ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୪
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୪
ଗୁପ ଚୁପ୍ ଖାଇବା ,ଚାର୍ଟ ଖାଇବା ଆମର ଗୋଟେ ଅଭ୍ୟାସ । ହେଲେ ତାଲା ବନ୍ଦ ସକାଶେ ସେ ସବୁ ଖାଇବା ପୁରା ବନ୍ଦ । କେଜାଣି କେତେ ଦିନ ଏମିତି ଚାଲିବ ?
ଆମେ ତ ନିଜେ ହାତରେ ବନେଇ ଖାଇଦେଲୁ । ହେଲେ .....ଆଜି ଆମ ଗାଁଁ କୁ ଗୋଟେ ପାଗଳ ଆସିିିଥିଲା ।
ସେ ବୋଧେ କେତେ ଦିନ ହେବ କିଛି ଖାଇ ନ ଥିଲା । କେମିତି ଖାଇବ ଯେ । ଦୋକାନ ବଜାର ତ ସବୁ ବନ୍ଦ । ଥାନ୍ତଲା ପେଟ କୁ ଦେଖେଇ । ସେ ବାହାରେ ବୁଲୁଥିଲା । ମା' କହିିିଲା କ'ଣ ପାଇଲୁ ରେ ଧନ ଭଲ ପାଇ । ଜୀବନ ନଷ୍ଟ ହେଇ ଗଲା ରେ । ମୁଁ ବୁୁୁଝି ପାରୁୁଥିଲି ଯେ ସେ ଲୋକ କାହାକୁ ଭଲ ପାଇ ପାଗଳ ହେଇ ଯାଇଛି ବୋଲି । ବାହାରେ ପଡିଥିବା ଜରି କାଗଜ ଗୋଟେଇ ବାରେ ଲାଗିଥିଲା ସେ । ଅତି ବିକଳ ତା'ର ଅବସ୍ଥା ଥିଲା । ତାକୁଦେଖି ହଉ ନଥିଲା । ପେଟ ପଶି ଯାଇ ଥାଏ ପିଠି କୁ । ସେ ତର ତର ହେଇ କହିିି ଯାଉ ଥାଏ । ମାଳିନୀ ମାଳିନୀ ମୋ ସୁନା ମାଳିନି । ତୋ ପାଇଁ ମୁଁ ଦେଖ କ'ଣ ଆଣିିିଛି ? କାଗଜ କୁୁ ଦେଖେଇ କହୁଥାଏ ମୁଁ ଆଣିିଛି ,ନାଲି ପାଟ ।
ତୁ ବୋହୂ ହେବୁ ପରା । ଆଉ ମୁଁ ହେବି .......
ତା'ପରେ ଶୁୁଣା ଗଲା ଅଟ୍ଟାହାସ୍ୟ ହାଃ ..... ହାଃ.... ହାଃ...ପେଟ ରେ ହାତ ଦେଇ ଚିତ୍କାର କରି ଉଠିଲା ସେ ।
ଭୋକ ଲାଗୁଥିଲା ବୋଧେ ତାକୁ । ସେ କାନ୍ଦି ଉଠିଲା ଭୋ ଭୋ କରି ପୁଣି ଜୋର୍ ରେ ହସି ଉଠିଲା । ଧୀରେ ଧୀରେ ସେ କାନ୍ଦ ଭିତରୁୁ ଶୁୁୁଣା ଗଲା ମାଳିନୀ ମାଳିନୀ ।ମୋ ମା' ଯାଇ କିିିଛି ଖାଇବା ଦେଇ ଦେଇ ଆସିଲା ତାକୁ । ସେ ତାକୁ ବଡ଼ ବିକଳ ରେ ଖାଇ ପକେଇଲା । ସତେ କିି ସେ ବେଶ୍ କିଛି ଦିନ ହେବ କିଛିି ଖାଇନି ।
ଖାଇ ସାରି ସେ ଚାଲି ଯାଇ ଥିଲା ଅନେକ ଦୂୂୂର .....।
ମୁଁ ଭାବୁୁଥିଲି ମୋ ପ୍ରେମ କଥା । ଅତିିିକି ବେଳେ ମୋ ମା' କହିଲା ବାପ ମାଆ କଥା ରେ ଯିଏ ନଯାଏ ,ସେ ଏମିତି ଦଶା ଭୋଗ କରେ । ନିଜ କର୍ମ ପାଇଁ ଆଜି ତାକୁ ଭୋଗି ବାକୁ ପଡୁଛି । ମୁଁ କହିଲି ବିିଚରା ତାକୁ କାହିଁକି ଗାଳି
ଦେଉଛୁ । ତା'ର କ'ଣ ଦୋଷ ଯେ ?
ମା ' ପୁଣି ଥରେ କହିଲା । ବାପ ମାଆ କଥା ରେ ନ ଗଲେ । ଏମିତି ଅସୁବିଧା ଭୋଗିିିବାକୁ ପଡେ ।
ମୁଁ ଲୁଚେଇ ଲୁୁୁଚେଇ ଲୁୁୁହ ପୋଛୁଥିଲି ।
