Neelamadhab Rath

Tragedy Action Fantasy

3.9  

Neelamadhab Rath

Tragedy Action Fantasy

ବଦନାମ୍ ଗଳି

ବଦନାମ୍ ଗଳି

2 mins
12.2K


ଆଜି ସୂରଜ ଖୁବ୍ ଥକି ଯାଇଥିଲା । ମନଟା ବିତୃଷ୍ଣାର ବିଷରେ ବିଶାକ୍ତ । ଖୁବ୍ ଭଲପାଉଥିଲା ସୁନିତାକୁ । ପିଲାବେଳରୁ ସାଙ୍ଗ ହୋଇ ପାଠ ପଢ଼ୁଥିଲେ । କେତେବେଳେ ତାକୁ ନିଜର କରିନେଇ ଥିଲା ଜାଣେନା । ତାକୁ ନେଇ ଅନେକ ସ୍ୱପ୍ନର ତାଜମହଲ ଗଢିବସିଥିଲା । ପାଠରେ ଡ଼ୋରି ବାନ୍ଧିସାରିଲା ପରେ ଚାକିରି ଖୋଜିଖୋଜି ନୟାନ୍ତ ସୁରଜ୍ । ଶେଷରେ ସହରରେ ଗୋଟେ ସପିଂ ମଲ୍ ରେ ସେଲସ୍ ରିପ୍ରେଜେଣ୍ଟଟେଟିଭ ଭାବେ ଚାକିରୀଟିଏ ପାଇ ଯାଏ । ସକାଳୁ ସକାଳୁ କାନ୍ଧରେ ବ୍ୟାଗ୍ ଓ କମ୍ପାନିର ଡ଼୍ରେସ ମେଟେରିଆଲ ଧରି ବାରଦୁଆର ଶୁଣ୍ଢି ପିଣ୍ଡା ।କେବେ ମାଲ୍ ବିକ୍ରି ହୁଏତ କେବେ ହାତ ଖାଲି ।ଅନେକ explanation ଦେବାକୁ ପଡ଼େ ମଲ୍ ମାଲିକଙ୍କୁ । ମାଲ୍ ବିକ୍ରି ହେଲେତ Percentage ମିଳିବ । ଖୁବ୍ ଟେନସନ୍ । ଏଣେ ଭଡ଼ା ଘର । ମାସ ନ ପୁରୁଣୁ ଘର ମାଲିକ ଦୁଆରେ ବସିପଡ଼େ । ରାସନ ବାଲାର ଚାରିମାସର ବାକି । କଣ କରିବ କଣ ନକରିବ କିଛି ବିଚାର କରିପାରୁ ନ ଥାଏ । ବେଳେ ବେଳେ ଭାବେ ସୁନିତା ତାକୁ ଧୋକା ଦେବାର ଇଏ ଗୋ଼ଟେ କାରଣ ହୋଇପାରେ ।

       ଏମିତି ଅପରିଚିତ ସହରରେ ବୁଲୁ ବୁଲୁ ଅନେକ ଚିହ୍ନା ଅଚିହ୍ନା ମୁହଁ ସବୁକୁ ନିଜର କରି ନେଇଛି ସୁରଜ । ସୁନିତାର ବିଚ୍ଛେଦ ଗ୍ଲାନିଟା ଧିରେ ଧିରେ ମାନସ ପଟରୁ ଲିଭିଲିଭି ଯାଉଥାଏ। ଅଶାନ୍ତ ମନଟାକୁ କିଛିଟା ସାନ୍ୱନା ଦିଏ ପୂଜା । ଖୁବ୍ ସରଳ, ସୁନ୍ଦର ଝିଅଟିଏ ପୂଜା । ଘରେ ରୋଗିଣା ବୁଢ଼ା ବାପା ଓ ମାଁ । ସେମାନଙ୍କ ଚିକିତ୍ସା ପାଇଁ ପଇସା ରୋଜଗାର କରିବା ଉଦ୍ଦେଶ୍ୟରେ ବାଛିନିଏ ଏଇ ସହରର ଅନ୍ଧାରୁଆ ଗଳିକୁ । ଦିନେ ଡ଼େସ୍ ମେଟେରିଆଲ ଧରି ସେହି ଗଳିରେ ବୁଲୁବୁଲୁ ଦେଖାହୁଏ ପୂଜା ସହ ସୂରଜର । ଅଣ ଓସାରିଆ ଗଳିଭିତରେ କିଛି ଲଗାଲଗି ହୋଇ ରହିଥିବା କଚା ଘର । କାହା କାହା ଘର ଉପରେ ଜରି ଠଙ୍କା ହୋଇଛି । ନା street light ନା ନାଳ ନର୍ଦ୍ଦମା । ଗଳିଟା ଦିନସାରା ଶୁନଶାନ୍ କିନ୍ତୁ ସଞ୍ଜ ନଉ ନଉ ଗହଳି ଚହଳି ବଢିଯାଏ । କିଛି କିଛି ଗରାଖ ମାତାଲ୍ । କିଛି କିଛି ଗରାଖ ବେକାରିର ମାନସିକ ଅଶାନ୍ତିର ପାହାଡ ପରିକା ବୋଝ ଆଉ ପ୍ରେମରେ ବିଫଳ ଠିକ୍ ସୂରଜ ପରି । କିଛି କିଛି କଣ୍ଟାକ୍ଟର ଓ ବିଜିନେସ୍ ମ୍ୟାନ ଅୟେସ ଆରାମ୍ କରିବା ଉଦ୍ଦେଶ୍ୟରେ ଏଇ ଅନ୍ଧାରୁଆ ଗଳିର ନିରବତାକୁ ଆଶ୍ରା କରିଥାନ୍ତି ।  ସୁରଜ ଇତି ମଧ୍ୟରେ ପୂଜାକୁ ଆପଣାଇ ସାରିଛି । କାହିଁକିନା ବହୁତ ଥର ସୂରଜ ଏଇ କୋଠି କୁ ଆସେ । ପୂଜା ସହ ଅନେକ ରାତି ବିତାଏ । ହେଲେ ନା ଶାନ୍ତିର ଦେଖାମିଳେ ନା ଦେହର ଅବସତା । ନିଶ୍ଚିତ କରିନିଏ ପୂଜାକୁ ସବୁଦିନ ପାଇଁ ସହରର ଏଇ ବଦନାମ ଗଳିରୁ ମୁକ୍ତି ଦେବା। ରାତି ନ ପାହୁଣୁ ପୂଜାକୁ ଧରି ଲୁଚିଛପି ବାହାରିଯ଼ାନ୍ତି ଷ୍ଟେସନ୍ ଆଡକୁ ଓ ଚାଲିଯାନ୍ତି ଏକ ନୁଆ ସହର ଅଭିମୁଖେ, ଏକ ନୂତନ ଜୀବନର ଆରମ୍ଭ କରିବାକୁ । ଭୁଲିଯାଏ ସୁନିତାର ଅଧୁରା ପ୍ରେମକୁ ।



Rate this content
Log in

Similar oriya story from Tragedy