STORYMIRROR

Parthasarathi Parida

Abstract Inspirational

4  

Parthasarathi Parida

Abstract Inspirational

ଅନାହତ ସ୍ବପ୍ନ ସବୁ ଫେରିଗଲା ପରେ

ଅନାହତ ସ୍ବପ୍ନ ସବୁ ଫେରିଗଲା ପରେ

2 mins
27

ପାଠ ପଢା ସାରିବା ପରେ ଚାକିରୀ କରିବାର ଖୁସି ଆଉ ସ୍ବପ୍ନ ମନ ଭିତରେ ଗୋଟେ ଅସମ୍ଭବ ଆଉ ଅସୁମାରୀ ଆଶାର ସଂଚାର କରି ସାରିଥିଲା । ସ୍ବପ୍ନ ଦେଖିବାକୁ ବ୍ୟାକୁଳ ଏ ମନଟା ସବୁବେଳେ ବଡ଼ବଡ଼ ସ୍ବପ୍ନ ଖାଲି ଦେଖି ଚାଲୁଥାଏ କିନ୍ତୁ ତାକୁ କିବା ଜଣାଥିଲା ଭବିଷ୍ୟତ । ଜାଣିଥାନ୍ତି ବା କେମିତି ମୁଁ କଣ ଜ୍ୟୋତିଷ ନା ହସ୍ତରେଖା ପଢ଼ି ଜାଣିଥିଲି । ବାସ୍ ସମୟର ସୁଅରେ ପଦ ଦେଇଦେଲି । ଆରମ୍ଭ ହେଇଗଲା ମୋ ଜୀବନର ପ୍ରଥମ ଚାକିରୀ ତା ପୁଣି ୨୫ଟା ସାକ୍ଷାତକାର ପରେ । ଦରମା କହିଲେ ଲାଜ ମାଡ଼ିବ। ପୁଅ ମେକାନିକାଲ ଇଂଜିନିୟର ଆଉ ଦରମା ପଇସାରେ ଚାଲିବାକୁ ସକ୍ଷମ ନୁହେଁ । ମୋ ପଢ଼ିବା ସମୟରେ ଯେତିକି ଟଙ୍କା ଘରୁ ଖର୍ଚ୍ଚ ପାଇଁ ମିଳୁଥିଲା ତା ଠୁଁ ବି କମ୍ ଦରମାରେ ଚାକିରୀ କରିବାର ନିଷ୍ପତି ମୋର ନଥିଲା, ନିଷ୍ପତି ଥିଲା ଘର ଲୋକଙ୍କର କାହିଁକି ସେମାନେ ଚାହୁଁଥିଲେ ମୁଁ ତାଙ୍କ ଉପରେ ବୋଝ ନ ହୁଏ 

। ଯାହା ହେଉ ମୁ କଷ୍ଟ କରିବା ସିଖିଗଲି ଆଉ ଆଗକୁ ବଢ଼ି ଚାଲିଲି । ଦରମା ବଢିଲା , ପିଲାଙ୍କୁ ପାଠ ପଢେଇଲି ଚାକିରୀ ରୁ ଫେରିଲା ପରେ, ଭଲ ରୋଜଗାର ହେଲା । ବାସ୍ ସମୟର ଶୀଉଳିରେ ପାଦ ଖସିଗଲା । ପ୍ରେମ ହେଇଗଲା ପ୍ରଥମ ଦେଖରେ...ପାଠ ପଢ଼ାଇବା ଭିତରେ କାହିଁକି କେଜାଣି ସେ ଝିଅଟି ମତେ ବହୁତ୍ ଭଲ ଲାଗିଲା...ଲେଖିଲେ ଗୋଟେ ଉପନ୍ୟାସ ହେବ ସବୁ କଥା କିନ୍ତୁ ମୁଁ ସ୍ବପ୍ନ ଫେରିବା କଥାକୁ ଫେରୁଛି। ଗୋଟେ ବଡ଼ କମ୍ପାନୀ ରେ ମ୍ୟାନେଜର ଭାବରେ ଚାକିରି ପାଇଲି । ଭାବିଲି ବୋଧହୁଏ ସ୍ବପ୍ନ ସବୁ ସତ ହେବାକୁ ଯାଉଚି। ଖୁବ୍ ପଇସା ରୋଜଗାର କଲି, ଖୁବ୍ ନା କମେଇଲି, କମ୍ପାନୀ ତରଫରୁ ବହୁତ୍ ସମ୍ମାନ ଆଉ ଆୱାର୍ଡ଼ ପାଇଲି। ଆରମ୍ଭ ହେଇଗଲା ଅନୈତିକ କମେଇ ଆଉ ଯୋଡ଼ି ହେଇଗଲା ମଦ ମାଂସ ମଉଜ । ତଥାପି ଆଗକୁ ବଢିଚାଲିଲା ମୋ ଜୀବନର ସିଡି। ଆହୁରି ବଡ କମ୍ପାନୀ ରେ ଚାକିରୀ କଲି । ଏମିତି ଅନେକ କିଛି । ବିଗତ ଦୁଇମାସ ହେବ ମୁଁ ଆକର୍ମନ୍ୟ, ଏକ ଆକସ୍ମିକ ଦୁର୍ଘଟଣା ଯୋଗୁଁ ନା ମୋ ପାଖରେ ପଇସା ଅଛି ନା ଚାକିରୀ ଅଛି। ହଁ ଗୋଟେ ଭଲ କାମ କରିଛି କି ବଦଭ୍ୟାସ ସବୁ ଛାଡ଼ିଦେଇଚି। ଏବେ ଖାଲି ମୋ ପାଖରେ ଯଦି କିଛି ଅଛି ତ ମୋ କୁନି ଝିଅ ଆର୍ଯ୍ୟା ଆଉ ମୋ ପ୍ରେମିକା ଯିଏ ଏବେ ମୋ ଧର୍ମପତ୍ନୀ। ଆହୁରି ବି ବହୁତ୍ କିଛି ଅଛି ଯେମିତିକି ପୁଣି ଛିଡ଼ା ହେବାର ପ୍ରୟାସ, ପୁଣି ନିଜକୁ ପ୍ରମାଣିତ କରିବାର ପ୍ରୟାସ, କିଛି ଆଶା ଆଉ କିଛି ଭରସା। ମୁଁ ଆଉ ମୋ ଭିତର ର ପ୍ରତିବିମ୍ବ, ଯେତେ ଥର ଦେଖିବାକୁ ଚେଷ୍ଟା କରିଛି ଭାଙ୍ଗି ଯାଇଛି, କାହିଁକି ନା ପ୍ରତିବିମ୍ବ ର ସତ୍ତା ନଥାଏ । ଯଦି କିଛି ଫେରି ଯାଇଛି ସେସବୁ ହେଉଛି ମୁଁ ଦେଖିଥିବା ରଙ୍ଗୀନ ସ୍ବପ୍ନ ଯାହାକୁ କେବେ ମୁଁ ଆହତ ହେବାକୁ ଦେଇ ନଥିଲି । ଆଜି ପାଇଁ ଏତିକି... ଏ କାହାଣୀ ଆରମ୍ଭରୁ ଶେଷଯାଏ ଲେଖିବାକୁ ବୋଧହୁଏ ବର୍ଷେ ଦୁଇବର୍ଷ ଲାଗିବ...ଚେଷ୍ଟା କରିବି ସତ ଯେତେ ସମ୍ଭବ ଲେଖିବାକୁ...ପଢ଼ିବେ ନିଶ୍ଚୟ...କାହାଣୀ ସରିଲା ବେଳକୁ ଆପଣ ଏହାର ଏକ ୱେବ ସିରିଜ ଓଟିଟି ପ୍ଲାଟଫର୍ମ ରେ ଦେଖିବାକୁ ପାଇବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract