Ghanashyam Biswal

Tragedy

2  

Ghanashyam Biswal

Tragedy

ଭୋକ (ଅଣୁଗଳ୍ପ )

ଭୋକ (ଅଣୁଗଳ୍ପ )

1 min
203


ସରୋଜ ବାବୁ ଜଣେ ଅବସର ପ୍ରାପ୍ତ ସରକାରୀ ଶିକ୍ଷକ l ତାଙ୍କର ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଲିଳିମା ଦେବୀ ଓ ତାଙ୍କର ଏକମାତ୍ର ପୁଅ ଟୁକୁନା l ଜୀବନରେ ବହୁତ ସଂଘର୍ଷ କରି ଆଜି ସେ ବୟସର ଅପରାହ୍ନରେ ପାଦ ଦେଇଛନ୍ତି l

ବହୁତ ଖୋଜାଖୋଜି କରିଲା ପରେ ତାଙ୍କ ପୁଅ ଟୁକୁନା ପାଇଁ ଏକ ସୁଯୋଗ୍ୟ ବୋହୁ ଠିକ କରିଛନ୍ତି l ଆଜି ତାଙ୍କ ଘର ପୁରା ଉତ୍ସବ ମୁଖର l ବରଯାତ୍ରୀ ଦଳ ବି ବାହାରି ଗଲେଣି l ସରୋଜ ବାବୁଙ୍କ ଖୁସି କହିଲେ ନ ସରେ l


ଆରେ ଏ କ'ଣ? ବରଯାତ୍ରୀ ଦଳର ଲୋକମାନେ ପୁରା ପେଟେ ମଦ ପିଇଦେଇ ପୁରା ମାତାଲ l କନ୍ୟାଘର ପଟୁ କେତେ କଷ୍ଟରେ ଯୋଗାଡ଼ କରି ତାଙ୍କ ପାଇଁ ବରା, ସିଙ୍ଗଡ଼ା, ମିଠା ଦେଇ ସ୍ୱାଗତ କରୁଛନ୍ତି l ହେଲେ ଏମାନେ ତ ସବୁ ଆଣି ଏଣେ ତେଣେ ଖାଲି ଫୋପାଡ଼ି ଦେଉଛନ୍ତି l

ଏ ବରା, ଗୁଗୁନି କିଏ ଖାଇବ ମ? ଆମକୁ ଖାଲି ଖସି ମାଂସ ଦରକାର l ହଁ l ନହେଲେ କିଛି ନ ଖାଇ ସେମିତି ଚାଲିଯିବୁ l


ଦୃଶ୍ୟ -ଦୁଇ

ଆରେ ଉଠରେ, ଶୀଘ୍ର ଉଠ l ବରଯାତ୍ରୀ ଦଳ ଖାଇ ସାରିବେଣି l ଉଠ ଶୀଘ୍ର ଉଠ l ଡେରି କଲେ ସବୁ ଖାଦ୍ୟ କୁକୁର ଖାଇଯିବେ l ଆମ ବେଳକୁ ଆଉ କିଛି ବାକି ନ ଥିବ l


ଏମିତି ଜୋର ପାଟିରେ କହୁଛି ଫୁଟାଫତରେ ଶୋଇଥିବା ମାଆ ତା ଭୋକିଲା ଛୁଆ ମାନଙ୍କୁ l


Rate this content
Log in

Similar oriya story from Tragedy