STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଅପାଶୋରା

ଅପାଶୋରା

2 mins
194

   କାର୍ତ୍ତିକ ମାସ ଆରମ୍ଭ ହୋଇଯାଏ କାର୍ତ୍ତିକ ପୂର୍ଣ୍ଣମୀ ଦିନଠାରୁ, ତ ବାପା ବୋଉଙ୍କୁ ଟିକେ ଭେଟି କିଛି ଭଲ ଖାଦ୍ୟ ଅର୍ଥାତ ମାସ ସାରା ଆମିଷ ଖାଇପାରୁନଥିବାରୁ କିଛି ଆମିଷ ଖାଦ୍ୟ ପ୍ରସ୍ତୁତ କରିବାକୁ ଯାଉଛି ସୁଯୋଗଟିଏ ଜୁଟିଲା ସୁବିଧାରେ ଚଞ୍ଚଳ ପୁରୀ ରେ ପହଂଚିବା ପାଇଁ, ତ ଆଉ ରୋଷେଇ ନକରି କେବଳ ନୂଆ ଲୁଗାପଟା ଓ ଅଭଡ଼ା ଖିଆ ପାଇଁ ପଇସା ପତ୍ର ଧରି ଚିହ୍ନାଜଣା ବନ୍ଧୁଙ୍କ କାରରେ ଆସିଗଲି, ହେଲେ ଚିକେନ ବିରିଆନୀ ଟିକେ ବାପାଙ୍କ ପାଇଁ, ମାଛ ମୁଣ୍ଡ ବେସର ଟିକେ ବୋଉ ପାଇଁ ନଆଣିପାରି, ବ୍ୟସ୍ତ ଲାଗୁଥାଏ, ତ ଭାବିଲି ପହଞ୍ଚିଲେ ଘରେ କରିନେବି l

  ଘରେ ମୋରି ପରି ଅନ୍ୟ ଭାଇ ଭଉଣୀମାନେ, ତ ଦୁଃଖ ସୁଖ, କଥାବାର୍ତ୍ତା ଭିତରେ ବାପା ବୋଉଙ୍କ ପସନ୍ଦର ଆମିଷ କରିହେଲାନି, ବାବିଲି ରାତିକୁ ଅଣ୍ଡାରୋଲ ଓ ଚିକେନରୋଲ ଆଣି ବାପା ବୋଉଙ୍କୁ ଖୁଆଇ ନେବି, ହେଲେ କିଏ ଡାକୁଛି ସମୁଦ୍ରକୂଳ, କିଏ ଡାକୁଛି ଶାଢ଼ୀ କିଣିବା ଚାଲ, କିଏ କହୁଛି ତା ପାଉଁଜି ବଦଳାଇ ନୂଆ କିଣିବାକୁ ଟିକେ ସାଙ୍ଗରେ ଆ, ତ କିଏ ରେଡି କରୁଛି ଗ୍ରୁପ ଫୋଟୋ ପାଇଁ, ଏମିତି ସବୁ ଭିତରେ ରାତି ସାଢେ ଆଠ, ଦଉଡିଲି ବଜାର, ରାସ୍ତାରେ ବିରାଟ ଚାନ୍ଦି ମାଛଟିଏ, କିଲିକିଆ ଗୋଟେ, ତାକୁ ଧରି ପହଂଚିଲି ଘରେ, ବୋଉ ବାପା ଭାଇଭଉଣୀ ବେଢି ଗଲେ, ମୁଁ କେଳା କୁଟା ଧୁଆ କରି ଲୁଣ ହଳଦୀ ଗୋଳେଇ ଭାଜି ବୋଉ ପାଇଁ ପଖାଳ ମାଛ ଭଜା, ବାପାଙ୍କ ପାଇଁ ରୁଟି ଡାଲମା ସହ ମାଛଭଜା ବାଢି ବସିଲି ତ ଦୁହେଁ ପରମ ଆନନ୍ଦରେ ଖାଉଥିଲା ବେଳେ, ବୋଉ ଆଖିରେ ଲୁହ ଦେଖି, ବୁଝିପାରିନଥିଲି, ତାକୁ ଚୁପ କରି କୁଣ୍ଢେଇ ପକେଇ ଖା ଖା କହୁଥିଲି, ତ ରାତିରେ ତେଲ ଘଷିଲା ବେଳେ ବୋଉ ମୋର କହୁଥିଲା ଝିଅ ମ ଦେଖିବୁ ତୁ କେତେ ଭଲରେ ରହିବୁ, ତୋ ଝିଅ ବି ତୋ ବେଦନା ବୁଝିବ, ଏମିତି କାହିଁକି କହୁଛୁ ବୋଉ, ନାଇଁ ଯେ ଝିଅ, ମୁଁ କଣ ଖାଉନି, ତଥାପି କାଲିଠୁ ଆଉ ଆମିଷ ଖାଇବିନି ମାସେ ବୋଲି ତୁ ଯେଉଁ ଦଉଡିଯାଇ ମାଛ ଆଣି..... କହି କାନ୍ଦିପକାଉଥିଲା, ତ ମୁଁ ତୋ ପାଇଁ କିଛି ଆଣିପାରିଲିନି ତ ବୋଉ, ବୋଉ ସତୃଷ୍ଣ ନୟନ ମେଲି କହୁଥିଲା, ମୋର ଆଉ କିଛି ଦରକାର ନାହିଁ ମାଆ, ଖାଲି ଟିକେ ମତେ ଦେଖି ଆସୁଥିବୁ l

ତେଲ ଗିନା ଧରି ବାପାଙ୍କ ପାଦରେ ଘଷି ଦେଲାବେଳେ ସେ କେତେ ଦୁଃଖ ସୁଖ ପଚାରୁଥିଲେ, ମନ ଭଲ ରଖ ମାଆ, ମୁହଁ ଶୁଖାନା କହୁଥିଲେ ତ ମୁଁ ଲୁଚେଇ କାନ୍ଦି ପକେଇଥିଲି, ଆଜି କୁମାରପୂର୍ଣ୍ଣମୀ ପୂର୍ବ ଦିନ, ବାପା ନାହାଁନ୍ତି, ବୋଉ ସ୍ଥାଣୁ ପାଲଟି ଯାଇଛି, କିଛି ଭଲ ଲାଗୁନଥିଲା, ତ ବୋଉକୁ ଟିକେ ଦେଖିଆସିବାକୁ ସ୍ୱାମୀଙ୍କ ପାଖେ ଅଳି କରୁଥିଲି ମୁଁ l

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy