Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଭୋକ ବାଘ

ଭୋକ ବାଘ

2 mins
4



ଗୋଟେ ଦିନ ଅଫିସରେ ଥିଲା ବେଳେ କାଳବୈଶାଖି ହେଲା. ସମସ୍ତେ କିଛି ଖାଇବା ପିଇବା କରିବା ପ୍ରସ୍ତାବରେ ରାଜି ହୋଇ ବୁଢା ପିଅନ ରାଜୁକୁ ପଚାରିଲେ ତ ସେ ରାଜି. ଏଇ କଥାତ ବାବୁ, କେତେ କେତେ ସାହେବ ହାକିମମାନଙ୍କୁ ରାଜୁର ଏ ହାତ କେତେ ସୁସ୍ୱାଦୁ ଖାଦ୍ୟ କରି ପରଷି ଦେଇଛି ଆଉ ଆଜି ସେ ହାତ ଏଇ ପକଡି, ବରା, ଆଳୁଚପ ଦିଇଟା ସହ ମଟର ଘୁଗୁନି ଟିକେ କଣ କରିପାରିବ ନାହିଁ?

  ସମସ୍ତେ ଖୁସି ହୋଇଗଲେ. ହାକିମ, କିରାଣୀ ପିଅନର ଭାବ ଭେଦ ଭୁଲି ଲାଗିପଡିଲେ. ବୁଢାଲୋକ ରାଜୁ ମଉସାଙ୍କୁ ଏବେ ଭଲ ଦେଖା ଯାଉନି. ଏକା ଏକା ଏତେ ସବୁ ତାଙ୍କ ଉପରେ ଛାଡ଼ିଦେବା ଅନୁଚିତ ଭାବି ସମସ୍ତେ ଲାଗିପଡିଲେ. କିଏ ପିଆଜ କାଟିଦେଲେ ତ କିଏ ସିଝା ଆଳୁରୁ ଚୋପା ଛାଡେଇଦେଲେ. କାଳବୈଶାଖି ତା ବାଟରେ. ଏ ଗରମରେ ତେଲଭାଜି ବହୁତ ଦିନ ହେଲା ପାଟିରେ ବାଜିନି. ଘରେ ମାଆ, ଭାଉଜ, ଭଉଣୀ ଏମିତିକି ସ୍ତ୍ରୀମାନଙ୍କର ବାରଣ ଅଂଶୁଘାତ ହୋଇଯିବ କାଳେ!

  ସବୁ ରେଡ୍ଡୀ. ସମସ୍ତେ ଗୋଲ ଟେବୁଲ ଚାରିପଟେ ବସିଗଲେ. ହାକିମ ଏକଦମ ପିଲାଲୋକ.ପିଜି ସରୁ ସରୁ ପାଇଯାଇଛନ୍ତି କମ୍ପିଟିଟିଭ. ତ ଅଶୋକ ସମ୍ଭାଳି ନପାରି ଆଳୁଚପଟିକୁ ଦୁଇଭାଗ କରି ଭାଗେ ପାଟିରେ ପୁରେଇ ଆରଫାଳକୁ ଚାହିଁ ଚମକି ପଡିଲେ. ଅହଃ ଅହଃ ହୋଇ ଥୁ ଥୁ କରି କାଢିପକେଇ ବେସିନ ଉପରେ ହାମୁଡ଼େଇ ପଡିବା ଦେଖି ସମସ୍ତେ ଉଠି ଆସି ଦେଖିଲେ ସଦ୍ୟ ତେଲୁଗୁଣିଟା ଛାଣି ହୋଇ ଲେପଟେଇ ଲାଗିରହିଛି ଗୋଟେ ଫାଳେ. ଦଉଡି ଆସିଲା ରାଜୁ. ବାହାରେ ଛୁଆ ଦିଇଟା ମାଗୁଥିଲେ ବାବୁ କିଛି ମିଳିବ. ବାବୁମାନେ ଉଠିଯାଇଥିଲେ ଖାଦ୍ୟଥାଳି ଛାଡ଼ି. ରାଜୁ ମୁଣ୍ଡରେ ହାତ ଦେଇ ବସିପଡିବା ପୂର୍ବରୁ ଛୁଆ ଦିଇଟା ଡାକ ପକାଉଥିଲେ ଭାରି ଭୋକ.. କିଛି ଦେବ ବାବୁ?

  ରାଜୁ ବାହାରକୁ ଗଲା. ଛୁଆ ଦୁଇଟାଙ୍କୁ ଚାହିଁଲା. ସବୁ ସତ କଥା କହି ପଚାରିଲା ତାକୁ ଖାଇ ତୁମର ଯଦି କିଛି ହୋଇଯାଏ? କଣ ଆଉ ହେବ ମଉସା. ଏମିତି ଭୋକ ଦାଉରେ ସବୁଦିନ ମରିବା ଅପେକ୍ଷା ଦିନେ ମରିଯିବା ବରଂ ଭଲ କହି ପ୍ଲେଟ ପରେ ପ୍ଲେଟ ଉଠାଇ ନେଇ ଖାଇ ପୁଣି ଝୋଲା ମୁଣୀରେ ଭରୁଥିଲେ ସେମାନେ.ତା ପରଦିନ ଅଫିସରେ ଗୁମସୁମ ପରିସ୍ଥିତି. ରାଜୁ ମଉସା ନୀରବତା ଭାଙ୍ଗି ପଚାରୁଥିଲେ ଆଜିର ଖବର କାଗଜରେ କିଛି ଅପ୍ରିତିକର ପରିସ୍ଥିତିରେ ପଡି ବା ବିଷାକ୍ତ ଖାଦ୍ୟ ଖାଇ କେହି ମୃତ୍ୟୁ ମୁଖରେ ପଡିବା ଖବର ବାହାରିନି ତ ବାବୁ? ଅଶୋକ କହୁଥିଲେକି ଆମେ ତ କେହି ଖାଇନୁ. ପ୍ରଭୁଙ୍କ ଦୟାରୁ ପ୍ରଥମ ଆଳୁଚପ, ପୁଣି ମୋ ହାବୁଡ଼ରେ ପଡି ସତ ଜାଣିଗଲା ପରେ ଆମେ କଣ କେହି ଖାଇଛୁ ଯେ ବିଷାକ୍ତ ଖାଦ୍ୟ ଖାଇ ମରିବା ଖବର ବାହାରିଥାନ୍ତା!ଏତିକି ବେଳେ ବାହାରେ ସେଇ ଦୁଇ ଛୁଆ ଡାକୁଥିଲେ ବାବୁ ଆଜି କିଛି ମିଳିବ. ହସିଲେ ରାଜୁ କହିଲେ ନାହିଁ ନାହିଁ କେହି ମରିନାହାଁନ୍ତି କହି ପିଲାଦିଇଟିଙ୍କ ପାଖକୁ ଆଗେଇ ଗଲାବେଳେ ପଛରୁ କେହି କହୁଥିଲେକି ବୁଢା ଲୋକ. ଏକରେ ଦିଶୁନି ପୁଣି ଅବସର ପାଖେଇ ଗଲାଣି ତ ମୁଣ୍ଡ କାମ କରୁନି. ରାଜୁ ମଉସା କିନ୍ତୁ ପିଲା ଦୁହିଁଙ୍କ ଦେହ ମୁଣ୍ଡ ଆଉଁସି ପଚାରୁଥିଲେ ତୁମର କାହାର କିଛି ହୋଇନିତ?


Rate this content
Log in

Similar oriya story from Tragedy