ବାହାରେ କିଏ
ବାହାରେ କିଏ
ରୋଷେଇ ଘରେ ସ୍ୱାମୀଙ୍କ ପସନ୍ଦ ମୁତାବକ ଆଇଟମ ବନେଇ ଅପେକ୍ଷା କରି ବସିଛନ୍ତି ପଲ୍ଲବୀ । ଟେଲିଭିଜନର ସୁଇଚ ଅନ କରିକିଛି ଗୋଟିଏ କାର୍ଯ୍ୟକ୍ରମ ଦେଖୁ ଦେଖୁ ତାଙ୍କର ଆଖି ଲାଗିଯାଇଥାଏ । ହଠାତ ସୁଭିଛି କବାଟରେ କାହାର କରାଘାତ । କବାଟ ଖୋଲି ଦେଖିଲା ବାହାରେ ଶୁଭେନ୍ଦୁ (ପଲ୍ଲବୀଙ୍କ ସ୍ୱାମୀ) । କିଛି ନ କହି ଚୁପ ଚାପ ରୁମ ଭିତରକୁ ପଶି ଆସିଲେ ସେ ।
ଏମିତି ତ ବ୍ୟତିକ୍ରମ କେବେ ବି ହୋଇନି ଶୁଭେନ୍ଦୁ ଯେତେ ଟେନସନରେ ଥିଲେ ବି ରୁମକୁ ପଶିବା ପୂର୍ବରୁ ପଲ୍ଲବୀଙ୍କୁ ଆଲିଙ୍ଗନ କରି ରୁମକୁ ପସିବେ । ମୁହଁକୁ ଲକ୍ଷ୍ୟ କଲା ପଲ୍ଲବୀ କିଛି ଗୋଟିଏ ଚିନ୍ତାରେ ମଗ୍ନ ଥିଲା ପରି ଲାଗୁଥାନ୍ତି ଶୁଭେନ୍ଦୁ । ଏଇ ଅଧ ଘଣ୍ଟା ପୂର୍ବରୁ ତ ସେ କଥା ହୋଇଥିଲା ତାଙ୍କ ସହ ବହୁତ ଖୁସିରେ ହସି ହସି କହୁଥିଲେ ଗେଲୁ ମୋ ପସନ୍ଦ ମୁତାବକ ସବୁ ଖାଇବା ବନେଇଥିବ ମତେ ଜୋର ଭୋକ ।
କିନ୍ତୁ ଏମିତି କାହିଁକି ଚିନ୍ତିତ ଦେଖା ଯାଉଛନ୍ତି ସେ ବି ଖୋଲିଲେ ନାହିଁ ଚୁପ ଚାପ ସୋଫା ଉପରେ କ୍ଲାନ୍ତ ଶରୀରକୁ ଲୋଟାଇଦେଇଛନ୍ତି ।
ଫ୍ରେଶ ଅପ ହେଇ ଆସ ସାଙ୍ଗ ହୋଇ ଖାଇବା ବୋଲି କହିବା ପରେ ମଧ୍ୟ କିଛି ବି ଉତ୍ତର ଦେଇ ନଥିଲେ ଶୁଭେନ୍ଦୁ । ସେମିତି ଶୋଇ ରହିଥାନ୍ତି । କାରଣ ଜାଣିବାକୁ ବିଚଳିତ ହୋଇ ପଡୁଥିଲେ ପଲ୍ଲବୀ । କିନ୍ତୁ ଯେହେତୁ ଶୁଭେନ୍ଦୁ ଚିନ୍ତିତ ଅଛନ୍ତି କିଛି ସମୟ ତାଙ୍କୁ ଏକା ଛାଡି ଦେବାକୁ ଉଚିତ ମନେ କରିଥିଲେ ଏବଂ ରୋଷେଇ ଘରେ ବଳକା ଥିବା କାମକୁ ସରେଇବା ପାଇଁ ଚାଲିଯାଇଥିଲେ । ରୋଷେଇ ଘର କାମ ସାରି ଡାଇନିଂରେ ଖାଦ୍ୟ ସବୁ ସଜାଡି ଡାକିବା ପାଇଁ ସୋଫା ଉପରକୁ ନଜର ପକେଇଲେ ପଲ୍ଲବୀ । ଆଶ୍ଚର୍ଯ୍ୟର କଥା ସୋଫା ଉପରେ ଶୁଭେନ୍ଦୁ ନ ଥିଲେ ଏବେ ତ ଥିଲେ ଏତେ ଜଲଦି କୁଆଡେ ଗଲେ ହଁ ବାଥ ରୁମ ଯାଇଥିବେ ଭାବି ବେଡ଼ ରୁମ ଆଡ଼କୁ ଚାଲିଗଲେ ପଲ୍ଲବୀ । ବସି ବସି ଗୋଟିଏ ବହି ଉପରେ ନଜର ପକାଉଥାନ୍ତି । କଲିଂ ବେଲ ଶବ୍ଦରେ ତାଙ୍କ ଧ୍ୟାନ ଭଗ୍ନ ହେଲା ବହି ଉପରୁ । ଏତେ ରାତିରେ ବାହାରେ କିଏ ଡାକୁଛନ୍ତି । ରୁମରେ ଥାଇ ଆବାଜ ପକେଇଲେ ଶୁଭେନ୍ଦୁଙ୍କୁ କିଏ ଡାକୁଛନ୍ତି ଜଲଦି ଯାଇ ଦେଖ , 5 ମିନଟ ପରେ ପୁଣି କଲିଂ ବେଲ ବାଜି ଉଠିଲା । ବାଥ ରୁମରୁ କିଛି ବି ଆବାଜ ନ ଆସିବାରୁ କବାଟ ଖୋଲିବାକୁ ନିଜେ ଆସିଲେ ପଲ୍ଲବୀ କିନ୍ତୁ ଏତେ ରାତିରେ କିଏ ହୋଇ ଥାଇ ପାରନ୍ତି ସ୍ତ୍ରୀ ଲୋକ ହୋଇ କବାଟ ଖୋଲିବାକୁ ସଂକୋଚ ପ୍ରକାଶ କରୁଥିଲେ ପଲ୍ଲବୀ । ପୁଣି ଥରେ ତୃତୀୟ ଥର ପାଇଁ କଲିଂ ବେଲ ବାଜି ଉଠିଲା । ପଲ୍ଲବୀ ଆଉ ନିଜକୁ ନିୟନ୍ତ୍ରଣରେ ନ ରଖି ପାରି କବାଟ ଖୋଲିବାକୁ ଚାଲି ଆସିଲେ । କି ହୋଲ ପଟେ ଦେଖନ୍ତି ତ ବାହାରେ ପୋଲିସ । ପୋଲିସ ପୁଣି ତାଙ୍କ ଘରେ, ଗମ ଗମ ହୋଇ ଝାଳ ନିଗିଡି ପଡିଲା ପଲ୍ଲବୀଙ୍କ ଦେହରୁ । କଣ ହୋଇଥାଇ ପାରେ । ପୂର୍ବ କଥା ଟିକେ ମନକୁ ଆସିଗଲା ସ୍ୱାମୀଙ୍କର ଉଦାସ ଚେହେରା ଚୁପ ଚାପ ଶୋଇ ରହିବା । କିଛି ଗୋଟିଏ ବିପଦ ଅଛି ଭାବି କବାଟ ଖୋଲିଲେ ପଲ୍ଲବୀ । ପୋଲିସ ଅଫିସର ଜଣକ ତାଙ୍କୁ ତାଙ୍କ ସାଙ୍ଗରେ ହସ୍ପିଟାଲ ଯିବାକୁ କହିଲେ । କାରଣ ଜାଣିବାକୁ ଜିଜ୍ଞାସା କରନ୍ତେ ଉତ୍ତର ଆସିଲା ଆପଣଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ବାଇକରେ ଘରକୁ ଆସୁଥିବା ସମୟରେ ଅଜଣା କାର ଧକ୍କାରେ ହସ୍ପିଟାଲରେ ଆଡ଼ମିଟ ହୋଇଛନ୍ତି । ପଲ୍ଲବୀ ଆଶ୍ଚର୍ଯ୍ୟନିତ ହୋଇ କହିଲେ ସ୍ୱାମୀ ଯେ ତାଙ୍କର ବାଥରୁମ ଯାଇଛନ୍ତି ଫ୍ରେଶ ହେବା ପାଇଁ ସେ ଖାଇବା ବାଢି ବି ରଖିଛନ୍ତି । ସାଙ୍ଗ ହୋଇ ଖାଇବେ ବୋଲି । ଆପଣ ଭୁଲ ଜାଗାକୁ ଆସିଛନ୍ତି ସାର ଆଉ କାହା ଆଡ଼୍ରେସରେ ଆମ ଘରେ ପହଞ୍ଚି ଯାଇଛନ୍ତି, କହି ଫେରିଯିବାକୁ ଅନୁରୋଧ କଲେ ପଲ୍ଲବୀ । ପୋଲିସ ଅଫିସର ଜଣଙ୍କ ବି କନଫୁଉଜନ ହୋଇ ଅଡ୍ରେସକୁ ପୁଣି ଥରେ ଚେକ କଲେ । ଠିକ ଅଡ୍ରେସରେ ତ ଆସିଛନ୍ତି ସେ, ସ୍ୱାମୀଙ୍କୁ ଡାକି ଆଣିବାକୁ କହିଲେ ପଲ୍ଲବୀଙ୍କୁ । ପଲ୍ଲବୀ ଯାଇ ବାଥ ରୁମ କବାଟ ନକ କଲେ । ଭିତରୁ କିଛି ଆବାଜ ନ ପାଇ କବାଟ ଖୋଲିବାକୁ ଚେଷ୍ଟା କଲେ କିନ୍ତୁ ଭିତରେ ତ କେହି ନାହାନ୍ତି ପଲ୍ଲବୀଙ୍କ ମୁଣ୍ଡ କଣ ହେଇ ଯାଉଥାଏ କଚାଡି ହୋଇ ପଡିଲେ ସେ । ଚେତା ଫେରିଲା ବେଳକୁ ସେ ନିଜକୁ ଆବିଷ୍କାର କଲେ ପରିବାର ଲୋକଙ୍କ ଗହଣରେ । କାନ୍ଥରେ ଟଙ୍ଗା ଯାଇଥିବା ଶୁଭେନ୍ଦୁଙ୍କ ଫୋଟୋରେ ଫୁଲ ହାରଟିଏ ଝୁଲିଥିଲା ।

