Madhabi Patel

Tragedy

3  

Madhabi Patel

Tragedy

ଭୂଲ କାହାର?

ଭୂଲ କାହାର?

3 mins
208


 

ବସନ୍ତବାବୁଙ୍କୁ ଏବେ ସତୁରିବର୍ଷ ଚାଲୁଛି । ସ୍ତ୍ରୀଙ୍କୁ ଷାଠିଏ ଉପରେ ହେଲାଣି । ଦୁଇଜଣ ଚାକିରି କରୁଥିବା ସହରରେ ଘର କିଣି ରହିଗଲେ । ଗାଆଁରେ ବାପା ମାଆ ବୁଢାବୁଢୀ ଅବସ୍ଥାରେ ଏକାକି ଜୀବନ କଟାଇ ସ୍ୱର୍ଗବାସ କଲେ । ମଝିମଝିରେ ଯାଇ ସେ ବାପାମାଆଙ୍କ ଖବର ବୁଝି ଆସୁଥିଲେ । ଟଙ୍କା ପଇସା କିଛି ଦେଇଆସୁଥିଲେ । 

ଜଣେ ଚାକର ଥିଲା ଯିଏ ଘରକାମ ଯାହା କହିଲେ କରିଦେଉଥିଲା । ବାପା ମାଆ ଆସି ସହରରେ ରହିବାକୁ ଇଚ୍ଛା କରୁନଥିଲେ । ଆଉ ତାଙ୍କ ଚାକିରିଆ ସ୍ତ୍ରୀ ଗାଆଁରେ ଯାଇ ରହିବାକୁ ନାରାଜ ଥିଲେ । ଏପରି ଅବସ୍ଥାରେ ସେହିଁ ବନ୍ଧଟେ ବନି ଦୁଇ କୂଳକୁ ଯୋଡି ରଖିବାକୁ ଚେଷ୍ଟା କରୁଥିଲେ । ବାପାଙ୍କ ଦଶାହ ବେଳେ କିଛିଦିନ ଉଭୟେ ରହିଥିଲେ ଗାଆଁରେ । ମାଆଙ୍କ ଦେହାନ୍ତ ସହରର ହସ୍ପିଟାଲରେ ହେଇଥିଲା । ଶବକୁ ନେଇ ଗାଆଁରେ କ୍ରିୟା କର୍ମ କରିଥିଲେ । ଗାଆଁରେ ତିରିଶ ଏକର ଜମି ଅଛି । ବଡ ବାଡି ବଗିଚା ଅଛି । କୁଅ ପୋଖରୀ ଅଛି । ହେଲେ ଏବେ ସବୁ ମେଲା ପଡିଛି । ଘରେ ରହିବାକୁ ଲୋକଟେ ନାହିଁ । ଜମିତକ କର ଦେଇଦେଇଛନ୍ତି । ବଗିଚାରେ ଫଳ ଫଳୁଛି ଓ ଝଡି ପଚି ଯାଉଛି । ଖାଇବାକୁ କେହି ନାହିଁ । ଏବେ ନିଜେ ବି ଆଉ ଗାଆଁ ପର୍ଯ୍ୟନ୍ତ ଯିବାକୁ ଶକ୍ତି ସାମର୍ଥ୍ୟ ନାହି । ଆମ୍ବ ପଣସ ଖଜୁରୀ ଆତ କଦଳୀ ପିଜୁଳି ପ୍ରଭୃତି ଅନେକ ଗଛ ଲଗାଇଥିଲେ ମାଆ ନିଜ ଭାବି ବଂଶଧର ନାତି ନାତୁଣୀ ଖାଇବେ ବୋଲି । ତାଙ୍କ ଦୁଇପୁଅ ସଂଗ୍ରାମ ଓ ଅମ୍ଲାନ ଛୋଟବେଳେ ଅନେକ ସମୟ ଗାଆଁରେ କଟାନ୍ତି । ମାଆ ବାପାଠୁ ଜେଜେ ଜେଜେମା ବେଶି ପ୍ରିୟ । ତାଙ୍କ ସାଂଗରେ ରହିବାକୁ ବେଶି ଭଲ ପାଆନ୍ତି ସେମାନେ । 

