Bikesh Sahu

Tragedy

3  

Bikesh Sahu

Tragedy

ଅଧାଗଢା ସ୍ଵପ୍ନ

ଅଧାଗଢା ସ୍ଵପ୍ନ

4 mins
7.5K


 ହେଲୋ.. ବୋଉ.. ମୁଁ ରବି କହୁଛି.. କେମିତି ଅଛୁ ବୋଉ..?

ମୁଁ.. ମୁଁ.. ଭଲ ଅଛିରେ ଧନ । ତୁ କେମିତି ଅଛୁ.. ଆଉ ବୋହୂ କେମିତି ଅଛି.. ଦୁହେଁ ଭଲରେ ଅଛ ତ..?

ହଁ ବୋଉ.. ଆମେ ଦୁହେଁ ଭଲରେ ଅଛୁ.. । ତୋ କଥା ବେଶି ମନେପଡ଼ିଲା ତ ସେଇଥି ପାଇଁ ଫୋନ କଲି । ଆଉ କେତେଦିନ ଏକା ସେଇ ଗାଁରେ ପଡି ରହିବୁ କହିଲୁ । ଏତେ ବଡ଼ ଘରଟାରେ ଏକୁଟିଆ ମଣିଷଟା । ଏପଟେ ତୋର ବୟସ ବି ହେଇ ଗଲାଣି, ତୋ କାମଦାମ କରିବାର ସମୟ ତ ଗଲାଣି, କେତେ ଆଉ ସେଇଠି ଏକା ପଡି ରହିଥିବୁ କହିଲୁ । ନିତୁ କହୁଥିଲା ତୋତେ ଏଠାକୁ ନେଇ

ଆସିବାକୁ । ଆମେ ସମସ୍ତେ ଏକାଠି ମିଶି କି ରହିବା । ମୁଁ କାମରେ ଗଲେ ସେ ଏକା ହୋଇ ଯାଉଛି… । ତୁ ଯଦି ଥାଆନ୍ତୁ ଦୁହେଁ କେତେ କଥାବାର୍ତ୍ତା ହୁଅନ୍ତ.. ଏପଟେ ନିତୁକୁ ବି ଏକା ଲାଗନ୍ତାନି… ଏତେବଡ଼ ଘରଟାରେ ସେ ବି ଆଉ ଏକା ହୁଅନ୍ତାନି । ତେଣୁ ଆମେ ଭାବିଛୁ ମୁଁ ଆସନ୍ତା ମାସରେ ଗାଁ କୁ ଯାଇ ତୋତେ ଆମେରିକା ନେଇ ଆସିବି । ହେଲୋ… ହେଲୋ… ବୋଉ ଶୁଣି ପାରୁଛୁ ମୁଁ କଣ କହିଲି…? ହେଲୋ… ହଁ… ହଁ…. ବାବା ନିଶ୍ଚୟ ଯିବି…।

             ବୁଢ଼ୀ ଆଖିରୁ ଧାର ଧାର ହୋଇ କେତେ ଯେ ମମତାର ଅଶ୍ରୁ ଝରିଗଲା । ଆଜି ବି ତା’ପୁଅ ଓ ବୋହୂ ତାକୁ କେତେ ଭଲପାଉଛନ୍ତି ଭାବି ବୁଢ଼ୀର ଖୁସି କହିଲେ ନ ସରେ । ବହୁତ ବର୍ଷ ହୋଇ ଗଲାଣି, ସେ ତା’ପୁଅ ବୋହୂଙ୍କୁ ଦେଖିନି । କେତେ କଣ ଭାବି ପକାଇଲା .. ସବୁ ଦୃଶ୍ୟ ତକ ବୁଢ଼ୀ ଆଖି ଆଗରେ ଜଳଜଳ ହୋଇ ଭାସିଗଲା । ଏପଟେ ଆମେରିକା ପରି ବିକଶିତ ଦେଶ, ନୂଆ ଜାଗା, ନୂଆ ଲୋକ ତା ସାଙ୍ଗ କୁ ଉଡାଯାହାଜ ଚଢିବା କଥା କେତେ କଣ ଭାବି ଯାଉଥାଏ । ବୁଢ଼ୀ ତା’ଜୀବନରେ କେବେ ଉଡାଯାହାଜ ଚଢ଼ିନି । ଏସବୁ କଥା ବୁଢ଼ୀ ମନରେ କେତେ ଯେ ଖୁସି ଭରିଦେଲା…। ଫୋନକୁ କାନରେ ଦେଇ କହିଲା ହେଲୋ… ହେଲୋ… ହେଲେ ଫୋନଟା କଟି ସାରିଥିଲା ସେତେବେଳକୁ । ସେଇ ଦିନଠୁ ବୁଢ଼ୀ ବେଶି ଖୁସି ଜଣା ପଡୁଥିଲା । ତା’ପାଖ ପଡିଶାଙ୍କୁ ଆମେରିକା ଯିବା କଥା କହିଲା ପରେ ସାହି ପଡିଶା ଲୋକମାନେ ମଧ୍ୟ ଖୁସି ହୋଇଗଲେ । ଯାହାହେଉ ଏତେ ଦିନ ପରେ ବୁଢ଼ୀଟା ତା’ପୁଅବୋହୂଙ୍କ ସହିତ ଖୁସିରେ ନିଜ ଅନ୍ତିମ ସମୟତକ ଅତିବାହିତ କରିବ ।

                    ଏହା ଭିତରେ ଅନେକ ଦିନ ବିତିଗଲାଣି… । ବୁଢ଼ୀ ତା’ପୁଅର ବାଟ ଚାହିଁ ବସି ରହିଛି । ପୁଅ ଆସିଲେ ତା’କୁ ନିଜ ପାଖକୁ ଆମେରିକା ନେଇଯିବ । ଦୀର୍ଘ ଗୋଟିଏ ବର୍ଷ ପରେ ରବି ଗାଁ’କୁ ଆସିଲା । ପୁଅକୁ ଦେଖି ବୁଢ଼ୀ ବେଶ ଖୁସିରେ ଆତ୍ମହରା ହୋଇଗଲା । ଘର ଭିତରକୁ ଧରି ନେଇ ନିଜ ପଣତରେ ପୁଅର ଦେହ ମୁହଁକୁ ପୋଛି ପକାଇଲା । ଦୁହେଁ ଖିଆପିଆ କଲେ, କିଛି ସମୟ ରବି ବିଶ୍ରାମ କଲା ପରେ ବୋଉକୁ କହିଲା… “ବୋଉ ସମସ୍ତ ଜିନିଷ ଭରାଭରି କରି ପକା, ସାହି ପଡିଶା କାହାଠୁ ଯଦି ପଇସାପତ୍ର ଦେବା ନେବାର ଅଛି ଶୀଘ୍ର ସାରି ଦେ, ଉଡାଯାହାଜ ସମୟ ଉପରବେଳା ଚାରିଟାରେ, ଆମକୁ ସେଇ ସମୟରେ ଏୟାରପୋର୍ଟ ପହଞ୍ଚିବାକୁ ହେବ । ଏହି ସମୟ ଭିତରେ ମୁଁ ଘର ବିକ୍ରି ପାଇଁ ମହାଜନ ପାଖକୁ ଯାଇ ସବୁ କାମ ସାରି ଦେଇ ଆସୁଛି । କାହିଁକି ନା ତୁ ତ ଆଉ ଏଠି ରହିବୁନି… ଏତେବଡ଼ ଘରଟା ଏଠି ପଡିଥିବ ବା କାହିଁକି…? ତୁ ଶୀଘ୍ର ସବୁ କାମ ସାରି ପକା, ମୁଁ ଅଟୋବାଲାକୁ କହିଦେଇଛି ଠିକ ସମୟ ଭିତରେ ସେ ଆସି ପହଞ୍ଚିଯିବ, ମୁଁ ଶୀଘ୍ର କାମ ସାରି ଆସୁଛି ।

                  ରବିର କହିବା ଅନୁସାରେ ବୁଢ଼ୀ ସବୁ କାମ ସାରି ବାହାରେ ଅପେକ୍ଷା କରିଥାଏ । ଏପଟେ ରବି ଘର, ଜମିବାଡ଼ି ସବୁ ବିକ୍ରି କରି ଦେଇ ସମସ୍ତ ଟଙ୍କା ପଇସା ନେଇ ଆସିଲା ବେଳକୁ ଅଟୋ ଆସି ପହଞ୍ଚି ଯାଇଥାଏ । ସମସ୍ତ ଜିନିଷ ପତ୍ର ଅଟୋରେ ଲଦିଦେଇ ବିମାନ ବନ୍ଦର ଅଭିମୁଖେ ବାହାରିଲେ ମାଆ ଓ ପୁଅ । କିଛି ସମୟ ପରେ ସେମାନେ ବିମାନ ବନ୍ଦରରେ ପହଞ୍ଚିଗଲେ, ବୁଢ଼ୀ ମନରେ କେତେଯେ ଖୁସି ଆଉ ସୁନେଲି ସ୍ୱପ୍ନ ଡେଣା ବାନ୍ଧି ଉଡ଼ିବୁଲୁଥିଲା ! ମନେ ମନେ କେତେ କଥା ସବୁ ସେ ଭାବି ଚାଲିଥିଲା !!

                   ବିମାନ ବନ୍ଦରରରେ ପହଞ୍ଚି ସବୁ ଜିନିଷପତ୍ର ଭିତରକୁ ନେଇ ଗଲା ରବି । ବୁଢୀ ମାଆକୁ ବାହାରପଟେ ଏକ ଚୌକି ଉପରେ ବସାଇ ଟିକେଟ ଆଣିବାକୁ ଚାଲିଗଲା । ବୁଢ଼ୀଟା ବାହାରପଟ ଚୌକି ଉପରେ ସେମିତି ଅପେକ୍ଷା କରି ବସିଥାଏ । ରବି ଟିକେଟ ଆଣିବାକୁ ଯିବାର ଅନେକ ସମୟ ହୋଇଗଲାଣି । ବେଳେ ବେଳେ ସେଇ କବାଟ ଆଡକୁ ବୁଢୀ ଦେଖୁଥାଏ ଯେଉଁ ବାଟ ଦେଇ ରବି ଯାଇଛି । ଲୋକ ଭିଡ଼ ଥିବେ ଭାବି ସେମିତି ବସି ରହିଥାଏ ସେ । ସମୟ ପ୍ରାୟ ୬ଟା ପାଖାପାଖି ସେଇ ରାସ୍ତା ଦେଇ ଜଣେ ସୁରକ୍ଷା କର୍ମୀ ଆସିଲେ ଆଉ ବୁଢ଼ୀକୁ ପଚାରିଲେ..,

“ଏ ଠାରେ କାହାକୁ ଅପେକ୍ଷା କରିଛ ମାଉସୀ” ?

ଅତି ଧୀର ସ୍ୱରରେ ବୁଢ଼ୀ କହିଲା, “ମୋ ପୁଅ ସେଇ ରାସ୍ତାରେ ଟିକେଟ ଆଣିବାକୁ ଯାଇଛି, ସେ ମୋତେ ଆମେରିକା ନେଇ କି ଯାଉଛି” ।

“ହେଲେ ଆମେରିକା ଯିବା ଉଡାଯାହାଜତ ୪ ଟା ବେଳରୁ ଯାଇସାରିଲାଣି” ଉତ୍ତର ଦେଲେ ସୁରକ୍ଷାକର୍ମୀ ଜଣଙ୍କ ଏବଂ ପଚାରିଲେ,

-ମାଉସୀ ତୁମ ପୁଅର ନାଆଁ କଣ ?

-ରବି… ବୁଢ଼ୀ ଉତ୍ତର ଦେଲା….

ସୁରକ୍ଷାକର୍ମୀ ଜଣକ ଫୋନରେ କାହାସହ କଥା ହୋଇ ବୁଢ଼ୀକୁ ନିର୍ଦ୍ଧିଷ୍ଟ ଭାବେ ଜଣେଇ ଦେଲେ ଯେ, ତାଙ୍କ ପୁଅ ଚାରିଟା ବେଳର ଉଡାଯାହାଜରେ ଆମେରିକା ଯାଇ ସାରିଛି ।

           ବୁଢ଼ୀ ମୁଣ୍ଡରେ ବଜ୍ରପାତ ହେଲାପରି ମନେହେଲା । ବୁଢ଼ୀର ସବୁ ସ୍ୱପ୍ନ ମାଟିରେ ମିଶିଗଲା । ଆଖିରୁ ଲୁହଧାର ବହିଗଲା । ବୁଢ଼ୀଟା ସେମିତି ସେଇଠି କିଛି ସମୟ ବସି ରହିବା ପରେ ସେଇଠୁ ଚାଲି ଚାଲି ନିଜ ଗାଁ’କୁ ଫେରି ଆସିଲା ତା’ର ଅଧାଗଢ଼ା ସ୍ୱପ୍ନକୁ ନେଇ…। ଏପଟେ ଘରଡିହ ଜମିବାଡ଼ି ସବୁ ବିକା ସରିଛି । ରାତି ବଢି ବଢି ଚାଲିଥାଏ । ବୁଢ଼ୀ କିଛି ଭାବିପାରୁ ନଥାଏ । ଆଖିରୁ କେବଳ ଧାର ଧାର ହୋଇ ଲୋତକ ଧାର ବହି ଚାଲୁଥାଏ ଚିରସ୍ରୋତା ନଦୀଟିଏ ପରି…। ଆସି ଲଦକିନା ଘର ବାହାର ପିଣ୍ଡା ଉପରେ ବସିପଡିଲା । କେତେ କଣ ଭାବି ଚାଲିଲା ଆଉ ସେମିତି ସେଇଠି ବସି

ରହିଲା । 

            

         ତା’ଆରଦିନ ସକାଳ ହୋଇଛି… ସାହି ପଡିଶା ଲୋକମାନେ ବୁଢ଼ୀ ପାଖରେ ଆସି ରୁଣ୍ଡ ହୋଇଗଲେ…. ପାଟିରୁ ଆଉ କଥା ବାହାରୁ ନଥାଏ । ଘର ମାଲିକଟା ଡାକ ପକେଇଲା, ମାଉସୀ… ମାଉସୀ… ମାଉସୀ… କିନ୍ତୁ କିଛି ଉତ୍ତର ଆସିଲାନି… ବୁଢ଼ୀଟା କିନ୍ତୁ ସେମିତି ନିର୍ବାକ ନିସ୍ପନ୍ଦ ଭଳି ପଡିରହିଥାଏ… ।।


Rate this content
Log in

Similar oriya story from Tragedy