Rojalin Behera

Romance

3  

Rojalin Behera

Romance

ଅପୂର୍ବ ପ୍ରେମ

ଅପୂର୍ବ ପ୍ରେମ

2 mins
225


ଗୋଟିଏ ବିବାହ ଭୋଜିରେ ଦେଖା ହୁଏ ଦୀପୁ ଆଉ ଲୋପାଙ୍କର ୲ ଦୁହେଁ ଦୁହିଁଙ୍କୁ ଭଲ ପାଇଯା' ନ୍ତି ସେଇ ପ୍ରଥମ ଦେଖାରୁ ୲ ମାତ୍ର ମନ କଥା ମନରେ ରଖି ଦୁହେଁ ଭଲ ପାଇ ଚାଲିଲେ କିଛି ଦିନ ୲ ଦିନେ ପ୍ରିୟାକୁ କଲେଜ କୁ ଛ୲ଡିବାକୁ ଜାଇଥିବା ବେଳେ ଦୁହିଁଙ୍କର ପୁଣି ଦେଖା ହେଇଛି ଏବଂ ସେଇ ଦିନ ହିଁ ଲୋପା ଜାଣିବାକୁ ପାଇଛି ଯେ ତାର ମନର ମଣିଷ ହେଉଛି ତାର ପ୍ରିୟ ବାନ୍ଧବୀ ପ୍ରିୟାର ଭାଇ ୲ ଆଉ ଦୀପୁବି ଜାଣିଲେ ଯେଉଁ ଝିଅଟିକୁ ପ୍ରଥମ ଦେଖାରୁ ଏତେ ଭଲ ପାଇଛନ୍ତି ସେ ହେଉଛି ତା ଭଉଣୀର ସାଙ୍ଗ ୲


ଏସବୁ ଜାଣିବା ପରେ ଲୋପା ବହୁତ ଡରି ଯାଇଥିଲା କାଳେ ପ୍ରିୟା ଏସବୁ ଜଣିବା ପରେ ତାକୁ ଖରାପ ଭାବିବ ୲ ମାତ୍ର ଲୋପା ଭାବନାର ଓଲଟା ଫଳ ହେଲା ୲ ପ୍ରିୟା ଯେତେବେଲେ ଜାଣିଲା ତା ଭାଇ ଆଉ ତା ସାଙ୍ଗ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି ସେତେବେଳେ ସେ ବହୁତ ଖୁସି ହେଇଗଲା ୲ ଧୀରେ ଧୀରେ ଦୁହିଁଙ୍କର ସମ୍ପର୍କ ନିବିଡ଼ ହେଲା ୲ କିଛି ଦିନ ବିତି ଗଲା ବହୁତ ଖୁସିରେ ୲

ଲୋପାର କଲେଜ ପଢା ସରି ଆସୁଥାଏ ୲ ପରିବାର ଲୋକ ଲୋପା ପାଇଁ ବିବାହ ଖୋଜିବା ଆରମ୍ଭ କରିଦେଲେ ଲୋପା ମଧ୍ଯ ଘରେ ଜଣେଇ ଦେଲା ଯେ ସେ ଦୀପୁଙ୍କୁ ଭଲପାଏ ବୋଲି କିନ୍ତୁ ଘର ଲୋକଙ୍କର ଏକା ଜିଦି ଥିଲା ତାଙ୍କ ଜ୍ଵାଇ ସରକାରୀ ଚାକିରି କରିଥିବ ୲ ମାତ୍ର ଦୀପୁ ସରକାରୀ ଚାକିରି ତ ଦୂରର କଥା କୌଣସି ବେସରକାରୀ ଚାକିରି ମଧ୍ଯ କରିନଥିଲା ୲ ତାର ବାପାଙ୍କ ଦେହ ଖରାପ ହେବା ପର ଠାରୁ ସେ ତା ବାପାଙ୍କ ଦୋକାନଟିକୁ ଚଳାଇ ଘର ଏବଂ ଭଉଣୀର ପାଠ ପଢା ଖର୍ଚ ଉଠାଉଥିଲା ୲ ଏସବୁ ଶୁଣିବା ପରେ ଲୋପାର ଘରଲୋକ ରାଜି ନ ହେଇ ଅନ୍ୟ ପ୍ରସ୍ତାବ ଖୋଜିବାରେ ଲାଗି ପଡିଲେ ୲ ଲୋପା ଯେତେ କହିଲେ ବି ଘରେ ମାନିବା ପାଇଁ ଏକବାର ନାରାଜ ଥିଲେ ୲ ଏହି କାରଣରୁ ଲୋପା ବହୁତ ଚିନ୍ତାରେ ରହୁଥାଏ ମାତ୍ର ଦୀପୁ ତାକୁ ବ୍ୟସ୍ତ ନ ହେବା ପାଇଁ କହୁଥାଏ ୲ ଧୀରେ ଧୀରେ ଲୋପାକୁ ଅନୁଭବ ହେଉଥାଏ ଯେପରି ଦୀପୁ ତା ଠାରୁ ଦୂରେଇଯାଉଛି ୲ ଦୀପୁ ଧୀରେ ଧୀରେ ଲୋପାକୁ ଫୋନ କରିବା ମଧ୍ଯ କମ କରି ଦେଲା ୲ ଲୋପା ବହୁତ ବ୍ୟସ୍ତ ହଉଥାଏ ୲ ଏହା ଭିତରେ ତିନି ମାସ ବିତି ଯାଇଥାଏ ୲


ଅନେକ ଥର ଭଳି ସେ ଦିନ ବି ଲୋପା ବାଧ୍ୟବାଧକତାରେ ସଯେଇ ହେଇ ବସିଥାଏ ପୁଅ ଘର ଲୋକଙ୍କୁ ଚାହିଁ ୲ ସେ ଦିନ ଲୋପାର ଘର ଲୋକମାନେ ମଧ୍ଯ ବହୁତ ଖୁସି ଥିଲେ କାରଣ ସେମାନଙ୍କର ମନପସନ୍ଦର ସରକାରୀ ଚାକିରି କରିଥିବା ଜ୍ଵାଇଁ ମିଳିଜିବା ଖୁସିରେ କିନ୍ତୁ ଏପଟେ ଦୀପୁ ଠାରୁ ଦୂରେଇ ଜାଉଥିବା ରୁ ଲୋପାର ମନ ପୋଡି ଜଳି ଯାଉଥଏ ୲


ସବୁଥର ପରି ସେ ଦିନ ମଧ୍ଯ ବାଧ୍ୟବାଧକତାରେ ଲୋପା ଆସିଥିଲା ଘରଲୋକଙ୍କର ପସନ୍ଦ ମୁତାବକ ସେଇ ପୁଅ ଘର ଲୋକଙ୍କ ସମ୍ନାକୁ ୲ କିନ୍ତୁ ସେ ଦିନ ସେମାନଙ୍କୁ ଦେଖି ଲୋପା ମୁହଁରୁ ବିରକ୍ତି ଭାବ ନୁହେଁ ବରଂ ଓଠରୁ ହସ ଝଲସି ଉଠିଥିଲା ୲ କାରଣ ସେ ପୁଅ ଥିଲା ଦୀପୁ ୲ ଜାହାକୁ ସେ ପ୍ରାଣଭରି ଭଲ ପାଉଥିଲା......।



Rate this content
Log in

Similar oriya story from Romance