ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୯
ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୯
ଗୋଟେ ଛୋଟ ଚାକିରୀ କରି ପାଠ ପଢେଇ ଥିଲେ ଦୁଇ ପୁଅ ଆଉ ଗୋଟେ ଝିଅ କୁ । ବହୁତ କଷ୍ଟରେ ନିଜେ ଚଳି ପିଲା ମାନଙ୍କୁ ବହୁତ ପାଠ ପଢେଇ ଥିଲେ ପଡିଶା ଅଜା । ହେଲେ ପୁଅ ମାନେ ଚାକିରିଆ ଝିଅ ବାହା ହେଇ ଶାଶୂ ଘରେ । କରୋନା ହେଲା ଅଜା ଙ୍କୁ । ବିଚରା କେତେ କଷ୍ଟ ପାଇଲେ । ହେଲେ ପୁଅ ମାନେ ନିଜେ ଚାକିରୀ ରେ ଏତେ ବାଟ ଚାଲି ଯାଇଛନ୍ତି ଯେ ଫେରି ପାରୁନାହାନ୍ତି । ପ୍ରଚୁର ପଇସା ପଠାଉଛନ୍ତି । ହେଲେ ଆଶା ବାଡ଼ି ଟିଏ କି ଆହା ପଦେ କହିବାକୁ କେହି ନାହିଁ । ମନ ଦୁଃଖରେ ସେ ମେଡିକାଲ ନିଜେ ନିଜେ ଗଲେ । ନିଜେ ନିଜେ ନିଜର ଶାହା ହେଲେ । କରୋନା ହେଇଛି ବୋଲି ଆଉ କାହାର ସାହାର୍ଯ୍ୟ ନେଲେନି କି ଆଉ କାହାକୁ ହଇରାଣ ବି କଲେନି ।
ଶେଷ ରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜେ ନିଜର ରୋଗ ଲଢ଼ିଲେ । ଶେଷରେ ଆଉ ବୃଦ୍ଧ ବୟସରେ ତିନି ପ୍ରକାର ରୋଗ ସହ ଲଢ଼ି ପାରିଲେନି । ଚାଲିଗଲେ ଆର ପାରିିିକି । ତାଙ୍କ ମୃତ ଦେହ ବି ଆସିଲାନି ଘରକୁ । ସେଇ ହସ୍ପିଟାଲ ରୁୁ ଘରକୁ ବି ଆସି ପାରିିିଲେନି ସେ।
ଦଶ କ୍ରିୟା କରିବାକୁ ପୁଅ ମାନେ ଆସି ପହଁଞ୍ଚିଲେ । ଶୁଦ୍ଧ କ୍ରିୟା ସାରି ଦେଇ ନିିଜ ନିଜ ବାଟରେ ପୁୁୁଣି ଚାଲିଗଲେ । ସେମାନେ ବୋଧେ ଶୁୁଦ୍ଧ କ୍ରିୟା ରେ ନିଜକୁ ଶୁୁଦ୍ଧ କରିବାକୁୁ ଆସିିିଥିଲେ ।
ଆଈ ମଲା ବେଳ ର କଥା ମନେ ଅଛି । ଏଇ ତିନି ବର୍ଷ ତଳେ ଯେବେ ସେ ମଲେ । ତାଙ୍କ ସ୍ତ୍ରୀ ଙ୍କ ମଥା ରେ
ସିନ୍ଦୂର ଟୋପେ ଦେଇ ଦେଇ କହିଲେ । ତମେ ଆଗେ ଠକି ଦେଇ ଚାଲିଗଲ । ମୁଁ ବି ତୁୁମ ପଛେ ପଛେ ଯିବି । ହେଲେ କିଛି କାମ ଏବେ ବି ବାକି ଅଛି । ଶୁଣ ମୋର ଟିକେ ଯିବା ରେ ଡେରି ହେଇପାରେ । କିନ୍ତୁ ତମେ ଜମା ବ୍ୟସ୍ତ ହେବନି । ମୁଁ ଜଲ୍ଦି ଯିବି ତୁମ ପାଖକୁ ।
ତାଙ୍କ ର ପାଗେଳି ସାନ ଝିଅ କୁ ବୁଝେଇ ସୁୁୁଝେଇ ବଡ଼ ଭାଇ ପାଖେ ଛାଡି ଥିଲେ । ବଡ଼ ପୁଅ କୁ ବି ବୁଝେଇ ଥିଲେ ଭଉଣୀ କୁ ରଖିବାକୁ ।
କିିିଛି ଦିନ ଠାକୁର ଙ୍କୁ ଧ୍ୟାନ କରି ଉଡି ଯାଇଥିଲେ ଈଶ୍ୱର ଙ୍କ ପାଖକୁ । କରୋନା ତାଙ୍କର ଏକାକିିତ୍ୱ ଭିତରେ ସାଥି ଟିିିଏ ହେଇ ଆସିଥିଲା । ଯିଏ ସାଙ୍ଗ ରେ ଅଜା ଙ୍କୁ ନେଇ ଯାଇ ଆଈ ଙ୍କ ପାଖରେ ଛାଡି ଦେଇ ଆସି ଥିଲା ।
ସାବିତ୍ରୀ ପାଖକୁ ସତ୍ୟବାନ ଙ୍କ ର ଯାତ୍ରା ......।
ମନ ହଂସ ଉଡି ଯାଇଥିଲା ସେଦିନ । ଚାକିରୀ ରେ ଏତେ ପାଇସା କଣ ମିିଳେନି ବାପା ଙ୍କୁ ରଖିବାକୁ .....।
ଏହା ଯେ ସତ ....
ଟିଭି ରେ ଏମିତି କଥା ଶୁୁୁଣି ଥିଲି ଆଉ ଦେଖିଥିଲି । ହେଲେ ବାସ୍ତବ ଜୀବନ ରେ ଦେଖିନେଲି । ଓଃ.... ଖୁବ କଷ୍ଟ ଦାୟକ ସେ ଦୃଶ୍ୟ ।
