STORYMIRROR

Arundhati Jena

Tragedy Others

3  

Arundhati Jena

Tragedy Others

ଅଫେରା ରାସ୍ତା

ଅଫେରା ରାସ୍ତା

2 mins
175

ସ୍ମୃତି କେବେ ପୂର୍ଣ୍ଣିମା ଚାନ୍ଦର ଶୀତଳତା ତ ଆଉ କେବେ ଅମାବାସ୍ଯାର ସେ କାଳରାତ୍ରୀ। ଯେତେବେଳେ ସ୍ମୃତି ଶରତ ଶେଫାଳୀ ସେତେବେଳେ ସେହି ସ୍ମୃତିକୁ ବହୁଵାର ସାଉଁଟିଵାକୁ ଏ ମନ ଚାହେଁ ଆଉ ଇଚ୍ଛା ହୁଏ ସ୍ମୃତିର ସେହି ଗୋଲାପୀ ରାସ୍ତାରେ ଅନେକ ଥର ଫେରିବାକୁ କିନ୍ତୁ ସ୍ମୃତି ଯେତେବେଳେ ଭୟଙ୍କର ଲୋମଟାଙ୍କୁରା ଦୁର୍ଘଟଣା ସେତେବେଳେ ସ୍ମୃତିର ସେହି କଣ୍ଟକିତ ରାସ୍ତାକୁ ସ୍ୱପ୍ନରେ ବି ଥରୁଟିଏ ଫେରିବାକୁ ଇଚ୍ଛା ହୁଏନା। 


