STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଭୁଲ୍ କାହାର ?

ଭୁଲ୍ କାହାର ?

2 mins
128

 ରାଜୀବ ବାବୁ ଙ୍କୁ ରାତି ସାରା ନିଦ ନାହିଁ, କେମିତି ସକାଳ ହେଲେ ସେ ଭେଟିବ ନିଜ ପ୍ରେମିକା ସୁନୀତା କୁ ପୁଣି ହୋଟେଲ୍ dilkhush ରେ ଠିକ୍ ସମୟ ଦଶ ଟା ବେଳେ। ସକାଳୁ ସକାଳୁ ଗାଧେଇ ସାରି ବାହାରି ପଡ଼ିଲେ ରାଜୀବ ।

ହଠାତ୍ ଏଇ. ଟିକେ ଶୁଣ... ଡାକ ରେ ଚମକି ପଡ଼ିଲେ ରାଜୀବ। ଦେଖିଲେ ସ୍ତ୍ରୀ ସୁନନ୍ଦା ହସି ହସି ଅଫିସ୍ ର ଫାଇଲ ଟାଏ ବଢେଇ ଦେଲେ ଆଉ କହିଲେ ଶୀଘ୍ର ଆସିବାକୁ।

ନା ....ଆସି ବାରେ ଡେରି ହେଇପାରେ

ଅଡିଟ କାମ ଚାଲିଛି ପରା ,

ଏହା କହି ଦୃତ୍ ଗତିରେ ଚାଲିଗଲେ ପହଂଚି ଗଲେ ଏ ଟି ମ ପାଖରେ

କାର୍ଡ ପୁଶ୍ କଲା ବେଳେ ଏଣ୍ଟ୍ରି କଲେ ଦଶ ହଜାର ଟଙ୍କା ଉଠେଇ ବାକୁ, ହେବ ନହେଲେ ହୋଟେଲ୍ booking ହେବ କେମିତି ??ଏ କଣ ..ମୋବାଇଲ କାହିଁ??

କାହିଁକି ନା confirm numbers messages ଆଉ ଥରେ ଏଣ୍ଟ୍ରି କଲେ ତ ଟଙ୍କା ଉଠିବ।

ସବୁ ପକେଟ୍ ଅଣ୍ଡାଳି ପକେଇଲେ ଇସ୍ ଘରେ ବୋଧେ...

ଘରକୁ ପୁଣି ଫେରି ଗଲେ 

ସିଧା ବେଡ଼ ରୁମକୁ ଗଲେ , କିଛି କହି ପାରି ଥିଲେ ରାଜୀବ

କାରଣ ରାତି ସାରା ଚୋରା ପ୍ରେମ ର ସବୁ message ସ୍ତ୍ରୀ ପଢ଼ ସାରିଥିଲେ ।

ସୁନନ୍ଦା ଭାବୁ ଥିଲେ ଏଇଥ ପାଇଁ ସେ ଦାୟୀ କାହିଁକି ନା ଦୀର୍ଘ ବିବାହ ର କୋଡ଼ିଏ ବର୍ଷ ପରେ ବି ସେ ମାଆ ହେଇ ପାରିଲେ ନାହିଁ , ରାଜୀବ ବାବୁ ଯଦି ଅନ୍ୟ କୌଣସି ବିକଳ୍ପ ବାଛିଲେ ସେ କାହିଁକି ବିରୋଧ କରିବେ ?

କାରଣ ଯେଉଁ ସୁଖ ଆଜି ମିଳିବା କଥା ସେ ତ ନିଜେ କୁଆଁରୀ ବେଳେ ସାରି ଦେଇଛି । ସମୟ ଏମିତି ହେଲା ପ୍ରାଇଭେଟ୍ ନର୍ସିଂ ହୋମ ରେ ତାର ଉତ୍ତ୍ରେଶ୍ କାଢ଼ିବାକୁ ଡକ୍ଟର ପରାମର୍ଶ ଦେଲେ ଆଉ କହିଥିଲେ ସେ କେବେ ମାଆ ହେଇ ପାରିବନି

କିନ୍ତୁ କଥା କୁ ଘୋଡେଇ ଦେଇ ବାଧ୍ୟ ରେ ବିଭା ହେଲେ

କାହିଁକି ନା ରାଜୀବ ର ବାପା ଓ ସୁନନ୍ଦା ର ବାପା ଦୁହେଁ ଛୋଟ ବେଳୁ ସାଙ୍ଗ, ସେ ପୁରୀ ଯାଇ ସିଂହ ଦ୍ଵାର ଆଗେ ଶପଥ ନେଇଥିଲେ ଦୁହେଁ ଦି ସମୁଦୀ ସମ୍ପର୍କ ରେ ବାନ୍ଧି ହେବାକୁ ।

ସୁନନ୍ଦା ଘର କୋଣକୁ ଯାଇ ଭାବି ଚାଲି ଥିଲା ଏ ଭୁଲ୍ କାହାର???

ରାଜୀବ ର

ନା ତାରି ନିଜର

ନା ବାପା ଙ୍କ ର

ନା ଭାଗ୍ୟ ର???......



Rate this content
Log in

Similar oriya story from Tragedy