Bidulata Sahoo

Tragedy

3  

Bidulata Sahoo

Tragedy

ଭୁଲ୍

ଭୁଲ୍

4 mins
228


ରମା ତରତର ହୋଇ ଘରକାମ ସାରୁଥାଏ । ପଛରୁ ଝିଅ କୁନି ଆସି ପଚାରିଲା ଆଜି କଣକି, ଏତେ ତରବର ହେଉଛୁ ? ରମା ଉତ୍ତର ଦେଲା ଆଜି ବାବୁଙ୍କ ଝିଅର ଜନ୍ମଦିନ, ବହୁତ ଲୋକ ଆସିବେ ପାର୍ଟି ହେବ । ସେଥିପାଇଁ ମୁଁ ଟିକିଏ ଚଞ୍ଚଳ ଯିବି । ଆସିଲା ବେଳକୁ ତୋ ପାଇଁ ଖାଇବା ନେଇ ଆସିବି। 


କୁନି ରମାର ଗୋଟିଏ ବୋଲି ଝିଅ । ତାକୁ ଏବେ ପନ୍ଦର ବର୍ଷ ହେଲାଣି । ତା ବାପା ଦଶ ବର୍ଷ ହେଲା ତାଙ୍କୁ ଏକା ଛାଡ଼ି ଚାଲି ଯାଇଛନ୍ତି । ସେ ଚାରି, ପାଞ୍ଚ ଘରେ କାମ କରି ତା ପରିବାର ଚଳାଏ । କୁନି ଏବେ ବଡ ହୋଇଗଲାଣି । ଘରକାମରେ ତାକୁ ଟିକେ ସାହାଯ୍ୟ କରିଥାଏ । ସେ ତ ପ୍ରାୟ ସମୟ ବାହାରେ ରହେ । 


ଆଜି ରମା କଥା ଶୁଣି କୁନି କହିଲା ମାଆ ମୁଁ ଟିକିଏ ତୋ ସହିତ ଯିବି । ପାର୍ଟି ଦେଖି ବି । ରମା ଟିକିଏ ଭାବିଲା ତାପରେ କହିଲା ହଉ ଚାଲେ ଯିବା । ପେଡିରେ ଗୋଟିଏ ଫ୍ରକ ଥିଲା । ତାକୁ ପିନ୍ଧି ସେ ବାହାରିଲା । 


ରମା ସେଠାରେ ପହଞ୍ଚି କାମରେ ଲାଗିଗଲା । ବାବୁଙ୍କ ଝିଅ ଲୁସି ତା ସାଙ୍ଗମାନଙ୍କ ସହ ପାର୍ଟି ପାଇଁ ପ୍ରସ୍ତୁତ ହେଉଥାଏ । ଭଳିକି ଭଳି କ୍ରିମ୍, ପାଉଡର ବିଭିନ୍ନ ପ୍ରକାର କସମେଟିକ୍ସ ଦେଖି କୁନିର ଆଖି ଖୋସିହୋଇଗଲା । ଲୁସି ସଜ ହୋଇ ପରୀଟିଏ ପରି ଦିଶୁଥାଏ । 


ପାର୍ଟି ସମୟ ହେବାରୁ ସେମାନେ କେକ୍ କାଟି ବାକୁ ଚାଲିଗଲେ । ରମା କୁନିକୁ କହିଲା ତୁ ଏ ଜିନିଷ ସବୁ ସଜାଡି ଦେ । ମୁଁ ଅନ୍ୟ କାମ କରୁଛି । କୁନି ସେଗୁଡିକ ସଜାଡ଼ିଲା ବେଳେ ତାର ଭାରି ଲୋଭ ହେଲା । ସେ ଗୋଟିଏ କ୍ରିମ୍ ଗୋଟିଏ ଲିପିଷ୍ଟିକ ନିଜ ପ୍ୟାଣ୍ଟି ଭିତରେ ଲୁଚାଇ ଦେଲା । 


ପାର୍ଟି ସରିବା ପରେ ସେମାନେ ଭୋଜି ଖାଇ ଘରକୁ ଫେରିଲେ । ସକାଳୁ ସକାଳୁ ରମା ପୁଣି କାମ କରିବା ପାଇଁ ଚାଲିଗଲା । ସେ ଗଲା ପରେ କୁନି ସେ କ୍ରିମ ଓ ଲିପଷ୍ଟିକ୍ ଲଗାଇ ଦର୍ପଣରେ ନିଜ ମୁହଁ ଦେଖିଲା । ତା ମୁହଁ ତାକୁ ଆଗଠୁ ଅଧିକ ସୁନ୍ଦର ଦେଖାଗଲା । ସେ ଭାବିଲା ବାହାରେ ଟିକିଏ ବୁଲି ଆସିଲେ ଭାରି ମଜା ହେବ । 


ସେ ଘରୁ ବାହାରି ବସ୍ତି ସାରା ଖୁସିରେ ବୁଲିଲା । ବାଟରେ ତା ପଡିଶା ଘର ନବଭାଇ ତାକୁ ପଚାରିଲା କୁନି ତୁ ଆଜି ଭାରି ବଢିଆ ଦିଶୁଛୁ । ଏସବୁ ତୁ କେଉଁଠୁ ଆଣିଲୁ ?ସେ କହିଲା ମାଆ ବାବୁଙ୍କ ଘରୁ ମାଗିଆଣି ମୋତେ ଦେଇଛି । ତାପରେ ସେ କହିଲା ତୁ କହିଲେ ମୁଁ ତତେ କେତେ କ୍ରିମ, ପାଉଡର ଦେବି । କୁନି ଭାରି ଖୁସି ହୋଇଗଲା । ତାପରେ କିଛି ସମୟ ପରେ ନବ ତା ଘରକୁ କେତେ କସମେଟିକ୍ସ ଧରି ଆସିଲା । 


କୁନି ଏତେ ଜିନିଷ ଦେଖି ଖୁସିରେ ପାଗଳି ପରି ହେଉଥାଏ । ତା'ପରେ ସେ ତାର ଦୁଇ ଗାଲକୁ ଗେଲ କରି କହିଲା ମୁଁ ପ୍ରତିଦିନ ତୋ ପାଇଁ ବହୁତ ଜିନିଷ ଆଣି ଆସିବି । କିନ୍ତୁ ତୁ ତୋ ମାଆକୁ କିଛି କହିବୁନି । କୁନି ଖୁସିରେ ରାଜି ହେଲା । ନବ ଏଥର ସବୁ ଦିନ ତା ପାଖକୁ ଆସିଲା । କୁନି କିଛି ପ୍ରତିବାଦ କଲାନି କି ମାଆକୁ ବି କିଛି କହିଲା ନାହିଁ । 


ନବକୁ ଦେଖି ସେ ବସ୍ତିର ଆଉ କେତେକ ଟୋକା ସମୟ ଉଣ୍ଡି ନୁଆ ନୁଆ ଡ୍ରେସ୍ ଓ ନାନା ଗିଫ୍ଟ ପ୍ୟାକେଟ ଧରି ତା ପାଖକୁ ଆସିଲେ । ସେ ନୂଆ ନୂଆ ଜିନିଷ ଦେଖି ଭାରି ଖୁସି ହୋଇ ସେମାନଙ୍କ ସହ ମିଶେ । 


ଏବେ କୁନି ଚାଲାକ୍ ହୋଇଗଲାଣି । ସେ କେବଳ କ୍ରିମ, ପାଉଡରରେ ସନ୍ତୁଷ୍ଟ ନହୋଇ ଟଙ୍କା ଦାବି କଲାଣି । କ୍ରମେ କ୍ରମେ ଅନେକ ଅସାମାଜିକ ଲୋକ ତା ଘରକୁ ଆସିଲେ । ସେ ଭାବିଲା ସତରେ ମାଆଟା କେତେ ଓଲି । ମୁଁ ଘରେ ବସି ଦିନକୁ ଯେତିକି ରୋଜଗାର କରୁଛି ମାଆ ଖଟି ଖଟି ମାସକରେ ବି ସେତିକି ପାଉନି । 


କୁନି ଭାରି ଚାଲାକ ସେ ସବୁ ଜିନିଷ ଲୁଚାଇ ରଖେ । ମାଆ ଫେରିବା ବେଳକୁ ସେ ତା ଚିରା ଫ୍ରକ୍ ଟି ପିନ୍ଧି ବସିଥାଏ । ଦିନେ କୁନି ରମାକୁ କହିଲା ଆମେ ଦୁଇଟି ପୁରୁଣା ଫୋନ କିଣିବା । ତାହେଲେ ତୋର ଆସିବା ଡେରି ହେବକି ନାହିଁ ମୁଁ ଜାଣି ପାରିବି । ତୁ ମୋତେ ଖର୍ଚ୍ଚ କରିବାକୁ ଯେଉଁ ପଇସା ଦେଉ ମୁଁ ତାକୁ ରଖିଛି । 


ତାପରେ ସେ ଦୁଇଟି ଫୋନ କିଣି ଗୋଟିଏ ମାଆକୁ ଦେଲା ଓ ଆରଟି ନିଜେ ରଖିଲା । ମାଆକୁ ପଚାରି ସେ ତାର ଫେରିବା ସମୟ ବୁଝି ଏପଟେ ତା କାରବାର ଚଲାଏ । 


ରମାକୁ ବସ୍ତିର କିଛି ଲୋକ ଏ ବିଷୟରେ କହିଲେ । ହେଲେ ରମା ଏକଥାକୁ ବିଶ୍ୱାସ କଲାନି । ନିଜ କାମରେ ସେ ଏତେ ବ୍ୟସ୍ତ ଯେ ଏ କଥାକୁ ସେ ଗୁରୁତ୍ବ ଦେଲା ନାହିଁ । 


ଦିନେ ସନ୍ଧ୍ୟାରେ ରମା ଫୋନ କରି କହିଲା ଝିଅ ଆଜି ବାବୁଙ୍କ ଦେହ ଭାରି ଖରାପ । ସେ ଡାକ୍ତରଖାନା ଯିବେ । ମାଆ ବି ତାଙ୍କ ସହ ଯିବେ । ମୁଁ ଆଜି ଏଇଠି ରହିବି । ତୁ ଏକା ରହିପାରିବୁ ?କୁନି କହିଲା ହଁ ମୁଁ ରହି ପାରିବି । 


ରାତି ପାହିଲା । ରମା ତର ତର ହେଇ ଘରକୁ ଫେରୁଛି । ବାଟରେ ଦେଖିଲା ତାଙ୍କ ବସ୍ତି ଶେଷ ନାଳ ପାଖରେ ଗୁଡାଏ ଲୋକ ଗଦା ହୋଇଛନ୍ତି । ସେବି ସେଠି ଛିଡାହେଲା । ଗୋଟିଏ ଝିଅ ନାଳରେ ମୁହଁ ମାଡି ପଡିଛି । ଝିଅଟି ସମ୍ପୁର୍ଣ୍ଣ ଉଲଗ୍ନ । ପୋଲିସ ଗାଡି ଆସି ପହଁଚିଲା । ସମାନେ ଗାଡ଼ିରୁ ଓହ୍ଲାଇ ଭିଡ ଠେଲି ଭିତରକୁ ଗଲାବେଳେ କୁହାକୋହି ହେଉଥାନ୍ତି ବୋଧହୁଏ ରେପ୍ ଆଣ୍ଡ ମର୍ଡର । ରମା କିଛି ବୁଝିପାରିଲାନାହିଁ । ସେମାନେ ଯାଇ ଝିଅଟିକୁ ସିଧା କରିଦେଲେ । ରମା ତା ମୁହଁ କୁ ଦେଖି ଚମକି ପଡ଼ିଲା । ଆରେ ଏତ କୁନି । ତା ମୁଣ୍ଡ ବୁଲାଇଦେଲା । ସେ ସେଇଠି କଚାଡି ହୋଇ ତଳେ ପଡ଼ିଗଲା । 


ଚେତା ଆସିବା ପରେ ସେ ଭାବିଲା ସେ ଯଦି ଲୋକଙ୍କ କଥା ଶୁଣି ତାକୁ ତାଗିଦ୍ କରିଥାନ୍ତା ହୁଏତ ଏ ଘଟଣା ଆଜି ଘଟିନଥାନ୍ତା । ଭୁଲ ତ ତା ନିଜର । ଏତେବଡ ଭୁଲକୁ ସେ କାହା ଆଗରେ କିପରି କହିବ ?



Rate this content
Log in

Similar oriya story from Tragedy