STORYMIRROR

Anuradha Nath

Horror

4  

Anuradha Nath

Horror

ଅତୀତର ଛାଈ

ଅତୀତର ଛାଈ

3 mins
988

ଏଇ କିଛି ହେଲା ମୁଁ କିଛି ଅଲଗା ଅନୁଭବ କରୁଛି। ଲାଗୁଛି ସତେ ଯେମିତି କେହି ଛାଇ ପରି ମୋ ପାଖେ ପାଖେ ଅଛି। ମୁଁ ଦୁଇ ପାହୁଣ୍ଡ ଆଗକୁ ଗଲେ ସେ ଵି ମୋ ସହିତ ଦୁଇ ପାହୁଣ୍ଡ ଆଗକୁ ଯାଉଛି। ମୁଁ କାରରେ ଡ୍ରାଇଭିଂ କଲେ ମୋ ପଛ ସିଟ୍ ରେ ଵସୁଛି। ମିରର୍ ରେ କାହାର ଛାଇ ମୁଁ ଦେଖି ପାରୁଛି। କିନ୍ତୁ ପଛକୁ ବୁଲିଲେ କେହି ଦେଖା ଯାଉ ନାହାନ୍ତି। ରାତିରେ ସୋଇଲା ପରେ ଡୋର୍ କର୍ଟନ୍ ପଛପଟେ କାହା ଛାଇ ଦେଖୁଛି। କିନ୍ତୁ ସାମ୍ନାରେ ପର ମୁହୂର୍ତ୍ତରେ କେହି ଦିଶୁ ନାହାନ୍ତି।

ଯେଵେଠାରୁ ରାହୁଲ୍ ଏ ଘର କୁ ଆସିଛି। ସେବେଠାରୁ ଏମିତି ଅନୁଭବ ହେଉଛି । ଯାଣେନା ସିପ୍ରା କାହିଁକି ଏକ ଅନାଥ ଛୁଆ କୁ ନେଇ ଘରକୁ ଆସିଲେ। ମୁଁ କି ମୋ ପରିବାର କେଵେ ମଧ୍ୟ ତାଙ୍କ ମନରେ ଆଘାତ ଦେଇନୁ ତାଙ୍କ ମାତୃତ୍ବ କୁ ନେଇ। ଠିକ୍ ଅଛି ତାଙ୍କୁ ଛୁଆ ଭଲ ଲାଗନ୍ତି। ସେଥିପାଇଁ ତ ସେ ପ୍ଲେ ସ୍କୁଲ୍ ରେ ଶିକ୍ଷୟିତ୍ରୀ ହୋଇ ଭିନ୍ନ ଭିନ୍ନ ଛୁଆ ଙ୍କ ସହ ମିଶୁଛନ୍ତି। ଯେଉଁ ମାନଙ୍କ ର ପରିବାର ଅଛି। କଣ ହୋଇଗଲା ସେଇଠୁ ସେମାନେ ମା ନକହି ମ୍ୟାମ୍ ଡାକୁଛନ୍ତି। କାହିଁକି ମା ଡାକ ଶୁଣିବା ପାଇଁ ସେ ପାଗଳ ଥିଲେ। ସେଇଥିପାଇଁ ରାସ୍ତା କଡରେ ମା ମା କହି ଭିକ ମାଗୁଥିବା ଛୁଆ ନେଇ ଆସିଲେ। ଆଶ୍ଚର୍ଯ୍ୟ ଲାଗେ ଏଇ ଗରିବ ଲୋକଙ୍କୁ ଦେଖିକି, ପୋଷିଵାର କ୍ଷମତା ନଥିବ, ଛୁଆ ଜନ୍ମ କରି ଭିକ ମାଗିବାକୁ ପଠେଇ ଦେଵେ । ସେହିପରି ମା ଵାପା ଙ୍କ ରକ୍ତ ରେ କି ସନ୍କାର ଥିଵ? 

ଯଦିଓ ଆମ ଘରେ ରହି ସେ ବହୁତ କିଛି ଶିଖି ଗଲାଣି। ତଥାପି ସେ ଯେତେବେଳେ ମତେ ଵାପା ଡାକେ ମତେ ଭାରି ଵିରକ୍ତ ଲାଗେ। ଇଛା ହୁଏ ତା ଗାଲ ର ଦୁଇ ଚାପୁଡା ବସେଇ ଦିଅନ୍ତି। କିନ୍ତୁ ସିପ୍ରା ଙ୍କ ମୁହଁ କୁ ଚାହିଁ ଚୁପ୍ ରହିଯାଏ। ଜଦି ଭଗବାନ ଆମକୁ ଛୁଆ ଟିଏ ଦେଇଥାନ୍ତେ ଵୋଧହୁଏ ସିପ୍ରା କେଵେମଧ୍ୟ ଏକ ଅନାଥ ଛୁଆ କୁ ଘର ଭିତରେ ପୁରାଇ ନଥାନ୍ତେ।

ସେ ଛୁଆ କମ୍ ଟେନସନ୍ ଥିଲା ଯେ ଏଵେ ଏ ଛାଇ ମୋ ପଛରେ ପଡିଛି। କିଛି ଏମିତି ଭାଵି ମୁଁ କାର ଵାହାର କଲି, ରାହୁଲ୍ ପାଇଁ ଅନ୍ୟତ୍ର କୌଣସି ଯାଗା ରେ ରଖିବା ପାଇଁ। ଯେଵେଠାରୁ ଏ ଛୁଆ ଆସିଛି ସିପ୍ରା ମତେ ପୁରା ଭୁଲି ଯାଇଛନ୍ତି।

ରାତି ପାଖାପାଖି 10 ଟା। ମୁଁ ଅଫିସ୍ ରୁ ଫେରୁଥାଏ । ଗୋଟିଏ ଛାଇ ମୋ କାର୍ ଆଗରେ ଠିଆ ହୋଇଗଲା। ମୁଁ ତାକୁ ଅତିକ୍ରମ କରି ପାରିଲି ନାହିଁ। ମୁଁ ଚିତ୍କାର କରି ପଚାରିଲି ତମେ କିଏ, କାହିଁକି ମତେ ହଇରାଣ କରୁଛ? ତା ପରେ ଉତ୍ତର ଆସିଲା ମୁଁ ଶୋଭା। ମୁଁ ଚମକି ଗଲି, କହିଲି ତମେ ତ ମତେ ଛାଡି ଆମେରିକା ଚାଲି ଯାଇଥିଲ। ଯିଵା ପୂର୍ବରୁ ମତେ ଜଣାଇଵା ବି ଠିକ୍ ଭାଵିଲ ନାହିଁ। ସେ କହିଲା, କେମିତି କହିଥାନ୍ତି? ସେତେବେଳେ ମୁଁ ତମ ଛୁଆ ର ମା ହେବାକୁ ଯାଉଥିଲି। ଆଉ ତମେ ତମ କ୍ୟାରିଅର ପାଇଁ ଵ୍ୟସ୍ତ ଥିଲ। ଯଦି ମୁଁ ମୋର ଵିଷୟ ରେ କହିଥାନ୍ତି, ତମେ ନିଜ କ୍ୟାରିଅର କଥା ନଭାଵି ମତେ ଵିଵାହ କରି ଦେଇଥାନ୍ତ।

ଏଣୁ ମୁଁ ଆମେରିକା ଚାଲିଗଲି, ଯେତେବେଳେ ଜାଣିଲି ତମେ ତମ କ୍ୟାରିଅର ରେ ପ୍ରତିଷ୍ଠିତ ହୋଇ ସାରିଛି, ସେତେବେଳେ ମୋର ଦୁଇ ବର୍ଷ ର ଛୁଆ କୁ ନେଇ ଓଡ଼ିଶା ଫେରିଲି। ଭାବିଥିଲି ତମେ ମତେ ଆଉ ଆମ ଛୁଆ କୁ ପାଛୋଟି ନେବ। କିନ୍ତୁ ସେତେବେଳେ ତମେ ସିପ୍ରା ଙ୍କୁ ଵିଵାହ କରି ସାରିଛ। ଆଉ ମୁଁ ଭାରସାମ୍ୟ ହରାଇ ବସ୍ ଆଗକୁ ଆସିଗଲି। ମୋର ସିନା ମୃତ୍ୟୁ ହୋଇଗଲା, କିନ୍ତୁ ମୋ ଛାଇ ସଵୁଵେଳେ ମୋ ଛୁଆ ପାଖେ ପାଖେ ଥିଲା। ତିନିବର୍ଷ ପରେ ତମ ପତ୍ନୀ ତାକୁ ତମ ଘର କୁ ନେଇ ଆସିଲେ। ଭାବିଥିଲି ତମେ ମଧ୍ୟ ତାକୁ ଭଲ ପାଇବ, କିନ୍ତୁ ତମେ ଜିଦି ,ଯେମିତି ଆଗରୁ ଥିଲ। ରାହୁଲ୍ ତମର ପୁଅ ତାକୁ କୋଳେଇ ନିଅ।

କିଛି ସମୟ ପରେ ଛାଇ ଟି ଲୁଚିଗଲା।କାର୍ ରେ ରାହୁଲ୍ ର କ୍ୟାପ୍ ଟି ଥିଲା, ଯେଉଁ ଥିରେ ତା ଚୁଟି ଲାଗିଥିଲା। ମୁଁ ଘରକୁ ନଯାଇ ମୋ ସାଙ୍ଗ ଲ୍ୟାଵ୍ ରେ ଡି ଏ ଏନ୍ ଟେଷ୍ଟ କଲି। ଆଉ ସେଇଠି ରହି ଶୋଭା ଵିଷୟ ରେ ବହୁତ ଭାବିଲି। ତା ପରି ନିରୀହ ଝିଅ କୁ ମୁଁ କେମିତି ସ୍ବାର୍ଥପର ଧୋକେଵାଜ ଭାବି ପାରିଲି। ବହୁତ ମନେ ପଡିଲା ସେ ମତେ ରାତି ସାରା। ଆଉ ପାହାନ୍ତି ସକାଳ ରେ ମୁ ସେଇଠି ଶୋଇ ପଡିଲି। ଉଠିଲି ଦିନ 12 ରେ। ସେତେବେଳେ ରିପୋର୍ଟ ଆସି ସାରିଥାଏ ପୋଜେଟିଭ୍ ର। ଆଖି ପିଛୁଳାକେ ଘର କୁ ଦଉଡିଲି , ଘରେ ଦେଖିଲି ରାହୁଲ୍ ପେଣ୍ଟିଂ କରୁଥାଏ । ସେ ମତେ ଦେଖି ମୁହଁ ପୋତିଦେଲା। ଚୁପ୍ ଚୁପ୍ କହୁଥାଏ, ଵାପା ମୁଁ ତମକୁ ଵାପା ଡାକିବିନି, ତମେ ରାଗୁଛ । ମୁଁ ତାକୁ କୋଳେଇ କହିଲି ଆଉ ରାଗିଵିନି ଧନ, ତୁ ଡାକି ସିପ୍ରା ମତେ ଦେଖି ହସୁଥିଲେ। ଭାଵୁଥିଲି, ଡି ଏନ୍ ଏ ରିପୋର୍ଟ ଟା ସିପ୍ରା ଙ୍କୁ ଦେଖାଇ ସବୁ ସତ କହିଦେଵି। କିନ୍ତୁ ଚୁପ୍ ରହିଲି, କାରଣ ମୁଁ ସିପ୍ରା ପାଖରେ ଏକ ସାବତ ମା ର ପ୍ରତିଛବି ଦେଖିବାକୁ ଚାହୁଁ ନଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror