STORYMIRROR

Parthasarathi Parida

Inspirational

3  

Parthasarathi Parida

Inspirational

ବିଜ୍ଞାନ ଓ ଆଧ୍ୟାତ୍ମିକତା

ବିଜ୍ଞାନ ଓ ଆଧ୍ୟାତ୍ମିକତା

2 mins
225

ମୁଁ ଯେତିକି ଜାଣିଛି ବିଜ୍ଞାନ ର ଉତ୍ପତ୍ତି ଅନାଦି କାଳରୁ ରହିଆସିଛି। ସେମିତି ଯଦି ଆମେ ସନାତନ ଧର୍ମ ବା ହିନ୍ଦୁ ଧର୍ମ କଥା କହିବା ତାହେଲେ ଏହା ମଧ୍ୟ ଅନାଦି କାଳରୁ ରହିଛି।( ଅନ୍ୟ ଧର୍ମ ବିଷୟରେ ମୋର ଜ୍ଞାନ ନାହିଁ, ସ୍ଵଧର୍ମେ ନିଧନମ୍ ଶ୍ରେୟ ପରଧର୍ମ ଭୟାବହ)। ଯଦି ପୁରାତନ କାଳରେ ବିଜ୍ଞାନ ନଥିଲା, ଏତେ ବଡ଼ବଡ଼ ଦୁର୍ଗ, ମନ୍ଦିର ଏବଂ ଅନେକ ସ୍ଥାପତ୍ୟ ଯାହାକି ଆଜିକା ସମୟରେ କରିବା ବହୁତ୍ କଷ୍ଟ, ହେଲା କେମିତି। ସେମିତି ଆମ ଜୀବନଶୈଳୀ କୁ ଆଗରୁ ଧର୍ମ ସହିତ ଯୋଡ଼ା ଯାଉଥିଲା। ଏହାର ଏକମାତ୍ର କାରଣ ଏହା ହୋଇପାରେ କି ସେ ସମୟରେ ଲୋକମାନେ ବିଜ୍ଞାନକୁ ସହଜରେ ଗ୍ରହଣ କରି ପାରୁ ନଥିଲେ। କିନ୍ତୁ ଧର୍ମର ଦ୍ୱାହିଦେଲେ ଲୋକେ ସହଜରେ ପାଳନ କରୁଥିଲେ। ଭୟ ଆଉ ଭକ୍ତି ନଥିଲେ ମଣିଷ ବିପଥଗାମୀ ହୋଇଯାଏ। ଧର୍ମ ମଣିଷ ମନରେ ଭୟ ସୃଷ୍ଟି କରାଏ ଏବଂ ବିଜ୍ଞାନକୁ ମାନିବାକୁ ବାଧ୍ୟ କରାଏ। ଆଜି ଆପଣ ଯାହାବି ସବୁ ବିଜ୍ଞାନ ସମ୍ମତ ବୋଲି କହୁଛନ୍ତି, ପୁରୁଣା ଗ୍ରନ୍ଥ ଖେଳାଇ ଦେଖନ୍ତୁ ସବୁ ଗୋଟି ଗୋଟି କରି ଲେଖା ହେଇଥିବ। ଆଧ୍ୟାତ୍ମିକତା ମଣିଷ ଜୀବନକୁ ସରସ ସୁନ୍ଦର କରିବା ସହିତ ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରିବା ଶିଖାଇ ବିଜ୍ଞାନ ର ନିୟମକୁ ମଧ୍ୟ ପାଳନ କରେ। ଏଣୁ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ପରସ୍ପର ସହିତ ପରିପୂରକ। ବାକି ଗୋଟିଏ କଥା, ବୁଝିବା ପାଇଁ ଇଚ୍ଛା ଶକ୍ତିର ଆବଶ୍ୟକତା ଏବଂ ସଞ୍ଜମ ରକ୍ଷା କରି କର୍ମ କଲେ ଜୀବନ ସୁସଂଗଠିତ ହେଇପାରିବ। ସମୟ ଚକ୍ରରେ ଆମ୍ଭେମାନେ ସମସ୍ତେ ଆଧୁନିକତା ର ଦ୍ୱାହି ଦେଇ ଧର୍ମକୁ ଅନ୍ଧବିଶ୍ୱାସ ସହିତ ଯୋଡ଼ିଦେଲୁ ଏବଂ ଆମ ମନ ମୁତାବକ ରୀତିନୀତି ତିଆରି କରି ଚାଲିଲୁ। ଏଠାରେ କଣ ହେଲା ନା ପ୍ରକୃତ ଆଧ୍ୟାତ୍ମିକ ଲୋକମାନେ ଲୁଚିଗଲେ ଏବଂ ତଥାକଥିତ ଆତ୍ମଘୋଷିତ ଗୁରୁ ମାନେ ଧର୍ମକୁ ବାଟବଣା କରି ଅର୍ଥ ରୋଜଗାର ର ମାଧ୍ୟମ କରିଦେଲେ। ଏଣୁ ଅନୁରୋଧ ଏତିକି ଧର୍ମ ର ମୂଳମନ୍ତ୍ର କୁ ବୁଝିବାକୁ ସମୟ ବାହାର କରନ୍ତୁ ଦେଖିବେ ଜୀବନ ସରସ ସୁନ୍ଦର ଦେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational