STORYMIRROR

Priyadarshini Mishra

Tragedy Others

3  

Priyadarshini Mishra

Tragedy Others

ଅପା ପାଇଁ ଚିଠିଟିଏ

ଅପା ପାଇଁ ଚିଠିଟିଏ

2 mins
519


    ପୂଜନୀୟା ଅପା,

ସାଦର ପ୍ରଣାମ।ମୁଁ ଠିକ ଠାକ ପହଞ୍ଚି ଗଲି।ଅପା ତୁ ଭାବୁଥିବୁ ମୁଁ ପନ୍ଦର ଦିନ କହି ଦୁଇ ଦିନରେ କାହିଁକି ଫେରିଆସିଲି।ପୁଣି ଫୋନ ରେ କଥା ନ ହୋଇ ଚିଠି କାହିଁକି ଲେଖୁଛି? ଫୋନରେ ମୁଁ ମନ ଖୋଲି ମନ କଥା କହି ପାରିବି ନାହିଁ ବୋଲି ଭାବି ଚିଠି ଲେଖୁଛି।

     

ଅପା ପିଲାଦିନେ ବୋଉକୁ ହରାଇବା ପରେ ତୋ ଠାରୁ ବୋଉର ସ୍ନେହ ପାଇଥିଲି। ବୋଉ କପାଳର ବଡ ସିନ୍ଦୁର ଟୋପଟିକୁ ମୁଁ କେବେ ଭୁଲିନାହିଁ।ପାଞ୍ଚ ବର୍ଷ ର ହୋଇଥିଲା ବେଳେ ବୋଉ ମୋତେ ଛାଡ଼ି ଚାଲିଗଲା।କିନ୍ତୁ ବୋଉର ଅଭାବ ତୁ ମୋତେ ଅନୁଭବ ହେବାକୁ ଦେଇନାହୁଁ।ବୋଉର ନାଲି ସମ୍ବଲପୁରୀ ଶାଢ଼ୀ ପିନ୍ଧା ବେଶ ସବୁବେଳେ ମୋ ସ୍ମୃତିରେ ଉଜ୍ଜୀବିତ ରହିଛି। ସେହିପରି ନାଲି ସମ୍ବଲପୁରୀ ଶାଢ଼ୀ ପିନ୍ଧେଇ କପାଳରେ ନାଲି ଟୋପା ଦେଇ ବୋଉକୁ ମୋ ଠାରୁ ଦୁରେଇ ଦିଆଯାଇଥିଲା।ବୋଉର ଶେଷ ଯାତ୍ରାର ସେ ରୂପ ମଧ୍ୟ ମୁଁ କେବେ ଭୁଲିପାରିବି ନାହିଁ।

  

ତୁ ଭାବୁଥିବୁ ମୁଁ ଆଜି ବୋଉ କଥା ଏତେ କାହିଁକି ଲେଖୁଛି?ଅପା ଯୋଉଦିନ ମୁଁ ଘରେ ପହଞ୍ଚି ଥିଲି ତୁ ନାଲି ସମ୍ବଲପୁରୀ ଶାଢୀଟିଏ ପିନ୍ଧିଥିଲୁ। ବଡ ସିନ୍ଦୂର ଟୋପାଟି ତୋ କପାଳରେ ଦାଉ ଦାଉ କରୁଥିଲା।ତୋତେ ଦେଖି ମୋତେ ବୋଉ ବହୁତ ମନେ ପଡ଼ିଲା।ଏହି ବେଶରେ ବୋଉ ମୋତେ ଛାଡ଼ି ଚାଲି ଯାଇ ଥିଲା।ତୋତେ ଦେଖି ଏକ ଅହେତୁକ ଭୟରେ ମୋ ଛାତି ଥରି ଉଠିଲା। ମୋତେ ବହୁତ କାନ୍ଦ ଲାଗିଲା।ତେଣୁ ମୁଁ ପନ୍ଦର ଦିନ ପାଇଁ ଯାଇଥିଲେ ମଧ୍ୟ ଦୁଇ ଦିନରେ ଫେରି ଆସିଲି।

     

ଅପା, ତୁ ଭାବୁଥିବୁ ତୋ ଇଞ୍ଜିନିଅର ଭାଇ କଣ ଏତେ ଦୁର୍ବଳ?ହଁ ଲୋ ଅପା ,ତୋ ଭାଇ ବହୁତ ଦୁର୍ବଳ ,ବହୁତ ଡ଼ରୁଆ।ତୋ ଭାଇ ଡରିଗଲା କାଳେ ବୋଉ ଭଳି ତୁ ମଧ୍ୟ ମୋତେ ଛାଡ଼ି ଚାଲିଯିବୁ।ବୋଉ ଗଲାବେଳେ ଯେମିତି ଦିଶୁଥିଲା ତୁ ଠିକ ସେହିଭଳି ଦେଖାଯାଉଥିଲୁ।ତେଣୁ ମୋତେ ଡର ଲାଗିଲା କାନ୍ଦ ବି ଲାଗିଲା ।ମୁଁ ଗାଁ ରେ ନ ରହି ବେଙ୍ଗଲୋର ଚାଲି ଆସିଲି।

    ତୋ କଥା ନ ମାନି ତୋ ଅନୁରୋଧ ଏଡାଇ ଚାଲି ଆସି ଥିବାରୁ ମୋତେ ଭଲ ଲାଗୁନାହିଁ। ତୋ ମନରେ କଷ୍ଟ ଦେଇଥିବାରୁ ମୋତେ କ୍ଷମା କରିବୁ।

          "ଇତି"

      ତୋର ଅବୁଝା ଭାଇ 

           ଗେଲୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Tragedy