Shashanka sekhar Ray

Tragedy

3  

Shashanka sekhar Ray

Tragedy

ଅସହାୟ ପିତୃତ୍ଵ

ଅସହାୟ ପିତୃତ୍ଵ

7 mins
6.9K


ଶଶାଙ୍କ ଶେଖର ରାୟ

''ମୁଁ ମରିବାକୁ ଚାହେଁ ଛାଡିଦିଅ ମୋତେ । ଯାହାକୁ ଜୀବନ ସାରା ଲହୁଲୁହ ନିଗାଡି ମଣିଷ କରିଥିଲି ସେ ମୋତେ ଚିହ୍ନିପାରିଲା ନାହିଁ ।ମୋ ଚରିତ୍ରରେ ଦାଗ ଲଗାଇଦେଲା ।କେଉଁ ମୁହଁ ନେଇ ମୁଁ ଏ ସମାଜରେ ବଞ୍ଚିବି ବରଂ ମୋ ପାଇଁ ମୃତ୍ୟୁ ହିଁ ଶ୍ଲେୟସ୍କର ।" କହୁକହୁ ପିଲାଙ୍କ ଭଳି କାନ୍ଦିପକାଇଲେ ଅବିନାଶ ବାବୁ । ପଞ୍ଚଷଠି ବୟସର ବୃଦ୍ଧ ଅବିନାଶ ବାବୁଙ୍କ ଆଖିରେ ଲୁହ ଦେଖି ମୁଁ ସହି ପାରିଲିନି ।ମହାନଦୀର ପୋଲ ଉପରୁ ଠିଆ ହୋଇ ଆତ୍ମହତ୍ୟା କରିବାକୁ ଯାଉଥିଲେ ।

'' ମଉସା କାହିଁକି ଆପଣ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି ? କଣ ଅସୁବିଧା ହୋଇଛି କୁହନ୍ତୁ । ମୋ ସାମ୍ନାରେ ମୁଁ ତୁମକୁ କେବେ ବି ମରିବାକୁ ଦେବିନି '' ହାତ ଧରି ଭିଡି ଆଣିଲି ମୁଁ ମୋର କାର ଭିତରକୁ ।

'' କାହିଁକି ବଞ୍ଚିବି , କଣ ପାଇଁ , କେଉଁ ଖୁସିରେ " ଅବିନାଶ ବାବୁ କୋହଭରା କଣ୍ଠରେ କହିଉଠିଲେ ।

'' ମଉସା ମନ ଏମିତି ଭାଙ୍ଗି ଦିଅନ୍ତୁନି ସବୁ ସମସ୍ୟାର ସମାଧାନ ଅଛି ।ଆତ୍ମହତ୍ୟା କେବଳ ଯେ ପ୍ରତିଟି ମଣିଷର ସମାଧାନର ବାଟ ନୁହେଁ ।ପ୍ରଥମେ ଆପଣ ନିଜ ଜୀବନକୁ ଭଲ ପାଆନ୍ତୁ । ଅନ୍ୟମାନଙ୍କ କଥା ବର୍ତ୍ତମାନ ପୁରାପୁରି ଭୁଲିଯାନ୍ତୁ । ମଣିଷ ଜୀବନ ବହୁ ତପସ୍ୟାର ଫଳ । ଯିଏ ଦେଇଛି ସିଏ ହିଁ କେବଳ ସମୟ ପୁରିଲେ ନେଇଯିବ । ଆମେ କାହିଁକି ତାକୁ ଅଧାରୁ ଠକି ଚାଲିଯିବା ବାଟ ଭାଙ୍ଗି ।"

ଅବିନାଶ ବାବୁଙ୍କର ଜିଦକରା ମନୋଭାବ ଟିକେ କମିଆସିଲା ମୋର ଏହି କେଇପଦ କଥାର ଆଶ୍ଵାସନାରେ ।ସେ ଗମ୍ଭୀର ହୋଇ ବସିଲେ କାରରେ ।ମୁଁ ତାଙ୍କୁ ଡ୍ରାଇଭ୍ କରି ସେଠାରୁ ନେଇ ଆସିଲି ରହୁଥିବା ମୋ କ୍ଵାଟରକୁ ।

ବାଟରୁ କିଛି ଡିନର ମଗାଇ ଆଣିଥିଲି ମଉସାଙ୍କ ପାଇଁ ।ମଉସା ପ୍ରଥମେ ଖାଇବାକୁ ଅମଙ୍ଗ ହେବାରୁ ମୁଁ ଜୋର ଜବରଦସ୍ତି ରାଣ ନିୟମ ପକାଇ ତାଙ୍କୁ ନିଜ ହାତରେ ଖୁଆଇଲି ।କାନ୍ଦ କାନ୍ଦ ଆଖିରେ ଲୁହ ଝରାଇ ମଉସା ମନେ ପକାଉଥିଲେ ବୋଧେ ତାଙ୍କ ପରିବାର କଥା ।ମୁଁ ଆଶ୍ଵାସନା ଦେଇ କହିଲି " ମୁଁ କଣ ତୁମର ଗୋଟେ ପୁଅ ନୁହେଁ କି ? ମୋତେ ପର ବୋଲି ଭାବୁଛନ୍ତି କି ? ମୋର ବି ବାପା ମା କେହି ନାହାଁନ୍ତି ।ତୁମେ କଣ ମୋର ବାପା ହୋଇପାରିବନି । ଇଶ୍ଵରଙ୍କର ବିଚିତ୍ରଲୀଳା ବାପଛେଉଣ୍ଡ ପିଲାକୁ ଆଜି ବାପା ମିଳିଯାଇଛି ।" ମୋ କଥା ଶୁଣି ମଉସାଙ୍କର ମନୋଭାବର ଟିକେ ପରିବର୍ତ୍ତନ ଲକ୍ଷ୍ୟ କଲି ।ସେ ଯେମିତି ସବୁ ଆଶିର୍ବାଦ ଗୁଡିକ ମୋ ଉପରେ ଅଜାଡି ଦେଉଥିଲେ ।ଭାବୁଥିଲେ ନିଜ ରକ୍ତ ଦୁରେଇ ଦେଲେ ବି ଅଜଣା ଅଶୁଣା ଅପରିଚିତ ହୋଇ ବି କେତେ ଆପଣାର ।

ମୋ ଆଡକୁ ସେ ଏକ ଲୟରେ ବହୁ ସମୟ ଧରି ଅତି କରୁଣ ଦୁଷ୍ଟିରେ ଚାହିଁରହିଲେ ।

"ଆଚ୍ଛା ମଉସା କହିଲେ ଆପଣ କାହିଁକି ଏମିତି ଡିସିସନ୍ ନେଲେ ? କଣ ପାଇଁ ମୋତେ ଥରେ କୁହନ୍ତୁ ।"

ମନର ଦୁଃଖକୁ କେହି ଜଣେ ଅଜଣା ଲୋକ ପାଖରେ ପରିପ୍ରକାଶ କଲେ ମନ କାଳେ ହାଲୁକା ହୋଇଯାଏ ସେଇଆ ଭାବି ମଉସା ଆରମ୍ଭ କଲେ ତାଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନାର କାହାଣୀ ,,,,,,,,,,,,,,

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ତୋ ପରି ମୋର ଏକ ପୁଅଟିଏ ଥିଲା ।କେତେ ଓଷା ବାରତୀର୍ଥ କରି ତା ମା ତାକୁ ଜନ୍ମ ଦେଇ ପିଲାଦିନୁ ସେ ଆର ପାରିକୁ ଟିକଟ କାଟିଲା । କେତେ କଷ୍ଟରେ ମୁଁ ମା ଛେଉଁଣ୍ଡ ପିଲାଟିକୁ ବାପ ମାର ସ୍ନେହ ଦେଇ ଓଳିଏ ଖାଇ ଖଣ୍ଡିଏ ପିନ୍ଧି ତାକୁ ସମାଜରେ ମଣିଷଟିଏ କରିଥିଲି । ସେ ମଣିଷ ହେବାକୁ ଦିନସାରାର ଅକ୍ଲାନ୍ତ ପରିଶ୍ରମର ଯନ୍ତ୍ରଣା ମୋତେ ଫୁଲ ଭଳି ଲାଗୁଥିଲା ।ମୋ ଆଖିରେ ସ୍ଵପ୍ନମାନେ ଖୁନ୍ଦିହୋଇଯାଉଥିଲେ ।ପାଠ ଦି ଅକ୍ଷର ପଢି ସେ ଅଲଗା ଲୋକଙ୍କ ପରି ଟଙ୍କା ପଛରେ ଖାଲି ଧାଇଁଚାଲିଲା । ମଣିଷ ହେବା ତ୍ ଦୂରର କଥା ସାଙ୍ଗ ସାଥିରେ ପଡି ମଦ ଗଞ୍ଜା ଚରକସ୍ ଖାଇବାରେ ଲାଗିଲା । ଏସବୁ ଦେଖି ମୁଁ ତାକୁ ହାତକୁ ଦି ହାତ କରିଦେଲି କାହିଁକିନା କାଳେ ବିବାହ ପରେ ସ୍ତ୍ରୀର କଥାରେ ବଦଳିଯିବ ।ଘର ସଂସାର ପ୍ରତି ଲୋଭ ମୋହମାୟା ବଢିଯିବ ।କିନ୍ତୁ ସବୁ କଥା ଭାବିଥିବା ମଣିଷର ସ୍ଵପ୍ନ କେବେ ପୁରଣ ହୁଏନି ।କେଉଁଠିନା କେଉଁଠି ଶୂନ୍ୟସ୍ଥାନ ରହିଯାଏ । ବିବାହ ପରେ ଭାବିଥିଲି ଯାହାହେଉ ମୋର ବଡ ଚିନ୍ତା ଗଲା ଏବେ ଟିକେ ଶେଷ ବେଳେ ଶାନ୍ତିରେ ନିଶ୍ଵାସ ମାରିବି ।କିନ୍ତୁ ବୋହୂର ତତଲା ନିଶ୍ଵାସରେ ମୁଁ ଜଳିଗଲି ।ପୁଅକୁ ହାତ ମୁଠାରେ ରଖି ବୋହୂ ଆରମ୍ଭ କରିଦେଲା ମୋ ଉପରେ ଅତ୍ୟାଚାର । ଅତ୍ୟାଚାରର କାରଣ ଥିଲା ତାର ପରକୀୟା ପ୍ରୀତି ପାଇଁ । ପୁଅର ଅଜଣାତରେ ସେ ଦିନରାତି ସଂପର୍କ ସ୍ଥାପନ କଲା ଫେସବୁକରେ ନୂଆ ନୂଆ ଯୁବକ ମାନଙ୍କ ସହ । ଦିନ ରାତି ସବୁବେଳେ ଫୋନରେ କଥା ଥଟ୍ଟାତାମସା ଚାଲେ ।ଦିନେ ଦିନେ ପୁଅର ଅନୁପସ୍ଥିତରେ ଅଜଣା ଯୁବକଙ୍କୁ ଘରକୁ ଡକାଏ । ଏସବୁ ଦେଖିବାକୁ ମୋତେ ଆଦୌ ଭଲ ଲାଗୁନଥିଲା ।ଦିନେ ମୁଁ ସାହାସ କରି ବୋହୂକୁ କହିଲି ଏ ଯୁବକ ଜଣକ କିଏ ବୋଲି ।ସେ ତାର କେଉଁ ଲେଖାଯୋଖାର ସଂପର୍କୀୟ ଭାଇ ବୋଲି ପରିଚୟ ଦେଲା । ଏତିକି ପଚାରିବାରୁ ବୋହୂ ରାଗରେ ନିଆଁ ହୋଇ କହିଲା କଣ ଆମ ଭାଇଭଉଣୀ ସଂପର୍କକୁ ତୁମେ ଅଲଗା ଦୃଷ୍ଟିରେ ଦେଖୁଛ ।ପୁଅ ଆସନ୍ତୁ ସବୁ କଥା କହିବି ସେ ଭାଇନା ଆମକୁ କେତେ ସାହାର୍ଯ୍ୟ କରୁଛନ୍ତି ତୁମେ ଜାଣିଛ ନହେଲେ ତୁମ ପୁଅର ଯେଉଁ ରୋଜଗାର ଦାଣ୍ଡର ଥାଳଧରି ଭିକ ମାଗନ୍ତଣି ।ଦିନରାତି ଘରକୋଣେ ବସି ପେଖନା ବାହାର କରି ଦେହ ଭଲ ନାହିଁ ବୋଲି ଖଟଟାରେ ଶୋଇରହୁଛ ।ଯାଉନ ବାହାରେ କାମ କରିବ ।ଉଃ ପୁଅ ରୋଜଗାର କରିବ ବାପା ଗେଫା ମାରିବ ।

ବୋହୂ କଥା ଉପରେ କଥା କହିବାକୁ ମୋର ସାହାସ ହୁଏନି ।ସବୁ ଛାତିକୁ ପଥର କରି ସହିଯାଏ ।ମୋ ମନକୁ କାହିଁକି ପାପ ସବୁଦିନ ଗୋଡାଉଥାଏ ।ମୋର ଭାରି ସନ୍ଦେହ ହେଉଥାଏ ଅଜଣା ଯୁବକର ଆବଭାବ ଦେଖି ।

ଥରେ ବୋହୂମା ମୋତେ କହିଲେ ଯାଉନ ବଜାର ଆଡେ ବୁଲିଆସିବ ଘରଟା ଭିତରେ ଖୁଁ ଖୁଁ କାଶି କାଶି ମୋତେ ଟିକେ ଶାନ୍ତିରେ ଶୋଇବାକୁ ଦେଉନ ।ଟଙ୍କା ବ୍ୟାଗ ଚିଠାଟିକୁ ମୋ ଉପରକୁ ଫୋପାଡି ଦେଇ ବଜାରରୁ ପରିବା ସଉଦା ଶିଘ୍ର ଆଣିବାକୁ ତାଗିତ କରିଗଲା ବୋହୂମା ।ପୁଅର କୁଆଡେ ଆଜି ଆସିବା ବିଳମ୍ଵ ହେବ ।

କାଶି କାଶି ମୁଁ ନୟାନ୍ତ ହୋଇଯାଉଥିଲି ସେଦିନ ।ଧଇଁ ପେଲୁଥାଏ ।କଫ ଛିଡୁ ନଥାଏ ଅଧିକ ଥଣ୍ଡା ଯୋଗୁ ।ଛାତିରେ ଯନ୍ତ୍ରଣା ଭାରି ହେଉଥାଏ ।ବାଧ୍ୟବାଧ୍ୟକତାରେ ମୁଁ ଉଠି ବସି ବାହାରିଲି ବଜାରକୁ ।ବାଟରେ ଗଲା ବେଳେ ନଜର ପଡିଲା ମୋର ସେଇ ଯୁବକ ଉପରେ ଯିଏ କି ଆମ ଘରକୁ ବାରମ୍ଵାର ଆସେ ।କଳା ମଟରସାଇକେଲରେ ଆମ ଘର ଦୁଆରେ ଓହ୍ଲାଇଲା ।ତାକୁ ଦେଖି ମୋ ମନ ଭିତରେ ବିଷ ଯେମିତି ଚରିଗଲା ।ଇଚ୍ଛା ହେଉଥିଲା ତାକୁ ପାନେ ଦେବାକୁ କିନ୍ତୁ ଆପଣା ସୁନା ତ ଭେଣ୍ଡି ।କାହାକୁ ବା କହିବି ।ମଣିଷ ମନରେ ଥରେ ସନ୍ଦେହର ବାୟା ବସା ବାନ୍ଧିଲେ ତାକୁ ଭାଙ୍ଗିବା ଭାରି କଷ୍ଟକର । କିଛିବାଟ ଚାଲିବାକୁ ଆରମ୍ଭ କଲାରୁ ମନଟା କାହିଁକି ଜମା ଲାଗୁନଥାଏ ବୋହୂର କଥା ଖାଲି ଭାବୁଥିଲି ।ପୁଅର ସରଳାମୀର ସୁଯୋଗ ନେଇ ବୋହୂ ଆଜି ଏତେ ତଳକୁ ଖସିଯାଇଛି ଭାବିଲା ବେଲକୁ ମୋର ମୁଣ୍ଡ ଝାଇଁଝାଇଁ ହୋଇଗଲା ।ଇଚ୍ଛା ହେଉଥିଲା ବୋହୂର ଗାଲରେ ଦୁଇଚାରିଟା ଚାପଡ ମାରି ତାକୁ ଶାସ୍ତି ଦେବାକୁ ।ଗୋଡ ଆଉ ଆଗକୁ ଯାଇପାରିଲାନାହିଁ ।ପଛକୁ ଫେରିଲି ଏକ ମୁହାଁ ହୋଇ ଘରକୁ ଧାଇଁଲି ।ଦାଣ୍ଡରେ କଳା ମଟରସାଇକେଲଟି ଥୁଆ ହୋଇଛି ଓ ହଳେ ବୁଟ ଦାଣ୍ଡ ପାହାଚରେ ରହିଛି । ଭିତରପଟ ଘରୁ ବନ୍ଦ ଥିଲା ।ବାରିପଟ ବୋହୂ ଶୋଇବାଘରର ଝରକା ଆଡକୁ ଗଲି ।କାନ ପାରି ଶୁଣିଲି ପରସ୍ପର କଥା ହେଉଥିବାର ।ଝରକା କବାଟ ର ସରୁ ଫାଙ୍କରେ ଯାହା ଦେଖିଲି ମୁଁ ନିଜକୁ ନିଜେ ବିଶ୍ଵାସ କରିପାରିଲିନାହିଁ । ଠୋ ଠୋ ହସରେ ଉଛୁଳିପଡୁଥିଲା ସାରା ଘରଟା । ବଜାରକୁ ନଯାଇ ଖାଲିବ୍ୟାଗଟାକୁ ପକାଇଦେଇ ଚୁପଚାପ ଯାଇ ଶୋଇଗଲି ମୋର ଭଙ୍ଗା ଖଟଉପରେ ।

ପୁଅ ଆସିଲେ ମୁଁ ଆଜି ସବୁ କଥା ତା ଆଗରେ କହିବି ।କି ନିୟମ କଲା କେଜାଣି ଏ ନିଆଁଲଗା କୋର୍ଟ ପରକୀୟା ପ୍ରିତୀ ଅପରାଧ କୁଆଡେ ନୁହଁ ।ତାର ଭରପୁର ଫାଇଦା ଉଠାଇଛି ଆଜି ମୋର ବୋହୂ ।ପୁଅର ବିଶ୍ଵାସରେ ବିଷ ଦେଇ ସେ କେମିତି ଏ ନିକୃଷ୍ଟ କାମ କରିପାରିଲା ।ଆମ ବଂଶ ବୁନିଆଦିର ମାନସମ୍ମାନ ସବୁ ନଷ୍ଟ ହୋଇଗଲା ।ଆମ ମହାନ ଭାରତୀୟ ହିନ୍ଦୁଧର୍ମର ସଂସ୍କୃତିକୁ ଭୁଲି ଆମେ କଣ ସବୁ ବିଦେଶୀ ହୋଇଯାଉଛୁ ।ଏମିତି ଭାବୁଭାବୁ ମୋର କାଶ ଶବ୍ଦରେ ବୋହୂ କବାଟ ଖୋଲି କହିଲା କଣ ବଜାର ଯିବା ଲୋକ ଏ ଯାଏଁ ଯାଇନ ।କଣ ବୋହୂର ରାସଲୀଳା ଦେଖିବାକୁ ଅଟକିଗଲ ।ଯୁବକ ଜଣକ ମୋ ମୁଣ୍ଡରେ ହାତ ମାରି କହିଲା ଏ ବୁଢା କଣ ଦେଖିଛୁ କହବେ ପୁଅ ପାଖରେ ଯଦି କିଛି ଏପଟସେପଟ କଥା କହିଥିବୁ ତାହେଲେ ତୁ ତୋ ପୁଅକୁ ଭୁଲିଯିବୁ ମାଇଣ୍ଡ ଇଟ୍ ।ଚଷମା ଲଗାଇ ଯୁବକ ଜଣକ ଗଡ ଜିତିଲାପରି ବେପରୁଆ ଢଙ୍ଗରେ ବାହାରିଗଲା ବୋହୂ ହାତରେ କିଛି ନୋଟର ବଣ୍ଡଲ ଧରାଇ ।

ତା ପରେ ଆରମ୍ଭ ହୋଇଗଲା ବୋହୂମାଙ୍କର ବିଦ୍ରୁପ ହସ ।ସେ ହସ ଶୁଣି ମୋତେ ଲାଗିଲା ଯେମିତି ଗୋଟେ ନରରୂପି ଏକ ରାକ୍ଷାଶୁଣୀର ଅଟ୍ଟହାସ୍ୟ ଭଳି ।

ଆଜି ଏ ଘରେ ତମେ ରହିବ ନହେଲେ ମୁଁ ରହିବି ।ଆସନ୍ତୁ ଖାଲି ତୁମ ପୁଅ ।ଏତେ ଛୋଟଲୋକ ତୁମେ ଶେଷରେ ବୋହୂର ଚରିତ୍ରକୁ ସନ୍ଦେହ କରୁଛ ?

ବୋହୂର ପ୍ରଶ୍ନର କିଛି ଉତ୍ତର ନଦେଇ ମୁଁ ଚୁପଚାପ ଖଟ ଉପରେ ମୁହଁ ମାଡି ଶୋଇବାର ଅଭିନୟ କଲି ।ଛାତିର ହୃଦକମ୍ପନ ଥରିଉଠୁଥିଲା ।କାଶଟା ଆହୁରି ବଢିଯାଇଥିଲା ।କିଛି ଗୋଟିଏ ବିସ୍ଫୋରଣ ହେଲା ଭଳି ମୋତେ ଲାଗୁଥିଲା ।ବୋହୂ କବାଟ ବନ୍ଦକରି ତା ରୁମରେ ଶୋଇଗଲା ।ରନ୍ଧାବଢା ନାହିଁ ଉପାସରେ ମୋର ପେଟ କଁ କାଁ ହୋଇଯାଉଥାଏ ।ରୋଷେଇ ଘରୁ ପାଣି ଗିଲାସେ ଆଣି ଅତି କଷ୍ଟରେ ପିଇଲି ।

ପୁଅ ରାତିରେ ଫେରିଆସିଲା ।ପୁଅ ଆଗରେ ବୋହୂ ରୂପ ବଦଳାଇ କାନ୍ଦିକାନ୍ଦି ନିଜ ଶାଢୀ ବ୍ଲାଉଜକୁ ଯୋଜନାବଦ୍ଧ ଭାବେ ଜାଣିଶୁଣି ଚିରି ପୁଅକୁ ଜାବୋଡିଧରି ରାହା ଧରି କାନ୍ଦିଲା ।ପୁଅ କଣ ହୋଇଛି ବୋଲି କହିବାରୁ ବୋହୂ କହିଲା କଣ କହିବି ତୁମ ଅନୁପସ୍ଥିତିରେ ତୁମ ବାପା ମୋର ଇଜ୍ଜତ ନେବାକୁ ,,,,,, ଛିଃ ଛିଃ। ,,,

ମୁଁ ଶାଢୀ ବଦଳାଇବା ସମୟରେ ସେ ମୋ ପଛ ପଟୁ ,,,,,,ଛିଃ ଛିଃ ମୁଁ ଆଉ କହିପାରିବିନାହିଁ ।,,,,

ମୁଁ ପ୍ରତିବାଦ କଲାରୁ ଦେଖ ମୋର କି ଅବସ୍ଥା କରିଛନ୍ତି ।

ସ୍ତ୍ରୀ କଥାରେ ପୁଅ ଯିଏ କି ମୋ ନିଜ ରକ୍ତ ସେ ବି ଏତେ ଶିଘ୍ର ବିଶ୍ଵାସ କରିଯିବ ମୁଁ କେବେ ବି ଭାବିପାରିନଥିଲି ।

ସେ ମୋ ରୁମକୁ ଆସି ଚିତ୍କାର କରି କହିଲା ବୁଢା ବୟସରେ ପୁଣି ଏତେ ସଉକ ତୁମେ ବାପା ନା କଂସେଇ ତୁମର ଯଦି ଏତେ ଇଚ୍ଛା ମା ମଲାପରେ ଆଉ ଗୋଟିଏ ଶସ୍ତା କଲନି ମୋ ସ୍ତ୍ରୀ ଉପରେ ଶେଷରେ ଖରାପ ନଜର ପକାଇଲ ।

ମୋତେ ଘୃଣା ଲାଗୁଛି ତୁମକୁ ବାପା କହିବାକୁ ,,

ମୁଁ କିଛି କହିବା ଆଗରୁ ତାର ହାତ ଦୁଇଟା ଆସି ମୋ ଗାଲରେ ବାଜିସାରିଥାଏ ।ପାଟିରୁ ମଦର ଉତ୍କଟ ଗନ୍ଧରେ ଘରଟା ମହକି ଉଠୁଥାଏ ।ବୋହୂ ପୁଅକୁ ଟାଣି ନେଇ କହୁଥିଲେ ଏ ବୁଢା ଯଦି ଏ ଘରେ ରହିବ ମୁଁ ସବୁଦିନ ଲାଗି ମୋ ବାପଘରକୁ ଚାଲିଯିବି ଏମିତି ସଇତାନ ପାଖରେ ରହିବାଟା ମୋ ପାଇଁ ନିରାପଦ ନୁହେଁ ।

ଏହାର ଆଜି ଗୋଟେ ଫଇସଲା କର ଏ ରାତିରେ ।

ପୁଅଠୁ ମାଡ ଖାଇସାରିଲାପରେ ମୁଁ ନିର୍ବାକ ହୋଇଯାଇଥିଲି ।ମୋ ଅସହାୟତା କାହାକୁ କହିପାରୁନଥିଲି ।ମନେ ମନେ ଈଶ୍ଵରଙ୍କୁ ଡାକୁଥିଲି ଏ କଳିଯୁଗରେ ସତରେ ତୁମେ ପଥର ହୋଇଯାଇଛ ।ମୋତେ ବଞ୍ଚାଇରଖିଛ କଣ ଏହି ଯନ୍ତ୍ରଣା ଦେବାକୁ ।

ନା ଆଉ ପାରିଲିନି ସେଇ ଅନ୍ଧାର ରାତିରେ ମୁଁ ସବୁଦିନ ପାଇଁ ଏ ପୃଥିବୀ ଛାଡି ଚାଲିଯିବାକୁ ନିଷ୍ପତି ନେଇ ମହାନଦୀ ପୋଲରୁ ଡେଇଁ ଡେଇଁ ଆତ୍ମହତ୍ୟା କରିବାକୁ ଚାଲିଆସିଲି ।ଭାବିଲି ସକାଳ ହେବା ଆଗରୁ ନିନ୍ଦାଅପବାଦର କଳଙ୍କ ଲାଗିବା ଆଗରୁ ମୁଁ ଅନ୍ଧାରରେ ଚିର ଦିନ ପାଇଁ ହଜିଯିବାକୁ ଚାହୁଁଥିଲି । ଏ ପୃଥିବୀର ସବୁ ବାପା ମାନେ ଯେମିତି ମୋ ପାଇଁ କଳଙ୍କିତ ନ ହୁଅନ୍ତୁ ।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ଧାର ଧାର ହୋଇ ଲୁହ ଝରିପଡୁଥିଲା କଥା କହିଲା ବେଳେ ଅବିନାଶ ମଉସାଙ୍କର ଆଖିରୁ ।ସେ ଏକା ନିଶ୍ଵାସରେ ଯେମିତି କହିଚାଲିଥିଲେ ।ମୁଁ ତାଙ୍କ ମୁହଁକୁ ସେମିତି ଚାହିଁରହିଥାଏ । ମଉସାଙ୍କ ଆଖିରେ ମୁଁ ସ୍ପଷ୍ଠ ପଢିପାରୁଥିଲି ଏକ ନୂତନ ଦିଗବଳୟର ଝଲକ ।ଯାହାକି ମୋତେ ବରଫ ଭଳି ତରଳାଇ ଦେଇଥିଲା ଜଣେ ପିତାର ଅସହାୟତା ନିଯ୍ୟାତନାର କାହାଣୀ ଶୁଣି ।ମଣିଷ ବଞ୍ଚିଥାଏ ଟିକେ ଆତ୍ମସମ୍ମାନ ପାଇଁ ଯଦି ଆତ୍ମସମ୍ମାନ ଚରିତ୍ରରେ କଳଙ୍କ ଲାଗିଯାଏ ସେ ନିଶ୍ଚୟ ଜୀବନ ପ୍ରତି ମୋହ ତୁଟାଇଦିଏ । କେବଳ ଅବିନାଶ ମଉସା ନୁହଁନ୍ତି ଯେ କୌଣସି ମଣିଷ ଥିଲେ ବି ଏ ପରିସ୍ଥିତିରେ ଏଭଳି ଡିସିସନ ନେଇଥାନ୍ତା ଶେଷରେ ।

ଏହାଭିତରେ ମୋ ଆଖିରୁ କେତେବେଳେ ଦୁଇଧାର ଲୁହ ଝରିପଡିଥିଲା ମୁଁ ଜାଣି ପାରି ନ ଥିଲି ।ଭାରତୀୟ ସଂସ୍କୃତି ପରମ୍ପରା ଐତିହକୁ ଜାବୋଡି ଧରିଥିବା ବୃଦ୍ଧଅବିନାଶ ମଉସାଙ୍କ ପ୍ରତି ମୋର ମଥା ନଇଁ ଯାଉଥିଲା ତାଙ୍କ ଚରଣତଳେ ।ତାଙ୍କ ଅସହାୟତାର କରୁଣ କାହାଣୀ ଆଉ କେଉଁ ବାପା ମାନଙ୍କ ଜୀବନରେ ନ ଆସୁ ମନେ ମନେ ମୁଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଥିଲି ।

ମୋ -୭୩୭୭୧୯୭୯୯୯


Rate this content
Log in

Similar oriya story from Tragedy