STORYMIRROR

ଶିଶିର ସାହୁ ମନୋଜ

Comedy

3  

ଶିଶିର ସାହୁ ମନୋଜ

Comedy

ଅଫିସର କଵି

ଅଫିସର କଵି

1 min
249


ଜଣେ କଵି ଥିଲେ । ସେ ରାଜ୍ଯ ପ୍ରଶାସନରେ ଜଣେ ଭାରପ୍ରାପ୍ତ ରାଜକର୍ମଚାରୀ ଵା ଅଫିସର ବି ଥିଲେ । ଅଫିସର ଯେବେ ଛୁଟିରେ ଚାଲି ଯାଏ, ସେବେ କଵି ହୋଇ ଯାଆନ୍ତି ଆଉ ଯେତେବେଳେ କଵି କୁଆଡେ଼ ଛୁଟିରେ ଚାଲିଯାଏ ତେତେବେଳେ ସିଏ ଅଫିସର ହୋଇ ଯାଆନ୍ତି । 


ଥରେ ଜନୈକ ଆରକ୍ଷୀ ଅଧିକାରୀଙ୍କ ଗୋଳି ଚାଳନା ଯୋଗୁଁ ଦଶ-ବାର ଜଣ ଲୋକ ମରିଗଲେ । ତାଙ୍କ ଭିତରର ଅଫିସରଟା ସେତେବେଳେ ଛୁଟିରେ ଚାଲିଗଲା ଏଵଂ କଵି ଏହି କାଣ୍ଡ ଦେଖି ଅତ୍ୟନ୍ତ କ୍ଷୁବ୍ଧ ହେଲା। ସେ ଏକ କଵିତା ଲେଖିଲେ ଓ ତାକୁ ଗୋଟାଏ ଜଣାଶୁଣା ସାହିତ୍ୟ ପତ୍ରିକାରେ ଛପାଇଲେ । କଵିତାରେ ଏହି ଗୁଳିକାଣ୍ଡର ଓ ମୁଖ୍ୟମନ୍ତ୍ରୀଙ୍କର ନିନ୍ଦା କରାଯାଇଥିଲା।


କୌଣସି ପ୍ରକାରେ ମୁଖ୍ଯମନ୍ତ୍ରୀ ସେ କଵିତାଟି ପଢ଼ିଵାକୁ ପାଇଲେ । ସେତେବେଳକୁ ଅଫିସର କିନ୍ତୁ ଛୁଟିରୁ ଲେଉଟି ଆସିଥାଏ । ସେ ଯେତେବେଳେ ଜାଣିଲା ବହୁତ ଭୟକଲା ଓ ତା ଭିତରର କଵିତାଟାକୁ ତତ୍କ୍ଷଣାତ୍ ଛୁଟିରେ ପଠାଇ ଦେଲା । 


ସେହି "ଅଫିସରର-କଵି" ଜଣକ ଏକ ପ୍ରଭାଵଶାଳୀ ନେତାକୁ ହାତ କଲେ । ନେତାଙ୍କୁ ଅନୁନୟ ଵିନୟ କରି କହିଲେ - “ମୋତେ ମୁଖ୍ଯମନ୍ତ୍ରୀଙ୍କ ସହିତ ଭେଟେଇ ଦିଅନ୍ତୁ । ତାଙ୍କଠାରୁ କ୍ଷମା ମିଳିଗଲେ ଚାକିରୀ ଖଣ୍ଡିକ ବଞ୍ଚିଯାଆନ୍ତା।” 


ନେତାଜଣକ କଵିଙ୍କୁ ମୁଖ୍ଯମନ୍ତ୍ରୀଙ୍କ ସହ ଭେଟ କରାଇ ଦେଲେ । ନେତା ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରଙ୍କ ସହିତ ପରିଚିତ କରିଵା ଆରମ୍ଭ କରିଥାନ୍ତି ଏତିକିବେଳେ ସେ ମୁଖ୍ଯମନ୍ତ୍ରୀଙ୍କ ପାଦ ଧରି ବସି ପଡି଼ଲେ । 


ମୁଖ୍ଯମନ୍ତ୍ରୀ କହିଲେ- ୟେ ସେ କଵି ହୋଇନଥିବେ ଯିଏ ଉକ୍ତ କଵିତାଟି ଲେଖିଥିଲେ ।




Rate this content
Log in

Similar oriya story from Comedy