STORYMIRROR

Sunanda Mohanty

Tragedy Others

2  

Sunanda Mohanty

Tragedy Others

ଅନ୍ୟ ଏକ ରାଧା

ଅନ୍ୟ ଏକ ରାଧା

1 min
359

ନବମଶ୍ରେଣୀ ଝିଅଟି ରାଧା, ସବୁକାମରେ ଆଗୁଆ,ବଗିଚାକାମ, ଗଣେଶପୂଜା ଇତ୍ୟାଦିରେ ଭୋଜିଭାତ ରେ ସହଯୋଗ, ଜାନୁଆରୀଛବିସ ଇତ୍ୟାଦି ପାଳନ ଦିବସରେ ଫୁଲଗୂଂନ୍ଥା, କ୍ଲାସରୁମ ପରିଷ୍କାର ତଥା ସ୍ଲୋଗାନ ଦେବା ଓ ସବୁପ୍ରକାର ସୃଜନଶିଳତା କାମ ଅର୍ଥାତ ଖେଳ, ଡ୍ରାମା, ନାଚ, ଗୀତ ରେ ଫାଷ୍ଟ ହେଉଥିବା ଝିଅଟା କିନ୍ତୁ ପାଠରେ ମନ ଲଗାଏ ନାହିଁ, ତ ହଠାତ ଅନ୍ତର୍ଧ୍ୟାନ.    

       ଶୁଣୁ ଶୁଣୁ କଣ ନା ପଳେଇଛି କାହା ସଙ୍ଗେ. ପୋଲିସ ସ୍କୁଲରେ ପହଂଚି ଆଡମିସନ ରେକର୍ଡ ବହନ କରୁଥିବା ରେଜିଷ୍ଟ୍ରର ନେଇ ଚାଲିଗଲେ ଆଉ କ୍ଲାସ ଶିକ୍ଷକ ପର୍ଶୁରାମ ବାବୁ ଯେତେ ବୁଝେଇକି କହିଲେ ବି ବଡଗୁରୁମା ତାଙ୍କରି ନାମ ଲେଖି ଦସ୍ତଖତ କରାଇ ପୋଲିସ କୁ କାଗଜପତ୍ର ଦେଲେତ, ସାର ବଡ ବ୍ୟସ୍ତ.କୋର୍ଟ ଯିବା କଥା ଶୁଣି ଝିଅ ର ବାପା ମାଆ ଙ୍କ ପାଖକୁ ଦଉଡି ବୁଝାଇବାକୁ ଚେଷ୍ଟା କଲେ କେଶ ଉଠାଇଆଣିବାକୁ ତ, ତାଙ୍କର ଏକାଯିଦ ପୁଅଟା ତାଙ୍କ ଜାତିର ନୁହେଁ ତ ସେ କେବେ କେଶ ଉଠାଇବେନି, ସାର ବୁଝେଇବାକୁ ଲାଗିଲେ ଝିଅକୁ ଫେରାଇ ଆଣିବା ଅପେକ୍ଷା ଦୁଇପରିବାର ଆପୋଷ ଆଲୋଚନା ମଧ୍ୟରେ ବାହାଘର କରିନିଅ. ତ କେହି ରାଜିନୁଁହ. ତ ସାର ଗଲେ କୋର୍ଟ କୁ ଆଉ ଜନ୍ମ ପ୍ରମାଣପତ୍ର ଦେଖାଇ ଫେରାଇ ଆଣିଲେ ପିଲାଙ୍କ ନାମଲେଖା ରେଜିଷ୍ଟ୍ରର. 

         ଦୁଇ ବର୍ଷ ପରେ ଛୁଆ ଟିଏ କାଖେଇ ଫେରିଲା ରାଧା ସାର୍ଟିଫିକେଟ ନେବ, ଆଧାର କାର୍ଡ ପାଇଁ ହେଲେ ସାର ବୁଝେଇ ଶୁଝେଇ ଆଉଥରେ ନବମରେ ଆଡମିସନ କରିବାକୁ କହିଥିଲେ କେବଳ, ସେମାନଙ୍କ କିଛି କଥା କର୍ଣପାତ ନକରି, ସେଦିନ ସିର୍ଟିଫିକେଟ ନେଇ ଫେରିଥିବା ରାଧା ଆଧାର କାର୍ଡ ସହ ଏଵେ ତଳ ଶ୍ରେଣୀର ପିଲାଂକସହ ନବମରେ ନାମ ଲେଖେଇ ପଢୁଛି. 

         ସେଦିନ ନାରୀସୁରକ୍ଷା ଉପରେ ସୁନ୍ଦର ଭାଷଣ ଦେଇ ଫାଷ୍ଟ ପ୍ରାଇଜ଼ ପାଇଥିବା ରାଧା ର ବାଗ୍ମିତା ଦେଖି ବିଶ୍ୱାସ ହେଉନଥିଲା, ଇଏ ସେଇ ରାଧା ଆଉ ସେହିବର୍ଷ ସେ ସ୍ପୋର୍ଟ୍ସ ଫାଷ୍ଟ ହୋଇ ବି ପରବର୍ତ୍ତୀ ଫାଷ୍ଟ ହୋଇଥିଲା ବ୍ଲକ ରେ ମାଟ୍ରିକ ପରୀକ୍ଷାରେ, ମଣିଷ ଭୁଲରୁ ଶିଖେ ଉକ୍ତିର ପ୍ରମାଣ ଦେଇ.  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy