STORYMIRROR

Akshayakumar Dash

Action

3  

Akshayakumar Dash

Action

ଭୟଙ୍କର ବ୍ୟାଧି

ଭୟଙ୍କର ବ୍ୟାଧି

2 mins
199

ମିନତୀ ଦେବୀ ନିଜ ଘରକୁ ଫେରୁଥିବା ବାଟରେ ଜଣେ ମହିଳା ଦେଖା ହେଲେ। ମହିଳା ଜଣକ କିଛି ଖାଇବାକୁ ସଂକେତ ଦେଉଥିଲେ। ନିଜ ହାତକୁ ମୁଖ ପାଖକୁ ବାରମ୍ବାର ଆଣି ସଂକେତ ଦେଉଥିଲେ କିଛି ଖାଇବାକୁ। ମିନତୀ ଦେବୀ କହିଲେ, ତୁମ ଘର କେଉଁଠି,ନାମକଣ? ମହିଳାଟି କିଛି ନକହି କେବଳ ସଂକେତ ଦେଇଚାଲୁଥିଲେ କିଛି ଖାଇବାକୁ। ମିନତୀ ଦେବୀ ପାଖ ଜଳଖିଆ ଦୋକାନରୁ କିଛି ଖାଦ୍ୟ କିଣିଆଣି ମହିଳାଙ୍କ ହାତରେ ଦେଲେ। ଅତି ଖୁସିରେ ଖାଇଚାଲିଲେ ମହିଳା, ଯେମିତି ଏକାଳୟରେ ଖାଦ୍ୟକୁ ଚାହିଁ। ସବୁଖାଦ୍ୟ ଖାଇସାରିଲା ପରେ ରସଗୋଲା ଧରି କାନିରେ ବାନ୍ଧିଲେ। ମିନତୀ ଦେବୀ କହିଲେ, ଆରେ ଏକଣ କରୁଛ, କାନିରେ କାହିଁକି ବନ୍ଧୁଛ?କିଛି ନକହି ମହିଳା ଜଣକ ଆଗକୁ ବଢିଲେ। ସାମନାରେ କିଛି କୁକୁର ମହିଳାଙ୍କୁ ଦେଖି ଭୁକିବାକୁ ଲାଗିଲେ।

ମିନତୀ ଦେବୀଙ୍କୁ ଜଣେ ଚିହ୍ନା ଲୋକ କହିଲେ ,ମ୍ୟାଡ଼ମ ଏହି ମହିଳା ଜଣଙ୍କର ମତିସ୍କ ବିକୃତି ହୋଇଯାଇଛି। କିଛି ଭାଷା କହିପାରୁନାହାନ୍ତି। କେବଳ ଠାରରେ ଜଣାନ୍ତି।ପାଖ ଗାଁରେ ତାଙ୍କ ଘର। ପିଲାପିଲି କିଏ ନାହାଁନ୍ତି। ତାଙ୍କ ସ୍ୱାମୀ ଜଣେ କୃଷକ।ବିଲରେ କାମ କରୁକରୁ ବଜ୍ରା ଘାତରେ ତାଙ୍କର ମୃତ୍ୟୁ ହେଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପାଗଳୀ ହୋଇଗଲେ। କିଛି କାହାକୁ କୁହନ୍ତି ନାହିଁ। ଭୋକ ଲାଗିଲେ ଠାରି ଜଣାନ୍ତି। ଜଣାଶୁଣା ଲୋକମାନେ ବି ଖାଇବାକୁ ଦିଅନ୍ତି । ପଇସା ଦେଲେ ନେବ ନାହିଁ। କିଛି ଖାଦ୍ୟ ତାର କାନିରେ ବାନ୍ଧି ନେଇଯାଏ। ପଇସାଦେଲେ ଫୋପାଡ଼ି ଦିଏ। କି କୁକୁର ଉପରକୁ ଫୋପାଡ଼ି ଦିଏ। ସବୁ ଶୁଣେ କିନ୍ତୁ କିଛି ଉତ୍ତର ଦିଏନାହିଁ। ମିନତୀ ଦେବୀ ଶୁଣିଯାଉଥିଲେ ବିଚାରୀର କରୁଣ କାହାଣୀ। ଆଉଜଣେ ତାଙ୍କ ଗ୍ରାମର ଲୋକ ଆସି ପହଁଚିଲେ। ସେ କହିଲେ, ମୂଷା ମାଉସୀ ତାର ସ୍ୱାମୀ ସହିତ କେବେ ଝଗଡା ହେବାର ଆମେ ଦେଖିନୁ। ମିନତୀ ଦେବୀ କହିଲେ, ତୁମେ ଏହି ମହିଳାଙ୍କ ର କଣ ହେବ? ଲୋକଟି ବେଶିବର୍ଷର ନଥିଲା, କହିଲା ଆମ ବୋଉର ଧରମ ଭଉଣୀ। ସେ ବୋଉକୁ ଧରମ ଭଉଣୀ କରିଥିଲା। ଆମ ପିଲା ବେଳେ ଆମକୁ କାଖେଇବା ଖାଇବାକୁ ଦେବା ଓ ଆମ ଘରେ ଜଣେ ଲୋକ ପରି ଭାବୁ। ବହୁତ ସୁନ୍ଦର ଗୀତ ବୋଲେ। ଓ ମଉସାକୁ ଭାରି ଭଲ ପାଏ। ମଉସା ବି ମୂଷା ନାନୀକୁ ବହୁତ ଭଲ ପାଆନ୍ତି। ମଉସା ମଲାପରେ କିଛି ନଖାଇ କାନ୍ଦି କାନ୍ଦି ମୁକ ହୋଇଗଲେ। ଯାହା ଖାଇବାକୁ ଦେଲେ ମୋଉସା ପାଇଁ କାନିରେ ବାନ୍ଧି ନେଇଯାଏ। ଘରେ ଗୋଟିଏ କଦଳୀ ପତ୍ର ଆଣି ସେଥିରେ ସେଇ ଖାଦ୍ୟ ରଖି ନେଇ ମଶାଣି ହୁଡ଼ାରେ ଥୋଇଦେଇ ଆସେ। ବହୁତ ଭଲ ଥିଲା ମୂଷା ମାଉସୀ। ମଉସା ମଲାପରେ ସେ ପାଗିଳି ହୋଇଗଲା। ମିନତୀ ଦେବୀ କହିଲେ, ତୁମକୁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ଯାହା ଅର୍ଥ ଲାଗିବ ଦେବି। ତୁମେ ଟିକେ ତାକୁ ଧରି ମୋସହିତ ଡାକ୍ତରଙ୍କ ପାଖକୁ ଯିବାକୁ ହେବ। ପାରିବ?ହଁ କହିଲେ ବ୍ୟକ୍ତି ଜଣକ। ନିଦିଷ୍ଟ ଦିନରେ ନିଜ ଗାଡ଼ିରେ ଧରି ପହଁଚିଲେ ସହରର ମାନସିକ ରୋଗର ଡାକ୍ତରଙ୍କ ପାଖରେ। କିଛି ଦିନ ଡାକ୍ତରଙ୍କ ଚିକିତ୍ସା ପରେ ଆରୋଗ୍ୟ ଲାଭ କଲେ ମହିଳା। ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଟିରେ ତାଲିମ ନେଇ ହସ୍ତତନ୍ତ କାମରେ ଲାଗିଗଲେ ମହିଳା। ନିଜ ରୋଜକାରଓ ସରକାରୀ ସାହାଯ୍ୟ ପାଇ କଟିଯାଏ ଅବଶିଷ୍ଟ ଜୀବନ। ପଛରେ ଥାନ୍ତି ମିନତୀ ଦେବୀ। ସ୍ଥାନୀୟ ଅଞ୍ଚଳରେ ମିନତୀ ଦେବୀଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି ଓ ଶୁଭ ଅଶୁଭ କାମରେ ବଂଧୁ ପରି ମିନତୀ ଦେବୀ ପହଞ୍ଚନ୍ତି।ମହିଳା ଜଣକ ମିନତୀ ଦେବୀଙ୍କୁ ମାର ସମ୍ମାନ ଦିଅନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action