Aminilu Ray

Tragedy

3  

Aminilu Ray

Tragedy

ଭୟ

ଭୟ

1 min
464



ତୀର୍ଥ ଭ୍ରମଣ ସାରି ଶେଷରେ ଟ୍ରେନଟି ଦିଲ୍ଲୀ ଦେଇ କଲିକତାରୁ ବାହାରି ଓଡିଶା ଅଭିମୂଖେ ଆସୁଥିଲାବେଳେ ହଠାତ୍ ଟ୍ରେନର ଛଅଟି ବଗି ଲାଇନଚ୍ୟୁତ ହେବାରୁ ଦୁର୍ଘଟଣା ସ୍ଥଳରେ ପ୍ରାୟ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଇ ମରଣାନ୍ତକ ଦୁଃଖଦାୟକ ଘଟଣା ସାରା ଓଡିଶାରେ ନିମିଷକ ମଧ୍ୟରେ ବିଜୁଳି ବେଗରେ ଖେଳିଯାଇଥିଲା । ଦେବୀ ଟି.ଭିରୁ ନ୍ୟୁଜ୍ ଦେଖି ନିଜକୁ ଆଉ ସହିପାରିଲେନି । ଅଶ୍ରୁଳ ନୟନରେ ଯଥାଶିଘ୍ର ସେଠାରେ ପହଂଚି ତାଙ୍କ ପରିବାର ସଦଶ୍ୟଙ୍କ ମୃତ ଦେହ ଚିହ୍ନଟ କରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ ।


   ଏହା ମଧ୍ୟରେ ତିନି ମାସ ବିତିଗଲାଣି । ଗହଳି-ଚହଳିରେ ଫାଟିପଡୁଥିବା ଚୈାଧୁରୀ ବଙ୍ଗଳାଟା ସତେ ଯେମିତି ମୂକ ପାଲଟି ଯାଇଛି । ଦେବୀ ଆଖିକୁ ଏବେ ବି ନିଦ ଆସେନି । ହଠାତ୍ ରାତିରେ କେଉଁଠୁ ଟିକିଏ ଖଡଖାଡ୍ ଶବ୍ଦ ହେଲେ ମନରେ ଭୟ ଆସେ । ଏତେ ବଡ ବଙ୍ଗଳାଟା ଆଜି ଶୁନଶାନ୍- ଏକଥା ଭାବି ସେ ନିଜକୁ ଅସହାୟ ମନେ କରେ, ଭାଙ୍ଗି ପଡେ ।



Rate this content
Log in

Similar oriya story from Tragedy