sipun sahu

Inspirational

3.3  

sipun sahu

Inspirational

ସେଇ ଗୋଟିଏ ମୁହୂର୍ତ୍ତ

ସେଇ ଗୋଟିଏ ମୁହୂର୍ତ୍ତ

6 mins
707



ଅଭି ଜଳଖିଆ ଖାଇସାରିବା ପରେ କହିଲେ,ଶୁଣ ସବିତା, ମୁଁ ହିରା ଦିଦି,ରୂପା ଆଉ ଆଦିକୁ ଫୋନ କରିଦେଇଛି । ବୋଧହୁଏ ସନ୍ଧ୍ୟା ସୁଦ୍ଧା ସମସ୍ତେ ଆସି ପହଞ୍ଚିବେ ।ରାତ୍ରିର ଖାଇବା ସମସ୍ତଙ୍କ ପସନ୍ଦ ଅନୁଯାୟୀ କରିଦେବ। ସବିତାକୁ ଆଦେଶ ଦେଇ ଅଭି ଅଫିସ୍ ଚାଲିଗଲେ ।


ଅଭି ଯିବା ପରେ ସବିତା ଭାବିବାକୁ ଲାଗିଲା, ସେମାନଙ୍କର ପସନ୍ଦ ଅପସନ୍ଦ୍ କଣ ତା ଉପରେ ଏତେ ଧ୍ୟାନ ତାକୁରଖିବାକୁ ହଉଚି ଅଥଚ ବିବାହକୁ ଏତେ ବର୍ଷ ବିତଯାଇଥିଲେ ବି ସେ ନିଜ ପସନ୍ଦ ଅପସନ୍ଦକୁ କେମିତି ଭୂଳିଯାଇଚଛନ୍ତି କେଜାଣି ?

"ମୁଁ କିନ୍ତୁ ମୋ ପୁଅର ପସନ୍ଦ ମୁତାବକ ଖାଇବା ବନେଇବାକୁ ବେଶୀ ପସନ୍ଦ କରେ । ଦୀର୍ଘ ଦୁଇ ବର୍ଷ କାଳ ବିଦେଶରେ ରହିଆସିଛି ତ ସେଥିପାଇଁ ।"


ଛାତି ଉପରେ ପଥରରଖି ତାକୁ ଲଣ୍ଡନ ଯିବା ପାଇଁ ଅନୁମତି ଦେଇଥିଲା ସବିତା । ମାତ୍ର ମନକୁ ତାର ସଦାସର୍ବଦା ସଂଶୟର ବାଦଲ ଢାଙ୍କିରଖିଥିଲା । କିଏ ଜାଣେ , ପାଠ ଶେଷ କରିବା ପରେ କ୍ରୀଷ୍ଣାକୁ ଯଦି ସେଠାରେ ଜବ୍ ମିଳିଯାଏ ତ ସେଠାରେରହିବା ପାଇଁ ହୁଏତ ସେ ସିଦ୍ଧାନ୍ତ ନେଇପାରେ । ଆଉ ବିଦେଶୀ ମେମ୍ ସହିତ ବିବାହ ବି କରିନେଇ ପାରେ ।


ମାତ୍ର ଭଗବାନଙ୍କ ଅପାର କରୁଣାରୁ ଲଣ୍ଡନରେ ଭଲ ଜଵ ମିଳିଥିଲେ ମଧ୍ୟ ତାକୁ ଗୋଡ଼ରେ ଆଡେଇ ସେ ମୁମ୍ବାଇର ଏକ ମଲ୍ଟିନ୍ୟସନାଲ୍ କମ୍ପାନୀରେ ଚାକିରି ପାଇଛି । ଏଇ ତ କିଛିଦିନ ହେଲା ଏଠାରେ ଆସି ପହଞ୍ଚିଛି କିନ୍ତୁ ଏତେ ମାତ୍ରାରେ ପାତ୍ରି ପାକ୍ଷଙ୍କର ଫୋଟୋ ଆସୁଛି ଯେ ନିର୍ଣ୍ଣୟ ନେବା ଟା ବହୁତ୍ କଠିନ । ଅବଶ୍ୟ ସବିତାର ନିର୍ଣ୍ଣୟ ଉପରେ କେହି ସେତେଟା ଗୁରୁତ୍ବ ଦେଉନାହାଁନ୍ତି । ତେଣୁ ଅଭି ତାଙ୍କର ଦୁଇ ଭଉଣୀ ଆଉ ଝିଅକୁ ଡକେଇଛନ୍ତୀ ।


ସବିତା କେତେଜଣ ପାତ୍ରୀଙ୍କ ଫଟୋ ନେଇଆସି ଜଣକର ଫଟୋକୁ ସେ ଦେଖିବାରେ ଲାଗିଗଲା । ତାକୁ ଖୁସି ଲାଗୁଥିଲା । ତେବେ ସେ ଭଲ ଭାବେ ଜାଣେ ଯେ ସିଦ୍ଧାନ୍ତ ନେବା ତ ଦୂରର କଥା ,ଦୁଇ ନଣନ୍ଦ ଆସି ଏଠାରେ ପହଞ୍ଚିବା ପରେ ମଧ୍ୟ ଏହି ଫଟୋ ସବୁକୁ ତାଙ୍କ ଆଗରେ ଦେଖେଇବାର ଭାଗ୍ୟ ତାର ନାହିଁ । ଶାଶୁ ନଣନଦଙ୍କ ଉପେକ୍ଷାର ଦଂଶନ ପ୍ରଥମ ଦିନରୁ ସେ ସହିଛି । ଚୁପଚାପ ରହିବାପାଇଁ ସେ ଚେଷ୍ଟା କରିଛି ।


ସବିତାର ଶଶୁର ତାଙ୍କ ବନ୍ଧୁଙ୍କ କନ୍ୟା ସହିତ ନିଜ ପୁତ୍ର ଅଭି ପାଇଁ ପସନ୍ଦ କରି ସବିତାକୁ ବୋହୁ କରି ଘରକୁ ନେଇଆସିଥିଲେ । ମାତ୍ର ସବିତାକୁ ଘରେ କେହି ପସନ୍ଦ କରୁନଥିଲେ । ସବିତାର ଶଶୁର ଘର ଲୋକ ସମସ୍ତେ ଖୁବ୍ ସଫା ହୋଇଥିବାରୁ ଶ୍ୟାମଳରଙ୍ଗର ବହୁ ଆଣିବା ପାଇଁ କେହିରାଜି ନଥିଲେ । ଶ୍ୟାମଳ ବର୍ଣ୍ଣ ହୋଇଥିବାରୁ ସବିତାକୁ ଦୁଇ ନଣନ୍ଦ ଓ ଶାଶୁ ଭଲ ପାଉନଥିଲେ । ଏହା ସତ ଯେ ଅଭି କେବେବି ସବିତା ଉପରେ ଆକ୍ଷପ କରିନାହାନ୍ତି , ଅଥଚ ତାଙ୍କ ମା ଭଉଣୀ ଯେଉଁ କଷ୍ଟ ଦେଇଛନ୍ତି ତାକୁ, ସବିତା ତାର କାରଣ ବି ଖୋଜି ପାଇନି ଏ ଯାଏ । ସବିତା ର ଭାଗ୍ୟ ଭଲ ଥିଲା ତାର ଦୁଇଟି ଯାକ ସନ୍ତାନ ଖୁବ୍ ସଫାରୂପ ନେଇ ଜନ୍ମ ହୋଇଥିଲେ ।


ସେମାନଙ୍କ ସଫାରୂପକୁ ଦେଖି ମୁଗ୍ଧ ହୋଇ ଶାଶୁ ନଣନ୍ଦ କହିଥିଲେ,ଭଗବାନଙ୍କୁ କୋଟି କୋଟି ପ୍ରଣାମ,ତା ପେଟରୁ ଜନ୍ମ ନେଇଥିବା ସନ୍ତାନ ଦୁଇଟି ଆମ ଘରରରୂପ ନେଇ ଆସିଛନ୍ତି , ନ ହେଲେ ଆମ ବଂଶ ପରମ୍ପରା ହିଁ କଳା ହୋଇଯାଇ ଥାନ୍ତା । ସବିତାର ଛାତି ବିଦାରି ହୋଇଯାଉଥିଲା ସେମାନଙ୍କରକୁଟିଳ ଭାଷା ଶୁଣି । ବଡ଼ ନଣନ୍ଦ ହୀରା ଦିଦି ତା ମନକୁ ଆଘାତ ପରେ ଆଘାତ ଦେଇଚାଲୁଥିଲେ । ଛାଡ ଭଲ ହେଲା ଅଭିର ପୁତ୍ର ସଫା ହୋଇଛି । ଯଦି ସବିତା ପରି ହୋଇଥାନ୍ତା ତ ତେବେ ସେ ବଡ଼ ହେଲା ପରେ ତା ପାଇଁ ଭଲ ପ୍ରସ୍ତାବଟେ ଜୁଟେଇବାକୁ କେତେହଲା ଜୋତା ଛିଣ୍ଡେଇବାକୁ ପଡିଥାନ୍ତା ତାର କଳନା ନଥାନ୍ତା ।


ଏମିତି ଅନେକ କଛି ସେ ସମସ୍ତ କଷ୍ଟକୁ ସବିତା ନିଜ ଭିତରେ ଚାପିରଖି ଛୁଆମାନଙ୍କର ଲାଳନ ପାଳନରେ ଲାଗିଯାଏ ଏବଂ ନିଜକୁ ନିଜେ ବୁଝାଇ ନିଜର କଳାରୂପର ନିନ୍ଦା ଶୁଣି ସମସ୍ତଙ୍କର ଆଦେଶକୁ ପାଳନ କରିଚଲେ ।

ଏକ ମାତ୍ର ଶଶୁର ହିଁ ତାର ସେଇ କଳା ଭିତରେ ପରିଷ୍କାର ଓ ପବିତ୍ର ଗୁଣ ମାନଙ୍କର ପ୍ରଶଂସା କରିଚାଲିଥିଲେ । ତାଙ୍କର ଦେହାନ୍ତ ପରେ ତାଙ୍କ ସାଥିରେ ହିଁ ସମସ୍ତ ସ୍ନେହ ଆଦର ଯେପରି ତୁଟିଯାଇଥିଲା । ଏବେ ଶାଶୁମା ମଧ୍ୟ ନାହାନ୍ତି । ତେବେ ଦୁଇ ନଣନ୍ଦଙ୍କ ଅଭ୍ୟାସ ତୁଟିନାହିଁ । ସେମାନେ ଏବେ ବି ଆସି ସବିତାର କଳାରୂପକୁ ନିନ୍ଦା କରିବାକୁ ଆଦୌକୁଣ୍ଠାବୋଧ କରନ୍ତି ନାହିଁ ।


ଚାରିଟା ସମୟରେ ବଡ଼ ନଣନ୍ଦ ତାଙ୍କର ପତି ସହିତ ପହଞ୍ଚିବା କ୍ଷଣି ହିଁ ଆଦେଶ ଜାରି କରିଦେଲେ - ସବିତା , ଆଗେ ଆମକୁ ବଢିଆ କଫି ଦି କପ୍ କରିଦେଲୁ । ତା ପରେ ଆଉ ଯାହା କରିବୁ । ହଁ ପକୁଡ଼ି ପିଆଜୀ କରି ଦେବା ପାଇଁ ଠିକ୍ ଠାକ୍ କରିରଖିଛୁ ନା ନାହିଁ?

ସେମାନଙ୍କର ଗୋଟି ଗୋଟି ଆଦେଶକୁ ମାନି ନେଉଥିବାବେଳେ ଛୋଟ ନଣନ୍ଦ ଏବଂ ଝିଅ ଆଦି ନିଜ ନିଜ ପତି ଆଉ ଛୁଆମାନଙ୍କ ସହିତ ଆସି ପହଞ୍ଚି ଯାଇଥିଲେ । ଅଭି ମଧ୍ୟ ଅଫିସ୍ ରୁ ଆସି ସେମାନଙ୍କୁ ଦେଖି ଖିବ୍ ଖୁସି ହେଲେ । ସମସ୍ତେ ଆରାମରେ ବସି ପକୁଡ଼ି ଆଉ କଫି ଚାର ମଜା ନେଇ ନେଇ ପାତ୍ରୀମାନଙ୍କର ଫଟୋ ଆଉ ପରିଚୟ ପତ୍ରକୁ ଦେଖି ଚର୍ଚ୍ଚା କରିବାରେ ଲାଗିଗଲେ । ସବିତା କେବଳ ମୁକ ଦର୍ଶକ ପରି ଏପଟ ସେପଟ ହବରେ ଲାଗିଥିଲା ।


ବଡ଼ ନଣନ୍ଦ କହୁଥିଲେ ଅଭି ,ତୁ ଆମ ବାପାଙ୍କ ପରି କ୍ରୀଷ୍ଣା ପାଇଁ ଏମିତି ସେମିତି କାଳୀ କୋତରି ଝିଅ ଆଦୌ ପସନ୍ଦ କରିନୁ । ଛୋଟ ନଣନ୍ଦ କହିଉଠିଲେ , ହଁ ଭାଇ ବାପା ଯେମିତି ଭାଉଜଙ୍କୁ ତୁମ ଉପରେ ଜବରଦସ୍ତ ଆଣି ଲଦି ଦେଇଥିଲେ । ତୁମେ ବୋଲି ତା ସହିତ ଚାଲିଗଲ, ନ ହେଲେ ଆଜି କାଲି ପୁଅମାନଙ୍କ ପରି ତୁମେ ଯଦି ହୋଇ ଥାନ୍ତ ନା ଏହି ପରି କାଳି କୋତରି ଅସୁନ୍ଦରିକୁ କେବେ କଣ ବରଦାସ୍ତ କରିଥାଆନ୍ତ ? ଝିଅ ଆଦି ମଧ୍ୟ ଚୁପ୍ ହୋଇ ବସି ନା ପାରି କହିଲା,ହଁ ,ହଁ , ବାପା ମୋ ଭାଇ ଯେମିତି ସଫା ଧଳା ଆଉ ଏତେ ସୁନ୍ଦର ନା ତା ପାଇଁ ତ ଚାନ୍ଦ ପରି ଏକ ଭାଉଜ ଆଣିବା ଦରକାର ।


ସମସ୍ତଙ୍କ ଉପହାସ ଶୁଣି ଶୁଣି ଆହତ ସବିତା ସେ ସବୁକୁ ସହ୍ୟ କରିବା ପାଇଁ ବାଧ୍ୟ ହେଉଥିଲା । କାରଣ , ତାରି ପୁଅ ପାଇଁ ତ ଏତେ କଥା । ତେବେ ନଣନ୍ଦ ସିନା ପର ହେଲେ ନିଜ ଗର୍ଭରୁ ଜନ୍ମ ନେଇଥିବା ଝିଅ ବି.......ସବିତା ଭାଙ୍ଗି ପଡୁଥିଲା । କୁହାଯାଏ ଝିଅକୁଆଡେ ମାର ଦୁଃଖ ବେଦନାକୁ ଖୁବ୍ ସହଜରେ ବୁଝିପାରିଥାଏ । କିନ୍ତୁ ଆଦି ତ କାଇଁ କୌଣସି ଦିନ ବି ମାର ଯନ୍ତ୍ରଣା ସିକ୍ତ ମୁହଁକୁ ଚାହିନି । ସେ କେବଳ ନିଜରଙ୍ଗରୂପକୁ ନେଇ ଗର୍ବିତ ।ବଡ଼ କଷ୍ଟରେ ନିଜ ଲୁହ ଆଉ କୋହକୁରୋକି ନେବାକୁ ସମର୍ଥ ହେଲା ସବିତା ।


ଅଭି କହିଲେ ଫଟୋରେ ତ ସବୁ ପାତ୍ରୀି ମାନେ ଖୁବ୍ ସୁନ୍ଦର୍ ଦେଖ ଯାଉଛନ୍ତି , କିନ୍ତୁ ତୁମ ମନକୁ ଯିଏ ସବୁଠୁ ବେଶି ଭଲ ଲାଗୁଛି ତାକୁ କାଲି ହିଁ ଯାଇ ଦେଖି ଆସିବା ପାଇଁ ପ୍ରସ୍ତୁତ ହୁଅ । ଯେତେ ଶୀଘ୍ର ହେବ କ୍ରୀଷ୍ଣାର ବାହାଗର ସାରିଦେଲେ ଭାବୁଛି ଭଲ ହେବ ।

ଛୋଟ ନଣନ୍ଦ ରୂପାର ପତି ହସି ହସି କହିଲେ , ଆମର ପସନ୍ଦ ନା ପସନ୍ଦରେ କିଛି ନାହିଁ । ବିବାହ ତ କ୍ରୀଷ୍ଣା କରିବ ନା, ପାତ୍ରିକୁ ସେ ହିଁ ପସନ୍ଦ କରିବା ଆବଶ୍ୟକ ।

ହୀରା ଦିଦି କହିଲେ ହଁ କ୍ରୀଷ୍ଣା, ତୁ କହ ଏଇ ସବୁ ଫଟୋମାନଙ୍କ ମଧ୍ୟରୁ ତୋତେ କଉ ଝିଅ ଟି ବେଶୀ ପସନ୍ଦ ଲାଗୁଚି । କ୍ରୀଷ୍ଣା ଠାରୁ କିନ୍ତୁ ଏକ ରୋକ୍ ଠୋକ୍ କଥା ଶୁଣି ସମସ୍ତେ ଅବାକ୍ ହୋଇରହିଗଲେ ।


ସବିତା ମନେ ମନେ ଖୁବ୍ ଭୟ ପାଇଗଲା । ଭାବିଲା କ୍ରୀଷ୍ଣା ତା ପାଇଁ ଆଗରୁ ଝିଅ ବୋଧେ ଠିକ୍ କରିରଖିଛି ? ସେ ଯାହା ବି ହେଉ, ସେ ଯାହାକୁ ପସନ୍ଦ କରୁଛି ତା ସହିତ ତାକୁ ବିବାହ ଦେବା ପାଇଁ ଅଭି ପାଖେ ଗୁହାରି କରିବି । ଆଦି କହିଲା ଭାଇ ତୁମ କଥାରୁ ଯାହା ଜଣା ପଡୁଛି,ବହୁ ଆଗରୁ ତୁମ ପସନ୍ଦର ଝିଅ ଠିକ୍ କରିରଖିଛ । ତେବେ କହନା ଭାଇ ସେ ଦେଖିବାକୁ କିପରି , ଆଉ କେଉଁଠି ତା ଘର ? କ୍ରୀଷ୍ଣା କହିଲା, ନାହିଁ ଆଦି , ଭଲ ପାଇ ବିବାହ କରିବାଟା କୌଣସି ବଡ଼ କଥା ନୁହେଁ କି କୌଣସି ଖରାପ କଥା ନୁହେଁ । ତେବେ ବିବାହ ଟା ମୁଁ ଆମ ପରିବାରର ମତ ଅନୁସାରେ ହିଁ କରିବି ।

ଆଦିର ପତି କହି ଉଠିଲେ, ଭାଇ ଏତେ ସୁନ୍ଦର ସୁନ୍ଦର ପାତ୍ରୀମାନଙ୍କ ଭିତରୁ ଆପଣକୁ କଣ କହିବି ପସନ୍ଦ ଆସିଲେନି ?ତେବେ ଆପଣ କେଉଁ ପରି ଝିଅ ଚାହାନ୍ତି? କ୍ରୀଷ୍ଣା ତାର ବସିଥିବା ସ୍ଥାନରୁ ଉଠିଯାଇ ତାର ମାକୁ ଜାବୁଡି ଧରି କହିଲା, ଏହି ସବୁ ଛବି ମାନଙ୍କ ମଧ୍ୟରେ ମୋ ମା' ପରି ଶାନ୍ତ, ସରଳ ଦେବୀ ପ୍ରତିମାର ଗୋଟେ ବି ଛବି ନାହିଁ । ଛୋଟ ନଣନ୍ଦ ଏକ ଦମ୍ ଚିହିଁକି ଉଠିଲେ - କଣ କହିଲୁ? ଆରେ ଏତେ ବୋକଙ୍କ ପରି କି କଥା କହୁଛୁ କ୍ରୀଷ୍ଣା,ତୋ ମୁଣ୍ଡ କଣ ଖରାପ୍ ହୋଇଯାଇଛି ।

କ୍ରୀଷ୍ଣା ଖୁବ୍ ଧୀର ସ୍ୱରରେ କହିଲା , ନାଇଁ ପିଉସୀ , ମୋ ମୁଣ୍ଡ ସମ୍ପୂର୍ଣ୍ଣ ଠିକ୍ ଅଛି । ହଁ ମୋତେ ମୋ ମା ପରି ଏକ ଝିଅ ଦରକାର ଏବଂ ମୋ ମା ଯାହାକୁ ପସନ୍ଦ କରିବ ସେହି ଝିଅ ମୋତେ ବି ପସନ୍ଦ ହବ ।


ବଡ଼ ନଣନ୍ଦ,ଛୋଟ ନଣନ୍ଦ ଏବଂ ଝିଅ ଆଦି ନିଜ ନିଜ ସୁନ୍ଦରରୂପକୁ ନେଇ ଯେଉଁ ଅହଙ୍କାର କରୁଥିଲେ ଏବଂ ସବିତାର କଳା - ଅସୁନ୍ଦରରୂପକୁ ନେଇ ଆଜି ଯାଏଁ ଘୃଣା କରି ଆସୁଥିଲେ , କ୍ରୀଷ୍ଣା ସେ ସବୁକୁ ଗୋଟିଏ ମୁହୂର୍ତ୍ତ ଭିତରେ ବଦଳେଇ ଦେଇ ତାର ମାକୁ ନେଇ କାହିଁ କେତେ ଉଚ୍ଚରେ ବସେଇ ଦେଇଥିଲା । ସବିତା ପାଇଁ ସେହି ଗୋଟିଏ ମୁହୂର୍ତ୍ତ ବି ତା ନିନ୍ଦିତ ,ଅବାଞ୍ଛିତ ଜୀବନରେ ଆଣିଦେଇଥିଲା ବେଶ୍ ଗର୍ବ ଆଉ ଗୌରବ । ସବିତାର କଳାରଙ୍ଗର ଚେହେରାରେ ଫୁଟି ଉଠିଥିଲା ହୀରାର ଝଲକ୍ । ସୁଖିଯାଇଥିବ ଆଖିରୁ ବି ଆବେଗରେ ବହିଯିବାରେ ଲାଗିଥିଲା ଲୁହର ଧାରା । ଦେବତାଙ୍କ ପରି ଶ୍ୱଶୁରଙ୍କ କଥା ଗୁଡ଼ିକ ତା କାନ ପାଖରେ ଗୁଞ୍ଜରିତ ହେବାରେ ଲାଗିଥିଲା । ସଦାବେଳେ ସେ ଘର ଲୋକଙ୍କୁ ବୁଝାଇ କହିଥିଲେ ଯେ, ସବିତାର ଚେହେରା ଟା କଳା ହେଲେ ବି ତା ଭିତରେ ଥିବା ସୁଗୁଣ ଗୁଡ଼ିକ ସଫାରଙ୍ଗର ଚେହେରା ଠାରୁ ଖୁବ୍ ସଫା ଆଉ ପବିତ୍ର ।


Rate this content
Log in

Similar oriya story from Inspirational