STORYMIRROR

Puja Devjani Mishra

Romance Tragedy Crime

3  

Puja Devjani Mishra

Romance Tragedy Crime

ଅପବିତ୍ର ପ୍ରେମ

ଅପବିତ୍ର ପ୍ରେମ

3 mins
210


   ପ୍ରେମ ଦୁନିଆ ର ସବୁଠୁ ପବିତ୍ର ସମ୍ପର୍କ। ହେଲେ ଯେତେବେଳେ ସେ ସମ୍ପର୍କ ଅପବିତ୍ର ହେଇଯାଏ ଜୀବନ ଟା ଅନ୍ଧକାର ହେଇଯାଏ। କଳା ବାଦଲ ଘୋଡେଇ ହେଇଗଲା ଭଳି ଲାଗେ।

    ଆଜି ସେହିଭଳି ଏକ କାହାଣୀ ବିଷୟରେ ଜାଣିବା।

କାହାଣୀ ଟି ଏକ ଅପବିତ୍ର ପ୍ରେମ ସମ୍ପର୍କ ଉପରେ ଆଧାରିତ ।


    ସେଦିନ ସୋନମ ବହୁତ ଖୁସି ଥିଲା। କାରଣ ଘରେ ତା ଜନ୍ମ ଦିନ ପାଇଁ ଗୋଟେ ସ୍କୁଟି ଦେଇଥିଲେ। ଆଜି ପ୍ରଥମ ଥର ସେ ସ୍କୁଟି ନେଇ କଲେଜ ଯାଉଥିଲା। ମନରେ ବହୁତ ଖୁସି, ବାଟରେ ଭାବି ଭାବି ଯାଉଥାଏ କି କଲେଜ ରେ ପହଁଚିଲେ ତା ସାଙ୍ଗ ମାନଙ୍କୁ ସେ ତା ସ୍କୁଟି ଦେଖେଇବ। କେତେ କଥା ହେବ, ଜନ୍ମ ଦିନ ପାଇଁ କେକ କଟିବ , କେତେ ମଜା କରିବ। ହେଲେ ସେ ସ୍ୱପ୍ନ ସେ ଇଚ୍ଛା ଆଉ ବେଶୀ ସମୟ ରହିଲାନି। ସ୍ୱପ୍ନ ଦୁନିଆ ରୁ ବାସ୍ତବତା ଆଡ଼କୁ ଆଖି ଖୋଲି ଦେଖିଲାବେଳକୁ ସମ୍ନା ରୁ ଏକ କାର ଟେ ଆସି ଗାଡିକୁ ଜୋରରେ ଧକ୍କା ଦେଲା।କିଛି ସେକେଣ୍ଡରେ ସବୁକିଛି ବଦଳିଗଲା। ଆଖି ଆଗରେ ଘନ ଘନ ଅନ୍ଧକାର ଘୋଟିଗଲା। କିଛି ଭାବିବା ଆଗରୁ ପ୍ରାଣବାୟୁ ଉଡ଼ିଗଲା ବୋଲି ସୋନମ ଭାବିସାରିଥିଲା। 

    ଧୀରେ ଧୀରେ ଅନ୍ଧାର ହଟିଲା ବେଳକୁ ସାମ୍ନାରେ ବାପା ମାଆ ଙ୍କୁ ଦେଖି ଖୁସିରେ ଲୁହ ସମ୍ଭାଳି ପାରିଲାନି। କିନ୍ତୁ ଡାକ୍ତର ଙ୍କର ପ୍ରଥମ ଉତ୍ତର ଶୁଣି ତା ପାଦ ତଳୁ ମାଟି ଖସିଗଲା। ବାପା-"ଝିଅ ର ରିପୋର୍ଟ କଣ ଅଛି?" । ଡାକ୍ତର ଗୋଟେ ବଡ଼ ନିଶ୍ଵାସ ନେଇ କହିଲେ -" ଝିଅ ପ୍ରେଗନାନଣ୍ଟ ଅଛି"। ସେ କଥା ଶୁଣି ବାପା ମା ଙ୍କ ମୁଣ୍ଡ ଆଉ କିଛି କାମ କଲାନି। ଝିଅ କୁ ପଚାରିବାରୁ ସେ କହିଲା ଏ ବିଷୟରେ ସେ କିଛି ଜାଣିନି। ପରେ ସେ ଜାଣିବାକୁ ପାଇଲା କି ତାର ଚେତା ୧୨ ଦିନ ପରେ ଆସିଛି । ଯେତେବେଳେ ସେ ମେଡିକାଲ ରେ ପହଁଚିଲା ସେତେବେଳେ ସେ କୋମା ରେ ଥିଲା। କେହି ଜଣେ ତାକୁ ହସ୍ପିଟାଲରେ ଆଣି ଛାଡି ଦେଇ ଥିଲା। ତାର କଲେଜ ଆଇକାର୍ଡ ରୁ ଘର ଲୋକ ଙ୍କ ଖବର ମିଳିଥିଲା। ସେପଟେ ବାପା କାହା ସହ ଟେନ୍ସନ ରେ ଫୋନ ରେ କଥା ହେଉଥିଲେ। ସମସ୍ତେ ବହୁତ ଚିନ୍ତାରେ ଥିଲେ। ନିଜ ନିଜ ଭିତରେ କଥା ହଉଥିଲେ। ସେତିକିବେଳେ କବାଟ ଖୋଲି ପୋଲିସ ଭିତରକୁ ଆସିଲା। ସେମାନଙ୍କୁ ଦେଖି ସୋନମ କାନ୍ଦି କାନ୍ଦି କହିଲା ଅଙ୍କଲ ମୋ ସହିତ ଯିଏ ଏମିତି କରିଛି ତାକୁ ଦଣ୍ଡ ଦିଅ। ତାପରେ ପୋଲିସ ସମସ୍ତ ଙ୍କୁ ପଚାରପଚରି କରି FIR ଲେଖିଲା। କିଛି ଦିନ ପରେ ସୋନମ ଆଉ ତା ଘର ଲୋକ ହସ୍ପିଟାଲରୁ ଘରୁକୁ ଆସିଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଆଉ କାହିଁକି ଏମିତି କଲା ?  କାହା ପାଟିରେ ଦାନା ଟିଏ ବି ଗଳୁ ନଥାଏ । ସୋନମ ବି ସେ କଥା ଭାବି ଭାବି ପାଣି ଟିକିଏ ବି ପିଉନଥାଏ। କାନ୍ଦି କାନ୍ଦି ତା ଦେହ ରେ ଜୀବନ ନଥିଲା ଭଳି ଦେଖା ଯାଉଥାଏ। କିଛି ଦିନ ପରେ ଖରାବେଳେ ହଠାତ କବାଟ ଠକ ଠକ ହେଲା। ଖୋଲିଲା ବେଳକୁ ପୋଲିସ କିଛି କାଗଜ ପତ୍ର ଧରି ଛିଡା ହେଇଥିଲା। ସେମାନେ ମିସିକି ସୋନମ ରୁମ କୁ ଆସିଲେ , ଆସିଲା ବେଳକୁ ସୋନମ ର କବାଟ ବନ୍ଦ ଥିଲା। ଯେତେ ଡାକିଲେ ବି ସେ ଖୋଲୁ ନଥିଲା। ଆଉ ସମୟକୁ ଅପେକ୍ଷା ନ କରି ସେମାନେ କବାଟ ଭାଙ୍ଗିଦେଲେ। ଭିତର କୁ ପସିଲାବେଳକୁ ସୋନମ ବେକରେ ଲୁଗା ବାନ୍ଧିବାକୁ ଚେଷ୍ଟା କରୁଥିଲା। ସୋନମ ର ବାପା ତାକୁ ଯାଇ ଧରିନେଇ କୁଣ୍ଢାଇ ପକେଇଲେ। ସୋନମ ବାପାଙ୍କୁ ଧରି ଜୋର ଜୋର ରେ କାନ୍ଦିବାକୁ ଲାଗି ଗୋଟେ ପ୍ରଶ୍ନ କଲା ,"ବାପା ମୋ ସହିତ ଏମିତି କାହିଁକି ହେଲା"। ସେତେବେଳେ ପଛପଟୁ ଶୁଭିଲା କି ତମର ପ୍ରଶ୍ନ ର ଉତ୍ତର ମୋ ପାଖରେ ଅଛି। ଏତିକି କହି ପୋଲିସ ଗୋଟେ ଫୋଟୋ ଦେଖେଇଲା ଆଉ ୟାକୁ ଜାଣିଛ କି ନାହିଁ ପଚାରିଲା । ଫୋଟୋ କୁ ଦେଖୀ ସୋନମ ଟିକେ ଚୁପ ରହି ଭାବିବାକୁ ଲାଗିଲା। କାରଣ ସେ ଫୋଟୋ ଟି ରାଜ ର ଥିଲା। ଯିଏ ତାକୁ ବର୍ଷେ ତଳେ ଆଉ ଗୋଟେ ଝିଅ ପାଇଁ ଛାଡି ଦେଇଥିଲା। ଏତିକି ଭାବି ସେ ଧୀରେ ଧୀରେ ପୋଲିସ କୁ କହିଲା "ହଁ ଜାଣିଛି, ହେଲେ ୟା କଥା କାଇଁ ପଚାରୁଛନ୍ତି"। ସମସ୍ତଙ୍କ ଅପେକ୍ଷା କୁ ଭାଙ୍ଗି ପୋଲିସ କହିଲା କି ଏ ସବୁ ର ପଛରେ ୟାରୀ ହାତ ରହିଛି। ଏତିକି ଶୁଣି ସୋନମ ର ମୁଣ୍ଡ କିଛି କାମ କଲାନି। କେମିତି ପଚାରିବାରୁ ପୋଲିସ ଉତ୍ତର ଦେଲା କି , ତମେ ସ୍କୁଟି ନେଇ ଗଲାବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ସେ ଆଉ କେହି ନୁହଁ ଏଇ ପିଲା। ଯିଏ ଧକ୍କା ଦେଲାପରେ ତମର ହୋସ ନଥିଲା। ସେ ଡରିକି ତା ଘରକୁ ତମକୁ ନେଇ ଯାଇଥିଲା। ସେଠି ତମର ଚେକ ଅପ କରେଇ ୮ ଦିନ ଯାଏଁ ରଖିଥିଲା। ତା କହିବା ଅନୁସାରେ ସେ ତମକୁ ବହୁତ ଥର ଭୁଲ ମାଗିଥିଲେ ବି ତମେ ତାକୁ କ୍ଷମା କରିନଥିଲ କି ତମ ଲାଇଫ କୁ ତାକୁ ଆସିବାକୁ ଦେଇନଥିଲ। ତମ କଥା ଜାଣିବାପରେ ଆଉ କେହି ଝିଅ ତା ସହ ରହିବାକୁ ରାଜି ବି ହେଇନଥିଲେ। ଝିଅ ଙ୍କ ଶରୀର ପାଇଁ ସେ ପାଗଳ ହଉଥିଲା,ଯେମିତି ଗୋଟେ ନିଶା କରିଦେଇଥିଲା। ସେଥିପାଇଁ ସେ ରାଗିକି ତମର ହୋସ ନଥିବାର ଫାଇଦା ଉଠେଇ ତାର ଭୋକ ମେଣ୍ଟାଇବାକୁ ଲାଗିଲା। ହେଲେ ଯେତେବେଳେ ଜାଣିବାକୁ ପାଇଲା କି ତମକୁ ପୋଲିସ ଖୋଜୁଛି ତାର ମୁଣ୍ଡ କିଛି କାମ କଲାନି। ତେଣୁ ସେ ତମକୁ ଆଣି ମେଡିକାଲ ରେ ଛାଡ଼ିଦେଇ ଯାଇଥିଲା। ଏ ସବୁ ଶୁଣି ସୋନମ ର ମନ ଭାଙ୍ଗିଗଲା। ତା ପାଖରେ ଗୋଟିଏ ପ୍ରଶ୍ନ - 'ସେ ଅନ୍ୟ ଝିଅ ପାଇଁ ମୋ ଭଲ ପାଇବାକୁ ଅଧା ବାଟରେ ଛାଡ଼ିଦେଇଗଲା। ଆମ ପ୍ରେମକାହାଣୀ ଅଧାରେ ରଖିଦେଇଗଲା। ମୁଁ ତ କିଛି କରିନଥିଲି। ମୋର ବା ଭୁଲ ରହିଲା କୋଉଠି ଯେ ଏଭଳି ଦଣ୍ଡ ମତେ ଦେଲା।


    ସତରେ କଣ ପ୍ରେମ ର ପରିଣାମ ଏଇଆ,

ଯେଉଁଥିରେ ଭୁଲ ନଥାଇ ବି ଏମିତି ଦଣ୍ଡ ମିଳେ '








Rate this content
Log in

Similar oriya story from Romance