ବିବାହ ପ୍ରତିଶୃତିର
ବିବାହ ପ୍ରତିଶୃତିର
ମଣିଷର ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ ଆଉ ଆସ୍ଥା ଆଉ ବିଶ୍ବାସ ଭିନ୍ନ ଭିନ୍ନ ହୋଇଥାଏ । ଆଉ ବିବାହ ଏପରି ଏକ ବନ୍ଧନ ହୋଇଥାଏ ଯାହାଦ୍ବାରା ମଣିଷ ନିଜ ପସନ୍ଦ ର ଜୀବନ ସାଥୀ ଟିଏ ଖୋଜିଥାଏ । ଦୁନିଆ ରେ ଯେତେ ଆଗକୁ ଗଲେ ବି ଆଜି ବି ଭାରତରେ ଆରେଞ୍ଜ ବିବାହକୁ ଟିକେ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ । ହଁ ହଁ ଆରେଞ୍ଜ ବିବାହଟି ଟିକେ ଅଜବ ଲାଗିଥାଏ ସଭିଙ୍କୁ କାହିଁକି ନା ଏହା ମାଧ୍ୟମ ରେ ଦୁଇ ଅଜଣା ମଣିଷ , ଦୁଇଟି ଅଜଣା ପରିବାର ପରଷ୍ପରକୁ ଏକ ବିଶ୍ବାସ ଭରସା ର ସୂତ୍ର ରେ ବାନ୍ଧିଥାନ୍ତି । କିନ୍ତୁ ବେଳେ ବେଳେ ଏହି ଆରେଞ୍ଜ ବିବାହ ଟି ଦୁଇ ପରିବାର ପାଇଁ ଦୁଃଖ ସାଜିଥାଏ ଯେତେବେଳେ ତାହା ଏକ ମିଛ ପ୍ରତିଶୃତି ଛଳନା ର କଥା ରେ ଚାଲିଥାଏ । ହଁ ପ୍ରତିଶୃତି ଏହି ଶବ୍ଦ ଟି ଉପରେ ଭରସା କରି ତ ଗୋଟିଏ ବାପ ତା ଝିଅ କୁ ଗୋଟିଏ ଭାଇ ତା ଭଉଣୀକୁ ଏକ ଅଜଣା ଅଚିହ୍ନା ମଣିଷ ହାତରେ ଟେକି ଦେଇଥାଏ । ଆଜିର କାହାଣୀ ଠିକ୍ ଏହି ପ୍ରତିଶୃତି ଉପରେ ।
ରାଜେଶ ବାବୁ ପେଶାରେ ଜଣେ ଶିବମନ୍ଦିର ର ପୂଜକ । ଭଗବାନ ପୂଜାକୁ ସେ କେବଳ ପଇସା ରୋଜଗାର ର ମାଧ୍ୟମ ବୋଲି ମାନି ନଥିଲେ କିନ୍ତୁ ତାଙ୍କ ପାଇଁ ତାହା ଥିଲା ଜୀବନ ସେ ନିଜ ଘରକୁ ବି ମନ୍ଦିର ବୋଲି ଭାବୁଥିଲେ ଆଉ ଏହି ଧର୍ମାପରାୟଣା ବ୍ୟକ୍ତି , ଯେପରି ମନ୍ଦିର ରେ କଦାପି ବି ଆମିଷ ପିଆଜ ରସୁଣ ର ପ୍ରବେଶ ନଥାଏ , ସେହିପରି ନିଜ ଘରେ ମଧ୍ଯ ପ୍ରବେଶ କରେଇ ନଥିଲେ । କହିବାକୁ ଗଲେ ଏକ ଶୁଦ୍ଧ ଶାକାହାରୀ ପରିବାର ଥିଲେ ତାଙ୍କର ତାଙ୍କ ପିଲାମାନେ ଆଉ ସ୍ତ୍ରୀ ବି ଥିଲେ ଠିକ୍ ତାଙ୍କରି ପରି । ବେଶୀ ରୋଜଗାର ନଥିଲେ ବି ପରିବାର ଟି ଖୁସିରେ ଚଳୁଥିଲେ । ପରିବାର ର ନିଷ୍ଠା ଏପରି ଥିଲା ଯେ ରାଜେଶ ଭାଇନାଙ୍କ ଝିଅ ଆଉ ପୁଅ ବଡ ହେବା ପରେ ବାହାରକୁ ପଢିବାକୁ ଯାଇଥିଲେ ବି ଯେତେ କଷ୍ଟ ଆସିଲେ ବି କେବେ ବି ସବୁବେଳେ ଶୁଦ୍ଧ ଶାକାହାରୀ ଭୋଜନ କରୁଥିଲେ । କାହିଁକି ନା ସେମାନଙ୍କ ମତରେ ସ୍ବୟମ୍ ଭଗବାନ ଶିବ ଆମ ହୃଦୟରେ ଅଛନ୍ତି ଅର୍ଥାତ୍ ଏହି ଶରୀର ଆମର ଗୋଟେ ମନ୍ଦିର , ଏଣୁ ଯାହା ଭଗବାନ ଶିବଙ୍କର ପସନ୍ଦ ନୁହେଁ, ତାହା କିପରି ଆମ ଶରୀର ଭିତରକୁ ଯାଇ ପାରିବ ।
କିନ୍ତୁ ବୋଧହୁଏ ଏହି ସୁଖି ପରିବାରରେ ସୁଖ ସବୁବେଳ ପାଇଁ ଲେଖା ହୋଇନଥିଲା ଧୀରେ ଧୀରେ ରାଜେଶ ଭାଇନାଙ୍କ ଝିଅ ସରସ୍ଵତୀର ବିବାହ ବୟସ ହେଲା ନା ରାଜେଶ ବାବୁ ନା ସରସ୍ଵତୀର ଈଛା ନଥିଲା ଏକ ବଡ ଘରେ ବନ୍ଧୁ କରିବାକୁ । ବାସ୍ ସେହି ଇଶ୍ବରପ୍ରେମୀ ପରିବାର ର ଈଛା ଥିଲା ବାସ୍ ପିଲାଟି ଈଶ୍ବର ବିଶ୍ବାସୀ ଆଉ ଭଲ ମଣିଷ ଟେ ହେଇଥାଉ ଯେ ଶୁଦ୍ଧ ଶାକାହାରୀ ବି ହୋଇଥିବ ଆଉ ଭଗବାନ ଶିବଙ୍କର ଭକ୍ତି କରୁଥିବ । ଅନେକ ଡକ୍ଟର ଈଜିନୟର ପ୍ରସ୍ତାବ ଆସିଲେ ବି ସେ ମନା କରିଦେଉଥିଲେ ।
ପ୍ରଭୁ ଭୋଳାଶଙ୍କରଙ୍କ ଦୟାରୁ ତାଙ୍କୁ ଏପରି ପ୍ରସ୍ତାବଟିଏ ବି ମିଳିଲା ପୁଅର ବଡ ଚାକିରି ନଥିଲେ ବି କଥା ବାର୍ତ୍ତା ଭଲ ଥିଲା , ପୁଅଟିର ନାଁ ଥିଲା ବିନୟ , ବିନୟ ଶୁଦ୍ଧ ଶାକାହାରୀ ନଥିଲେ ବି ନିରାମିଷାଶୀ ଥିଲା କେବଳ ପିଆଜ ଆଉ ରସୁଣ ଖାଉଥିଲା ।
ରାଜେଶ ବାବୁ ବି ପୁଅ ଠାରୁ ପ୍ରତିଶୃତି ନେଇଥିଲେ କି " ପୁଅ ଆମେ କିଛି ଚାହୁଁନାହୁଁ ଆମର ଗୋଟିଏ ଛୋଟ ଅନୁରୋଧ ଦୟାକରି କେବେ ବି ଝିଅକୁ ପିଆଜ ରସୁଣ ଆଉ ଆମିଷ ଖାଇବାକୁ ଦେବେ ନାହିଁ ଝିଅଟି ମୋର ଛୋଟ ବେଳୁ ପ୍ରଭୁ ଭୋଳାଶଙ୍କରଙ୍କର ଭକ୍ତି କରୁଛି ତା ପାଇଁ ତା ଜୀବନ ଠାରୁ ବଡ ଭଗବାନ ଶିବ ଏଣୁ ସେ ଆମିଷ , ପିଆଜ ରସୁଣ ଖାଉନାହାଁନ୍ତି ବୋଲି ସେ କଦାପି ବି ଖାଉନି ।
ବିନୟ ବି ରାଜେଶ ବାବୁ ଙ୍କୁ ପ୍ରତିଶୃତି ଦେଇଥିଲେ । ଭଲଭାବରେ ବାହାଘର ସଂପୂର୍ଣ୍ଣ ହେଲା ।
କିନ୍ତୁ ବିବାହ ପରେ ବିନୟ ସଂପୂର୍ଣ୍ଣ ଭାବେ ବଦଳିଗଲା ସେ ପ୍ରତ୍ୟକ୍ଷ ଭାବେ ନହେଲେ ପରୋକ୍ଷ ଭାବେ ସରସ୍ଵତୀକୁ ବାଧ୍ଯ କରୁଥିଲା ପିଆଜ ରସୁଣ ଖାଇବାକୁ ସରସ୍ଵତୀ ପିଆଜ ରସୁଣ ନଖାଇଲେ ବିନୟ ତା ସହ ଭଲ ଭାବେ କଥାବାର୍ତ୍ତା କରୁନଥିଲା ।
ଆଉ ଏପଟେ ସରସ୍ଵତୀ କରିବ ବା କଅଣ ? ଏପଟେ ସ୍ବାମୀ ତ ସେପଟେ ଅନ୍ତର୍ଯ୍ୟାମୀ ।
ହଁ ହଁ କାହାକୁ କାହାକୁ ଲାଗିପାରେ ହଁ ହଁ କେବଳ ପିଆଜ ରସୁଣ ଟା ଖାଇଦେଲେ କଣ ବେଦ ଅଶୁଦ୍ଧି ହୋଇଯିବ , କିନ୍ତୁ ଏଇଟା ବୁଝିବା ସମସ୍ତଙ୍କ ପାଇଁ କଷ୍ଟ ହୋଇଯିବ ଯେ ଛୋଟବେଳୁ ପସନ୍ଦ କରୁନଥିବା ଖାଦ୍ୟକୁ ,ଯାହାର ବାସ୍ନା ପାଇବା ମାତ୍ରେ ତାର ବାନ୍ତି ହୋଇଯାଏ ସେ ତାକୁ ସବୁଦିନ ଖାଇବ କିପରି ?
ପ୍ରତ୍ୟେକ ମଣିଷର ରୁଚି ରୁଚି ଭିନ୍ନ ଭିନ୍ନ ହୋଇଥାଏ , ହୁଏତ ଆମକୁ ତାଙ୍କ ସହ ଆଡଜଷ୍ଟ କରିବାକୁ ପଡିଥାଏ କିନ୍ତୁ କିପରି କେବଳ ନିଜର ସ୍ବାମୀର ଅଧିକାର ଜାହିର କରିବା ପାଇଁ ଜଣେ ଆଉ ଜଣଙ୍କର ଖାଦ୍ୟର ଉପରେ ରୋକ୍ ଲଗାଇ ପାରିବ ।
କିନ୍ତୁ ସରସ୍ଵତୀ କରିବ ବା କଅଣ ବିବାହ ତ କରିଛି ଭଲ ହେଉ କି ଖରାପ ବିନୟ ତ ତାର ସ୍ବାମୀ ଏଣୁ ସ୍ବାମୀର କଥାରେ ରାଜି ହୋଇ , ସ୍ବାମୀକୁ ଖୁସି କରିବା ପାଇଁ ସରସ୍ଵତୀ ଚେଷ୍ଟା କଲା ଖାଇବାକୁ କିନ୍ତୁ ପାରିଲାନି ସେ ବିନୟକୁ ମଧ୍ଯ ଯେତେ ବୁଝାଇବାକୁ ଚେଷ୍ଟା କଲେ ସେ ବୁଝିବାକୁ ନାରାଜ ବାଧ୍ଯ ହୋଇ ସରସ୍ଵତୀ ବେଳେ ବେଳେ ଉପବାସ ରହିଯାଏ ତ , ମିଛ କହେ ସଭିଙ୍କୁ ଯେ ସେ ଖାଇଛି ନହେଲେ ସଭିଙ୍କ ଆଗରେ ଖାଇ କି ପଛରେ ବାଥରୁମ୍ ରେ ଲୁଚି କି ବାନ୍ତି କରେ ଯେତେବେଳେ ରାଜେଶ ବାବୁ ଏକଥା ଜାଣି କି ବିନୟ କୁ ପଚାରିଲେ ,ପୁଅ ମୁ ତ ତୁମଠାରୁ ଆଉ କିଛି ଆଶା କରିନଥିଲି କେବଳ ଏକ ଏହି ଛୋଟ ପ୍ରତିଶୃତିଟିଏ ମାଗିଥିଲି ବିନୟ ଉତ୍ତର ରେ କହିଥିଲେ - ସେତେବେଳେ ମୋର କୋଉଠି ବାହାଘର ହୋଇପାରୁନଥିଲା ଆଉ ମୁ ଦେଖିଲି ତୁମକୁ କେବଳ ଏହି ଛୋଟ ମିଛ ପ୍ରତିଶୃତି ଟିଏ ଦେଇଦେଲେ ମୁ ସରସ୍ଵତୀକୁ ବାହା ହେଇଯିବି ଆଉ ପରେ ସରସ୍ଵତୀ ମୋ ପାଖକୁ ଆସିଲେ ତାକୁ ବୁଝିଆ ବୁଝି କରି ଖୁଆଇ ଦେବି ।
ଏକ ମିଛ ପ୍ରତିଶୃତି ପାଇଁ ଏକ ଧୋକାବାଜ୍ ବିନୟ ପାଇଁ ଏପଟେ ରାଜେଶ ବାବୁ ଆଉ ସେପଟେ ସରସ୍ଵତୀ ଉଭୟ ମିଛ ହସରେ ମିଛ ଖୁସି ରେ ଏକ ଦୁଃଖଭରା ଜୀବନ କାଟୁଥିଲେ ।
ଏଇଟା କେବଳ ଖାଇବା ଉପରେ ଏକ ପ୍ରତିଶୃତି ଥିଲା କିନ୍ତୁ କେବଳ ଖାଦ୍ୟ ନୁହେଁ ଏପରି ଅନେକ ପ୍ରତିଶୃତି ଉପରେ ଭରସା କରି ଆରେଞ୍ଜ ବାହାଘର ମାଧ୍ୟମ ରେ ଏକ ବାପା ତା ଝିଅର ଜୀବନକୁ ଟେକି ଦେଇଥାଏ ଏକ ଅଜଣା ଅଚିହ୍ନା ମଣିଷକୁ , ଆଉ ଯାହାର ଫାଇଦା ବିନୟ ପରି ମଣିଷ ଉଠେଇ ଥାନ୍ତି ନିଜର ସ୍ବାମୀ ପଣିଆ ଜାହିର୍ କରି
ଏକ ଅନୁରୋଧ ସଭି ବାପା ମାଆ ମାନଙ୍କୁ ଝିଅର ପସନ୍ଦ ବୁଝି ଯେଉଁ ପିଲା ସହ ଝିଅର ବିବାହ କରିବେ ତା ସହ ବର୍ଷେ ଦୁଇବର୍ଷ ଭଲ ଭାବରେ ମିଶି ନିଜର ଝିଅର ବିବାହ କରନ୍ତୁ ଏପରି ଏକ ପ୍ରତିଶୃତି ରେ ନିଜର ଝିଅର ଜୀବନକୁ ଏକ ଅଜଣା ଅଚିହ୍ନା ହାତରେ ଟେକି ଦିଅନ୍ତୁ ନାହିଁ , କାହିଁକି ନା ବିନୟ ପରି ଅନେକ ଧୋକାବାଜ ଅଛନ୍ତି ଏହି ଦୁନିଆରେ ।
