STORYMIRROR

Basant Kumar Mohapatra

Romance

3  

Basant Kumar Mohapatra

Romance

ବେରିଙ୍ଗ ଚିଠି

ବେରିଙ୍ଗ ଚିଠି

1 min
39

ବେରିଙ୍ଗ ଚିଠିର,

ଠିକଣା ସତରେ ସୁସ୍ପଷ୍ଟ

ପଠନଯୋଗ୍ୟ।

ଡାକପିଅନ ପଢ଼ି ଦେଇପାରେ,

ନିଜେ ନିଜେ ବୁଝିପାରେ,

ଚିଠିର ମହନୀୟତାକୁ।


ଅନେକ ଅଭିଜ୍ଞତା ଭରି

ହୋଇ ରହିଛି ତା' ଠାରେ।

ହାତ ଲେଖାରୁ ଜାଣିପାରେ

ହୃଦୟଙ୍ଗମ କରିପାରେ ସେ

ପତ୍ର ଲେଖକର ଉଦ୍ଦେଶ୍ୟକୁ।


"ତରୁଣରୁ କିଶୋରକୁ ପାଇଥିବା

ନୂଆ ନୂଆ ପଦୋନ୍ନତିର ପଦ

ଧ୍ୱନିରେ ଅସୁମାରୀ ଆଶାଭରା

ସ୍ୱପ୍ନର କଳ୍ପନାମୟ ଦୁନିଆର

ନିର୍ମାଣରେ ବିନ୍ଧାଣି ହୋଇ।"


ଏକପାଖିଆ ପ୍ରେମର ପରିଭାଷା

ସ୍ପଷ୍ଟ ବାରିପାରେ ସେ,

ସେ ଯେ ନୂଆ ନୁହେଁ ଚିଠି ବାଣ୍ଟିବାରେ।


ଡାକ ଟିକଟ ବିହୀନ ଚିଠିର ଉପର

ପାର୍ଶ୍ୱରେ ସୁନ୍ଦର ଶୁଆଶାରୀର ଚିତ୍ର

ସହିତ ନୀଳ କଲମରେ ଏକ ଗୋଲାପ।


ସେହି ସମୟରେ ଡାକଘରେ ଥିବା

ସମସ୍ତଙ୍କ ମନରେ ଇଚ୍ଛା ହୁଏ ତାକୁ

ଖୋଲି ପଢ଼ିପକାନ୍ତେ କି?


ପୁଣି ନିଜ ବୟସର ଦ୍ୱାହି ଦେଇ

ନିଜକୁ ନିଜେ ସଂଜମିତ ହୋଇ

ରାହିଯାନ୍ତି ଆଉ ସ୍ୱତଃ କହିପକାନ୍ତି

ହତଭାଗା ପ୍ରେମିକ, ବୟସର ଦୋଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance