STORYMIRROR

Debasmita Dash

Abstract

3  

Debasmita Dash

Abstract

ବାପା

ବାପା

1 min
355

ବାପା ସମୟଠୁ ଆଗରେ ଚାଲନ୍ତି, ସୂର୍ଯ୍ୟ ନ ଆସୁଣୁ ସେ ଉଠନ୍ତି ।

କେବେ ଥକି ପଡ଼ି ନଥିବା ମଣିଷ ସେ ।ଜୀବନର ଯେତେ ସବୁ ବୋଝକୁ ପିଠିରେ ବୋହି ଚାଲନ୍ତି ।ଭାତ ଯାଉ ହେଉ କି ତରକାରୀ ଲୁଣି କି ରାଗ ରାଗରେ ଫୋପାଡି ନାହାନ୍ତି କେବେ କି ଅଭିଯୋଗ ବି ନାହିଁ। ତାଙ୍କ ଆଡୁ ବରଂ ବୁଝାମଣାରେ ବୁଝିଯାଇଛନ୍ତି ନିଜେ ବୁଝେଇଛନ୍ତି ସଭିଙ୍କୁ।

60 ବର୍ଷରେ ବି ବେଶ୍ ଯୁବକ ପରି କାମ କରିପାରନ୍ତି।

ଦରକାର ହେଲେ ମାଇଲ୍ ମାଇଲ୍ ଦୂର ସାଇକେଲ ଚଲା

ନ୍ତି। କେବେ କଣ ଏମିତି ହୋଇନଥିବ ବାପା କାନ୍ଦୁଥିଲେ ଅସହାୟତାର ବନ୍ଦ କୋଠରୀରେ ସେ କଣ କେବେ ଉଦାସ ହୋଇନଥିବେ ଅର୍ଥର ଅଭାବରେ। କେବେ ତ କାହିଁ ଆଖି ଦେଖିନି ତାଙ୍କର ଏମିତି ରୂପ ବୋଧେ ଦେଖାଇନାହାନ୍ତି ।

ନା ମୁଁ ଦେଖିବାରେ ଅସମର୍ଥ ,ନା ସେ ସ୍ନେହ ଆମକୁ ଦେଇ ପିଇଦେଇଛନ୍ତି ଗରଳ ପରି ବଳିପଡ଼ିଥିବା ସବୁତକ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Debasmita Dash

ବାପା

ବାପା

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

Similar oriya story from Abstract