ଭୁଲ କାହାର
ଭୁଲ କାହାର
କାହିଁକି ?ଆଜି କାହିଁକି ଉଚ୍ଚପଦସ୍ଥ ନ୍ୟାୟାଧିଶ ରଞ୍ଜନ ବାବୁଙ୍କ ହାତ ଥରୁଚି ନିଷ୍ପତି ଜଣେଇବା ପାଇଁ |ଆସାମୀ ବିରୁଦ୍ଧରେ ଦୋଷ ସମ୍ପୂର୍ଣରୂପେ ପ୍ରମାଣିତ ହୋଇ ସାରିଛି |ପ୍ରତ୍ୟକ୍ଷ ସାକ୍ଷୀ,ଅନ୍ୟାନ୍ୟ ପ୍ରାମାଣିକ ତଥ୍ୟ ସବୁ ତା ବିରୁଦ୍ଧରେ | ପରିଶେଷରେ ଆସାମୀ ର ମଧ୍ୟ ସ୍ୱୀକାରୋକ୍ତି ... |ତଥାପି କାହିଁକି ଜଜ୍ଙ୍କ ହାତ ଆଜି ଥରୁଚି ,କଲମ ମୂନ ଆଗକୁ ବଢ଼ୁନି |ନିଜର ଅତୀତର ପାପ ମୂର୍ତ୍ତିମନ୍ତ ହୋଇ ଆସାମୀ ରୂପରେ ସମ୍ମୁଖରେ ଦଣ୍ଡାୟମାନ |ତିରିଶ ବର୍ଷ ତଳେ ଅବୈଧ ସନ୍ତାନକୁ,ସମାଜର ନିନ୍ଦାରୁ ମୁକ୍ତି ପାଇବା ପାଇଁ ରାସ୍ତାରେ ଛାଡ଼ି ଦେଇଆସିଥିଲି |ଉଜ୍ଜଳ ଭବିଷ୍ୟତର ସ୍ୱପ୍ନରେ ଅତୀତ ର ଦୁଷ୍କର୍ମ କୁ ଉଙ୍କି ମାରିବାକୁ ଦଉନଥିଲି |ଛଳନା କରି ଅତୀତ କୁ ଆଖି ମିଟିକା ମାରୁଥିଲି |
ମୋର ସେଇ ଅପରାଧ ଆଜି ମୂର୍ତ୍ତିମନ୍ତ ହୋଇ ମତେ ନ୍ୟାୟ ମାଗୁଛି |ଆସାମୀ ପରିଚୟ ହୀନ,ଅନାଥାଶ୍ରମ ପାଳିତ |ପିଲାଦିନୁ କୁସଙ୍ଗ,କୁମାର୍ଗ ରେ ବଢ଼ିଆସିଛି |ଆଜି ତା ବିରୁଦ୍ଧରେ ସମାଜର ପ୍ରତିଷ୍ଠିତ ଜମିଦାର ର ହତ୍ୟା ଅଭିଯୋଗ |ଯଦିଓ ଜମିଦାର ଏକ ନିର୍ମମ ଅତ୍ୟାଚାରୀ ଓ ଶୋଷଣକାରୀ,ତା ବିରୁଦ୍ଧର କୌଣସି ପ୍ରମାଣ ନାହିଁ | ରୂଣ ଦେଇ ଜାଲି କାଗଜ ଦ୍ୱାରା ଗରିବ କୃଷକ ମାନଙ୍କୁ ଶୋଷଣ କରିବା ତାର ପେଷା | ପ୍ରମାଣ ଅଭାବରୁ କାନୁନ ତା ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ କରି ପାରେ ନାହିଁ |ପ୍ରାମାଣ ନଥିଲେ ସମାଜରେ ଅପରାଧୀ ଦୋଷୀ ନୁହେଁ ,ଏହା ଆଜିର ସାମାଜର ନିୟମ |
ଆଜି ସେଇ ଅତ୍ୟାଚାର ଓ ଶୋଷଣର ହତ୍ୟା ହୋଇଛି |ହତ୍ୟାକରୀ ସମ୍ମୁଖରେ ଦଣ୍ଡାୟମାନ |କିନ୍ତୁ ସିଏ କ’ଣ ପ୍ରକୃତରେ କୌଣସି ଅପରାଧ କରିଛି ?ଏଇ ପରିସ୍ଥିତି ପାଇଁ ଦାୟୀ
କିଏ ? ସମାଜର ବ୍ୟବସ୍ଥା,ନ୍ୟାୟବ୍ୟବସ୍ଥା ,ଅଥବା ଆଉକିଛି ? ନ୍ୟାୟାଧିଶ ଙ୍କ ହୃଦୟରେ ବାତ୍ସଲ୍ୟପ୍ରମ ଚିତ୍କାର କରି ଅତୀତ କୁ ଟାଣିନେଇ ନ୍ୟାୟ ଦାବିକରୁଛି |ସମ୍ମୁଖର ଆସାମୀ ନିଜର ସନ୍ତାନ ହେଉ ବା ନହେଉ ପ୍ରଶ୍ନ ତ ବଦଳୁ ନାହିଁ |ପ୍ରକୃତ ଦୋଷୀ କିଏ ?
