Anil Boity

Inspirational Tragedy

4.8  

Anil Boity

Inspirational Tragedy

ଅଲୋଡ଼ା ଧନ

ଅଲୋଡ଼ା ଧନ

5 mins
858


ହେଇଟି ଶୁଣୁଛ କାଲି ନା ଦିପୁ ମୋତେ ରାତିସାରା ଶୁଏଇ ଦେଇନି ।ଶୁଣୁଛ ନା ନାହିଁ ,ଦିପୁ କାଲି ରାତି ସାରା ଖାଲି କାନ୍ଦି କାନ୍ଦି କହୁ ଥାଏ ଜେଜେଙ୍କୁ ଦେଖା କରିବାକୁ ଯିବି ।ମୁଁ ଯେତେ କହିଲି କାଲି ସକାଳେ ବାପାଙ୍କୁ କହିବି ରବିବାର ଦିନ ତତେ ନେଇଯିବେ ।ନାଇଁ କେବଳ ତାର ଗୋଟେ ଜିଦ ମୁଁ ଏବେ ଦେଖା କରିବି ।ଶୁଣୁଛ ନା ନାହିଁ ତମ କାନରେ କିଛି ପଶୁଛି ସକାଳୁ ସକାଳୁ ଇଞ୍ଜିନିଅର ବାବୁ ପେପର ଧରିକି ବସିଗଲେ ।ମୁଁ ରାତିସାରା ନ ସୋଇ କଣ ମୋର ହୋଉଛି ମୁଁ ଜଣେ ।ତମେ କିଛି ବୁଝୁନା କାହିଁକି ଦିପୁର କଥା କିଛି ବୁଝା । କାନ୍ଦି କାନ୍ଦି ଦିପୁ ଆସି ପହଞ୍ଚିଲା ବାପାଙ୍କ ପାଖରେ ।ବାପା ବାପା ମତେ ଜେଜେଙ୍କୁ ଦେଖା କରିବାର ଅଛି ।ବାପା ଜେଜେ ଆମ ପାଖରେ କାହିଁ ରହୁନାହାନ୍ତି ।ଜାଣିଛ ନା ବାପା ସ୍କୁଲ ଗଲାବେଳେ ସବୁ ପିଲାଙ୍କୁ ତାଙ୍କ ଜେଜେ ନେଇକି ଯାଉଛନ୍ତି। ଚକଲେଟ କିଣିକି ଦେଉଛନ୍ତି ।କେତେ ଗେହ୍ଲା କରୁଛନ୍ତି ।ତାପରେ ସ୍କୁଲ ଛୁଟି ହେଲାପରେ ସ୍କୁଲ ରୁ ଆଣିବାକୁ ବି ଯାଉଛନ୍ତି ।ସନ୍ଧ୍ୟା ରେ ପାର୍କ ଯାଉଛନ୍ତି ତାଙ୍କ ସହିତ ଖେଳୁଛନ୍ତି ,ତାଙ୍କ ସାଙ୍ଗରେ ଖେଳୁଛନ୍ତି ହେଲେ ମୋ ଜେଜେ ଥାଇ ମଧ୍ୟ ତାଙ୍କ ସାଙ୍ଗରେ ମୁଁ ଖେଳିପାରୁଛି ନା ତାଙ୍କ ସାଙ୍ଗରେ ମୁଁ ସ୍କୁଲ ଯାଇପାରୁଛି ।ମୋ ସାଙ୍ଗ ମାନେ ମତେ କହନ୍ତି ଦିପୁ ତୋ ଜେଜେ ତତେ କାହିଁକି ଆଣିକି ଛାଡୁ ନାହାନ୍ତି ମୁଁ କିଛି କହିପାରେନି ଚୁପ ରହେ ।ମତେ ବହୁତ କଷ୍ଟ ଲାଗେ ,ବାପା ଆଉ ଜାଣିଛ ସ୍କୁଲ ରେ ଦିନେ ଆମ ସାର ଆମକୁ କହିଲେ ଜେଜେ ନାକ ବିଷୟରେ ରଚନା ଲେଖିବା ପାଇଁ ।ମୁଁ ଲେଖି ପାରିଲିନି ଜେଜେ ଙ୍କ ସହିତ ସମୟ ବିତେଇଥିଲେ ସିନା ,ମୁଁ ରଚନା ଲେଖି ପରିଥାନ୍ତି।ମୋ ସାଙ୍ଗ ମାଙ୍କ ସାଙ୍ଗରେ ତାଙ୍କ ଜେଜେ ରହୁଛନ୍ତି ।ତାହେଲେ ଆମ ସାଙ୍ଗରେ କାହିଁକି ଆମ ଜେଜେ ରହୁନାହାନ୍ତି ।ଫୁଣି କାନ୍ଦି କାନ୍ଦି କହିଲା ବାପା ମୁଁ ଜେଜେଙ୍କୁ ଦେଖା କରିବାକୁ ଯିବି ।ଇଞ୍ଜିନିଅର ବୋବାଉ କହିଲେ ହଉ ହଉ ଏଇ ରବିବାର ଦିନ ମୁଁ ।ତତେ ନେଇଯିବି ଜେଜେ ଙ୍କ ପାଖକୁ ।ତୁ ମନ ଖୋଲି ଗପିବୁ ମନ ଖୋଲି ଖେଳିବୁ ଜେଜେ ଙ୍କ ସହିତ ।ହଉ ଏବେତ କାନ୍ଦ ବନ୍ଦ କର ମୋ ସୁନା ପୁଅ ଟା।ଦିପୁ ଜେଜେଙ୍କୁ ଦେଖା କରିବ ବୋଲି ତା ଆଖିରେ ନିଦ ନଥାଏ ।ରବିବାର ଦିନ ସକାଳୁ ଦିପୁ ଉଠି ଯାଇ କହୁଛି ବାପା ,ମମି ଉଠ ଆଜି ପରା ରବିବାର ଆମେ ଜେଜେ ଙ୍କ ପାଖକୁ ଯିବା ଦେଖା କାରିବା କୁ ।ଇଞ୍ଜିନିଅର ବାବୁ - ତୃପ୍ତି ଉଠ ହେ , ଆରେ ହଁ ଅଜିତ ରବିବାର ମୁଁ ତ ଭୁଲି ଯାଇଥିଲି ।ଉଠ ତୃପ୍ତି ଦିପୁ କୁ ପରା ବାପାଙ୍କ ପାଖକୁ ନେଇକି ଯିବାର ଅଛି ,ଉଠ ଜଲଦି ଜଲଦି କାମ ସାର ଯିବା ବାପାଙ୍କୁ ଦେଖା କରିକି ପଳେଇ ଆସିବା ।

ତୃପ୍ତି - ଓହୋ ଆଜି ସଣ୍ଡେ (ରବିବାର) ଟାରେ ବି ମତେ ଟିକେ ଶୋଇବାକୁ ଦେଉନ ।ତମ ବାପା ପୁଅର ଯିବାର ଅଛିତା ଯାଅ ।ସେ ଆଶ୍ରମ ଫାଶ୍ରମ ସେଠି କଣ ମଣିଷ ରହନ୍ତି ।

ଇଞ୍ଜିନିଅର ବାବୁ - ଓହୋ ଛଡା ସେ ସବୁ ବେକାର କଥା ଜଲଦି ଜଲଦି ବାହାର ନହେଲେ ଫୁଣି ଦିପୁ କାନ୍ଦି କାନ୍ଦି ତୁମକୁ ନକେ ଦାମ କରିବ।

ତୃପ୍ତି - ହଉ ହଉ ମୁଁ ବାହାରୁଛି ଏ ପିଲା ଟା କୋଉଠି ରଖେଇ ଥୋଇ ଦେବନି ।

ଦିପୁ ଭାଇ ଖୁସି ଆଜି ସେ ଟା ଜେଜେ କୁ ଦେଖା କରିବାକୁ ଯାଉଛି ।ତମ ପୁରା ଖୁସିରେ ବିଭୋର ଜେଜେ ତା ଜୀବନର ସବୁଠୁ ମୂଲ୍ୟବାନ ଧନ ।ଇଞ୍ଜିନିଅର ବାବୁ ଦିପୁ ରେଡି ବାହାରିବା ହଁ ବାପା ମୁଁ ପୁରା ପୁରୀ ରେଡି ।ମମି ଚାଲ ବାପା ଡାକିଲେଣି ,ହଁ ହଁ ଚାଲ ।ଦିପୁ ଦୌଡ଼ି ଯାଇ କାର ର ଡୋର ଟିକୁ ଧଡ଼ କରି ଖୋଲି ବସିପଡିଲା ।ଇଞ୍ଜିନିଅର ବାବୁ ତୃପ୍ତି ମଡେମ ଓ ଦିପୁ ଚାଲିଲେ ଆଶ୍ରମ ଅଭି ମୁଖେ ।ଚାଲୁ ଚାଲୁ ଅଧା ବାଟରେ ଦିପୁ ପଚାରିଲା ।ବାପା ଜେଜେ ଆମ ପାଖରେ ରହୁନାହାନ୍ତି କାହିଁକି ? ଇଞ୍ଜିନିଅର ବାବୁ କହିଲେ ତୁ ବୁଝି ପାରିବୁନାହିଁ ତୁ ଛୋଟ ପିଲା ।ମଣିଷ ମାନେ ଯେତେବେଳେ ବୃଦ୍ଧ ହୋଇଯାନ୍ତି ସେମାଙ୍କୁ ଆଉ ।ନିଜ ଘର ଭଲ ଲାଗେନି ,ତାଙ୍କୁ ସବୁ ବେଳେ ପୂଜା ପାଠ କରିବାକୁ ଭଲ ଲାଗେ ତାଙ୍କୁ ସବୁ ବେଳେ ତାଙ୍କ ବୟସ୍କ ଙ୍କ ସାଙ୍ଗରେ ମିଶିବାକୁ ଭଲ ଲାଗେ ଘରର ମୋହମାୟା ସ୍ନେହ ଠୁ ଦୁରେଇ ରହିବାକୁ ଭଲ ଲାଗେ।ସେମାନେ ନିଜକୁ ଭଗବାନ ଙ୍କ ନିକଟରେ ସମର୍ପି ଦେବାକୁ ଚାଁହାନ୍ତି ।ସେଥିପାଇଁ ସେ ପରିବାର ଭିତରେ ରହିବାକୁ ଚାହାନ୍ତି ନାହିଁ ।ସେଥିପାଇଁ ତୋ ଜେଜେ ଆମ ପାଖରେ ନା ରହି ।ଆଶ୍ରମ ରେ ରହୁଛନ୍ତି । ଏମିତି କଥା ହେଉ ହେଉ ଆଶ୍ରମ ଆସି ପହଁଞ୍ଚି ଗଲା ଦିପୁ କାର ର ଡୋର ଟିକୁ ଖୋଲି ଦେଇ ଦୌଡିଲା ଆଶ୍ରମ ଆଡକୁ ।ଏବଂ ଚିତ୍କାର କରି କରି ଗଲା ଜେଜେ ଜେଜେ ।ଆଶ୍ରମ ଭିତରକୁ ପଶିଛି କି ନାହିଁ ସେ ଦେଖିବାକୁ ପାଇଲା ।ତା ଜେଜେ ଭଳି ଅନେକ ଜେଜେଙ୍କୁ ।କିଏ ବସି ଗଛରେ ପାଣି ଦେଉଛନ୍ତି ତ କିଏ ଠାକୁର ପୂଜାରେ ବ୍ୟସ୍ତ ତ କିଏ ପେପର ପଢୁଛନ୍ତି ତ ଆଉ କିଏ ଆଶ୍ରମର ଚତୁର୍ପାଶ୍ୱ କୁ ପରିସ୍କାର କରିବାରେ ବ୍ୟସ୍ତ ଅଛନ୍ତି ।ଶେଷରେ ସେ ଧାଇଁ ଧାଇଁ ତା ଜେଜେ ଙ୍କ ପାଖରେ ପହଞ୍ଚିଗଲା।ଜେଜେଙ୍କୁ ଦେଖେତ ଜେଜେ ନିରେଖି ପେପର ପଢୁଛନ୍ତି ।ପାଖରେ ଛିଡା ହୋଇ ଯାଇ କହିଲା ଜେଜେ । ଜେଜେ ପେପର ଆଡେଇ ଦେଖନ୍ତି ତ ଗେହ୍ଲା ନାତି ଦିପୁ ।ଦିପୁ କୁ ଦେଖୁ ଦେଖୁ ତାଙ୍କ ଆଖିରୁ ଝରି ପଡେ ଅଶ୍ରୁ ର ଧାର।ଆଉ ଦିପୁକୁ ସାଙ୍ଗେ ସାଙ୍ଗେ କୋଳେଇ ନଲେ । ଜେଜେ ଙ୍କ ମୁହଁ ରୁ ବାହାରି ପଡେ ତୁ କେମିତି ଅଛୁରେ ଦିପୁ ବି ଭୋ ଭୋ ହେଇ କାନ୍ଦି କାନ୍ଦି କହିଲା ଜେଜେ ତୁମେ ଆମ ପାଖକୁ ଚାଲନା।ଜେଜେ ଓ ନାତି ର ପ୍ରେମକୁ ଦୂରରୁ ଅନୁଭବ କରନ୍ତି ଇଞ୍ଜିନିଅର ବାବୁ ଓ ତୃପ୍ତି ମେଡମ। ଜେଜେ ଦିପୁର ଆଖିରୁ ଲୁହ ପୋଛି ଦେଇ କହନ୍ତି ପାଗଳାଟା କାନ୍ଦୁଛୁ କାହିଁକି ? ଏବେପର ତୋ ଜେଜେ ତୋ ପାଖରେ ଅଛନ୍ତି ଜେଜେ ଙ୍କ ସହିତ ଖୁବ ଖୁସିରେ ଦିନ ବିତେଇଛି ଦିପୁ । ଦିପୁ ପଚାରିଛି ଜେଜେ ତୁମେ ଏଠି କଣ କର ।ଜେଜେ ତୁମକୁ ମୋ କଥା ମାନେ ପଡ଼େନି ? ତମେ ଆମ ଘରକୁ ଚାଲନା।ମତେ ସ୍କୁଲ ନେଇକି ଯିବ।ଆମେ ସନ୍ଧ୍ୟା ରେ ମିଶିକି ଖେଳିବା ପାର୍କ ଯିବା ମଜା କାରିବା। ନାଇଁ ରେ ପାଗେଳୀ ଆଉ କଣ ଘରକୁ ଯାଇ ହବ ।ସମୟ ସୀମା ଅତିକ୍ରମ କରି ଯେତେବେଳେ ବୃଦ୍ଧ ବୟସ ଆସେ ।ସେମାନଙ୍କ ପାଇଁ ଏହି ଆଶ୍ରମ ହିଁ ପାଲଟି ଯାଏ ତାର ଶେଷ ଠିକଣା ।ଯାଇ ଜେଜେ ମୁଁ ସେସବୁ କିଛି ଜାଣେନି ।ତୁମେ ଆମ ସହିତ ଆଜି ଘରକୁ ଯିବ। ହଉ ହଉ ହେଲା ହେଲା ବାଇଆଟା ।ଯେତେବେଳେ ସମୟ ହେବ ମୁଁ ତୋ ସହିତ ଯାଇ ଖେଇ ଆସିବି ।ଇଞ୍ଜିନିଅର ବାବୁ ଓ ତୃପ୍ତି ମେଡମ କହିଲେ ଦିପୁ ଚାଲ ।ବହୁତ ସମୟ ହେଲାଣି । ଇଞ୍ଜିନିଅର ବାବୁ ଓ ତୃପ୍ତି ମେଡମ ବାପାଙ୍କ ପାଦ ଛୁଇଁ ବିଦାୟ ନେଲେ ।ଆଶ୍ରମ ରୁ ଦିପୁର ଦୁଇ ଆଖିରୁ ଲୁହ ବୋହି ଯାଉଛି ।ଦିପୁର ଇଚ୍ଛା ନାହିଁ ଯିବାକୁ ।ସେ କହିଛି ବାପା ଜେଜେଙ୍କୁ ବି ଆମ ସହିତ ନେଇ ଚାଲ ।ଇଞ୍ଜିନିଅର ବାବୁ ହଉ ଆଉ କେତେବେଳେ ସମୟ ଦେଖି ମୁଁ ନେଇଆସିବି ବାପାଙ୍କ ପାଖକୁ ମନ ଇଛା ଖେଳିବୁ ।ଏବେ ଚାଲ ।ଦିପୁ କାର ଡୋର ଖୋଲି ବସିପଡିଲା ।ମନ ତାର ଜମା ଭଲ ନଥିଲା କିଛି ସମୟର ଖୁସି ପାଇ ।ସେ ସେଇ ଖୁସି କୁ ଛାଡି ଚାଲିଯାଉଛି । ଏକାନ୍ତ ଜୀବନ ବିତାଇବା ପାଇଁ। ଇଞ୍ଜିନିଅର ବାବୁ ଓ ତୃପ୍ତି ମେଡମ ଗାଡିରେ ବସିଲେ ଏବଂ ଗାଡି ଆଗକୁ ବଢ଼ିଲା ।

ତୃପ୍ତି ମେଡମ - ହେଇ ଶୁଣ ସପିଙ୍ଗ ମଲ ଟିକେ ଯିବା ।

ଇଞ୍ଜିନିଅର ବାବୁ - ହଁ ହଁ ନିଶ୍ଚୟ ,ଚାଲ କିନ୍ତୁ ଦିପୁ ଚୁପ ଚାପ ଗାଡ଼ିରେ ବସିଥାଏ ।ଦିପୁ ବାପା ମୁଁ ଆପଣଙ୍କୁ ଗୋଟେ କଥା ପଚାରିବି ? ଜେଜେ ଆମ ସହିତ ଆସିଲେ ନି କାହିଁକି ।

ତୃପ୍ତି ମେଡମ- ଦିପୁ ଗାଡ଼ିରେ ଚୁପ ଚାପ ବସ,ତୁ ବହୁତ ବଡ ବଡ କଥା କହିଲୁନି ।

ଦିପୁ କିଛି ସମୟ ନିରବ ରହିଲା ,ପରେ ଫୁଣି କହିଲା ଏଠି ଜେଜେ କେମିତି ରହୁଥିବେ ।ଏଠିତ କିଛିବି ନାହିଁ ,ନା ଟିଭି ଅଛି ନା ବହି ଅଛି ପଢିବାକୁ ।ଦେହ ଖରାପ ହେଲେ ତାଙ୍କୁ କିଏ ଦେଖୁଥିବ ? ତାଙ୍କ ଖାଇବା ପିବ କଥା କିଏ ବୁଝୁଥିବ? ମୋର ଦେହ ଖରାପ ହେଲେ ତୁମେ ବ୍ୟସ୍ତ ହେଇପଡ଼,ମତେ ଭୋକ ନଥିଲେ ମଧ୍ୟ ମମି ବାଧ୍ୟ କରି ଖୁଆଇ ଦିଅନ୍ତି ।ମୁଁ ଚୁପ ରହିଲେ କଣ ହେଇଛି କଣ ହେଇଛି ବୋଲି ପଚାରି ଅଥୟ କରିଦିଅନ୍ତି ।ଜେଜେ ଙ୍କ ପାଇଁ ଟା ସେମିତି କେହି ନାହିଁ ।ବୃଦ୍ଧ ହେଇଗଲେ କଣ ମଣିଷ ଅଲୋଡ଼ା ହୋଇଯାନ୍ତି ।ହେଲେ ବାପା ଆପଣ ଜମା ଚିନ୍ତା କରିବେନାହିଁ ।ମୁଁ ବଡ ହେଲେ ଆପଣଙ୍କୁ ୟାଠୁ ବି ବଡ ଆଶ୍ରମରେ ରଖିବି ଯୋଉଠି ଟିଭି ଥିବ।,ଖବରକାଗଜ ଆସୁଥିବ ଦେଖା ଶୁଣ କାରିବା ପାଇଁ ଲୋକ ଥିବେ ।କିଛିବି ଅସୁବିଧା ଦେବିନି ।ତୃପ୍ତି ମେଡମ ଆଖି ବଡ ବଡ କରି ଚାହିଁ ରହିଛନ୍ତି ।ଦିପୁର କଥା ଶୁଣି ହଟାତ ଇଞ୍ଜିନିଅର ବାବୁ ଗାଡ଼ିଟିକୁ ଅଟକାଇଦେଲେ ଆଉ କିଛି ସମୟ ଭାବି , ଗାଡ଼ିଟିକୁ ପଛକୁ ଫେରେଇଲେ ।

ତୃପ୍ତି ମେଡମ- କଣ ହେଲା

ଇଞ୍ଜିନିଅର ବାବୁ - ଜୀବନରେ ଗୋଟେ ବଡ ଭୁଲ କରି ଦେଇଛି ।ତାକୁ ସୁଧାରିବାକୁ ଯାଉଛି ।

ତୃପ୍ତି ମେଡମ- କଣ ବାପାଙ୍କୁ ?

ଇଞ୍ଜିନିଅର ବାବୁ – ହିଁ…


Rate this content
Log in

Similar oriya story from Inspirational