ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୦
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୨୦
ଜୀବନ ର ଚୋରା ବାଲିରେ କେବେ ପାଦ ଖସି ଯାଏ ତାହା ଜାଣି ହୁଏ ନାହିଁ । କେବେ କେବେ ନିଜକୁ ବି ଜାଣିହୁଏ ନାହିଁ । ଆଉ କେବେ ଅନ୍ୟ କାହାକୁ ଜାଣିହୁଏ ନି । ଏଇ ତ ଜୀବନ .......।
ଡ଼଼ମ୍ବରୁ ଭାଇ ଙ୍କୁ ଭାରି ଜ୍ଵର । ଗାଁ ରେ ଲୋକ କହୁଛନ୍ତି କରୋନା ହେଇ ଯାଇଛି । ହେଲେ ତାଙ୍କୁ କରୋନା ହେଲା କେମିତି ? ନିିତି ନିତି ଫସଲ କିିିଆରି ରେ ଦିନ କାଟୁଥିବା ଲୋକ ସେ। ଫସଲ କିିିଆରୀ ରୁ ଘର ଆଉ ଘରୁ ଫସଲ କିିିଆରି । ଏଇ ତାଙ୍କର ନିିତି ଦିନିଆ କାମ । ଏତିକିି ରେ ତ ସେ ପାଆନ୍ତି ପରମ ଆନନ୍ଦ । ପଖାଳ ପାଣି ପିଇ ଚାଲି ଆସନ୍ତି କିିିଆରୀ କୁ । ବେଶୀ ବାହାର କୁ ସେ ବାହାରନ୍ତିନି । ତାଙ୍କୁ ସାଧାରଣ ଜ୍ୱର ହେଲେ ବି କରୋନା ର ଗୁଜବ । ତଥାପି ସେ ଗୋଟିିିଏ ଘରେ ରହିିଲେ । ବାହାରକୁ ବାହାରି ଲେନିି । ସେଇ ଗୋଟେ ଘରେ ରହିିିଲେ । ଅବଶ୍ୟ ଜ୍ଵର ଅଳ୍ପ ଥିଲା ତାଙ୍କ ଦେହ ରେ । ତଥାପି ଏତେ ଭୟ ବାତାବରଣ ଯେ କାହାକୁ ସାଧାରଣ ଜ୍ଵର ହେଲେ ବି ତାକୁ କରୋନା କହୁଛନ୍ତି । ଆଉ ସାଧାରଣ ଜ୍ୱର ବିି ହେବା ମନା । ହେଲେ ମଣିଷ ଦେହ ଜ୍ୱର ତ ହେବା ସ୍ୱାଭାବିିକ । ଏବେ ଜ୍ଵର କି ଅନ୍ୟ କେଉଁ ରୋଗ ହେଲେ ଡାକ୍ତର ଖାନା ଲୋକ ଯାଉନା ନାହାଁନ୍ତି । ଘରେ ଘରୋଇ ଉପଚାର କରି ରହିଯାଉଛନ୍ତି । ଅଧିକ ରୋଗ ହେଲେ କି ଗର୍ଭବତୀ ହେଲେଅତି କଷ୍ଟ ରେ ଡାକ୍ତର ଖାନା ଯାଉଛନ୍ତି ଲୋକ ।
କିଛି ଲୋକ ତ କରୋନା କଥା ଶୁୁୁନୁ ଶୁଣୁ ଡରି
ଯାଉଛନ୍ତି । ଆଉ କଥା ହେଉ ନାହାଁନ୍ତି କାହା ସହ । କେହି କାହାକୁୁ ସାହାର୍ଯ୍ୟ ନାହିଁ । ପଚାରିିିବା ତ ଦୂର ର କଥା ।
ଆପଣ କିଏ କହି କବାତ ବନ୍ଦ କରିିଦେଉଛନ୍ତି । ମଣିଷ ର ଜୀବନ ସମ୍ପର୍କରେ ତିଷ୍ଟି ଥାଏ । ଯଦି ଏଇ କରୋନା ମଣିଷ କୁ ଖାଇ ସମ୍ପର୍କ କୁ ବିି ଖାଇ ଦିଏ ତେବେ , ମଣିଷ ବଞ୍ଚିବ କାହିଁକି ....? ଆଉ କାହା ପାଇଁ ସେ ବଞ୍ଚିବ ?
ଜୀବନ ର ବଞ୍ଚିବା ର ମାନ ଛଡେଇ ନେଇଛି ସିଏ । ସମ୍ପର୍କ ର ସଂଜ୍ଞା ବଦଳେଇ ଦେଇଛି ।
କେତେ ଭଲ ମଣିଷ ଆଉ କେତେ ଡାକ୍ତର ମାନ ଙ୍କୁ ସେ ଖାଇଲାଣି ତା'ର ହିସାବ ନାହିଁ । ଆଶା ର ଆଲୋକ ଯେ ସମ୍ପର୍କର ବିଚ୍ଛେଦ ରେ ମରି ମରି ଯାଉଛି ,ଏ କଥା ସେ ବହୁ ରୂପୀ ରାକ୍ଷସୀ ବୁଝିପାରିିିବନି ।
କେତେ କଳା କାର ବି ମରି ଗଲେଣି ଏଇ କରୋନା ରେ । ହେ ଈଶ୍ୱର ! ତୁମେ ରକ୍ଷା କର ମୋ ଭାରତ ଆଉ ପୃଥିବୀ କୁୁ ......
