Akshayakumar Dash

Action Crime Inspirational

3  

Akshayakumar Dash

Action Crime Inspirational

ଭୋକ

ଭୋକ

2 mins
163


କୀର୍ତ୍ତିମାନ ଜଣେ ନେତା । ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ।ଯୁବକ ଜୀବନରେ ଜନ ସେବା କରିବାକୁ ପଣ ଥିଲା ।କଲେଜରେ ପଢୁଥିଲା ବେଳେ କଲେଜ ଇଲେକସନ ରେ ଜିତି ନେତା ହେବାର ସୁଯୋଗ ମିଳିଲା। କ୍ରମେ ପଂଚାୟତ ର ସରପଞ୍ଚ ଓ ବ୍ଲକ ଚେୟାରମ୍ୟାନ ହେଲେ । ଆର ଇଲେକସନ ରେ ହାୱ ରେ ଚଳିତ ସରକାର କଂ ଦଳରେ ସାମିଲ ହୋଇ ଜିତିଗଲେ ବିଧାୟକ ପଦ ।ଅବଶ୍ୟ ଭୋଟ ପାଇଁ ତାଙ୍କୁ କିଛି ଅଧିକ ପରିଶ୍ରମ କରିବାକୁ ପଡିଥିଲା।କାରଣ ଟି ହେଲା, ତାଙ୍କ ବିପକ୍ଷ ଦଳର ପ୍ରତିଦ୍ବନ୍ଦୀ ଥିଲେ ଜଣେ ସମାଜ ସେବୀ ଗୌରହରି। ଗୌରହରି ରାଷ୍ଟ୍ରୀୟ ବିଶ୍ବହିନ୍ଦୁ ପରିଷଦର ଜଣେ ଦେଶପ୍ରେମୀ ସକ୍ରିୟ ସଭ୍ୟ ।ଆଜିକାଲି ନୀତି ଅନୀତି ରାଜନୀତି ରେ ନାହିଁ । କାରଣ ଲୋକଙ୍କୁ ଯେଉଁ ନେତା ବୁଝେଇ ପାରିଲା କି ମନେଇ ପାରିଲା ତାହାସହିତ ଅର୍ଥ ଫିଙ୍ଗିଲା ଓ ବୁଥ କଳେବଳେ କୌଶଳେ ଦଖଲ କଲା ସେ ଜିତିଲା । ଏସବୁ ଗୁଣରେ କରିତକର୍ମା କୀର୍ତ୍ତିମାନ। ଜଣେ ଯୁବକ ସହିତ କେତେକ କେତେକ ଯୁବକଙ୍କ ସାହାଯ୍ୟରେ ଜିତିଗଲେ ଭୋଟ ରେ ମାତ୍ର ତିନିସହ ଖଣ୍ଡ ଭୋଟରେ ।ସରକାରୀ ଆଇନ କାନୁନ ବେଖାତିରି କରି ନିଜ ସ୍ୱାର୍ଥରେ ନିର୍ବାଚନ ମଣ୍ଡଳୀ ର ଥାନା ଓ ସମସ୍ତ ଦପ୍ତର କୁନିଜ ଅଧୀନରେ ରଖିବା ଆଜିକାଲି ନେତାଙ୍କର ପ୍ରଥମ ସୋପାନ ।ଯେଉଁ ଥାନା ବାବୁ ବିଧାୟକ କଂ ଆଦେଶ କୁ ନମାନିଲେ ତାଙ୍କୁ ଆଗ ବଦଳି କରିବା କି କୁଟୀଳ ପ୍ରୟୋଗ କରି ଚାକିରିରୁ ଚଟେଇ କରି ବସେଇଦେବା ଆଦି ନିଜ ଶକ୍ତିର ଅପପ୍ରୟୋଗ କରି ଚଳିବା ରାଜନୀତିର ପ୍ରଥମ କାମ । ଯେଉଁ ଲୋକ କି ସରକାରୀ କର୍ମଚାରୀ ପ୍ରତିବାଦ କଲା ତାକୁ କୌଶଳରେ ମାନସିକ ନିଯ୍ୟ।ତନା କି କୌଣସି ନା କୌଣସି ଦିଗରେ କ୍ଷତିରେ ପକାଇବା ରାଜନୀତିର ଧାରା ବୋଲି ନେତାଙ୍କ ଧାରଣା ।ନିଜ ପାଟିର ଲୋକଙ୍କୁ ସାହାଯ୍ୟ କରିବା ଓ ଅନ୍ୟ ପାଟିକୁ ସମର୍ଥନ କରୁଥିବା ଲୋକଙ୍କୁ କ୍ଷତିରେ ପକାଇବା ଏମାନଙ୍କ କାମ । ତେଣୁ ନିର୍ବାଚନ ମଣ୍ଡଳୀର ଲୋକମାନେ ଭୟରେ ପ୍ରତିବାଦ କରୁନଥିଲେ। ଅନ୍ୟାୟ କୁ ସହିଯିବା ଛଡା ଅନ୍ୟ ଉପାୟ ନଥିଲା । ଦିନେ ଜଣେ ବ୍ଲକ

ମହିଳା କର୍ମଚାରୀ କଂ ହତ୍ୟା ଅଭିଯୋଗରେ ବିରୋଧୀ ଓ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ବିଶାଳ ରୂପ ଧରିଲା । ସେଥିରେ ମହିଳା ମଂଚ ଓ ଭାରତୀୟ ଓ ମ୍ୟାନ ରାଇଟ ର କର୍ମ କର୍ତା ସାମିଲ ହେଲେ । ମହିଳା କର୍ମଚାରୀ କଂ ହତ୍ୟାର ଫର୍ଦ୍ଦ ଫାସ ବିଭିର୍ଣ ଟିଭି ଚେନେଲ ଓ ରାଷ୍ଟ୍ରୀୟ ସ୍ତରର ମିଡିଆରେ ଘନ ଘନ ପ୍ରଚାରିତ ହେଲା ।ସରକାର କଂ ବାହୁଫାସରେ ରହି ଜନ ଜାଗରଣ ପାଇଁ ସ୍ଥାନୀୟ ମୁଖ୍ୟ ଆସାମୀ କୁ ଧରିବାକୁ ଯାଇ ଘଟଣାକୁ ପୋଲିସ ସହାୟତାରେ ଚାପି ଦେବା ଘୋଷଣା ଚାଡ଼ିଆଡ଼େ ଆଲୋଡନ ସୃଷ୍ଟି କଲା । ଫଳରେ ରାଜ୍ ରାସ୍ତା ବନ୍ଦ ଓ ନିନିର୍ବାଚନ ମଣ୍ଡଳୀ ର ବନ୍ଦ ଡାକରା ଦିଆଗଲା । ଏତେ ସତ୍ୟେ ବି ମୁଖ୍ୟମନ୍ତ୍ରୀ ନିରବ ରହି ଶେଷରେ ବିଚାର ବିଭାଗୀୟ ତଦନ୍ତ ନିମିତ୍ତ ସିବି ଆଇ କୁ କେସ ଟି ହସ୍ତାନ୍ତର କରାଗଲା ।ପରିସ୍ଥିତି ସିନା ଶାନ୍ତ ପଡିଲା, ମୁଖ୍ୟ ଆସାମୀ ଧରା ପଡିବା ନୋହିଲା ।ଲୋକଙ୍କ ପାଖରେ ଅଛପା ରହିିିଲାନି ହତ୍ୟାମାମଲା । ଏଥିରେ ବିିଧାୟକକଂ ହ।ତ ।



Rate this content
Log in

Similar oriya story from Action