STORYMIRROR

Chinmayee Barik

Inspirational

3  

Chinmayee Barik

Inspirational

ବେବୀ

ବେବୀ

1 min
14.6K


ବେବି ସବୁବେଳେ ଟିପ୍ ଟପ୍ । ଟିକେ ବି ଧୂଳିମଳି ଲାଗେନା ତା ପୋଷାକ ପରିଛନ୍ନରେ । ଜୋତା ବି ଚକାଚକ୍ । ଗୋଡରୁ ଜୋତା କେବେ ବି ବାହାରେନି ।

ବେବି ହସୁଥାଏ ସବୁବେଳେ ।

---******------********--------********--------

ଆଜି ଝିପି ଝିପି ବର୍ଷା । school ସାମ୍ନାରେ ଆଣ୍ଠିଏ ପାଣି ।ସାଙ୍ଗମାନେ ଜୋତା କାଢି ପାଣିରେ ଚବଚବ ହେଉଛନ୍ତି । ଡଙ୍ଗା ଭସାଉଛନ୍ତି ।

ଗୁଡୁ ଆସି ବେବିକୁ ଡାକିଲା....

-ବେବି..ଆଆଆ....ପାଣିରେ ଖେଳିବା

-ନା,ମୁଁ ଯିବିନି ...ଇଇ...

-କାହିଁକି ଯେ? ସାର୍ କିଛି କହିବେନି । ଆମେ ସମସ୍ତେ ଖେଳୁଛୁ ପା?

-ଉଉଁଉଉଉ....ହଁ ଯେ?

-ଆଆଆନା....ବେବୀ,ଖେଳିବା ।ଭାରୀ ମଜା ହେବ ।ବାରଣ୍ଡାରେ ଜୋତା ଖୋଲି ଦେ...

-ନା,ଗୁଡୁ ତୁ ଯା...ବାବା କହିଛନ୍ତି ପାଣି ହେଲେ ଜର ହେବ ।

-ତୋ ବାବା ଟା କେମିତି ଲୋକକି?ଟିକେ ଜଙ୍କ ଫୁଡ୍ ବି ତୋତେ କିଣି ଦଅନ୍ତିନି । କିନ୍ତୁ ତୁ ମୋ ଜଙ୍କ ଫୁଡ୍ ଟିଫିନ୍ ବାକ୍ସକୁ ଡାହାଳ ଭଳି ଅନାଇ ଥାଉ ।

--ଏଏ.......ମାରିବି ଜାଣିଛୁ ନା?ମୋ ବାବା ଖୁବ୍ ଭଲ ।ଯେଉଁଥିରେ ଦେହ ଖରାପ ହୁଏ ତାକୁ ବାବା ମନା କରନ୍ତି ଆଉ ମୁଁ ମାନେ ।ତୁ ଟା ବଡ ଇଏଏ....ଯା...ପଳା ତୁ ,ମୁଁ ଯିବିନି ।

-ମର୍ ସେଇଠି ବସି । ମୁଁ ଚାଲିଲି ଡଙ୍ଗା ଭସାଇବାକୁ ।

---------------********************--------------'

ବେବୀ ତା ପାଦ ଦୁଇଟିକୁ ସଂକୁଚିତ କରି ଆଣେ । ଆଜି ନୁହେଁ ସବୁବେଳେ ।ଜୋତା କେବେ ଗୋଡରୁ କାଢେନା,ଧୂଳିରେ ଖେଳେନା କି ଜଙ୍କଫୁଡ୍ ଖାଏନା ।ଜୋତା ଭିତରେ ଫଟା ମୌଜା ଭିତରୁ ତା ପାଦକୁ ଲୁଚାଇ ରଖେ,ଧୂଳିରେ ମଳି ହେଲେ ବାରମ୍ବାର ପୋଷାକ ସଫା କରିବାର ଅକ୍ଷମତାରୁ ସେ ନିଜକୁ ଖେଳରୁ ବନ୍ଚାଇ ରଖେ,ଜଙ୍କଫୁଡ୍ କିଣିବାର ଅଭାବ ବୋଧରୁ ସେ ରୁଟି ଭଜାକୁ ସୁଷମ ଖାଦ୍ୟ ବୋଲି ଆପଣାଇ ନେଇଛି ।

ବେବୀ ତା ବାବାଙ୍କର ଅଭାବ ବୋଧକୁ ଜୋତା ଭିତରେ,ପୋଷାକ ଭିତରେ,ରୁଟିଭଜା ଭିତରେ ଲୁଚାଇ ରଖିଛି କେବେଠୁ ।ଏଥିରେ ସେ ଖୁସ୍ ।

--------------*********-----------

ବେବୀ ହସିବା ଶିଖି ଯାଇଛି ।

.....Lucy. .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational