STORYMIRROR

Krushnapriya Mohapatra

Tragedy Classics Others

4  

Krushnapriya Mohapatra

Tragedy Classics Others

ଭାଗ୍ୟର ବିଡ଼ମ୍ବନା

ଭାଗ୍ୟର ବିଡ଼ମ୍ବନା

3 mins
316

   ସାନୁ ଯେତେବେଳେ ଛୋଟ ଥିଲା ତା ବାପାଙ୍କର ଦେହାନ୍ତ ହୋଇଗଲା । ଏବେ ଗୋଟେ ବର୍ଷ ପରେ ସେ ମାଟ୍ରିକପରୀକ୍ଷା ଦେବ। ବାପା ଥିଲେ ତାକୁ କଣ ଟିଉସନରେ ପଢାଇ ଦେଇଥାନ୍ତେ। "ସବୁବେଳେ କହିବେ ସାନୁ ମା' ତୁ ମାଟ୍ରିକ ପରୀକ୍ଷା ଦେବା ବେଳେ ମୁଁ ତତେ ପାଠ ପଢେଇବି।"ଦେଖିବୁ ତୋର ସବୁ ବିଷୟରେ ଭଲ ମାର୍କ ରହିବ। ହେଲେ ଭାଗ୍ୟର ବିଡ଼ମ୍ବନା ତା ପରୀକ୍ଷା ବେଳକୁ ବାପା ନାହାନ୍ତି। ସାନୁର ମାମା ଜଣେ ଉଚ୍ଚଶିକ୍ଷିତା ଝିଅ, ହେଲେ କଣ ହେବ ମନଟା ନୀଚ୍ଚସ୍ଵଭାଵର । ଛୋଟ ଛୋଟ କଥାକୁ ନେଇ ବାପାଙ୍କ ସହିତ ଝଗଡା କରିଵା।ବାପାଙ୍କ ମନରେ ଆଘାତ ଦେଲା ପରି କଥା କହିବା। ପ୍ରତି କଥାରୁ ଅଯଥା ଅର୍ଥ ବାହାର କରି ଘରେ ଅଶାନ୍ତି କରିବା, ତାଙ୍କର ପ୍ରକୃତି।

 ସାନୁ ତା' ମାମାର ଗୁଣକୁ ପସନ୍ଦ କରେନି, ବାପାଙ୍କ ଅଭାବ ବୋଧକୁ ପରିପୂରଣ କରିବା ପାଇଁ ସେ ଜେଜେ ମା, କାକାଙ୍କ ପାଖରେ ରହିବା ପାଇଁ ଚାହେଁ। କିନ୍ତୁ ମାମା ବାପ ଘରେ ରହିବା ସହ ସାନୁକୁ ମଧ୍ୟ ବାଧ୍ୟ କରେ ସେଠାରେ ରହିବା ପାଇଁ। ବାପାଙ୍କ ପରିବାର ସହିତ ରହିବା ପାଇଁ ତାର ଆଦୌ ଇଚ୍ଛା ନୁହେଁ। ନାନା ପ୍ରକାର ବାହାନା କରି ଘରକୁ ଯାଏ, ବାପ ଘରେ ବେଶି ଦିନ ରହେ ଶାଶୁ ଘରେ କମ ଦିନ।


 କେତେ ଭଲ ଥିଲେ ବାପା, ପ୍ରତିଦିନ ଅଫିସରୁ ଆସିଲେ ତାକୁ ନେଇ ପାର୍କ ଯିବେ। ସେ ଯାହା କିଛି ଖେଳଣା କିଣିବାକୁ କହିଥିବ ତାକୁ ନେଇ କି ଆସିବେ। ମନେ ପକେଇଲେ ତା ଆଖିରୁ ଲୁହ ଝରି ଯାଉଛି। ବାପାଙ୍କ ସହ ବିତେଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସିଏ ଝୁରି ହେଉଛି।

ସନ୍ଧ୍ୟା ବେଳେ ଛାତ ଉପରେ ବସି ପୁରାଣର ଅନେକ କଥା ତାକୁ କହିବେ। କେବେ ମାମା ବିରୁଦ୍ଧରେ ତାକୁ କିଛି କହନ୍ତିନି, ଅଥଚ ମାମା ସବୁବେଳେ ବାପାଙ୍କ ବିରୁଦ୍ଧରେ ସାନୁକୁ କହିବ।


 ମାମା ସବୁ ବେଳେ ବାପାଙ୍କ ଆଗରେ ସାନୁକୁ କହେ ମୁଁତ ମରିଯିବି ତୋ ବାପା ଆଉ ଥରେ ବାହା ହୋଇ ଯିବେ ତା ପରେ ସାବତ ମା ଆସିବ ତୋ ଉପରେ ଅତ୍ୟାଚାର କରିବ।କେହି ତୋତେ ଭଲ ପାଇବେନି।

ବାପାଙ୍କୁ ବହୁତ ଖରାପ ଲାଗେ ,ସେ କହନ୍ତି ସବୁବେଳେ ପିଲା ଟାକୁ ସାବତ ମା କଥା କହିବା କଣ ଦରକାର।

 -ସାନୁ ଛୋଟବେଳେ ସତ ଭାବେ ଏଇ କଥାଟାକୁ,ଡରି ଯାଏ ସେ ,ସବୁ କଥାରେ ବାପାଙ୍କୁ ଦୋଷୀ ଭାବେ ଏଇ କଥା ବାପା ସାନୁକୁ ବୁଝେଇ ପାରନ୍ତି ନାହିଁ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦେଖ, ମାମା ମରି ନ ଥିଲା ବାପା ଚାଲିଯାଇଥିଲେ ଏ ଦୁନିଆଁ ଛାଡ଼ି।ତାଙ୍କ ପ୍ରିୟ ସାନୁ ମା କୁ ଛାଡ଼ି।


 ଏ ସବୁକୁ ସାନୁ ଏବେ ବୁଝୁଛି ଆଉ ଜାଣୁଛି। ବହୁତ ଡେରି ହୋଇ ଯାଇଛି, ବାପା ତାକୁ ଛାଡ଼ି ବହୁ ଦୂରକୁ ଚାଲିଯାଇଛନ୍ତି, ଚାହିଁଲେ ବି ସେ ଆଉ ବାପା ଙ୍କ ସ୍ନେହ ପାଇ ପାରିବନାହିଁ। ବାପା ତାକୁ ବହୁତ ଭଲ ପାଉଥିଲେ।ସାନୁ ଥିଲା ତାଙ୍କ ପାଇଁ ସବୁ କିଛି। ମାମା କିନ୍ତୁ ଭୁଲ ଧାରଣା ଦେଉ ଥିଲା ସାନୁ ମନରେ। ବାପା ତାକୁ ଝିଅଟିଏ ବୋଲି ଭଲ ପାଆନ୍ତି ନାହିଁ। ସେଇ କଥା ଶୁଣି ଶୁଣି ବାପାଙ୍କୁ ବେଳେ ବେଳେ ଅନେକ କଥା କହିଛି ସିଏ।


   ମାମା ଅନେକ ଥର ମିଛ ବାହାନା କରି ବାପାଙ୍କଠାରୁ ଟଙ୍କା ନେଇ ଆଈ ଘରକୁ ପଳେଇବ । ବାପା ଜାଣିବେ ମାମାର ଗୋଟିଏ ବଡ଼ ଧରଣର ରୋଗ ହୋଇଛି ଆଉ ସେଇଟା ଭୁବନେଶ୍ୱରରେ ଯାଇ ଅପରେସନ ହେବ।

ବାପା ବହୁତ ସରଳ ବିଶ୍ୱାସୀ ମାମାର ପ୍ରତ୍ୟେକ କଥାକୁ ବିଶ୍ୱାସ କରନ୍ତି ଆଉ ବ୍ୟସ୍ତ ହୁଅନ୍ତି ମାମା ପାଇଁ। ଏବେ ଜାଣୁଛି ସାନୁ ଯେ ମାମା ତା ବାପାଙ୍କୁ ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଦେଉଥିଲା। ମୁଁ ମରିଯିବି ମୋତେ କ୍ୟାନସର ହୋଇଛି, ଇତ୍ୟାଦି କହି କହି ବାପାଙ୍କୁ ଟେନ୍ସନ୍ ଦିଏ । ବାପା ଚିନ୍ତା କରନ୍ତି କିଛି ସମୟ, ତା ପରେ କହନ୍ତି ନା ତମେ ସେମିତି କୁହନି, ତମ ବିନା ସାନୁକୁ ମୁଁ କେମିତି ପାଳିବି .....ବରଂ ଭଗବାନଙ୍କୁ ଡାକୁଛି ମୋତେ ନେଇ ଯାଆନ୍ତୁ। ଆଉ ତମେ ସବୁବେଳେ ଆମ ଝିଅ ପାଖରେ ଥାଅ।

  "ପୁରୁଷମାନଙ୍କୁ ମଧ୍ୟ ସ୍ତ୍ରୀ ଲୋକ ମାନେ ମାନସିକ ନିର୍ଯ୍ୟାତନା ଦେଇଥାନ୍ତି।" ଏଇ କଥା ଭାବିଲେ ସାନୁର ଆଖିରୁ ଲୁହ ବୋହିଯାଏ । ଏବେ ମାମାକୁ ଦେଖିଲେ ଦୁଃଖ ଲାଗୁଛି। ତାଙ୍କର ଟଙ୍କା ପଇସାର ଅଭାବ କିଛି ନାହିଁ,

ଅଭାବ ରହିଛି ବାପାଙ୍କର, ତାଙ୍କ ଅନୁପସ୍ଥିତିରେ ମାମା ବହୁତ ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛି। ଏକା ଏକା ତାକୁ ସଂସାର ଚଳାଇବାକୁ ପଡୁଛି। ଏବେ ସାନୁ ବୁଝୁଛି ........ କିନ୍ତୁ ମାମା ବୁଝୁନି ତା ମନର ଭାଷାକୁ।

  


Rate this content
Log in

Similar oriya story from Tragedy