STORYMIRROR

sipun sahu

Abstract Others

3  

sipun sahu

Abstract Others

ବେଲୁନ

ବେଲୁନ

2 mins
621


ମୋ ମା ବାପାଙ୍କର ଆମେ ଦୁଇ ପୁଅ,ଦୁଇ ଝିଅ, ମୁଁ ସଭା ସାନ ।ମୁଁ ସେତେବେଳେ ଛୋଟ ଥିଲି । ପ୍ରାୟ ୩-୪ ବର୍ଷ ହୋଇଥିବି,ମୋର ପାଠ ପଢା ଆରମ୍ଭ ହୋଇନଥାଏ।ସେତେବେଳେ ଦୁନିଆର ଦାମୀ ଜିନିଷ ପ୍ରତି ମୋର ଲୋଭ ନଥାଏ । ଛୋଟ ଛୋଟ ଜିନିଷ ପ୍ରତି ମନରେ ଖୁସିର ସାଗର ଖେଳି ଯାଉଥିଲା ।ସେ ଛୋଟ ଛୋଟ ଜିନିଷ ଭିତରେ ବେଲୁନ ମୋର ସବୁଠୁ ପ୍ରିୟ ଥିଲା।ସତେଯେମିତି ବେଲୁନ ଫୁଙ୍କି ଦେଲା ପରେ ସେ ମୁକ୍ତ ଆକାଶରେ ଉଡି ବୁଲେ ଠିକ୍ ସେହିପରି ବେଲୁନକୁ ଦେଖି ମୋ ମନ ଭିତର ଟା ଠିକ୍ ସେହିପରି ଉଡିବୁଲେ। ଛୋଟବେଳେ ଯିଏ ବେଲୁନ ଫୁଙ୍କିଚି ସେ ଜାଣିଚି ବେଲୁନ ର ମଜା।


ମୋର ବଡ଼ ନାନୀଙ୍କର ଜଣେ ସହପାଠୀ ଥିଲେ। ତାଙ୍କର ନାମ ସଂଗୀତା । ତାଙ୍କ ବାପା ଜଣେ ଫରେଷ୍ଟ ଅଫିସର ହୋଇଥିବାରୁ ସେ ଆମ ଘର ସାମ୍ନାରେ ଥିବା ଫରେଷ୍ଟ ଅଫିସ୍ ରେ ରହୁଥିଲେ। ମୋର ସେ ସମୟର କଥା ମନେ ଅଛି ଯେତେବେଳେ ସେ ଆମ ଘରକୁ ଆସନ୍ତି ମୋ ପାଇଁ ୪-୫ ଟି ବେଲୁନ ଆଣନ୍ତି । ସେ ବେଲୁନକୁ ଦେଖି ମୁଁ ବହୁତ୍ ଖୁସି ହୋଇ ଯାଉଥିଲି।ମା କୁହେ ସେ ମୋତେ ବହୁତ୍ ଭଲ ପାଉଥିଲେ। ସେ ପ୍ରତିଦିନ ମୋ ପାଇଁ ବେଲୁନ ଆଣୁଥିଲେ। 

ସଂଗୀତା ନାନୀଙ୍କ ବେଲୁନ ଦେବାର ମୁହୂର୍ତ୍ତ ସତେ ଯେପରି ଆଜି ମୋ ଆଖି ଆଗରେ ନାଚି ଉଠେ। ତାଙ୍କର ସେ ସାଇକେଲରେ ଆସିବା ଆଉ ବେଲୁନ ଆନିକି ମୋ ହାତ ମୁଠାରେ ଧରେଇ ଦବା । ସେ ସତରେ ବହୁତ୍ ଭଲ ଥିଲେ।


ସେ ସମୟ ବିତିଯାଇଛି ।ସେ ବେଲୁନ ପ୍ରତି ଥିବା ମୋହ ବି ଆଜି ତୁଟି ଯାଇଛି କିନ୍ତୁ କାହିଁକି କେଜାଣି ଆଜିମୋ ପ୍ରତି ଥିବା ତାଙ୍କର ସ୍ନେହ ଭଲ ପାଇବା କଥା ଭାରି ମନେ ପଡେ। ଇଚ୍ଛା ହୁଏ ତାଙ୍କ ପାଖକୁ ଯାଇକି ତାଙ୍କର ଭଲପାଇବାର ପ୍ରତି ବଦଳରେ ଭଲପାଇବା ଟିକେ ଦବାକୁ l କିନ୍ତୁ ସଂଗୀତା ନାନୀଙ୍କୁ ମୁଁ ପ୍ରାୟ ସତର ବର୍ଷ ହେଲା ଦେଖିନାହିଁ। ମୁଁ ଜାଣିବାକୁ ପାଇଲି ସେ ଆମ ଗାଁ ର ଜଣେ ଭାଇଙ୍କୁ marriege କରିଛନ୍ତି। ସେ ଏବେ ଭୁବନେଶ୍ୱରରେ ଫ୍ଲାଟ୍ କିଣିକି ରହୁଛନ୍ତି ବୋଲି ମା ଠୁ ଶୁଣିଲି। ଭୁବନେଶ୍ୱର ଆମ ଘରଠୁ ପ୍ରାୟ 90km ହବ। ତଥାପି ତାଙ୍କୁ ଆଉ ଥରେ ଦେଖିବାର ସୁଯୋଗ ମିଳିବ ବୋଲି ବହୁତ୍ ଖୁସି ହୋଇଯାଇଛି।



ଏବେ କିଛି ଦିନ ହବ ମୁଁ ତାଙ୍କୁ fb ରେ ଦେଖିଥିଲି ତାଙ୍କୁ msg କଲି ସେ ରିପ୍ଲେ ମଧ୍ୟ କଲେ ଏବଂ ମୁଁ ମୋର ପରିଚୟ ଦେଲି କିନ୍ତୁ ମୁଁ ତାଙ୍କ ଭିତରେ ସେ ସଂଗୀତା ନାନୀଙ୍କୁ ପାଇଲିନି ଯିଏ ମୋତେ ଛୋଟବେଳେ ବହୁତ୍ ଭଲ ପାଉଥିଲେ। ତାଙ୍କ କଥାରେ ସେ ଭାବ ନଥିଲା।



ସମୟର କାଳକ୍ରମେ ସମସ୍ତଙ୍କୁ ବଦଳେଇ ଦେଇଥାଏ। ସଂଗୀତା ନାନୀଙ୍କ ବଦଳିଯିବାର କାରଣ ଏହା ବି ହୋଇପାରେ, ସେ ଏବେ ବିବାହିତା ଓ ସମାଜର କ୍ରୁର ରୂପକୁ ସେ ଠିକ୍ ଭାବେ ଦେଖିସାରିଥିବେ। କିପରି ମଣିଷ ସମ୍ପର୍କର ଫାଇଦା ଉଠାଏ । ହୁଏତ ସେ ମୋତେ ଭୁଲି ଯାଇଛନ୍ତି କିନ୍ତୁ ମୁଁ କେବେବି ଭୁଲି ପାରିବିନି ନା ସେ ବେଲୁନକୁ, ନା ତାଙ୍କୁ।........ଅପେକ୍ଷା କରିଛି କେବେ ତାଙ୍କୁ ସାକ୍ଷାତ କରିବି।....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract