ଅର୍ଚ୍ଚନା ର ତାଲା ବନ୍ଦ ଡ଼ାଏରୀ-୧୧
ଅର୍ଚ୍ଚନା ର ତାଲା ବନ୍ଦ ଡ଼ାଏରୀ-୧୧
ସେର ମାଉସୀ ଆଲୋ ଏ ସେର ମାଉସୀ । ଚାଲୁନ ଟୀକା ନେବାକୁ ଯିବା । ଏ କରୋନା ମାଡୁଛି ଯେମିତି ନା ..... ଟୀକା ନେବା ଜରୁରୀ ।
ସେର ମାଉସୀ କହିଲେ , ନା ଲୋ ମୁଁ ଯିବିନି ।ଟୀକା ନେଲେ କାଳେ ଲୋକ ମାନେ ମରି ଯାଉଛନ୍ତି । ଆଲୋ ଆଲୋ ଏ କରୋନା କି ରୋଗ କେଜାଣି ମୁଁ ଟିକେ ଶିରିକ୍ଷେତରକୁୁ ଯାଇ ପାରୁନିି । ମୁଁଁ ମରି ଯାଏ ଲୋ ।
ମୀରା ଦିଦି କହିଲେ ଆରେ ଏବେ ତ ତତେ ମାତ୍ର ୪୫ ବର୍ଷ । ତୋ'ର ବୟସ ଅଛି ତୁ ଆଗକୁ ମାନେ କରୋନା ସରିଲେ ମନ୍ଦିର ଯାଇ ପାରିବୁ । ଏବେ ଟୀକା ନେବାକୁ ଚାଲେ ।
ହଁ ଆଉ କ'ଣ ନା କହି ଭାତ କରିିବାକୁ ଚାଲିଗଲେ । କେମିତି ଯେ ସେର ମାଉସୀକୁ ବୁଝେଇବେ ମୀରା ଦିିଦି ସେଇ କଥା ବୁଝିି ପାରୁ ନଥିଲେ । ମୀରା ଦିିଦି ନିିିଜେ ଯାଇ ଟୀକା ନେଇ ଆସିଲେ ଏବଂ କହିଲେ ମୁଁ ଯଦି ମରିଯାଏ ତେବେ ତୁ ଟୀକା ନେବୁୁୁନି ବୁୁୁଝିଲୁ ।
ସେର ମାଉସୀ ଏବେ ବାହୁନା ପକେଇବାରେ ଲାଗିଲେ । କହିଲେ ଆଲୋ ଅଳପଇସି ତତେ କିଏ କହିଲା ତୁ ଟୀକା ନେଇ ଆସିଲୁ । ତୋର ଯଦି କିିିଛି ହେଇ ଯାଏ ତେବେ ମୁଁ କ'ଣ କରିିିବି ? ମୀରା ଦିଦି କହିଲେ, କିଛି ହେବନି ମୋର ବୁଝିିଲୁ ।
ଏମିତି କିଛି ଦିନ ଗଲା । ମୀରା ଦିିଦିର କିଛି ହେଲାନି । ମୀରା ଦିିଦି କହିିଲେ , କ'ଣ ଲୋ ମାଉସୀ ଏବେ ଟୀକା ନେବାରେ ଆଉ ଅସୁବିଧା ହେବନି ତ ? ସେର ମାଉସୀ ଏବେ ବି କହୁଥିଲେ , ନାଲୋ ସେ ରାମି ବୋଉ ଟୀକା ନେଲେ ମୁଁଁ ଟୀକା ନେବି । ମୀରା ଦିିଦି ଆଉ ମୁଁ ବହୁତ ହସିିଲୁ । କହିିଲୁ ହଉ ମାନସିକ ଭାବରେ ତୁ ପ୍ରସ୍ତୁତ ହଅ । ତା'ପରେ ଟୀକା ବୁଝିିିଲୁ ।
ସେଦିନ ଜଲ୍ଦି କାମ ସାରି ସେର ମାଉସୀ ଟିଭି ଦେଖି ବସିିିଥିଲେ । ଟିିିଭିରେ ଟୀକାକୁ ସାଦର ରେ ଗ୍ରହଣ କର ବୋଲି କୁହା ଯାଉଥିଲା । ଆଉ କେତେ ଲୋକ ବି ଟୀକା ନେଉ ଥିବାର ସେର ମାଉସୀ ଦେଖିଲେ । କରୋନାରେ ଆକ୍ରାନ୍ତ ରୋଗୀ ମାନଙ୍କୁ ବି ଦେଖିଲେ । ମର୍ମ ବୁୁୁଝି ପାରିଲେ ସେ ।
ସେ ମୀରା ଦିଦିଙ୍କୁ ଡାକି କହିଲେ , ମାଆ ଚାଲେ ଟୀକା ନେବା ।
ସେର ମାଉସୀ ବୁୁୁଝି ଯାଇଥିଲେ ସେଦିନ । ଅବୁଝା ନ ହୋଇ ଟୀକା ନେଇ ଘରକୁ ଫେରି ଥିଲେ ଖୁସିରେ ।
ସାମାଜିକ ଦୂରତା ବଜାଇ ରଖିଲେ ଆମେ ଓ ଆମ ପରିବାର ସୁରକ୍ଷିତ ରହିବ । ମାସ୍କ ପିନ୍ଧିିି ସବୁବେଳେ ସୁରକ୍ଷିତ ରହିବା ।
