Akshayakumar Dash

Action Classics Inspirational

4  

Akshayakumar Dash

Action Classics Inspirational

ବାପାଙ୍କ ସାଇକେଲ

ବାପାଙ୍କ ସାଇକେଲ

2 mins
195


ସେଦିନ କଥା ମନେପଡେ।ପିଲାବେଳର କଥା । ଆମେ ଛ ଭାଇ ଓ ଦୁଇ ଭଉଣୀ ଥିଲୁ ।ବାପା ଆମମାନଙ୍କୁ ପାଠ ପଢେଇ ଥିଲେ ।ତାଙ୍କର ଗୋଟିଏ ସାଇକେଲ ଥିଲା ।ସେ ସାଇକେଲ ଟି ଇଂରାଜୀ ଶାସନ ଅମଳର ।ପ୍ରାୟ 1918 ମସିହାର ସାଇକେଲ।ଆମେ ସେତେବେଳେ ଜନ୍ମ ହୋଇନଥିଲୁ ।ଏହି ସାଇକେଲ କୁ ଜେଜେ କିଣିଥିଲେ । ବାପା ବି ଜନ୍ମ ହୋଇ ନଥିଲେ ।ଜେଜେ ସେତେବେଳେ ଆଠ ଟଙ୍କାରେ କିଣିଥିଲେ । ପାଖରୁ କିଣାହୋଇନଥିଲା ।କଲିକତାରୁ କିଣା ହୋଇଥିଲା ବୋଲି ବାପା କୁହନ୍ତି ।କଲିକତାରୁ କିଣାହୋଇ ରେଳ ଯୋଗେ ଗାଁ କୁ ଆସିଥିଲା ।ବାପା କୁହନ୍ତି, ଯେତେବେଳେ ଗାଁ ରେ ସାଇକେଲ ପହଁଚିଲା, ତାକୁ ଦେଖିବାପାଇଁ ଆଖ ପାଖ ଗାଁ ର ଲୋକ ଆସି ଦେଖୁଥିଲେ ।ଜେଜେ କୁଂ ସାଇକେଲ ଚଢ଼ିବାପାଇ ଜଣେ ଲୋକ ଆସି ଶିଖେଇ ଥିଲେ ।ସାଇକେଲଟି ଗୋୋଟିଏ ଲୁହା ଫ୍ରେମରେ ତିଆରି । ଅଠେଇଶ ଇଞ୍ଚ ର ସାଇକେଲ । ସେଥିରେ ଥିବା ବେଳ ମାରିଲେ ବହୁବାଟ ପଯ୍ୟନ୍ତ ଶୁଭା ଜାଏ ।ସାଇକେଲରେ ମୋଟା ଗଦି ସିଟ ଥିଲା ।ସବୁଠୁ ଭଲଲାଗେ ସାଇକେଲଟି ଭଲ ଗଡୁଥିଲା ।ଜେଜେ ଚଢି ଦିନି ବଜାର କି ତାଙ୍କ କାମରେ ଯାଆନ୍ତି । ସାଇକେଲ ସହିତ ଚକରେ ପମ୍ପ ଦେବାକୁ ଗୋଟିଏ ପମ୍ପ ମଧ୍ୟ ମିଳିଥିଲା ।ବଡ଼କଥା ହେଲା, ସାଇକେଲ କେବେ ଖରାପ ହୋଉନଥିଲା । ସାଇକେଲରେ ଲେଖା ହୋଇଥିଲା ମେଡ଼ ଇଂନ ହଲାଣ୍ଡ ଓ 1918 ମସିହାର ବୋଲି ଲେଖା ଥିଲା । ସେତେବେଳେ ଇଂରେଜୀ ସରକାର କଂ କମ୍ପାନୀ ସାଇକେଲ ଆଣି କଲିକତାରେ ବିକ୍ରୀ କରୁଥିଲେ ।ବାପା କୁହନ୍ତି, ତାଙ୍କ ପିଲାବେଳରୁ ସେ ସାଇକେଲ ଚଢିବା ଆରମ୍ଭ କଲେ ।ବାପା ,ସାଇକେଲ ପମ୍ପ ଚାଳିଗଲେ ନିଜେ ଲିକ ମାରନ୍ତି । ମୋ ପିଲାବେଳର ଦେଖିଛି ବାପା ବସି ସାଇକେଲ ର ନଟ ଖୋଲି ସଜାଡନ୍ତି ।ବାପା ସେଇ ସାଇକେଲ ଚଢି ପ୍ରାୟ ତିରିଶ ଚାଲିସ ମାଇଲ ଦିନି ଯିବା ଆସିବା କରନ୍ତି ।ସାଇକେଲ ରେ ଧାନ ବସ୍ତା ଲଦି ବଜାରକୁ ପେଦେଇବାକୁ ଆସନ୍ତି ।ବଜାର କି ହାଟରୁ ସୌଦା କିଣି ଘରକୁ ବୋହି ଆଣନ୍ତି । ବାପା ସାଇକେଲ କୁ ନିତି ପୋଛା ପୋଛି କରନ୍ତି । ଆମମାନଙ୍କ ସାଇକେଲ ରେ ବସେଇ ଡାକ୍ତର ଖାନା ଆଣନ୍ତି ।ସାଇକେଲ ଘୋଡା ପରି କାମ କରେ ।ମୁଁ ପିଲାବେଳେ ହାପ ପେଡଲ ମାରି ସାଇକେଲ ଅଳ୍ପ ବୟସର ଶିଖିଗଲି ।କ୍ରମେ ସାଇକେଲ ସିଟ ରେ ବସି ଚଳେଇଲି ।ମୋର ଅନ୍ୟ ଭାଇମାନେ ମଧ୍ୟ ଚାଲନ୍ତି। ବଡ ଭାଇମାନେ ଓ ବାପାଙ୍କ ଭାଇ କକେଇ ମଧ୍ୟ ସେ ସାଇକେଲ ଚଢନ୍ତି ।କ୍ରମେ କକେଇ ଓ ନନା ବିବାହ କରି ସାଇକେଲ ଯୌତୁକ ଆଣିଲେ ।ଜଣକର ରାଲେ ଓ ଅନ୍ୟଟି ରବିନ ହୁଡ଼ ।କିନ୍ତୁ ଏହି ପୁରୁଣା ସାଇକେଲ ପରି ଗଡେ ନାହିଁ ।ବାପାଙ୍କ ସାଇକେଲ ମଜଭୁତ ଥିଲା।ଅନ୍ୟ ଦୁଇ ସାଇକେଲ ହାଲ୍କା ଥିଲା । ଭଲ ବାପା କିନ୍ତୁ ସବୁବେଳେ ତାଙ୍କ ସାଇକେଲ ନେଇ ଯାଉଥିଲେ ।ବାପା ଚାଲିଗଲେ । ସାଇକେେଲ ଘରେ ଥିଲା । ଜଣେ ଭାଇ ସେ ସାଇକେଳ କୁ ଟଙ୍କାରେ ବିକ୍ରିକରି ଦେଲେ ।ମୁଁ ବାହାରେ ଚାକିରୀ କରୁଥାଏ ।ଛୁଟି ଡେଖି ଘରକୁ ଆସେ ।ବାପା ଙ୍କ ସାଇକେଲ ।


Rate this content
Log in

Similar oriya story from Action