Bikesh Sahu

Tragedy

2.5  

Bikesh Sahu

Tragedy

ଭିତ୍ତିହୀନ ରାଜବାଟୀ

ଭିତ୍ତିହୀନ ରାଜବାଟୀ

8 mins
7.5K


 ସମୟର ଦୌଡରେ ରାତି ୧୦ଟା ହେବାକୁ ମିନିଟ କଣ୍ଟାକୁ ବଢିବାକୁ ଥାଏ ଆହୁରି ଦଶପାଦ। ବାହାରେ ଝଡି ବର୍ଷା ଲାଗିରହିଥାଏ ଘଡ଼ଘଡ଼ି ଶବ୍ଦରେ ରାତିର ପ୍ରଥମ ପହର ପ୍ରକମ୍ପିତ ହୋଇ ଉଠୁଥାଏ। ଚାରିଆଡେ ଘଞ୍ଚ ଅନ୍ଧକାର ।ଗାଁର ନିରୀହ ମଣିଷ ଗୁଡାକ ଶୋଇପଡିଥାନ୍ତି । ବିଜୁଳି ମଧ୍ୟ ନ ଥାଏ । ଘରଟା ଭିତରେ ଅନ୍ଧାରର ରାଜୁତି ।ଟେବୁଲ ଉପରେ ଜଳୁଥିବା ମହମବତୀଟିର ଆୟୁ ପୁରିବାକୁ ମାତ୍ର ଆଉ କେଇଟା ମିନିଟ ବାକି ଅଛି । ହଠାତ ଏତିକି ବେଳେ ଏକ ଆଲାରାମ୍ ବାଜିଲା ପରି ମୋବାଇଲ ରିଂ ହେଲା । ମୁଁ ବିଛଣାରୁ ଉଠିପଡି ଟେବୁଲ ଉପରୁ ଫୋନଟା କାଢ଼ିଦେଖିଲି ଏକ ଅଜଣା ନମ୍ବରୁ ଫୋନ ଆସିଛି । ଫୋନଟା ଉଠେଇଲି ।

ହେଲୋ ....କିଏ କହୁଛନ୍ତି? ଅତି ଧୀର କଣ୍ଠରେ ମୁଁ କହିଲି। ଉତ୍ତର ଆସିଲା ତୁମର ଜଣେ ସାଙ୍ଗ ।ତାର ପରେ ମୁଁ ଯାହା ଶୁଣି ବାକୁ ପାଇଲି ପୁରାପୁରି ମୁଁ ନିସ୍ତବ୍ଧ ଓ ନିର୍ବାକ ହୋଇ ରହିଗଲି । ମୁଁ ବିଶ୍ୱାସ କରିପାରିଲି ନି ସେଇସବୁ।ସତେକି ସେସବୁ ମୋ ପାଇଁ ଗୋଟେ ଅବାନ୍ତର ସ୍ୱପ୍ନ ପରି ଲାଗିଲା। କିଛି ସମୟ ମୁଁ ନିର୍ବାକ ହୋଇ ଗଲି ।

ହେଲୋ ...ହେଲୋ..ହେଲୋ...କହି ବନ୍ଧୁ ଜଣକ ଫୋନଟା କାଟିଦେଲେ । ଫୋନ ଆସିବା ପରଠୁ ରାତି ସାରା ମୋତେ ଆଉ ନିଦ ହେଲା ନାହିଁ । ମନରେ ଅନେକ ଆଶଙ୍କା ଉଙ୍କିମାରେ.. ସବୁବେଳେ ସେଇ ଗୋଟିଏ କଥା ମୋତେ ବ୍ୟତିବ୍ୟସ୍ତ ଓ ଅସ୍ଥିର କରି ପକାଉଥାଏ ।ଅନେକ କିଛି କାରଣ ଖୋଜେ ହେଲେ ବୁଝିପାରେନି ଏତେବଡ଼ ଘଟଣା କେମିତି ଯେ ଘଟିଗଲା ।ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଖୋଜୁଖୋଜୁ ରାତି ପାହିଗଲା । ଟେବୁଲ ଉପରେ ଥୁଆହୋଇଥିବା ଆଲରାମ ବେଲଟି ସକାଳ ୫ଟା ହେବାର ସୂଚନା ଦେଇ ବାଜିବାରେ ଲାଗିଲା । ହୃଦୟର କୋହ ସବୁ ଆଖି ଲୁହ ହୋଇ ବୋହି ଯିବାକୁ ବିଦ୍ରୋହ ଆରମ୍ଭ କରିଦେଇଥାନ୍ତି ।ବିଛଣାରୁ ଉଠିପଡି ନିତ୍ୟକର୍ମ ସାରି ସଂଗେ ସଂଗେ ବାହାରିପଡିଲି ସାଇକେଲଟାକୁ ଧରି ବସ ଷ୍ଟେସନ ଆଡକୁ ।ମନ ଭିତରେ କେତେଯେ ସେଇ ଅତୀତର ସ୍ମୃତି ସବୁ ଆକାଶର ମେଘ ପରି ଭାସିଆସି ଶ୍ରାବଣ ହୋଇ ଦୁଇ ଆଖିରେ ଝରିଯାଉଥାନ୍ତି ।ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଅଟକାଇ ପାରୁନଥାଏ ।ତାଙ୍କ ସହ ବିତା ପ୍ରତିଟି ମୁହୂର୍ତ୍ତ ଆଜି ଜଳ ଜଳ ହୋଇ ମୋ ଆଖି ସାମ୍ନାରେ ଭାସି ଯାଉଥାଏ ।ତାଙ୍କ ସହ ମୋର ପ୍ରଥମ ପରିଚୟ ,କଲେଜର ସେଇ ପ୍ରଥମ ଦିନ ସାଥି ହୋଇ ଫେରିବା ସତରେ ହୃଦୟକୁ ବ୍ୟତିବ୍ୟସ୍ତ କରିପକାଉଥାଏ ।କେତେଯେ ହସଖୁସିରେ କାଟିଯାଉଥିଲା ଆମେ ପ୍ରତିଟି ଦିନ । ଆଜି ଭାବିଦେଲେ ହୃଦୟଟା ଥରିଉଠୁଥାଏ ।ରାତିର ସ୍ୱଳ୍ପ ବର୍ଷାରେ ରାସ୍ତାଟା କାଦୁଅ ସରସର ହୋଇ ଯାଇଥାଏ ।ସେଇ ସବୁକୁ ତିଳେ ହେଲେ ଖାତିର ନ ଥାଏ । ଶୀଘ୍ର ଶୀଘ୍ର ଯାଇ ବସଷ୍ଟାଣ୍ଡରେ ପହଞ୍ଚି ଗଲି ।ସାଇକେଲଟାକୁ ରସିକ ନନାଙ୍କ ଚା ଦୋକାନରେ ରଖିଦେଇଲି ।ନାନା ବୋଧେ ବରାଛାଣିବାରେ ବ୍ୟସ୍ତ ଥାନ୍ତି ।

