ଶିଶିର ସାହୁ ମନୋଜ

Comedy Romance

3  

ଶିଶିର ସାହୁ ମନୋଜ

Comedy Romance

ବଡ଼ଜାତିଆ ଝିଅ

ବଡ଼ଜାତିଆ ଝିଅ

2 mins
225


ଝିଅଟି ଜାତିରେ ଗୁଡ଼ିଆ କିନ୍ତୁ ରାଜଜେମା ପରିକା ସୁନ୍ଦର ! କାର୍ଯ୍ଯାଳୟରେ କାର୍ଯ୍ଯ କରୁଥିଲେ ହେଁ ବାପଛେଉଣ୍ଡ ଝିଅଟି ମାଆର ଦୃଢ଼ ଆକଟରେ ବଡ଼ ହୋଇଛି ! ବିଧବା ମାଆ ସହିତ ରହି ଝିଅଟି ଟୋକାଙ୍କଠୁ ବର୍ତ୍ତିବାକୁ ନାନା ଉପାୟ ଶିଖିଯାଇଛି ! କାର୍ଯ୍ଯାଳୟରେ ବିଭିନ୍ନ ଜାତିର ଯୁବକ କାମ କରୁଛନ୍ତି ତେବେ ସେହି କାର୍ଯ୍ଯାଳୟରେ ପ୍ରିୟବ୍ରତ ପଣ୍ଡା ବ୍ଯତିତ ଅନ୍ଯ ସମସ୍ତ ବ୍ରାହ୍ମଣ ଜାତିର ବ୍ଯକ୍ତିମାନଙ୍କର ବିବାହ ହୋଇ ସାରିଛି ! 


ଓଡ଼ିଶାରେ ଜାତି ନଦେଖି ବି ପ୍ରେମ ହୁଏ କିନ୍ତୁ ବିବାହ ବେଳେ ଜାତି ପ୍ରସଙ୍ଗ ନିଶ୍ଚୟ ଉଠି ହିଁ ଥାଏ ! ସାଧାରଣତଃ ଏଇଥିପାଇଁ ଆମ ରାଜ୍ଯର ଅନେକ ଯୁବକ ଯୁବତୀ ନିଜ ଜାତି ମଧ୍ଯରେ ମନ ଦିଆ ନିଆକୁ ଅଧିକ ସୁଖ ମଣନ୍ତି ! ଝିଅଟି ଓଡ଼ିଆଙ୍କର ଏହି ଜାତୀୟ ଗୁଣକୁ ଠିକ୍ ଠଉରେଇ ପାରିଥିଲା ତେଣୁ ସେ କାର୍ଯ୍ଯାଳୟରେ ଯୋଗ ଦେବା ଦିନ ହିଁ ନିଜକୁ ବ୍ରାହ୍ମଣ ଜାତିର ବୋଲି କିଛି ଲୋକଙ୍କୁ ପରିଚୟ ଦେଇଦେଲା ! 

ଫଳତଃ ଅଧିକାଂଶ ନିମ୍ନ ଜାତିର ଯୁବକ ତା'କୁ ପଟେଇବାର ଚେଷ୍ଟାରୁ ବିରତ ତହିଲେ ! ଏଣେ ପ୍ରିୟ ପଣ୍ଡାବାବୁ ଯେମିତି ବି ହେଉ ଏହି ନବାଗତା କନ୍ଯାକୁ ପ୍ରେମ ଫାସରେ ଫସେଇବାର ନାନାଦି ଉପାୟମାନ ଅବଲମ୍ବନ କଲେ ! ଜଣେ ଗଡ଼ଜାତିଆ ପିଲାକୁ କିନ୍ତୁ ଝିଅ ଉପରେ କାହିଁକି କେଜାଣି ଭାରି ସନ୍ଦେହ ହେଲା ! ଝିଅର ଉପନାମ ଯଦି "ସାହୁ" ସେ ପୁଣି ବ୍ରାହ୍ମଣ କେମିତି ହେବ ତେବେ ଅନୁସନ୍ଧାନ କରି ଜାଣିଲା ଯେ କେତେକ ସାହୁ ଉପ ଅନାମଧାରୀ ବ୍ରାହ୍ମଣ ବି ଅଛନ୍ତି ! 

ଗୋଟାଏ ପଟେ ବ୍ରାହ୍ମଣ ଟୋକା ଝିଅକୁ ପଟେଇବାର ଚେଷ୍ଟାରେ ଲାଗିଥିବା ବେଳେ ଏପଟେ ଗଡ଼ଜାତିକା ଟୋକାଟା ଝିଅର ସତ କାଢ଼ିବାକୁ ଲାଗିପଡ଼ିଲା ! ପ୍ରାୟ ତିନିମାସ ପରେ ଝିଅର ବାହାଘର ଠିକ୍ ହେଲା ! ପଣ୍ଡାବାବୁ ମନ ଦୁଃଖରେ କେବଳ ଭୋଜିଟା ପାଇଁ ଝିଅର ବାହାଘର ଦିନ ତା' ଗାଆଁକୁ ଯାଇଥିଲେ ! ଭୋଜି ଖାଇ ପଣ୍ଡେ ଘରକୁ ବାହୁଡ଼ୁଥାନ୍ତି ଜଣେ ଗାଆଁଲୋକ କହୁଥିବାର ଶୁଣିଲେ "ଜାଣିଲ ! ବଡ଼ ଘରେ ବାହାଘର ହୋଇଛି କି ସୌଭାଗ୍ଯ ଦେଖ ! ପିଲାଟା ଜାତିରେ ଗୁଡ଼ିଆ ସିନା କିନ୍ତୁ ସରକାରଙ୍କ ପାଖ ଲୋକ ! କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ! ଆମ ଗୁଡ଼ିଆ ଜାତିରେ ଏମିତି ବରଟେ ଯୁଟିବା ଏତେ ସହଜ କି ନା ?" 

ପଣ୍ଡାବାବୁ ଏସବୁ ଦେଖି ଶୁଣି ହତବାକ୍ ହୋଇଗଲେ ! ସେ ରାଗିବେ ନା ହସିବେ କିଛି ବୁଝିପାରିଲେ ନାହିଁ ! ଏତିକି ବେଳେ କାର୍ଯ୍ଯାଳୟର ସେହି ଗଡ଼ଜାତିଆ ଟୋକାଟା ସହ ପଣ୍ଡାବାବୁଙ୍କର ଦେଖା ହେଲା ! ପଣ୍ଡେ ଝିଅ କଥା କହିଲାରୁ ଇଏ କହିଲା କିହୋ ଗୋସେଇଁ ସେକଥା ମୁଇଁ ଆଘରୁ ଜାଣିଥିଲି ହୋ ହେଲେ ତମେ ତ ପ୍ରେମରେ ଭୋଳ ଥିଲ ମୋ କଥାକୁ ଆରମିନ୍ତି ଭାବିଥାନ୍ତ ନା ଆଉ ! ହଉ ମ ଯାହା ହେଲା ଅଏନ୍ ହେଲା ବୋ ମିଛେଇ ଝିଅକୁ ବାହା ହେଇନ ଭଲ କରିଛ ଯେ ! " 


Rate this content
Log in

Similar oriya story from Comedy