      ରୂପା ମଧ୍ଯ କେବେ ଫେରିବାକୁ ଚାହୁଁ ନଥିଲା ସ୍ମୃତିର ସେ କଣ୍ଟକିତ ଆଉ ରକ୍ତାକ୍ତ ରାସ୍ତାକୁ। ହେଲେ ପରିସ୍ଥିତି ବାଧ୍ଯ କରୁଥିଲା ସେ ତିକ୍ତ ଅନୁଭୂତିକୁ ବର୍ଣ୍ଣନା କରିବା ପାଇଁ। ଓକିଲଙ୍କ ପ୍ରଶ୍ନ ତାକୁ ବାରମ୍ବାର ସେ କାଳରାତ୍ରୀକୁ ଟାଣି ନେଇ ଯାଉଥିଲା ଯେଉଁ ସ୍ମୃତିକୁ ସେ ନିଜ ଜୀବନରୁ ସବୁଦିନ ପାଇଁ ଫିଙ୍ଗି ଦେବାର ପ୍ରୟାସ କରୁଥିଲା। ଆଛା ରୂପା କହିପାରିବେ କି ଆପଣଙ୍କ ଭଉଣୀ ସୋନା ଏତେ ରାତିରେ ସେ ରାସ୍ତାରେ ଫେରୁଥିଲେ କାହିଁକି? ମାନେ ମୋ କହିବାର କଥାହେଲା ସେ ଝିଅଟିଏ ତେଣୁ ଥରେ ହେଲେ ବି ନିଜର ସୁରକ୍ଷାର ଧ୍ଯାନ ଦେଲେନାହିଁ। ରୂପା ନିଜର ମାନସିକ ଆଉ ଶାରୀରିକ ଯନ୍ତ୍ରଣାରେ ଛଟପଟ ହେଉଥିବା ମୃତ ଭଉଣୀର ଆତ୍ମାକୁ ନ୍ଯାୟ ଦେବାପାଇଁ ଓକିଲଙ୍କୁ କହିଲା ସାର୍ ମୋ ଭଉଣୀ ଜଣେ ଡାକ୍ତର ତେଣୁ ପରିସ୍ଥିତି ଅନୁସାରେ ତାର ଘରକୁ ଫେରିବା ସମୟ ନିର୍ଭର କରେ। ଆପାତତଃ ସେଦିନ ଡାକ୍ତରଖାନାରେ ରୋଗୀମାନଙ୍କ ସଂଖ୍ଯା ଅଧିକ ଥିଲା ଆଉ ସେ ଯେହେତୁ ସର୍ଜରୀ ସ୍ପେଶାଲିଷ୍ଟ ,ସର୍ଜରୀ ଡେଟ୍ ଥିବା ରୁ ଓ.ଟି ରୁ ଫେରିବାକୁ ତାକୁ ଡେରି ହେଇଗଲା। ସେ କ'ଣ ଜାଣିଥିଲା ସେ ଗଣଧର୍ଷଣର ଶିକାର ହେବ। ଏହା କହି କାନ୍ଦି ପକାଇଲା। ଆଛା କୁହ ତୁମ ଭଉଣୀଙ୍କର କାହା ସହ କିଛି ଶତୃତା ଥିଲା କି? ନାଁ ସାର୍ ସେମିତିରେ ସେ ବହୁତ ନିରୀହ ଆଉ ସରଳ, ତା'ର ଖାଲି କାମରେ ମନ। ତେଣୁ କାହା ସହ ତା'ର ଶତୃତା ନଥିଲା। ଓକେ.. ରୂପା ଏବେ କୁହ ପ୍ରେମ ସଂପର୍କ ଆଇ ମିନ୍ ସୋନା ସାମନ୍ତରାୟଙ୍କ ର ଲଭ୍ ଲାଇଫ୍ ଉପରେ କିଛି କହିବେକି? ସାର୍ ଯାହା ନାହିଁ ମାନେ ତା'ର କିଛି ଲଭ୍ ଲାଇଫ୍ ହିଁ ନାହିଁ ତ ମୁଁ କ'ଣ କହିବି। ଲୋକମାନଙ୍କର ସେବା କରିବା ପାଇଁ ସେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଚାହୁଁନଥିଲା। ଲୋକମାନଙ୍କର ସେବା କରି ସେ ଏତେ ପୂଣ୍ୟ ଅର୍ଜନ କଲା ଯେ ସେ ଆଜି ଗଣଧର୍ଷଣର ଶିକାର ହୋଇ ଆତ୍ମହତ୍ଯା କଲା। ଏହା କହି ସେ ବହୁତ କାନ୍ଦି ଲା । ଓକିଲ କହିଲେ ଜଷ୍ଟିସ୍ ମିଳିବ ନିଶ୍ଚିତ ଜଷ୍ଟ୍ କାମ୍ ଡାଉନ୍ ଆଣ୍ଡ୍ କିପ୍ ପେଶେନ୍ସ୍। ସେ ଭାବୁଛି ଧର୍ଯ୍ୟ ଧରିବ କେମିତି? ବାପା, ମାଆଙ୍କୁ ଦେଖିଲେ ସେ ଆହୁରି ଧର୍ଯ୍ୟହରା ହାେଇଯାଇଛି। ସ୍ମୃତିର ସେ ଅଫେରା ରାସ୍ତା କୁ ଫେରିବାକୁ ସେ ଆଦୌ ଚାହୁଁନି ହେଲେ ନ୍ଯାୟ ମିଳିବା ପର୍ଯ୍ୟନ୍ତ କିନ୍ତୁ ବାର୍ ବାର୍ ତାକୁ ଫେରିବାକୁ ପଡିବ ଯାହା ଅତ୍ଯନ୍ତ ମର୍ମନ୍ତୁଦ ଆଉ ଯନ୍ତ୍ରଣାଦାୟକ ମଧ୍ଯ।

       ବାସ୍ତବରେ ଝିଅମାନେ ଏ ସମାଜରେ ଅସୁରକ୍ଷିତ ପରୀ।ଅନ୍ୟ ଜୀବନର ଚମତ୍କାର କରିବା ଆଶାର ସେ ପରୀ ଯେ ଆଜି ବଳାତ୍କାରରେ ସାଜେ ପୀଡ଼ିତା ଆଉ ତାର ସୁରକ୍ଷା ଉପରେ ଆଜି ବି ବିରାଟ ପ୍ରଶ୍ନଚିହ୍ନ ଉଠେ।ହେଲେ କେବେ ଏସବୁରେ ପରିବର୍ତ୍ତନ ହେବ କେଜାଣି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy