୍କା ରୋଜଗାର ହୁଏ ।
ହେଲେ ସେ କଥା ବୁଝୁଛି କିଏ ? କ'ଣ ନା ପୁଅ ବିଦେଶରେ ଚାକିରି କରୁଛି ।