             ସମୟ ପ୍ରାୟ ୭ଟା ହୋଇ ସାରିଥାଏ । ବସ ଷ୍ଟାଣ୍ଡ ରେ ଲୋକ ମାନଙ୍କର ସେତେଟା ଗହଳ ଚହଳ ହୋଇ ନ ଥିଲା କହିଲେ ଚଳେ ।ବସର ଛାଡିବା ସମୟ ହୋଇସାରିଥାଏ ମୁଁ ଯାଇ ଖଡ଼ିଆଳ ଯିବା ବସରେ ଯାଇ ବସି ପଡ଼ିଲି ।ସାଧାରଣତଃ ବସଟା ସେତେ ଭିଡ଼ ନ ଥିଲା କହିବା ଠିକ ହେବ ।ସେମିତି କିଛି ସମୟ ଗଲା ପରେ ବସ ଖଡିଆଳ ଅଭିମୁଖେ ଧୀରେ ଧୀରେ ଗତି ଆରମ୍ଭ କରିଦେଲା । ବସର ଗତି ସାଥିରେ ମୋ ହୃଦୟ ଭିତରେ ଅନେକ ଗୁଡିଏ ଅବାନ୍ତର ପ୍ରଶ୍ନର ଭିଡ଼ । ତଥାପି ବିଶ୍ୱାସ କରିପାରୁନଥାଏ ମୁଁ ଘଟଣାଟିକୁ ସତରେ ଏମିତି ଅବିଶ୍ଵାସନୀୟ ଘଟଣାର ନିର୍ଯ୍ୟାସ କେଉଁଠି??...।କେବେ ତ ସେ ସେମିତି ନ ଥିଲେ ସବୁବେଳେ ହସଖୁସି ତାଙ୍କ ମୁହଁରେ ଲାଗିରହିଥିଲା ।ଆଜି ପୁଣି ଏତେବଡ଼ ଘଟଣା ଘଟିଲା କେମିତି ? ଏଇ ଗୋଟିଏ ପ୍ରଶ୍ନ ବାରମ୍ବାର ମୋତେ ମର୍ମାହତ କରିପକାଉଥିଲା । ଆମ +୩ ପାଠ ଆରମ୍ଭରୁ ମୁଁ ତାକୁ ଜାଣିଛି ।ପ୍ରଥମ ଦିନ କଲେଜ ସାରିବା ପରେ ଆମ ପ୍ରଥମ ସାକ୍ଷାତକାର ।ସେଇଦିନ ହିଁ ତାଙ୍କସହ ମୋର ପ୍ରଥମ ପରିଚୟ ଆଉ ସେଇ ଦିନଠୁ ଆଜିକୁ ଦୁଇ ବର୍ଷ ହୋଇଗଲାଣି ଆମ ବନ୍ଧୁତାକୁ ହେଲେ ମୁଁ କଣ ତାକୁ ଏ ଯାଏଁ ବୁଝିବାରେ ଭୁଲ କରିଦେଇଛି ??କେମିତି ବା ନିଜକୁ ବୁଝେଇ ବି ଆଉ ବୁଝେଇ ବି ବା କେଉଁ କଥାକୁ ଭିତ୍ତିକରି..?ପୁଣି ମନଟାକୁ ଟିକିଏ ଆସ୍ୱସ୍ତି ଦେବାକୁ ମନକୁ ବୁଝାଇ ନିଏ, ନା ସେମିତି କେବେ ହୋଇପାରେ ନା ସେ କେବେ ହେଲେ ସେମିତି କରିବେ ନି ...ନା...ନା..।କିନ୍ତୁ ଭାବିଲେ ମୋ ହୃଦୟ ଥରି ଉଠେ କେମିତି ଯେ ସେ ଏତେ ବଡ଼ ନିଷ୍ପତ୍ତି ନେଇଗଲେ ମୁଁ ବୁଝି ପାରୁନ ଥାଏ । ଏଇ ଦୁଇ ବର୍ଷ ଭିତରେ ଆମେ ଏତେ ଘନିଷ୍ଟ ହୋଇଯାଇ ଥିଲେ ଯେ କେହି କାହାରିକୁ ଦିନେ ନ ଦେଖିଲେ ରହିପାରୁ ନ ଥିଲୁ । ଗୋଟିଏ ଥାଳିରେ ଖାଇବାଠୁ ଆରମ୍ଭ କରି ଯିବା ଆସିବା ବୁଲିବା ପ୍ରତିଟି ସମୟରେ ପ୍ରାୟ ଆମେ ସାଥି ହୋଇ ସବୁ କାମ କରୁଥିଲୁ ଏପରିକି କ୍ଲାସରେ ଏକାଠି ହୋଇ ବସୁଥିଲୁ କହିବାକୁ ଗଲେ ଦୁଇଟି ଶରୀର କିନ୍ତୁ ଆମ ଆତ୍ମା ଗୋଟିଏ । ଏଇ ଦୁଇ ବର୍ଷ କଲେଜ ଜୀବନରେ କେବେ ଆମ ଭିତରେ ମନାନ୍ତର ତ ଦୂରର କଥା ସ୍ୱପ୍ନରେ ସୁଦ୍ଧା ଆମେ ଭାବିବା ଅସମ୍ଭବ ଆଉ ନା କେବେ ଆମ ଭିତରେ ତାହା ହୋଇଥାନ୍ତା ମଧ୍ୟ । ଗତକାଲି ବି ସେ ମୋତେ ବସ ଷ୍ଟେସନରେ ଛାଡିଦେଇ ଘରକୁ ଯାଉଥିଲେ ହେଲେ କାହିଁକି ଯେ ସେ ଏତେ ବଡ଼ ନିଷ୍ପତି ନେଇଗଲେ ଏ ଯାଏଁ ମୋ ପାଇଁ ବଡ ପ୍ରଶ୍ନବାଚୀ ।ମୋ ଜାଣିବାରେ ବିନୋଦ ତ କେବେ ସେମିତି ନ ଥିଲେ । ମୁକ୍ତ ବିହଙ୍ଗ ପରି ସେ ସବୁବେଳେ ଶାନ୍ତ ସ୍ୱଭାବର,କେବେ କୋଉ ପିଲା ସହ ମାଡ଼ପିଟ କି ଗଣ୍ଡଗୋଳ କରିବା ତ ଦୂରର କଥା ସେ ଭଲରେ କାହାସହ ସେତେ କଥା ବି ହେଉନଥିଲେ । ଏମିତିକି କୋଉ ଝିଅ ସହ ବି ସେ ସେତେଟା କଥାବାର୍ତ୍ତା ହେବା ମୁଁ ଦେଖି ନ ଥିଲି । ସବୁବେଳେ ଉଦାର ସ୍ଵଭାବର ପିଲାଟିଏ ସେ । ଯେତେ ଯାହା ହୋଇଯଉନା କାହିଁକି ସେ କେବେ ବି ଭୁଲ ରାସ୍ତାରେ ଯାଇ ନ ଥିଲେ ।ଏଇ ଦୃଢ଼ ବିଶ୍ୱାସ ମୋର ତାଙ୍କ ପ୍ରତି ଅଛି ଓ ରହିଥିବ ମଧ୍ୟ । ଏମିତିକି ସେ ମୋତେ ବି ଏଇ ସବୁରୁ ଦୂରେ ରହିବାକୁ କହୁଥିଲେ । ଶେଷକୁ ଆଜି ଏଇ ଘଟଣା । ମୋ ମନ ଜମାରୁ ମାନୁ ନ ଥାଏ ବିନୋଦ ଏମିତି କାମ କରିଥିବେ ବୋଲି । କିନ୍ତୁ ଏଇସବୁ ବିଷୟ ମୁଁ କିଛି ବୁଝିପାରୁ ନ ଥାଏ । ଏହା ପଛରେ କଣ କାରଣ ରହିଛି ସେକଥା ଏ ଯାଏଁ ମୁଁ ଭାବି ପାରୁ ନ ଥାଏ ।ଏମିତି ଅନେକ କିଛି ଭାବନା ଭିତରେ ନିଜକୁ ଛାନ୍ଦୁ ଛାନ୍ଦୁ କେତେବେଲେ ଯେ ବସଟି ଖଡ଼ିଆଳ ପହଞ୍ଚି ସାରିଥାଏ ମୁଁ ଜାଣି ପାରିଲିନି । ସିଟରୁ ଉଠି ପଡି ଗାଡି ରଖିବାକୁ କହି ଥାନା ଛକ ପାଖରେ ବସରୁ ଓହ୍ଲେଇ ପଡି ମୁଁ ଶୀଘ୍ର ଶୀଘ୍ର ହସ୍ପିଟାଲ ଆଡକୁ ପଦ ବଢାଇଲି କିଛି ସମୟ ପରେ ଆସିଗଲାପରେ ମୁଁ ଆସି ପହଂଚି ଗଲି ହସ୍ପିଟାଲ ପ୍ରାଙ୍ଗଣକୁ । ସବୁକିଛି ମୋତେ ଯେପରି ଏକ ଦୁଃସ୍ୱପ୍ନ ପରି ମୋତେ ମନେ ହେଉଥାଏ । ସବୁ ଆଡେ ସୁନ ସାନ ଲାଗୁଥାଏ ସମଗ୍ର ହସ୍ପିଟାଲ । ଆସି ହସ୍ପିଟାଲ ସାମନାରେ ଛିଡ଼ାହୋଇ ଥିବାର ଦେଖି ମୋତେ ଫୋନ କରିଥିବା ବନ୍ଧୁ ଜଣକ ମୋତେ ଦେଖି ପାରି ମୋ ପାଖକୁ ଆସିଲେ । ତାଙ୍କ ଆଖି ମଧ୍ୟ ଲୁହରେ ଟଳମଳ ହେଉଥାଏ ସତେକି ହୃଦୟର କୋହ ରୂପି ଜଳରେରେ ପରିପୂର୍ଣ୍ଣ ନଈଟି ଧର୍ଯ୍ୟବନ୍ଧ ଭାଙ୍ଗିବା ପାଇଁ ପ୍ରଚେଷ୍ଟା ଚଲାଉଛି । ମୋର ମଧ୍ୟ ଠିକ ସେଇ ଅବସ୍ଥା । ତଥାପି ମୁଁ ଧର୍ଯ୍ୟ ହରା ନ ହୋଇ ଭିତରକୁ ପ୍ରବେଶ କଲି । ଆଇ. ସି .ଇଉ ରେ ଡାକ୍ତର ଚିକିତ୍ସା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଏ ଯାଏଁ ମୁଁ କିଛି ବୁଝି ପାରୁନ ଥାଏ ଘଟଣା ଟି କ'ଣ ....? ସବୁକିଛି ମୋତେ ବ୍ୟତିବ୍ୟସ୍ତ କରି ପକାଉଥାଏ । ସତେକି ଏ ସବୁ ଗୋଟେ ଅବାନ୍ତର ଦୁଃସ୍ବପ୍ନ ବୋଲି ମନେ ହୁଏ । ଯାହା ସବୁ ମୋ ବୁଝିବାର ସମ୍ପୂର୍ଣ୍ଣ ବାହାରେ ।

         କିଛି ସମୟ ନିସ୍ତବ୍ଧ ହୋଇ ବସିପଡିଲି । ଅନେକ କିଛି ଭାବି ବସେ ତା ସାଥିରେ ଆଖିରୁ ଅଦିନିଆ ଶ୍ରାବଣ ପରି ଲୁହ ସବୁ ଝରିଯାଉଥାଏ ।ଉପସ୍ଥିତ ବନ୍ଧୁ ଜଣଙ୍କୁ ପାଖକୁ ଡାକିଲି । ସେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି ।ତାଙ୍କୁ ପାଖରେ ବସାଇ କାନ୍ଧରେ ହାତ ରଖି ଘଟଣାର ସତ୍ୟ ଉନ୍ମୋଚନ ପାଇଁ ମୁଁ ତାଙ୍କୁ ଅନୁରୋଧ କଲି ।କିନ୍ତୁ ସେ କିଛି କହୁନ ଥିଲେ । ମୁଁ ଜୋର ଦେଇ ତାଙ୍କୁ କହିବାରୁ ସେ କହିବାକୁ ରାଜି ହୋଇ ଗଲେ ।ତାଙ୍କ ଠାରୁ ସବୁକଥା ଶୁଣିଲା ପରେ ମୁଁ ପ୍ରାଣହୀନ ନିସ୍ତବ୍ଧ ଓ ନିର୍ବାକ ହୋଇଗଲି ।ସତେକି ମୋ ମୁଣ୍ଡରେ ବଜ୍ରପାତ ହେଲା ପରି ଲାଗିଲା ।ମୁଁ ବିଶ୍ୱାସ କରିପାରୁ ନ ଥାଏ ବିନୋଦ ଏପରି କାମ କରିଛନ୍ତି ବୋଲି ।ମୋ ମନ ଜମାରୁ ମାନୁ ନ ଥିଲା।ବୋଧେ ସେଇଥିପାଇଁ ସେ କେତେ ଦିନ ହେବ ଗୁମସୁୁମ ରହୁଥିଲେ ।ଗତ କେତେ ଦିନ ହେବ ତାଙ୍କ ମୁହଁରେ ମୁଁ ସେଇ ପୂର୍ବ ସତେଜତା ଲକ୍ଷ୍ୟ କରିନ ଥିଲି ।କାହିଁକି ଯେ ମୋତେ ସେଇ ଅବାନ୍ତର ପ୍ରଶ୍ନ ସବୁ ପଚାରୁଥିଲେ । ଅନେକ ସମୟରେ କ୍ଲାସ ଛାଡି ଚାଲିଯାଉଥିଲେ । ହେଲେ ମୋତେ ଏ ସବୁ ବିଷୟରେ ସେ କିଛି ବି କହି ନ ଥିଲେ। ଅନେକ ଥର ତାଙ୍କୁ  ଘଣ୍ଟା ଘଣ୍ଟା ମୋବାଇଲରେ କାହାସହ କଥାହେଉଥିବା ବି ଲକ୍ଷ୍ୟ କରିଥିଲି। ଆଉ ସେଇ ଦିନ ବି ସେ ମୋ ସାଥିରେ କେତେ କରୁଣ ସ୍ୱରରେ କଥା ହେଉଥିଲେ ସତେକି ଏ ଆମର ଶେଷ ଦେଖା କିନ୍ତୁ ମୁଁ ସେତେଟା ଧ୍ୟାନ ଦେଇ ନ ଥିଲି । ଆହୁରି କାହା ବାହାଘର ଯିବା କଥା ବି କହୁଥିଲେ ଯୋଉ ଥି ପାଇଁ ଉପହାର କିଣିବାକୁ ମୋତେ ବାଧ୍ୟ କରୁଥିଲେ ହେଲେ ମୁଁ ବସ ଆସିବା ସମୟ ହୋଇଯାଇଥିବାରୁ ଚାଲି ଆସିଥିଲି । କାହିଁକି ଯେ ସେ ଏ ସବୁ ମୋ ଠାରୁ ଲୁଚେଇ ରଖିଲେ ମୁଁ ଜାଣିପାରୁ ନ ଥାଏ । ମନରେ ଅନେକ କଥା ଭାବି ବସେ ।

      ଏମିତି କିଛି ସମୟ ଗଲାପରେ ଆଇ.ସି.ଇଉର କବାଟ ଖୋଲି ଡାକ୍ତର ଆମ ଆଡକୁ ଆସୁଛନ୍ତି । ମୋ ଦେହ ଥରି ଉଠୁଥାଏ । ଡାକ୍ତରଙ୍କ ମୁହଁରେ ଗମ୍ଭିର ଶୋକର ଛାୟା ମୁଁ ଅନୁଭବ କରୁଥାଏ । ହୃଦୟର ସ୍ପନ୍ଦନ ଆହୁରି ଜୋର ହେବାକୁ ଲାଗିଥାଏ । ଶେଷରେ ସେ ମୋ ପାଖକୁ ଆସିଲେ ।

ସା....ର....!! ବିନୋଦ ଙ୍କ ଦେ...ହ ......ଏବେ କେମିତି ଅଛି ।ମୁଁ ପଚାରିଲି ।

କିଛି ସମୟ ନିରବ ରହିବା ପରେ ସେ କିଛି ନ କହି ମୋ କାନ୍ଧ ଉପରେ ଦୁଇଥର ଥାପୁଡ଼େଇ ଦେଇ ଚାଲିଗଲେ । ମୁଁ କିଛି ବୁଝି ପାରୁନଥାଏ । ଘଟଣାଟି କ'ଣ ?ଅନେକ ଗୁଡ଼ିଏ ପ୍ରଶ୍ନ ମୋ ମନକୁ ବ୍ୟତିବ୍ୟସ୍ତ କରିପକାଉଥାଏ । ତଥାପି ଧର୍ଯ୍ୟ ହରା ନ ହୋଇ ବସିପଡିଲି ।

         ମୁଁ ଏ ଯାଏ ବିଶ୍ୱାସ କରିପାରୁନ ଥାଏ ବିନୋଦ ଗୋଟେ ଝିଅ ପାଇଁ ଆଜି ନିଜକୁ ସବୁଦିନ ପାଇଁ ଶେଷ କରିଦେବାକୁ ବସିଛନ୍ତି । +୨ ପଢିବା ସମୟରୁ ସେ ସେଇ ଝିଅକୁ ଭଲ ପାଉଥିଲେ । ହେଲେ ଏ ଯାଏ ସେ ମୋତେ ଏ ବିଷୟରେ କିଛି କହି ନାହାନ୍ତି କାହିଁକି ? ମୁଁ ବୁଝିପାରୁ ନ ଥାଏ । ହୃଦୟରେ ଅଜସ୍ର କୋହ ଚାପି ଉପରେ ଉପରେ କାହିଁକି ସେ ହସିବାର ଅଭିନୟ କରୁଥିଲେ ବିନୋଦ । ହେଲେ କାହିଁକି ? ଏମିତି ଅନେକ ପ୍ରଶ୍ନ ସମୁଦ୍ରର ଜୁଆର ପରି ମାଡି ଆସୁଥାଏ ମୋ ମନ ଉପକୂଳରେ । ଆଜିକୁ ପ୍ରାୟ ୫ବର୍ଷ ହୋଇ ଗଲାଣି ସ୍ୱପ୍ନାକୁ ଭଲ ପାଇବାର । ଆଉ ଏଇ ପାଞ୍ଚ ବର୍ଷ ଭିତରେ ଦୁହେଁ ଦୁହିଁଙ୍କୁ ଜୀବନ ଠୁ ବେଶୀ ଭଲ ପାଇଁ ବସିଥିଲେ ।କେହି କାହା ବିନା ବଞ୍ଚିବା ସମ୍ଭବ ନ ଥିଲା । 

     ଏମିତି ଏକ ମେଘୁଆ ଦିନ ଝିପି ଝିପି ବର୍ଷା ତାରି ସାଥିରେ ବିଜୁଳି ଓ ଘଡଘଡିର ଶବ୍ଦ ,ଚାରି ଆଡ଼େ ଜନାକୀର୍ଣ୍ଣ । ଏତିକି ବେଳେ କଲେଜରୁ ଫେରୁଥାଏ ସ୍ୱପ୍ନା ।ବର୍ଷାରେ ସେ ଓଦା ହୋଇ ଯାଇ ରାସ୍ତା କଡରେ ଥିବା ବରଗଛ ତଳେ ସାଇକେଲକୁ ଥୋଇଦେଇ ଅପେକ୍ଷା କରିଥାଏ ବର୍ଷା ଛାଡିବାର ।ଏତିକି ବେଳେ ବିନୋଦ ବି କଲେଜରୁ ଫେରିଥିଲେ ସେଇଠୁ ଦୁହିଁଙ୍କ ପ୍ରଥମ ଦେଖା ।ସେଇ ଦିନଠାରୁ ଆଜି ଯାଏ ଦୁହିଁଙ୍କ ପ୍ରେମର ପବିତ୍ର ଧାରା ପ୍ରବାହିତ ଦୁହିଁଙ୍କ ହୃଦୟରେ । ହେଲେ ଆଜି ସେଇ ପ୍ରେମର ସ୍ରୋତକୁ ସବୁଦିନ ପାଇଁ ଅଟକାଇ ଦେବାକୁ ବସିଛନ୍ତି ବିନୋଦ । ଯାହାକୁ ହୃଦୟରୁ ଏତେ ଭଲ ପାଉଥିଲେ ଗତକାଲି ସେ ଆଉ କାହାର ହୋଇସାରିଥିବ । ଆଉ ସେଇଥି ପାଇଁ ଆଜି ମୋ ବିନୋଦର ଏଇ ଅବସ୍ଥା । ଭାବିଦେଲେ ଆଖିରୁ ଧାର ଧାର ହୋଇ ବହିଯାଏ ହୃଦୟର କୋହ ସବୁ ଲୁହର ରୂପନେଇ । ଆଖିରୁ ଲୁହ ପୋଛି ଠିଆ ହେଲି ।

          ହଠାତ ବାହାରେ ପାଟିତୁଣ୍ଡ ଶୁଭାଗଲା ତା ସହିତ ଆମ୍ବୁଲାନସ୍ ର ଆବାଜ ।ମୁଁ ଟିକିଏ ଚମକି ପଡି ବାହାରକୁ ଆସିଲି । ଜଣେ ବଧୂ ବେଶରେ ସଜେଇ ହୋଇଥିବା ଝିଅକୁ ଅଣା ହୋଇଥାଏ। ବେଶଭୂଷାରୁ ନବ ବିବାହିତ ଜଣାପଡୁଥାଏ । ମୁଁ ରାସ୍ତା ଛାଡି ଦେଲି । ଡାକ୍ତର ସଂଗେ ସଂଗେ ତାକୁ ଆଇ.ସି.ଇଉ କୁ ନେବାକୁ ଇସାରା ଦେଲେ ।ଝିଅର ମାଆବାପା ସମସ୍ତେ ପରିବାର ବର୍ଗଙ୍କ କ୍ରନ୍ଦନ ଧ୍ଵନି ସମଗ୍ର ହସ୍ପିଟାଲଟାକୁ ଶୋକାକୁଳ କରିଦେଇଥାଏ । କିଛି ସମୟ ଯାଇଛି ହସ୍ପିଟାଲର ଜଣେ କର୍ମଚାରୀ ଆସି ମୋତେ ଖଣ୍ଡେ କାଗଜରେ ଦସ୍ତଖତ ପାଇଁ କହିଲେ । ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିରହିଲି । 

ତାଙ୍କୁ ପଚାରିଲି ଏଇଟା କଣ ପାଇଁ........କି....???

