STORYMIRROR

Madhabi Patel

Tragedy

4  

Madhabi Patel

Tragedy

ବଡ଼ ଘର ବୋହୂ

ବଡ଼ ଘର ବୋହୂ

2 mins
228


ସୁଜାତାର ପାଠପଢା ସରୁସରୁ ବାହାଘର ହେଇଗଲା।ଜଣେ ଡାକ୍ତରଙ୍କ ସହ। ବଡ ଘର ଦେଖି ବାପାମାଆ ଶିଘ୍ର ବାହା କରିଦେଲେ ଭଲ ପ୍ରସ୍ତାବ ଆସିବା ଦେଖି।ସ୍ବାମୀ ତାର କେଡିଓଲୋଜିଷ୍ଟ।ତାଙ୍କର ଅନେକ ନାଆଁ ଅଛି।ତାଙ୍କ ହାତର ଯାଦୁଗରୀରେ କେତେ ଅପରେସନ ସଫଳ ହେଇଛି ଓ ଗମ୍ଭିର ସଂକଟରେ ଥିବାରୋଗି ନୂଆ ଜୀବନ ପାଇ ଫେରିଛନ୍ତି। ସକାଳ ଆଠଟାରୁ ଘରୁ ବାହାରିଗଲେ ରାତି ଦଶପରେ ଯାଇ ଫେରନ୍ତି।କେବେକବେ ରାତିସାରା ବି ରହିବାକୁ ପଡେ। ସୁଜାତାକୁ ଲାଗେ ସେ ଏକ ଅଭିଶପ୍ତ ଜୀବନ ବଞ୍ଚୁଛି ଯେମିତି।ସେ ଯାହା ପିଲାବେଳୁ ତା ସ୍ବପ୍ନରେ ସଂଯୋଇ ରଖିଥିଲା ସେମିତି କିଛି ଘଟିଲାନି ତାସହ। ସ୍ବାମୀଙ୍କ ମଧୁର ରାମାନ୍ସ।ବାହାରକୁ ବୁଲିଯିବା ଖାଇବା ପିଇବା ସପିଙ୍ଗ କିଛି ଭୋଗିପାରିଲାନି ତା ଜୀବନରେ।

କେବଳ ଘରେ ରହି ରୋଷେଇବାସଂଟିଭି ଦେଖି କଟିଗଲା ତାର ଆୟୁଷ।ପିଲାମାନେ ଜନ୍ମ ହେଲେ। ଯେମିତି ପିଲାଜନ୍ମକରିବା ଏକ କର୍ତ୍ତବ୍ୟ ବୋଲି ପିଲା ଜନ୍ମନେଲେ।ହେଲେ ପିଲାଏ ବାପାର ସ୍ନେହରୁ ବଞ୍ଚିତ ରହିଲେ।ବାପା ଫେରିଲା ବେଳକୁ ପିଲାଏ ଶୋଇ ଯାଇଥାନ୍ତି।ବ୍ୟାଙ୍କରେ ଅନେକ ଗୁଡିଏ ଟଙ୍କା ହେଲେ ବାପା ବା ସ୍ବାମୀର ସୁଖ ତାଙ୍କ ଭାଗ୍ୟରେ ନାହିଁ।ସେ ଯେତେବେଳେ କୋଣସି ଗରିବ ପରରିବାରକୁ ଏକାଠିମିଶି ହସୁ ଥିବାର ଦେଖେ ସେତେବେଳେ ଭାବେ।କାଶ୍ ସେ ଏମିତି ଗରିବ ଲୋକଟାକ ବାହା ହେଇଥାନ୍ତା।ଦୁଇଜଣ ଏକାସାଙ୍ଗରେ ମିଶି କାମ କରନ୍ତେ।ସବୁବେଳେ ଏକାଠ ରହନ୍ତେ।କମ୍ ଜିନିଷରେ ସୁଖ ଖୋଜି ନିଅନ୍ତେ।

ସେ ଘରେ ବସିବସି ବୋର୍ ହେଇଯାଉଥିଲା।ଚାକିରି କରିବାକୁ ଦରକାର ନଥିଲା କାରଣ ତା ଦରକାରି ଜିନିଷ ସବୁ ଉପଲବ୍ଧ ହେଇଯାଉଥିଲା।ବେଙ୍କ ଏକାଉଣ୍ଟ ତା ନାଆଁରେଥିଲା।କ୍ରେଡିଟକାର୍ଡ ଅଛି କିଛି ଅନ୍ଲାଇନ କିଣିବା ପାଇଁ। ଆଉ କଣ ଦରକାର ତାପାଇଁ,ଏହା ସ୍ବାମୀଙ୍କ ଓ ଶାଶୁଘର ଲୋକଙ୍କ ଯବାବ।

ହେଲେ ସେ ଅଭାବ ଅନୁଭବ କରୁଥିଲା।ଯାହା ଅନ୍ୟମାନେ ଦେଖି ପାରୁନଥିଲେ।ସେ ଧିରେ ଧିରେ

ଡିପ୍ରେସନରେ ଚାଲି ଯାଉଥିଲା।ତାର ମନର ସରସତା ମରି ଯାଉଥାଲା। ସେ ନିଜକୁ ଏକ ଅଦରକାରି ଜୀବ ଭାବୁଥିଲା।କାହାରି ଜୀବନରେ ତାର ଆବଶ୍ୟକତା ନାହିଁ? ପିଲାମାନେ ବି ବଡ ହେବାପରେ ତା କଥାକୁ ଆଉ ଗୁରୁତ୍ବ ଦେଲେନି ନିଜ ମର୍ଜିରେ ଚଳିବାକୁ ଲାଗିଲେ।ଦିନେ ସେ ବିରକ୍ତ ହେଇ ଘର ଛାଡି ଏକ ଆଶ୍ରମକୁ ଚାଲିଗଲା।ସେଠି ଆଶ୍ରମ ବାସୀଙ୍କ ସେବା ସହଯୋଗରେ ତାର ସମୟ ର ସଦୁପଯୋଗ ହେଲା।ସେଠିକାର ଲୋକେ ତାକୁ ଦେବୀ ପରି ମାନିବାକୁ ଲାଗିଲେ ସମ୍ମାନରେ ପୋତିପକେଇଲେ ତାକୁ।ତାବିନା ଯେମିତି ସମସ୍ତେ ଅଚଳ ହେଇ ପଡୁଥିଲେ।ସେଠି ଯାଇ ତାକୁ ଲାଗିଲା ସେବି କାହାର କାମରେ ଲାଗି ପାରୁଛି।

ତାର ବି ମହତ୍ବ ଅଛି ଅନ୍ୟ କାହା ଜୀବନରେ।ସେ ଘରୁ ଚାଲି ଆସିବା ପରେ ପିଲାଏ ବି ମାଆର ଅଭାବ ଓ ମହତ୍ତ୍ବକୁୁ ଅନୁଭବ କରିବାକୁ ଲାଗିଲେ।ତାକୁ ସମୟ ଦେଉ ନଥିବା ପତି। ଏତେ ଦିନପଛ କରି ଦେଇଥିବା

ପତି ଏବେ ତାକୁ ଝୁରି ହେଉଥିଲେ।ଜିନିଷଟେ ହଜିଗଲେ ତାର ମହତ୍ତ୍ବ ଆମେ ବୁଝିପାରୁ।

ତାକୁ ଫେରାଇ ଆଣିବାକୁ ଅନେକ ପ୍ରଯତ୍ନ କଲେ କିନ୍ତୁ ସେ ଆଉ ଫେରିଲାନି।ସେ ଗରିବ ଅସହାୟଙ୍କ ସେବାରେ ନିଜ ଜୀବନରେ ଖୁସି ଖୋଜିନେଇଥିଲା।ଲେଖାଲେଖି ଓ ପଢାପଢି ପରି ସୃଜନାତ୍ମକ କାମରେ ନିଜକୁ ବିନିଯୋଗ କରି ଆତ୍ମ ସନ୍ତୋଷ ଖୋଜି ପାଇଯାଇଥିଲା ସେ ତେବେ ଫେରନ୍ତା କୋଉ ସୁଖ ଲାଭ ଆଶାରେ।କମ୍ ଜିନିଷରେ ଥରେ ଚଳିବା ଶିଖିଗଲେ ରଜଭୋଗ ଆଉ ଆକୃଷ୍ଟ କରିପାରେନି ତା ଆଡକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy