ଶିଶିର ସାହୁ ମନୋଜ

Comedy Inspirational

2  

ଶିଶିର ସାହୁ ମନୋଜ

Comedy Inspirational

ବାଣୁଆ

ବାଣୁଆ

1 min
574


ଅଶି ବର୍ଷ ବୟସ୍କ ଜଣେ ବୃଦ୍ଧ ବିବାହ କଲା । କିଛି ଦିନ ଗଲାରୁ ସେ ତାଙ୍କ କୁଳବଇଦ ସହ ଦେଖା କରିବାକୁ ତାଙ୍କର ଘରକୁ ଯାଇ କହିଲା ଯେ ବୋଧହୁଏ ସେ ବାପା ହେବାକୁ ଯାଉଛି ।


ଏକଥା ଶୁଣି ବଇଦ ଜଣକ ତାକୁ ଗୋଟାଏ କାହାଣୀ କହି ଶୁଣାଇଲେ ...


ଥରେ ଜଣେ ବାଣୁଆ ଆଖେଟ ହେତୁରୁ ବନକୁ ଗଲା । ଘନ ଘଞ୍ଚ ବନ ଅରଣ୍ଯ ମଧ୍ଯରେ ଯାଉଥିବା ସମୟରେ ହଟାତ୍ ଏକ ବାଘ ତା'ର ବାଟ ଓଗାଳିଲା ।


ଭୟରେ ବ୍ୟାଧ ନିଜର ବନ୍ଦୁକ କାଢ଼ିଲା ବେଳକୁ ଜାଣିଲା ଯେ ଭୂଲ ବଶତଃ ସେ ଦିନଳିଆ ପରିବର୍ତ୍ତେ ଭଙ୍ଗାଛତାଟେ ନେଇ ଆସିଛି ।


କିନ୍ତୁ କିଛି ନକରିପାରିବା ଅବସ୍ଥାରେ ପଡ଼ି ଯାଇଥିବାରୁ ସେଇ ଛତାକୁ ହିଁ ବାଘ ଆଡ଼କୁ ମୁଁହ କରି ତାହାର ପିଞ୍ଚ'ଟି ଚିପି ଦେଲାରୁ 'ଠାୟ' କରି ଏକ ଶବ୍ଦ ହେଲା ଏବଂ ବାଘଟା ସେଇଠି ଟଳି ପଡ଼ିଲା ।


କାହାଣୀ ଶୁଣି ବୃଦ୍ଧ ଜଣକ କହିଲା;- ଅସମ୍ଭବ ! ନିଶ୍ଚୟଁ ସେ ବାଣୁଆର ଦୁଇ ପାର୍ଶ୍ବରୁ କି ପଶ୍ଚାତ୍ ଭାଗରୁ କେହି ଗୁଳୀ ନାଛିଥିଵ ନା ଆଉ !


ଏହା ଶୁଣି ବଇଦ ଜଣକ ଅଳ୍ପ ହସି କହିଲେ ହଁ ହଁ ଠିକ ଧରିଲେ ।।


-ଶବ୍ଦାର୍ଥ-


କୁଳବଇଦ― ପାରିବାରିକ ଚିକିତ୍ସକ

ବାଣୁଆ― ଶିକାରୀ

ଆଖେଟ― ଶିକାର କର୍ମ

ଦିନଳିଆ― ଦୁଇ ନଳୀ ଥିବା ବନ୍ଦୁକ

ଭଙ୍ଗାଛତା― ଫୋଲ୍ଡିଙ୍ଗ୍ ଅମ୍ବ୍ରେଲା

ପିଞ୍ଚ/ପିଞ୍ଜ― ସ୍ଵିଚ୍

ନାଛିବା― ମାରିବା,ଗୁଳୀ ମାରିବା



Rate this content
Log in

Similar oriya story from Comedy