ସ୍କୁଲ ଛୁଟିହେଲେ ଗାଆଁକୁ ଚାଲି ଯାଆନ୍ତି । ଜେଜେ ପୋଖରୀରେ ମାଛ ମାରନ୍ତି । ଜେଜେମା ମାଛ ଭଜା, ବେସର ଖଟା କରି ଖୁଆନ୍ତି ନାତିମାନଙ୍କୁ । ଆମ୍ବ ବେଳେ ଆମ୍ବ, ପଣସ ପିଜୁଳି ସବୁ ତାଜା ଖାଇବାକୁ ମିଳେ । ଶାଗ ପରିବା ବି ଗାଆଁରେ ସବୁ ତାଜା ତୋଳି ଆଣି ରନ୍ଧାହୁଏ । ଜେଜମାଙ୍କ ହାତରନ୍ଧା ଶାଗ ବହୁତ ସୁଆଦ ଲାଗେ । ସଂଗ୍ରାମର ଜେଜେସାଙ୍ଗେ ବହୁତ ପଡେ । ସେ ଚାହୁଁଥିଲା ଗାଆଁରେ ଜେଜେ ସାଂଗେରହି ଚାଷକୁ ଉନ୍ଳତ ପ୍ରଣାଳୀରେ କରିଥାନ୍ତା । ବଡ ଫଳ ବଗିଚା କରିଥାନ୍ତା । ଫାର୍ମଟେ କରି ଛତୁଚାଷ ପନିପରିବା ଆଦି କରି ପ୍ରକୃତିର କୋଳରେ ସୁନ୍ଦର ଜୀବନଟେ ଅତିବାହିତ କରିଥାନ୍ତା । ସହରର ପ୍ରଦୂଷିତ ପରିବେଶରୁ ମୁକ୍ତି ଚାହୁଁଥିଲା ସେ । ବଡ ଗୁରୁଜନଙ୍କ ସେବାରେ କାଟିବାକୁ ଚାହୁଁଥିଲା ନିଜ ସମୟକୁ । ହେଲେ ତାଙ୍କ ମନକୁ ପାଇନଥିଲା ଏକଥା । ସେ କହିଲେ ଜଣେ ଅଧ୍ୟାପକର ପୁଅ ହେଇ ଚାଷ କାମ କରିବୁ । ମତେ ଲୋକ କଣ କହିବେ?ମୋର ସାଂଗମାନଙ୍କ ପିଲାମାନେ କିଏ ଡାକ୍ତର ଇଞ୍ଜିନିୟର ହେଇ ବିଦେଶରେ ଅଛନ୍ତି । ତୁମେବି ସେମିତି ଭଲ ପଢ ଓ ବିଦେଶ ଯାଅ ଏହା ମୋର ଇଚ୍ଛା । ତୁମେ ବିଦେଶ ଗଲେ ଆମେ ବି ତୁମ ପାଖକୁ ଯାଇ ବୁଲି ଆସିବୁ । ତୁମ ସହ କିଛିଦିନ ବିତେଇବୁ ବିଦେଶରେ । ତାଙ୍କରି କଥାରେ ଦୁଇଟା ଯାକ ପୁଅ ବିଦେଶ ଚାଲିଗଲେ । ଜଣେ କାନାଡାରେ ଅଛି ଓ ଆଉ ଜଣେ ଆମେରିକାରେ । ସେମାନେ ପତି ପତ୍ନୀ ଦୁଇଜଣ ଚାକିରିଆ । ତାଙ୍କ ପାଖକୁ ଗଲେ ସେମାନେ ସମୟ ଦେଇ ପାରନ୍ତିନି । ସେଠି ବହୁତ କାମ ତାଙ୍କର ସବୁ ବେଳେ ଲେପଟପରେ ବ୍ୟସ୍ତ ଥାଆନ୍ତି । ଏକା ବସି ବସି ବିରକ୍ତ ଲାଗେ । କେହି ନଥାନ୍ତି କାହା ସହ ଟିକେ କଥା ହେବା ପାଇଁ । ଅନ୍ୟ ଦେଶର ଖାଦ୍ୟପେୟ ବି ଭଲ ରୁଚିକର ଲାଗେନି ତାଙ୍କୁ । ତେଣୁ ଦ୍ବିତୀୟଥର ଯିବାକୁ ଆଉ ମନ କଲେନି । ପିଲାଏ ବି କାର୍ଯ୍ୟବ୍ୟସ୍ତ ରହି ଆସିପାରୁନାହାନ୍ତି ଭାରତକୁ । ଏବେ ଶକ୍ତି ହୀନ ହେଇଗଲା ପରେ ପୁଅ ବୋହୁର ସେବା ଟିକେ ପାଇବାକୁ ମନ କହୁଛି । କିଏ ଜଣେ କିଛି ଭଲ ରୋଷେଇ କରି ଦିଅନ୍ତା । ଭଲ ଖୁସି କଥା ପଦେ କହନ୍ତା । ନାତିନାତୁଣୀଙ୍କ ଜେଜେ ଜେଜେମା ଡାକ ଶୁଣନ୍ତେ । ହସ ମଜା କରନ୍ତେ ତାଙ୍କ ସହ । ଏବେ ହାତଗୋଡ ବିନ୍ଧୁଛି ଟିକେ ମୋଡି ଦିଅନ୍ତା କିଏ । ହେଲେ ପାଖରେ କେହି ନାହିଁ ଏମିତି କିଛି କରିଦେବାକୁ । ବୁଢୀ ବୟସରେ ଘୁସୁରି ଘୁସୁରି ସରୋଜିନୀ ତାଙ୍କ ସ୍ତ୍ରୀ ଯାହି ତାହି କିଛି ରୋଷେଇ କରନ୍ତି । ଏବେ ଚାକର ରଖିବା ବି ଡର । ଏକା ବୁଢାବୁଢୀ ଦେଖି ମାରିକି ଧନ ଲୁଟ୍ କରି ନେଇ ଯାଉଛନ୍ତି । ଡ୍ରାଇଭରଟେ ଅଛି ବୋଲି ବଜାର ସଉଦା ଆଣିଦେଇଯାଏ । ଅନ୍ୟମାନଙ୍କୁ ପୁଅବୋହୁ ନାତିନାତୁଣୀ ସାଥିରେ ଦେଖିଲେ ନିଜକୁ ଅଭାଗା ଭାବନ୍ତି । କାଶ୍ ତାଙ୍କର ଗୋଟେ ପୁଅ ପାଖରେ ଥାଆନ୍ତା ? ପୁଅମାନଙ୍କୁ ଫେରି ଆସ କହିଲେ କେହି ଏତେ ବଡ ଚାକିରି ଛାଡି ଆସିବାକୁ ଚାହାନ୍ତି ନାହିଁ । ବରଂ କୁହନ୍ତି ତୁମେ ତ ଆମକୁ ଠେଲିଠେଲି ବିଦେଶ ପଠାଇଲ । ଆମେ ତ ଗାଆଁରେ ରହିବାକୁ ଚାହୁଁଥିଲୁ । ଏବେ ଆମକୁ ଦୋଷ ଦେଉଛ କାହିଁକି?ଅନ୍ତିମ କ୍ଷଣରେ ବାପା ମାଆଙ୍କ ସେବାକରିବା ପୁଅଙ୍କ କର୍ତ୍ତବ୍ୟ । ସେଥିପାଇଁ ସମସ୍ତେ ପୁଅଙ୍କୁ ଦୋଷି ସାବ୍ୟସ୍ତ କରନ୍ତି । ହେଲେ ସତରେ ପୁଅମାନେ କଣ ଦୋଷୀ?ତେବେ ଏପରି ପରିସ୍ଥିତିରେ ଦୋଷ କାହାର?



Rate this content
Log in

Similar oriya story from Tragedy