Titi Sarangi

Inspirational

3  

Titi Sarangi

Inspirational

ବଡପୁଅ

ବଡପୁଅ

2 mins
7.2K


 କିଏ କ'ଣ ଭାବିବ ବୋଲି ଭାବିଭାବି କେତେ କାମ ଆମର ଅଟକି ଯାଏ ାଲୋକେ ଯାହା ଭାବିଲେ ଭାବନ୍ତୁ ପଛେ ମୋ କାମ ମୁଁ କରିବି ଭାବିଲେ ବି କ'ଣ କରିହୁଏ ?ଯୋଉ ସମାଜ ଭିତରେ ରହୁଛେ ତା'କୁ ନିହାତି ଅଣଦେଖା କରି ହୁଏନି ାସମାଜ କ'ଣ ସେକଥା ହୁଏତ ଅନ୍ତର୍ଯ୍ଯାମୀ ଜାଣିନି ାଅଧାପାଠୁଆ ମଣିଷଟେ ାବର୍ଷର ଛ ମାସ ଦାଦନ ନଖଟିଲେ ତା'ର ଚଳେନି ାତେଣୁ ସମାଜ କଥା ଛାଡ ଦୟା ଆଉ ତା ମାଆ କ'ଣ ଭାବିବେ ସେ କଥା ତ ସିଏ ନଭାବି ରହି ପାରିବନି ା

ବାହାଘର ଆଗରୁ ଜୀବନ ଯାହା ଥିଲା ବାହାଘର ପରେ ଆଉ ସେଇଆ ହେଇ କି ନାହିଁ ାଦୟାର ମାଆ ସବୁବେଳେ କହୁଛି ‐"ତମେ ପୁରୁଷ ପିଲା ାତମର କ'ଣ ଅଛି ାଯୁଆଡେ ମନ ହେଲା ବୁଲୁଛ ,ଯାହା ମନ ହେଲା କରୁଛ ାଆମେ ମାଈପି ଜାତି ସିନା ଘର କୋଣରେ ବନ୍ଧା ହେଇଛୁ ା"ସତରେ କ'ଣ ସେଇଆ ହୁଏ ?କିଏ ଏଠି ବନ୍ଧା ହେଇନି ଯେ ?ପୁରୁଷ ଗୋଡରେ ଘର ଚଳେଇବା ,ଘରର ସମ୍ମାନ ଚଳିବା ନାମକ ଲୁହାର ଅଦେଖା ଶିଙ୍କୁଳି ତ ସବୁବେଳେ ବନ୍ଧା ହେଇଛି ାନହେଲେ ନିଜ ମାଟି ଛାଡି ପର ରାଜ୍ୟକୁ ସେ କ'ଣ ଖଟିବାକୁ ଯାଆନ୍ତା ?ଚଷାର ଜୀବନ ମାଟି ସାଥୀରେ ଟାଣ ହେଇ ଚେର ମଡେଇକି ଥାଏ ାସେଥିରୁ ଉପୁଡି ଯିବାକୁ କେବେ ବି ଚାହେଁନି ଚଷା ାହେଲେ ବି ତାକୁ ଯିବାକୁ ପଡେ ଦୂର ରାଜ୍ୟକୁ ାଋଣ ଶୁଝା ,ସଂସାରର ଯାବତୀୟ ଖର୍ଚ୍ଚ ପାଇଁଁ ନହେଲେ ପଇସା କୋଉଠୁ ଆସିବ ା

ତିନି ଭଉଣୀ ,ଦି ଭାଇ ସେମାନେ ାଅନ୍ତର୍ଯ୍ଯାମୀ ସବୁଠୁ ବଡ ାବଡପୁଅ ବୋଲି ସବୁ ଦାୟିତ୍ବ ତାର ାଭଲରେ ନ ତୁଲେଇ ପାରିଲେ ଦୋଷଯାକ ବି ତାର ାବାପା ବୁଢା ହେଲେଣି ାଜମି ଖଣ୍ତେ ଅଛି ବୋଲି ତାଙ୍କୁ ଇନ୍ଦିରା ଆବାସ ଅନୁଦାନ ମିଳିନି ାହେଲେ ପୁରୁଣା ଚାଳ ଛାଊଣୀ ଘର ଖାଲି ତାଙ୍କରି ଯାହା ଅଛି ଗାଁରେ ାନିଆଁ ପାଣିକି ଡର ାପୁଣି ପୁଅ ବି କହିଲାଣି ାବାପ ମନଟା ତାର କୋରି ହେଇଯାଏ ନିଜର ନିପାରିଲାପଣ ଆଗରେ ାବଡ କଷ୍ଟରେ ବାପାଙ୍କୁ ବୁଝେଇବାକୁ ଭାବେ ଅନ୍ତର୍ଯ୍ଯାମୀ ାଜମି ଖଣ୍ତେ ବିକିଦେଲେ ସେମାନେ ହେଇଯିବେ ନାମମାତ୍ର ଚାଷୀ ଆଉ ବିପିଏଲ୍ ଗୋଷ୍ଠୀର ମଣିଷ ାହେଲେ ଇଚ୍ଛା କରି ବି ଏକଥା କହି ପାରେନି ା

ଚାଷରୁ ଯାହା ବି ମିଳୁ,ବଡ ଚାଷୀ ବୋଲି ପାଞ୍ଚଖଣ୍ତ ଗାଁରେ ନାଁ ପଡୁଛି ତାଙ୍କ ଘରର ାଛ ମାସ ଦାଦନ ଖଟିଲେ ବି ପଇସା ଅଣ୍ଟୁନି ାକିନ୍ତୁ ଜମି ବିକିଦେଲେ ତ ବର୍ଷସାରା ଖଟିବାକୁ ପଡିବ ପର ରାଜ୍ୟରେ ାସହରର ବହୁତ ପଇସାବାଲାଙ୍କ ନଜର ଏବେ ଗାଁର ଏଇ ଚାଷୀଙ୍କ ଜମି ଉପରେ ାଶାଗମାଛ ଦରରେ କିଣି ନବାକୁ ଚାହିଁ ବସିଛନ୍ତି ାସାନଭାଇ ବି ତାକୁ ବହୁତ ବିଶ୍ବାସ କରେ ାବାହାହେଲେ ସିଏ ଭିନେ ହେଇଯିବ ସତ ାହେଲେ ଏବେ ତ ବଡଭାଇ ବୋଲି ତାର ବହୁତ ଭରସା ାକାହାର ବିଶ୍ବାସ ସେ ଭାଙ୍ଗି ପାରିବନି ାନିଜ ହାଡ ଫଟେଇ ସେ ଅଧିକ ପରିଶ୍ରମ କରିବ ାସେମାନେ ଦି ଭାଇ ଚାହିଁଲେ ଘର କରିବେ ାକିନ୍ତୁ ମାଗଣାଖିଆ ହେବେନି ାଯିଏ ଯାହା କହିଲେ କହୁ ପଛେ ାବଡପୁଅ ଭାବରେ ଘରର ସମ୍ମାନ ସିଏ ରଖିବ ାଦିନେ ଘରର ସମ୍ମାନ ପାଇଁ ଗୋଟେ ରାଜାପୁଅ ତ ଯୋଗୀ ସାଜିଥିଲା ାସେ ଠାକୁର ଥିଲା କି ନାଇଁ ସିଏ ଜାଣିଥିବ ାକିନ୍ତୁ ନିଜ ମର୍ଯ୍ୟାଦାବୋଧପାଇଁ ସିଏ ଏବେ ବି ପୂଜା ପାଉଛି ାଅନ୍ତର୍ଯ୍ୟାମୀ ସ୍ଥିର କଲା "ରାମଚନ୍ଦ୍ର ନହେଲେ ନାଇଁ ରାମିଆ ଭଣ୍ତାରି ତ ହେଇଥିବି ା"ଯାହା ଆମ ଗାଁଗହଳରେ ପ୍ରଚଳିତ ଅତି ସାଧାରଣ ମର୍ଯ୍ୟାଦାବୋଧର କଥାପଦେ ା


Rate this content
Log in

Similar oriya story from Inspirational