Rojalin Behera

Tragedy

0.2  

Rojalin Behera

Tragedy

ରାକ୍ଷୀ

ରାକ୍ଷୀ

2 mins
325


ଅମରର ଫୋନଟି ବାଜି ଉଠିଲା ୲ ଫୋନଟି ଦେଖିବା ମାତ୍ରେ ଖୁସି ହେଇଗଲା ଅମର ୲ କାରଣ ବହୁତ ଦିନ ପରେ ତାର ଗେଲ୍ହି ଭଉଣୀ ଖୁସି ଫୋନ କରିଥିଲା ୲ ଦୁଇ ଦିନ ପରେ ରାକ୍ଷୀ ପୂର୍ଣିମା ପାଇଁ ତା ଶାଶୁ ଘରକୁ ଆସିବା ପାଇଁ ଜିଦି କରୁଥିଲା ଖୁସି ୲ କାରଣ ଦୁଈ ବର୍ଷ ହେଲାଣି ଭାଇ ଭଉଣୀଙ୍କର ଦେଖା ହେଇନି କି ଭଉଣୀ ଦୁଇବର୍ଷ ହେଲାଣିରେ ଭାଇ ହାତରେ ରାକ୍ଷୀ ବାନ୍ଧିନି୲ ସେଥିପାଇଁ ଅମର ମଧ୍ଯ ରାଜି ହେଇଗଲା ଭଉଣୀ ଘରକୁ ଯିବାପାଇଁ ୲ ସେହି ସମୟରେ ଅମର ଶୁଣିବାକୁ ପାଇଲା ଭଉଣୀର କାନ୍ଦିବା ଶବ୍ଦ ଏବଂ ତା ପରେ ଖୁସିର ଶାଶୁ ତା ଠାରୁ ଫୋନଟି ଛଡ଼େଇ ନେଇ ଅମରକୁ କହିଲେ ଜଦି ଭଉଣୀକୁ ଦେଖିବାର ଅଛି ଓ ତା ହାତରୁ ରାକ୍ଷୀ ପିନ୍ଧିବାର ଅଛି ତାହେଲେ ରାକ୍ଷୀ ପୂର୍ଣିମା ଭିତରେ ଯୈାତୁକ ଟଙ୍କା ନେଇକି ଆସ ୲


ଅମର ଶତ ଚେଷ୍ଟା ପରେବି ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ଯ ସମସ୍ତ ଟଙ୍କା ଯୋଗାଡ କରିପାରିନଥିଲା କି ତା ଭଉଣୀକୁ ଦେଖା କରିପାରିନଥିଲା ୲ ମାତ୍ର ଅମର ନିଷ୍ପତି ନେଲା ଯେ ଯେମିତି ବି ହଉନା କାହିଁକି ଏଇ ଦୁଇ ଦିନ ଭିତରେ ଟଙ୍କା ଯୋଗାଡ କରିବ ଏବଂ ତା ଭଉଣୀ ହାତରୁ ରାକ୍ଷୀ ପିନ୍ଧିବ ୲ ଭଉଣୀ ଛଡା ଅମରର ଦୁନିଆରେ ଆଉ କେହି ବି ନଥିବାରୁ ସେ ଭଉଣୀକୁ ଟିକେ ଦେଖିବା ପାଇଁ ଏବଂ ତା ହାତରୁ ରାକ୍ଷୀଟିଏ ପିନ୍ଧିବା ପାଇଁ ନିଜର ଘର ଓ ଗାଡ଼ିକୁ ବିକ୍ରି କରିଦେଇଛି ୲ ଶେଷରେ ସବୁ ଟଙ୍କା ସହିତ ଭଉଣୀ ପାଇଁ ତାର ମନ ପସନ୍ଦର ମିଠା ଓ ଶାଢୀ ନେଇ ପହଁଚିଛି ଭଉଣୀର ଶାଶୁ ଘରେ ୲ ସେଠାରେ ପହଁଚି ଅମର ଦେଖିଛି ତା ଭଉଣୀ ଘର ଅଗଣାରେ ଶୋଇଛି ଧଳା ଚଦର ଘୋଡି ହେଇ ତା ଉପରେ ପଡିଛି କିଛି କୁସୁମ ଫୁଲର ହାର ୲ କିଛି ଲୋକ ଘେରି ରହିଛନ୍ତି ତାକୁ ୲ ଏସବୁ ଦେଖିବା ପରେ ଅମର ହାତରୁ ଖସି ପଡିଛି ମିଠା ପ୍ୟାକେଟଟି ଆଉ ତା ସହିତ ଅମର ମଧ୍ଯ ହୋଇ ଯାଇଛି ଚେତାଶୂନ୍ୟ ୲



Rate this content
Log in

Similar oriya story from Tragedy