ଶିଶିର ସାହୁ ମନୋଜ

Comedy Drama

2  

ଶିଶିର ସାହୁ ମନୋଜ

Comedy Drama

ଭଗବାନ ହଜିଯାଇଛନ୍ତି

ଭଗବାନ ହଜିଯାଇଛନ୍ତି

2 mins
549


ଏକ ଗାଆଁରେ ଦି ଜଣ ଦୁଷ୍ଟ ପିଲା ଥିଲେ । ସେମାନେ ଦି ଭାଇ ପିଣ୍ଟୁ ଓ ଚିଣ୍ଟୁ .....

ଚିଣ୍ଟୁକୁ ଏଇ ସନ 10 ବରଷ ହୋଇଛି ଆଉ ପିଣ୍ଟୁକୁ ଆଠ ବର୍ଷ ଚାଲିଛି । ଗାଆଁ ଟା ଯାକର ଲୋକ ସେମାନଙ୍କ ମର୍କଟାମୀ ଯୋଗୁଁ ସବୁବେଳେ ହଇରାଣ ହୁଅନ୍ତି ।

ଦିନେ ସେ ଗାଆଁକୁ ଜଣେ ସିଦ୍ଧ ଯୋଗୀ ଆସିଲେ । ସେ ଯାହାକୁ ଯାହା ଆଶିର୍ବାଦ ଦେଉଥିଲେ ତା'ର ମନସ୍କାମନା ପୂରଣ ହୋଇଯାଉଥିଲା । ଗାଆଁର ଜଣେ ବୃଦ୍ଧ ମହିଳା ଦୁଷ୍ଟ ପିଲାଙ୍କ ବୋଉକୁ କହିଲା

“ଝୁଅ ଲୋ ସନେଇ ବରଗଛ ମୂଳେ ଜଣେ ଯୋଗୀ ଅଛନ୍ତି ସିଏ କାଲି ଚାଲିଯିବେ, ତୁ ତୋ ଦୁଷ୍ଟ ପୁଅଙ୍କୁ ତାଙ୍କ ପାଖକୁ ନେଇଗଲେ ସେମାନେ ସୁଧରି ଯିବେ ଯେ ; ହେଲେ ହୁସିଆର ଦିଆଟା ଯାକକୁ ଏକାସାଙ୍ଗେ ନେଇ କି ଯିବୁନି ଜଣ ଜଣ କରି ନେବୁ । ଏ ଦିଇଟାଙ୍କର ଭରସା ନାହିଁ ଏକାଠି ହେଲେ ଯୋଗୀଙ୍କୁ ବି ହଟହଟା କରିଦେବେ ।


ସେଇଠୁ ପିଣ୍ଟୁ,ଚିଣ୍ଟୁଙ୍କ ବୋଉ ସବା ସାନ ପୁଅକୁ ଧରି ଯୋଗୀଙ୍କ ପାଖକୁ ଗଲେ । ଯୋଗୀ କହିଲେ, ଏ ପିଲାକୁ ମୋ ପାଖରେ ଛାଡି ଦେଇ ଆପଣ ଅନ୍ୟତ୍ର ଚାଲିଯାଆନ୍ତୁ ମୁଁ ୟା' କଥା ବୁଝୁଛି....। ଯୋଗୀ ଏକାନ୍ତରେ ପିଣ୍ଟୁକୁ ପଚାରିଲେ, ପୁଅ ତୁ ଭଗବାନଙ୍କ ବିଷୟରେ ଜାଣିଛୁ ?

ପିଣ୍ଟୁ କିଛି ବୁଝି ନ ପାରି ଯୋଗୀଙ୍କୁ ଆଶ୍ଚର୍ଯ୍ୟରେ ବଲ ବଲ କରି ଖାଲି ଚାହିଁ ରହିଲା....।

ସେଇଠୁ ଯୋଗୀ ଆଉ ଥରେ ପଚାରିଲେ ବତ୍ସ ତମେ କେବେ ଇଶ୍ବରଙ୍କୁ ଦେଖିଛ ?

ପିଣ୍ଟୁ ତଥାପି କିଛି ବୁଝି ନ ପାରି ଦାରୁ ଭୂତ ମୁରାରୀ ଭଳି ବସି ରହିଥାଏ ତା ମୁହଁରୁ ପଦେ ବି ବାହରୁ ନଥାଏ । ଏଥର ଯୋଗୀ ଚିଡିଯାଇ ପଚାରିଲେ,

ହଇରେ ଛୁଆ ତୁଟା କାଲ କିରେ ? ମୁଁ କିଅଣ କହୁଚି ଶୁଣା ଯାଉନି ତୋତେ ? ତୁମ ଗାଆଁରେ ଭଗବାନ ନାହାନ୍ତି କିବେ ? ତୁ ଦେଖିନୁ କି ତାଙ୍କୁ ? କହ ଭଗବାନ କୋଉଠେ ଅଛନ୍ତି ?


ପିଣ୍ଟୁର ଯେମିତି ଚେତନା ଫେରି ଆସିଲା କି କଣ,ସେ ସବୁ ଛାଡ଼ି ଛୁଡା଼ କିରି ଏକା ରାହାକେ ଘରକୁ ଦୌଡି଼ଛି. ...ଘରେ ପସି ଯାଇ ଖଟତଳେ ଲୁଚିଗଲା । ପିଣ୍ଟୁର ବଡ଼ ଭାଇ ଚିଣ୍ଟୁ ତାକୁ ଖଟତଳେ ପଶି ଯିବାର ଦେଖି ମାଡ଼ ଆଶଙ୍କାରେ ଡ଼ରିଗଲା । ଡ଼ରରେ ଚିଣ୍ଟୁ ବି ଖଟତଳେ ପଶିବା ସମୟରେ ପଚାରିଲା,

କିରା ଟା ହେଲାରେ କିସ ଲାଗି ଏ ଖଟତଳେ ଲୁଚୁଛୁ ?

ଡ଼ରି ଡ଼ରି ପିଣ୍ଟୁ କହିଲା “ଭାଇ ଏଥର ଆମେ ବହୁତ ବଡ଼ ଅସୁବିଧାରେ ପଡି଼ଯାଇଛେ,ସେ ଭଗବାନଟା କୋଉଠି ହଜିଯାଇଛି ଯେ ଲୋକେ ଭାବୁଛନ୍ତି ଏଥିରେ ଆମର ହାତ ଅଛି” ।


Rate this content
Log in

Similar oriya story from Comedy