Bikesh Sahu

Tragedy

5.0  

Bikesh Sahu

Tragedy

ପ୍ରଥମ ପ୍ରେମର ବଳି

ପ୍ରଥମ ପ୍ରେମର ବଳି

6 mins
6.9K


             ଧୀରେ ଧୀରେ ମଦନର ସାଇକେଲର ବେଗ ବଢ଼ିବାରେ ଲାଗିଲା ତାରି ସାଙ୍ଗକୁ ହୃଦୟର ସ୍ପନ୍ଦନ ବି ଜୋର ଜୋର ବଢିବାରେ ଲାଗୁଥାଏ ।ତଥାପି ସେ ସବୁ ପ୍ରତି ତାର ଖାତିର ନାହିଁ ।ଆହୁରି ଜୋରରେ ସାଇକେଲଟାର ପ୍ୟାଡେଲ ଘୁମେଇବାରେ ଲାଗିଲା ସହର ଅଭିମୁଖେ ।କାହାରିକୁ ବି ତାରି ନିଘା ନ ଥାଏ କେବଳ ସେ ଆଗକୁ ଆଗକୁ ଅତିକ୍ରମ କରି ଚାଲିଥାଏ ।ପବନର ତାଳେ ତାଳ ମିଳାଇ ଯାଉଥାଏ ସେଇ କଲା ମଚ ମଚ ପିଚୁ ରାସ୍ତା ଉପରେ। ଅଠର ବର୍ଷର ଯୁବକ ,ଦେହରେ ଅପୂର୍ବ ବଳ ।ଜୋରରେ ସାଇକଲ ଚାଲୁଥାଏ ଆଗକୁ ସେଇ ଯିବା ଭିତରେ ଯେ ତାର ସେଇ ଅଭୁଲା ଅତୀତର ସ୍ମୃତି ଗୁଡାକ ଭାସିଯାଉଥାଏ ତାରି ଆଖି ଆଗରେ।ପ୍ରତିଟି ମୁହୁର୍ତ୍ତ ଜଳଜଳ ହୋଇ ଆଜି ବି ତା ଆଖିରେ ସ୍ପଷ୍ଟ ପ୍ରତୀୟମାନ ହୋଇ ଉଠୁଛି ।ହୃଦୟ ଭିତର ଗଛିତ କୋହ ତକ ସବୁ ଛାତି ଭିତରେ ତୋଳି ଦେଇଛନ୍ତି ବିଦ୍ରୋହ ।ସେଇ ଅତୀତ ଜୀବନର ଅଭୁଲା ଅମାନିଆ ସ୍ମୃତି ସବୁ ମଦନକୁ ପାଗଳ କରିଦେଉଥାଏ ।ଶତ ଚେଷ୍ଟା ସତ୍ୱେ ସେ ସବୁକୁ ସେ ତ ଭୁଲି ପାରିନି ,କେତେ ଥର ଯେ ଚେଷ୍ଟା କରିଛି ହେଲେ ସବୁବେଳେ ସେ ହାରିଯାଇଛି ତାର ନିରୀହ ହୃଦୟ ପାଖରେ ।କେତେ ଥର ଯେ ତା ଠୁ ନିଜକୁ

ଦୂରେଇବାକୁ ଚେଷ୍ଟା କରିଛି ହେଲେ ହୃଦୟଟା ତ କେବେ ମାନିଲାନି ।ମାନିବ ବା କେମିତି ସେ ପରା ତାର ପ୍ରଥମ ପ୍ରେମ ।ପ୍ରଥମ ପ୍ରେମକୁ କଣ କିଏ କେବେ ଭୁଲିପାରେ।ଅମାନିଆ ମନଟା ତ ଜମାରୁ ମାନୁନି ହୃଦୟ ବା କେମିତି ମାନନ୍ତା ଯେ ।ଭୁଲିବାର ସେଇ ଶତ ଚେଷ୍ଟା ସତ୍ୱେ ମନ ମଧ୍ୟେ ଭାସି ଆସି ଠକ ଠକ କବାଟ ବଡାଉଛି ମଦନର ସେଇ ଅତୀତ ଜୀବନର ମେଞ୍ଚା ମେଞ୍ଚା ଅଭୁଲା ସ୍ମୃତି ସବୁ।ଚାହିଁ ବି ତ ଭୁଲି ପାରେନା ସେସବୁକୁ,କେମିତି ବା ଭୁଲି ପାରିଥାନ୍ତା ।ସେତେବେଳେ ପୁଣି ମନେ ପଡି ଯାଉଥାଏ ତା ଦଶମ ଶ୍ରେଣୀ ବେଳର କଥା, କେତେ ଯେ ସୁନ୍ଦର ଜୀବନ ଜୀଉଁଥିଲା ସେ । ନ ଥିଲା ଦୁଃଖ, ନ ଥିଲା ଯନ୍ତ୍ରଣା, ନା କାହାରିକୁ ଭୟ ନା ଥିଲା କୌଣସି ଆବଦ୍ଧତା।କେତେ ସ୍ୱାଧୀନ ଜୀବନ ଜିଉଁଥିଲା ସିଏ।ବାପା ମା ଙ୍କର ଅଲିଅଳ ପୁଅ ଥିଲା ମଦନ । ବାପା ତାର ଜଣେ କୃଷକ ହେଲେ ମଧ୍ୟ ଜଣେ ମଣିଷ ପରି ମଣିଷଟିଏ । ଛନ୍ଦ କପଟ ଜାଣନ୍ତି ନାହିଁ ,ଦୟା ଧର୍ମରେ ଦେବତା ତୁଲ୍ୟ ।ସେଇଥି ପାଇଁ ଆଖ ପାଖ ସମସ୍ତେ ତାଙ୍କୁ ଚିହ୍ନନ୍ତି ।ବାରମାସ ସବୁଦିନ ସେ ନିଜ ଜମିରେ ଚାଷ କରି ସୁନାର ଫସଲ ଫଳାନ୍ତି ତା ପୁଣି ବିନା ରାସାୟନିକ ସାର ଦେଇ । ସେଇ କାରଣରୁ ସମସ୍ତେ ତାଙ୍କ ବାଡିରୁ ହିଁ ଶାକସବଜି କିଣାକିଣି କରନ୍ତି ।କାହାଠୁ ଟଙ୍କାଟିଏ ନେବା ତ ଦୂରର କଥା ବରଂ ଆହୁରି ଦେଇଦିଅନ୍ତି ତା ପୁଣି ବିନା ଟଙ୍କାରେ ।ମାଆ ଲକ୍ଷ୍ମୀ ଙ୍କ କୃପାରୁ ଟଙ୍କା ପଇସାର ବି କିଛି ଅଭାବ ନଥିଲା ।ମଦନର ସବୁ ଆବଶ୍ୟକତା ସେ ପୁରଣ କରୁଥିଲେ ।ଯାହା ଚାହୁଁଥିଲା ସଙ୍ଗେ ସଙ୍ଗେ ମିଳି ଯାଉଥିଲା ।ବାପାଙ୍କ ରୋଜଗାରରେ ତିନି ପ୍ରାଣୀ ଆରାମରେ ଚଲି ଯାଉଥିଲେ ।ନ ଥିଲା ତ କିଛି ବି ଅଭାବ ଅସୁବିଧା ।

     

           ଗାଁ ବିଦ୍ୟାଳୟରେ ମଦନର ଦଶମ ଶ୍ରେଣୀ ।ପାଠ ପଢ଼ାରେ ବି ମଦନର ବରାବରି କରିବାକୁ କୌଣସି ପିଲା ନ ଥିଲେ।ପ୍ରତିଟି କ୍ଷେତ୍ରରେ ଆଗୁଆ ।ନମ୍ର,ସମାୟାନୁବର୍ତ୍ତି ଓ ସରଳ ପିଲାଟିଏ ।

ଶେଷକୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଦଶମ ପାସ କଲା ।ଗାଁ ଟା ସାରା ମଦନର ବାଃ ..ବାଃ...ଶୁଣା ଗଲା ।ସେ ଦିନ କେତେ ଯେ ଖୁସି ଥିଲା ମଦନା ।ତା ପରେ ଆସିଲା କଲେଜ ଜୀବନ ।ଗାଁ ରୁ ପାଞ୍ଚ କିଲୋମିଟର ଦୂରରେ କଲେଜ । ସାଇକେଲରେ ଯିବା ଆସିବା ଭଲ ସୁବିଧା ଥିଲା ।ରାସ୍ତା ଘାଟ ବି ବହୁତ ଉନ୍ନତ ।ସେଇ କଲେଜରେ ଆରମ୍ଭ କରିଛି ମଦନ ତାର କଲେଜ ଜୀବନ ।ନୂଆ ଜାଗା ନୂଆ ଲୋକ ଓ ଏତେ ଗୁଡିଏ ପିଲା ଭିତରରେ ପ୍ରଥମେ ପ୍ରଥମେ ବ୍ୟସ୍ତ ହୋଇ ପଡୁଥିଲା ।କିନ୍ତୁ କିଛି ଦିନ ଗଲାପରେ ସବୁ କିଛି ପୂର୍ବ ପରି ହୋଇଗଲା ।ସେଇଠି ମଧ୍ୟ ମଦନ ନିଜ କୃତିତ୍ତ୍ୱ ଦେଖାଇବାରେ ଲାଗିଲା ।ସମସ୍ତଙ୍କ ଠାରୁ ସେ ଥିଲା ଦୁଇପାଦ ଆଗରେ । 

                 ସେଇ ସ୍ମୃତି ତକ ତାରି ଅନିଚ୍ଛା ସତ୍ୱେ ବି ମନେପଡି ଯାଉଥାଏ ।ଚେଷ୍ଟା କଲେ ବି ରୋକିପାରୁନି ସେସବୁକୁ ।ସେମିତି ଏକ ଦିନର କଥା ସମୟ ପ୍ରାୟ ୯ ଟା ପାଖାପାଖି ମଦନ କଲେଜ ପାଇଁ ବାହାରି ଥାଏ ।ସେଇ ଆସିବା ରାସ୍ତାରେ ହିଁ ତାର ଚମ୍ପା ସହ ପ୍ରଥମ ମିଳନ ।କେତେ ସରଳ ସୁନ୍ଦର ଓ ସୁଶୀଳ ଝିଅଟିଏ ସେ ।ସେ ଦିନ ସତେ କେତେ ସୁନ୍ଦର ନ ଲାଗୁଥିଲା ।ବୋଧେ ତା ସାଇକେଲର ଚେନଟା ଖୋଲି ଯାଇଥିଲା ବ୍ୟସ୍ତ ହୋଇ ଅଟକାଇ ଥିଲା ମଦନକୁ ।ମଦନ ବି ଅଟକି ତାକୁ ସାହାଯ୍ୟ କରିଥିଲା । ତା ପରଠୁ ଦୁହିଁଙ୍କ ମଧ୍ୟରେ ଭଲ ସଂପର୍କଟିଏ ସୃଷ୍ଟି ହୋଇ ଗଲା ।ଚମ୍ପା ମଧ୍ୟ ମଦନର ପଡ଼ୋଶୀ ଗାଁର ରାମନାଥ ବାବୁଙ୍କ ଝିଅ ।ସେ ବି ବାପା ମା ଙ୍କ ଅଲିଅଳି ଝିଅ।ଧନ ଦୌଲତ କୋଉଥିରେ କମ ନାହିଁ ।ଅଜସ୍ର ସମ୍ପତିର ମାଲିକ।ଆଖ ପାଖ ତିନି ଚାରିଖଣ୍ଡ ଗାଆଁରେ ରାମନାଥ ବାବୁଙ୍କୁ କିଏ ବା ନ ଜାଣେ ।ବାପ ଅଜାଙ୍କ ଅମଳରୁ ଅର୍ଜିଯାଇଥିବା ଦଶ ଏକର ଜମିର ମାଲିକ ସିଏ।ଝିଅର କୌଣସି ଅଭାବ ରଖନ୍ତିନି ରମାକାନ୍ତ ବାବୁ ।ମା ଛେଉଣ୍ଡ ଚମ୍ପା ,ପାଞ୍ଚ ବର୍ଷ ବୟସରେ ହିଁ ମାଆକୁ ହରେଇଛି।ହେଲେ ତାର ଅନୁଭବ ହେବାକୁ ଦେଇ ନାହାନ୍ତି ରମାକାନ୍ତ ବାବୁ ।

              ଧୀରେ ଧୀରେ ଦୁହିଁଙ୍କ ବନ୍ଧୁତା ଘନିଷ୍ଠ ହେବାରେ ଲାଗିଲା ।ଦୁହେଁ ଏକା ସାଙ୍ଗରେ କଲେଜ ଯାଉଥିଲେ ଆସୁଥିଲେ । ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କଟିଏ ସୃଷ୍ଟି ହୋଇଗଲା ।ଦୁଇ ଗାଁର ରାସ୍ତା ମିଶିଥିବା ପୋଲ ପାଖରେ ମଦନ ପ୍ରତିଦିନ ଚମ୍ପାକୁ ଅପେକ୍ଷା କରେ ତା ପରେ ଦୁହେଁ ମିଶିକି କେତେ ହସ ଖୁସିରେ କଲେଜ ଯାଉଥିଲେ ।କେତେ ଯେ ହସ କୌତୁକ ,କେବେ ରାଗ ରୁଷା ତ କେବେ ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା ,ଗାଳିରେ ଚାଲି ଯାଉଥାଏ ଦିନ।ଆଜି କଥା ପୁଣି କାଲିକି ନ ଥାଏ ।

କଲେଜରେ ମଧ୍ୟ ଦୁହେଁ ସମୟ ମିଳିଲେ ଏମକାଠି ବସି କେତେ ଗପ ସପ କରୁଥିଲେ । ଏମିତି କେତେ ବେଳେ ଯେ ଗୋଟିଏ ବର୍ଷ ବିତିଗଲା କିଛି ଜଣାପଡିଲା ନି ।ସେଇ ଗୋଟିଏ ବର୍ଷ ଭିତରେ କେତେବେଳେ ସେଇ ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇ ସାରିଥିଲା ମଦନ ବୁଝି ପାରିନ

ଥିଲା ।ଯେଉଁ ଦିନ ଚମ୍ପା ଆସୁ ନ ଥିଲା ତାକୁ କାହିଁକି କେଜାଣି ଭଲ ଲାଗୁ ନ ଥିଲା ।ଚମ୍ପାକୁ ନ ଦେଖିଲେ ସେ ଶାନ୍ତିରେ ରହିପାରୁ ନ ଥିଲା।ସବୁବେଳେ କେବଳ ତାକୁ ଚମ୍ପା କଥା ହିଁ ମନେ ପଡୁଥିଲା ।ଏମିତି ଦୁଇ ତିନି ମାସ ବିତିଗଲା ।ମଦନ ବୁଝିସାରିଥିଲା ଯେ ଚମ୍ପା କୁ ସେ ପ୍ରେମ କରି ବସିଛି।ପଢା ପଢି ରେ ଆଉ ଜମା ତା ମନ ଲାଗୁ ନ ଥାଏ। ଏ ପଟେ ଆଗକୁ ପରୀକ୍ଷା ।କଣ କରିବ କିଛି ବୁଝି ପାରୁ ନ ଥାଏ । ରାତି ସାରା ନିଦ ହେଉ ନ ଥାଏ । ଆଗ ଅପେକ୍ଷା ଶୀଘ୍ର ସେ ପୋଲ ପାଖକୁ ଆସି ଚମ୍ପାକୁ ଅପେକ୍ଷା କରୁଥାଏ ।

 

        ଏମିତି ବିତି ଚାଲିଥାଏ ସମୟ।କିନ୍ତୁ ଏପଟେ ଚମ୍ପାର ବି ଠିକ ସେଇ ଅବସ୍ଥା ।ଚମ୍ପା ବି ମନରେ ମନରେ ମଦନ କୁ ଭଲ ପାଇ ବସିଥାଏ ।ହେଲେ କିଛି କହି ପାରୁ ନ ଥାଏ । ଚମ୍ପା ସେ ସବୁ କିଛି ଜାଣିପାରୁ ନ ଥାଏ ।ଆଉ କେତେ ଦିନ ପରେ ପରୀକ୍ଷା ତା ପରେ ଆଉ କେବେ ମଦନ ସହିତ ଦେଖା ହେବ କି ନା ସେଇ କଥା ଭାବି ଭାଙ୍ଗି ପଡୁଥାଏ । ଏ ପଟେ ଅବସ୍ଥା ବି ଠିକ ସେଇଆ ।ତାକୁ ମଧ୍ୟ ସେଇ ଗୋଟିଏ ଚିନ୍ତା ସବୁବେଳେ ବ୍ୟତିବ୍ୟସ୍ତ କରି ପକାଉଥିଲା ।ସେ ଆଉ ସ୍ଥିର ହୋଇ ରହି ପାରୁ ନ ଥିଲା ।କେବଳ ଚମ୍ପା କଥା ହିଁ ମନେ ପଡୁଥାଏ ।ମା ବାପା ମଧ୍ୟ ପୁଅର ଏମିତି ଅବସ୍ଥା ଦେଖି ତାକୁ ପଚାରାଇଲେ କିଛି କୁହେନି।ଅନେକ ବୁଝାଇଲେ ହେଲେ ସେ କଣ ଆଉ ତା ଅଧୀନରେ ଥିଲା ଯେ ସେସବୁ ବୁଝାନ୍ତା ।ତା ମନ ପ୍ରାଣ ସବୁ ତ ସେ ଚମ୍ପା ପାଖରେ ବିକି ସାରିଛି ।ଧୀରେ ଧୀରେ ମଦନ

ଚମ୍ପାକୁ ପ୍ରେମ କରିବା କଥା ସମଗ୍ର କଲେଜକୁ ବ୍ୟାପିଗଲା ।ତା ସାଂଗ ସାଥି କେତେ ଯେ ଟାହିଟାପରା କଲେ ମଦାନକୁ।ହେଲେ ଚମ୍ପା ଏକଥା ଜାଣିନି ।ଯେତେ ହେଲେ ବି ଚୁପଚାପ ସହି ଯାଉଥାଏ ମଦନ ।ଯିଏ ଯାହା କହିଲେ ବି ତାର କିଛି ଖାତିର ନାହିଁ ।ଶେଷରେ ଏ କଥା ସେ ଚମ୍ପା କୁ କହିବା କୁ ସ୍ଥିର

କଲା ।ହେଲେ ସାହସ ହେଉ ନ ଥାଏ ।ଚମ୍ପା ର ବାପା ଯଦି ଜାଣିବେ ତା ହେଲେ କଣ ହେବ ଭାବି ତାକୁ ଭୟ ବି ଲାଗୁଥାଏ ।ହେଲେ ନ କହିବି ସେ ରହି ପାରୁନ ଥାଏ ।

             ଏମିତି କିଛି ଦିନ ବିତି ଯାଇଛି।ଦିନକର କଥା ଦୁହେଁ କଲେଜ ରୁ ଫେରୁଥିବା ସମୟରେ ମଦନା ସବୁକଥା କହିବାକୁ ଦୃଢ ନିଷ୍ପତି ନେଇଛି ।ହେଲେ ତାର ସାହସ ହେଉ ନ ଥାଏ ।ଯଦି ସେ ରାଗି ଯାଇ ବନ୍ଧୁତା ଭାଙ୍ଗି ଦିଏ ତା ହେଲେ ସେ ଆହୁରି ଏକା ହୋଇଯିବ ।ଏବେ ତ ଚମ୍ପା ବିନା ତାର ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଲାଣି।ଅନେକ ଥର ଚେଷ୍ଟା କଲା ହେଲେ କିଛି କହିପାରି ନ

ଥିଲା ।ଏପଟେ ପରୀକ୍ଷା ମାତ୍ର ଆଉ କେଇଟି ଦିନ ରହିଲା ।କିନ୍ତୁ ମଦନ ଏ ଯାଏ ବହି ବି ଛୁଇଁନି।କଣ କରିବ କିଛି ବୁଝି ପାରୁ ନ ଥାଏ।

        

            ଏପଟେ ଚମ୍ପାର ବି ସେଇ ଅବସ୍ଥା ।ମଦନ ବିନା ଗୋଟିଏ ଦିନ ବି ରହିବା ତା ପାଇଁ ସମ୍ଭବ ହେଉନ ଥାଏ ।ହେଲେ କଣ କରିବ ବାପା ଙ୍କୁ ଡରି ସେ କିଛି କହୁ ନ ଥାଏ ।ଶେଷକୁ ଆସିଲା ପରୀକ୍ଷାର ବେଳ।ପରୀକ୍ଷା ଶେଷ ହୋଇ ଯାଇଛି ।ଦୁହିଁଙ୍କ କଲେଜ ଆସିବା ବି ବନ୍ଦ ହୋଇଗଲା ।ହେଲେ ଦୁହିଁଙ୍କ ଭିତରେ ଥିବା ପ୍ରେମ ଆହୁରି ଗଭୀର ହେବାରେ ଲାଗିଲା

          

      ଏମିତି ଗଡିଗଲା ସମୟ । ପରୀକ୍ଷାର ଫଳାଫଳ ପ୍ରକାଶ ପାଇଲା ।ଦୁହେଁ ଭଲ ମାର୍କ ରଖି ପାରିଲେନି ।ସେଇଥି ପ୍ରତି କିଛି ଖାତିର ନାଇଁ ।ମଦନ ବାପାଙ୍କୁ ଚାଷ କାମରେ ସାହାଯ୍ୟ କଲା ।ତାର ଭବିଷ୍ୟତ ସମ୍ପୂର୍ଣ ଭାବେ ନଷ୍ଟ ହୋଇଗଲା ।ଏପଟେ ଚମ୍ପା ପାଇଁ ବର ଖୋଜା ଚାଲିଲା କାହିଁକି ନା ରାମନାଥ ବାବୁଙ୍କ ବୟସ ବି ହୋଇ ଆସୁଥାଏ ।ଶେଷରେ ବିବାହ ଠିକ ହୋଇ ଗଲା ।ହେଲେ ଚମ୍ପା ବାପାଙ୍କୁ ମନା ବି କରି ପାରୁ ନ ଥାଏ ।ଉଭୟେ ଉଭୟଙ୍କୁ ଜୀବନଠୁ ବି ବେଶି ଭଲ ପାଉଥିଲେ ହେଲେ ଏକଥା କିଏ କାହାରିକୁ କହି ନାହାନ୍ତି ଏ ଯାଏ ।

 

         ଚମ୍ପାର ବିବାହ ପାଖେଇ ଆସିଲା ।ମଦନକୁ ବି ନିମନ୍ତ୍ରଣ ଦିଆ ଯାଇଛି ଆସିବାକୁ ।ସେଇ ଉଦ୍ଦେଶ୍ୟରେ କିଛି ଉପହାର କିଣିବାକୁ ସେ ଯାଇଛି ସହର ଅଭିମୁଖେ ।

         ସହରରେ କିଣାକିଣି କରି ସାରି ବାହାରି ପଡ଼ିଲା ଚମ୍ପାର ଗାଁକୁ ।ଯାଇ କି ପହଞ୍ଚି ଗଲା ଚମ୍ପା ଘର ସାମନାରେ ।ତାକୁ ଟିକେ ଦେଖିବାକୁ ତା ମନରେ କେତେ ଯେ ଇଛା ବଷା ବାନ୍ଧି ସାରିଛି ।ମୁଖ୍ୟ ଫାଟକ ଦେଇ ଭିତରକୁ ଯାଇଛି ହେଲେ ଶୂନଶାନ ଲାଗୁଥାଏ ।କିଛି ବୁଝି ପାରୁ ନ ଥାଏ ।ଯେପରି ସବୁ କିଛି ନିସ୍ତବ୍ଧ ।ଅନେକ ଲୋକ ରୁଣ୍ଡ ହୋଇ ଥିବାର ସେ ଲକ୍ଷ୍ୟ କଲା ।ପାଖକୁ ଯାଇଛି ଅତି ଧୀରେ ଧୀରେ ପାଦ ପକେଇ ଦେଖିଲା କିଏ ଜଣେ ତଳେ ପଡି ରହିଛି ।ତାରି ପାଖରେ ବସି କିଏ ଜଣେ ବିକଳ କଣ୍ଠରେ କାନ୍ଦୁଛି ।ମଦନର ଦେହ ଥରି ଉଠୁଥାଏ ।ହେଲେ ଯେତେବେଳେ ପାଖକୁ ଯାଇ ଦେଖେ ତ ସତେ କି ମୁଣ୍ଡରେ ବଜ୍ରପାତ ହୁଏ ।ସେମିତି ଢଳି ପଡେ, ସେଇଠି, ତାର ଶରୀର ।


Rate this content
Log in

Similar oriya story from Tragedy