STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଭୋକ

ଭୋକ

4 mins
154

ଦୁନିଆ ରେ ଅନେକ ପ୍ରକାର ଭୋକ l କାହାକୁ ପତିପତ୍ତି ର ପୁଣି କାହାକୁ ପ୍ରଶଂସା ର ପୁଣି କାହାକୁ ଦୈହିକ ଲାଳସା ର ଭୋକ ହେଲେ ଖାଦ୍ୟ ର ଭୋକ ସବୁଠୁ ନିଆରା l ପେଟ ଚାଖଣ୍ଡେ ପାଇଁ ମଣିଷ ହିତାହିତ ଜ୍ଞାନ ହଜେଇ ଦିଏ l lଏମିତି ସାନିଆ ଅଜା ର ଜୀବନ..  ମଇଳା ଧୋତି କୁ ନୁଖୁରା ମୁଣ୍ଡ ବୋଧହୁଏ ମାସେ କି ଦି ମାସ ହେବ କୁଣ୍ଡେଇ ନି କି ତେଲ ବାଜିନି ଦେହ ମୁଣ୍ଡ ରେ l ଲୋଚା କୋଚା ଶରୀର ରେ କେବଳ ହାଡ଼ ଦି ଖଣ୍ଡ ଅଛି l ଅସ୍ଥି ପିଞ୍ଜରା ପୁରା ବାରି ହୋଇ ପଡୁଛି ଏମିତି ଅବସ୍ଥା ରେ ବି ପୁଅ ବୋହୂକୁ ଦୟା ହେଲାନି ଯେ ବୁଢା ତାକୁ ତଡିଦେଲେ ଘରୁ l ଆଜି ଜୀବନର ସର୍ପିଳ ରାସ୍ତାରେ ଯାଉ ଯାଉ ସେ ବେଳେ ବେଲେ ଅଣନିଶ୍ୱାସୀ ହୋଇପଡେ l ସବୁ ବିଶ୍ୱାସ ର ବଂଧ ତୁଟି ଯାଏ l ଏମିତି ଲାଗେ ଦୁନିଆ ଟା ତାପାଇଁ ସ୍ୱାର୍ଥପର ହୋଇଯାଇଛି l ନିଜ ଲୋକ ବି ଅଚିହ୍ନା ହୋଇ ଯାଉଛନ୍ତି l ପାଖ ମନ୍ଦିର ରେ ପଡିଥାଏ l ଭୋଜି ଭାତ କିଏ କଲେ ଝାଡୁ ମାରିଦିଏ ସଫାସୁତୁରା କରେ ତା ବାଦଳ ରେ କିଛି ଖସିବାକୁ ଦେଇଦିଅନ୍ତି l ସେଇ ଥିରେ ସେ ବଂଚିଥିଲା l ହେଲେ ଏ କରୋନା ପାଇଁ ତାହା ବି ବନ୍ଦ ହୋଇଗଲା l ସେଥିପାଇଁ ବୁଢା ର ଏ ଅବସ୍ଥା l କାହା ଦୁଆର କୁ ଗଲେ ଗେଟ ବି ଖୋଲୁନାହାନ୍ତି ସେ କରୋନା ଭୟ ରେ l ଆଗେ ଜୀବନ ବଞ୍ଚୁ ତା ପରେ ଦାନ ଧର୍ମ l ଏହା ହିଁ ବର୍ତ୍ତମାନ ର ଭାବନା l ସେଦିନ ସାନିଆ ଅଜା ଆସିଥିଲା l ମଝିରେ ମଝିରେ ଆସେ l ହେଲେ ଏ ପରିସ୍ଥିତି ରେ କାହାକୁ କଣ ଟିକେ ସାହାଯ୍ୟ କଲେ ବି ସମସ୍ତେ ଖପ୍ପା l କହିବେ ଏ ତ ମହାଦାନୀ କର୍ଣ ଟା l ଯାଅ କରୋନା କୁ ପାଛୋଟି ଆଣ l କିନ୍ତୁ ସବୁ କଥା ଶୁଣିବା ପରେ ବି ମନ ଟା ବୁଝିଲା ନି l

କିଛି ଭାତ, ଡାଲି ଆଉ ତରକାରୀ ଗୋଟେ ଜାଗା ରେ ନେଇ ବୁଢା କୁ ଦେଇଦେଲି l ଏମିତି ଖାଇଲା ଯେମିତି ସେ କୋଉ ଜନ୍ମ ରୁ ଭୋକ ରେ ଥିଲା l ଖାଇ ସାରିବା ପରେ କହିଲି ସାନିଆ ଅଜା ଏତେ ଦୁଃଖ ରେ ଅଛ ଅଥଚ କେତେ ଦିନ ଆଗରୁ ତୁମକୁ ମୁଁ ସେ ବୃଦ୍ଧା ଶ୍ରମ କଥା କହିଲି ହେଲେ ହସିଦେଲ.... କାହିଁକି ଗଲନୀ ? ତୁମେ ସୁଖ ରେ ଦି ମୁଠା ଖାଇବାକୁ ପାଆନ୍ତ l ହସି ଦେଲା ସାନିଆ ଅଜା କହିଲା ପୁଅ ତ ଏଠି ରହୁଛି l ସେ ନ ପଚାରିଲେ ବି ରକ୍ତ ତ ମୋର l ନାତି ତାକୁ ଟିକେ ନ ଦେଖି କଣ ରହିପାରୁଛି ? ସେଥିପାଇଁ ତ ଯାଉନି ସେ ଵୃଦ୍ଧାଶ୍ରମ l ଏଠି ଭୋକ ରେ ମଲେ ବି ପଡ଼ି ରହିଛି l ସେମାନେ ସିନା ମୋତେ ପର ଭାବିଲେ ହେଲେ ମୁଁ କଣ ପର ଭାବୁଛି l ବୁଢା କଥା ଶୁଣି ଆଖି ରୁ ଲୁହ ଗଡ଼ିଗଲା l କେତେ ଭାବୁଛି ସେ ପୁଅ ପାଇଁ ହେଲେ ପୁଅ ତା ପାଇଁ କ'ଣ କରିଛି ? ଖାଇବାକୁ ଗଣ୍ଡେ ଦେଇ ପାରିଲା ନି ବୋଲି ଭିକ ମାଗି ଆଜି ବଂଚିଛି l ଏମିତି ଅନେକ ଦିନ ବିତିଗଲା l ଏବେ କରୋନା ର ପ୍ରକୋପ ବି ଟିକେ କାମିଲାଣି l ଲୋକେ ପୁଣି ବାହାଘର, ବ୍ରତ ଘର କଲେଣି ସେ ମନ୍ଦିର ପ୍ରାଙ୍ଗଣରେ l ବୁଢା ସେମିତି ସେ ଗଛ ମୂଳ ରେ ପଡିଛି l ଯେ ଦୟା କରି ଗଣ୍ଡେ ଦେଲା ଖାଉଛି ନ ହେଲେ ଓପାସ ରହୁଛି l ସେଦିନ ଏମିତି ଗୋଟେ ବାହାଘର ଚାଲିଥାଏ l ବୁଢା ଗଛ ଆଢୁଆଳେ ଥାଇ ଦେଖିଲା ତାର ନିଜ ପୁଅ ବୋହୂ କୁ l ଏ କ'ଣ ତା ନାତି ବାହାଘର ହେଉଛି l ସବୁ ବନ୍ଧୁ ପରିଜନ କୁ ଡାକିଛି l ଯଦି ପୁଅ ବୋହୂ ଦେଖିଦେଲେ ତ କଥା ସରିଗଲା l ସେଥିପାଇଁ ବୁଢା ଲୁଚି ରହି ନାତୁଣୀ ବୋହୂ କୁ ଟିକେ କଣେଇ କଣେଇ ଦେଖୁଥିଲl l ଭୟ ର ଖାଇବାକୁ ବି ମାଗିଲାନି l ସେ ଗଛ ମୂଳ ରେ ସେମିତି ବସି ଭାବୁଥାଏ l ମୁଁ କେଡେ ହତଭାଗା ଟା l ନାତୁଣୀ ବୋହୂ କୁ କିଛି ଦେଇପାରିଲିନି l ଦୁଇଦିନ ହେଲା କିଛି ଖାଇନି l

ପେଟ ଭୋକ ବିକଳ ରେ ପୋଡି ଯାଉଛି l ଠିକ ଏତିକି ବେଳେ ନାତୁଣୀ ବୋହୂ ନିଜ ସାଙ୍ଗ ସହିତ ଫୋଟୋ ନେବାପାଇଁ ସେଇ ଗଛ ମୂଳ କୁ ଆସିଲା l ସାନିଆ ଅଜା ର ଏ ଅବସ୍ଥା ଦେଖି ସହି ପାରିଲା ନି l ନିଜେ ଯାଇ କିଛି ଖାଦ୍ୟ ଆଣି ଖାଇବାକୁ ଦେଲା l ସାନିଆ ଅଜା ବହେ ଆଶ୍ରିବାଦ ଦେଲା l ସେ କହିଲା ଅଜା ତୁମର ନିଜର କେହି ନାହାନ୍ତି କି ? ତୁମେ ଭୋକ ଶୋଷ ରେ ଏମିତି ଏ ଗଛ ମୂଳ ରେ ପଡିଛ l

ବୁଢା ଆଖି ଓଦା ହୋଇଗଲା ତା କଥା ରେ l କହିଲା ଏ ଦୁନିଆ ରେ ସ୍ୱାର୍ଥ ସରିଗଲେ ସଭିଏଁ ପର ହୋଇଯାନ୍ତି ରେ ମା l ସେଥିପାଇଁ ମୋର କେହି ନାହାନ୍ତି l ହେଲେ ତୋ ଭଳିଆ ବୋହୂ ପାଇ ସେ ଶାଶୁ ଶଶୁର ଧନ୍ୟ ହୋଇଯିବେ l ତୁ ସାକ୍ଷ୍ୟାତ ଲଷ୍ମୀଟେ l ଏତିକି କହିଵା ପରେ ବୁଢା ସହିତ ଏକ ଫୋଟୋ ନେଲା l କହିଲା ଜାଣିଛ ମୋ ଅଜା ମୋତେ ବହୁତ ଭଲ ପାଉଥିଲେ l ହେଲେ ମୋ ବାହାଘର ପର୍ଯ୍ୟନ୍ତ ବଞ୍ଚି ରହିଲେ ନି l ତେଣୁ ମୋତେ ବହୁତ ଖରାପ ଲାଗୁଥିଲା l କେତେ ଖୁସି ରେ ତାଙ୍କ ସହିତ ଫୋଟୋ ନେଇଥାନ୍ତି l ହେଲେ ଭଗବାନ ତୁମକୁ ପଠେଇ ଦେଲେ l ସେଥିପାଇଁ ମୁଁ ତୁମ ସାଥିରେ ଫୋଟୋ ଟେ ନେବି କହି ଏକ ସେଲଫି ନେଲା ସାନିଆ ବୁଢା ର l ଏମିତି କିଛି ଦିନ ବିତିଗଲା l ଦିନେ ସେ ମନ୍ଦିର କୁ ଆସିଥିଲା ସ୍ୱାମୀ ସହିତ l ସେଦିନ ସେ ସାନିଆ ଅଜା କୁ ପୁଣି ଖୋଜିଲା l ହେଲେ ସେ ଆଉ ସେଠି ନ ଥିଲେ l ପୂଜାରୀ ଓ ଅନ୍ୟ ମାନଙ୍କୁ ତାଙ୍କ ଫୋଟୋ ଦେଖେଇ ପଚାରିଲା l ହେଲେ ସମସ୍ତେ କହିଲେ ବୁଢା ଦୁଇଦିନ ଆଗରୁ ମରି ଯାଇଛି l ତା ନିଜ ଲୋକ କେହି ନ ଆସିବାରୁ ମନ୍ଦିର କମିଟି ସମସ୍ତେ ବୁଢାର ଦାହ ସଂସ୍କାର କଲେ l ସ୍ୱାମୀ ବିରକ୍ତ ହୋଇ ତା କଥା ରେ କହିଲେ ସେ ଅଚିନ୍ହା ବୁଢା ପାଇଁ କେତେ ଚିନ୍ତା କରୁଛ l କିନ୍ତୁ ସେ କହିଲେ ସେ ଅଚିନ୍ହା ହୋଇଥିଲେ ବି କାହାର ବାପ କି କାହାର ଅଜା ହୋଇଥିବେ l ସେଦିନ ମୋତେ ବହୁତ ସ୍ନେହ ରେ ଆର୍ଶୀବାଦ କଲେ l କହି ସାନିଆ ଅଜା ର ଫୋଟୋ ନିଜ ମୋବlଇଲ ରୁ ଦେଖେଇଦେଲା ସ୍ୱାମୀ ଙ୍କୁ l କିନ୍ତୁ ଏ କଣ ଏ ତ ତା ନିଜ ଅଜା l ଲଜ୍ୟା ରେ କିଛି କହିଲାନି ସ୍ତ୍ରୀ କୁ l ଚୁପ ଚାପ ଚାଲିଗଲା ଘରକୁ I



Rate this content
Log in

Similar oriya story from Tragedy