ତାଙ୍କ ଉତ୍ତର ଶୁଣି ମୋ ଚେତା ହଜିଗଲା । ସତେକି ମୋ ମୁଣ୍ଡରେ ବଜ୍ରାଘାତ ହେଲାପରି ମନେହେଲା । ମୁଁ ବୁଝି ପାରୁନ ଥାଏ ।ଶେଷରେ ଜାଣିବାକୁ ପାଇଲି ଡକ୍ଟର କଥା କହିପାରନ୍ତି ନାହିଁ । ମୋ ଆଖିରୁ କେବଳ ଧାର ଧାର ହୋଇ ଲୁହ ସବୁ ଚିର ଶ୍ରୋତା ନଈ ପରି ବୋହିଚାଲିଥାଏ ।

       କିଛି ସମୟ ପରେ ଶୁଣି ବାକୁ ପାଇଲି ସେଇ ଝିଅଟିର ମଧ୍ୟ ମୃତ୍ୟୁ ହୋଇଯାଇଛି ।ଆଉ ସେ ହେଉଛି ସ୍ୱପ୍ନା । ବାପା ମାଙ୍କୁ ବିବାହ କରିବନି ବୋଲି ସେ ବହୁତ ଥର ଅନୁରୋଧ କରିଥିଲା ହେଲେ କେହି ତା କଥା ଶୁଣି ନ ଥିଲେ । ଶେଷକୁ ଆଜି ତାର ଏଇ ଅବସ୍ଥା । ଆଉ କାହାର ହେବା ଆଗରୁ ନିଜକୁ ସବୁଦିନ ପାଇଁ ଶେଷ କରିଦେବାକୁ ଚେଷ୍ଟା କରିଛି ବିବାହ ବେଦିରେ ନ ବସୁଣୁ । ମୁଁ କିଛି ସମୟ ନିର୍ବାକ ହୋଇପଡିଲି । ସତେ କି ସବୁ କିଛି ମୋତେ ଦିବା ସ୍ୱପ୍ନ ମନେ ହେଉଥାଏ ।

     ଲଠକିନା ବସିପଡିଲି ଥୁଆହୋଇଥିବା କାଠ ଚୌକି ଉପରେ ।ସୂର୍ଯ୍ୟ ଦେବତା ମଧ୍ୟ ଅସ୍ତାଚଲ ଗାମୀହେବାକୁ ବସିଥାନ୍ତି ।ତାରି ସାଥିରେ ଅସ୍ତ ହୋଇଗଲା ପବିତ୍ର ପ୍ରେମର ନବ ତରୁଣ ସୂର୍ଯ୍ୟଟିଏ । ଶୁଖିଗଲା ଦୁଇଟି ହୃଦୟରୁ ପ୍ରେମର ଚିରସ୍ରୋତା ନଈ । ବଳି ପଡିଲା ଦୁଇଟି ନିରୀହ ପ୍ରାଣ । ସତରେ ଗୋଟେ ଭିତ୍ତିହୀନ ରାଜବାଟୀ ପରି ଭାଙ୍ଗିଗଲା ଆଜି ଦୁହିଁଙ୍କ ପ୍ରେମ । ଆଉ ବଳି ପଡିଗଲା ଦୁଇଟି ନିରୀହ ଜୀବନ । ଯାହା ଗଢ଼ା ହୋଇଥାଏ କେତେ ଯେ ଅବାସ୍ତବ ରଙ୍ଗବେରଙ୍ଗ ଅଶୁମାରି ସ୍ୱପ୍ନକୁ ନେଇ । ଯାହା କେବେ ଚୀରସ୍ତାଇ ହୋଇପାରେନି ଦୁଇ ଦିନ ପାଇଁ ଘିଅ ମହୁରେ ଭସାଇ ଶେଷକୁ ଆଜୀବନ କେବଳ ଜଳିବାକୁ ହୁଏ ନା ବଞ୍ଚି ହୁଏ ନା ମରିହୁଏ । ସବୁ ସ୍ୱପ୍ନ ଚୁରମର ହୋଇ ଭାଙ୍ଗିଯାଏ......ନେଇ ଚାଳେ ଖାଲି ଆଦିନରେ କେତେଯେ ନିରୀହ ନିଷ୍ପାପ ତରୁଣୀ ତରୁଣଙ୍କ ଜୀବନ..।....ଭାଙ୍ଗି ଦିଏ କେତେ ଯେ ସୁନେଲି ସ୍ୱପ୍ନ ,କାଟିଦିଏ ନୂଆ ନୂଆ ଉଡୁଥିବା ସ୍ୱାଧୀନ ଚଢେଇର ଡେଣା । ଏ ଭିତ୍ତିହୀନ ରାଜବାଟୀ ନୁହେଁ ତ ଆଉ କ'ଣ .......??? ।   ଯାହା କେବେ ଚୀରସ୍ଥାୟୀ ହୋଇ ପାରେନା ଅଦିନରେ ଭାଙ୍ଗିବାଟା ସାର .….......


Rate this content
Log in

Similar oriya story from Tragedy