STORYMIRROR

Anil Boity

Drama

2  

Anil Boity

Drama

ଓମେନ୍ସ ଡ଼େ

ଓମେନ୍ସ ଡ଼େ

2 mins
194


ସୁବ୍ରତ ସକାଳୁ ସକାଳୁ ଡାକପକେଇଲେ ସୀମା ମୋ ଚାହା କାହିଁ । ସୀମା ହଁ ନଉଛି ନଉଛି । ସୀମା ସୁବ୍ରତ ର ବ୍ୟବହାର ବିଷୟରେ ଭଲ ଭାବରେ ଜାଣିଛନ୍ତି । ଚାରି ବର୍ଷ ହେଲାଣି ବାହାଘରକୁ ଜାଣିବେନିବି କେମିତି । ସୀମା ଚାହା ନେଇ ସୁବ୍ରତକୁ ଦେଲେ । ସୁବ୍ରତ ବରାଦ କରିଦେଲେ ଟିଫିନ କଣ ନେବେ । ଚାହା ପିଛନ୍ତି କି ନାହିଁ । ସଙ୍ଗେ ସଙ୍ଗେ ଚିଲେଇବାକୁ ଲାଗିଲେ ସୀମା ସୀମା କେତେଥର କହିଛି ମୋ ଚାହା ରେ ଚିନୀ କମ ପକେଇବ ବୋଲି । ସୀମା ଥର ଥର ଓଠ ରେ କହିଲେ ବ୍ୟସ୍ତ ଭିତରେ ଭୁଲରେ ପଡିଯାଇଥିବ । ହେଲେ ସୁବ୍ରତ କଣ ଶୁଣିବା ଲୋକ ସୀମା ଙ୍କ ସହିତ ଝଗଡା କରୁ କରୁ ସୀମାଙ୍କ ଗାଲରେ ଲଗେଇଦେଲେ ଏକ ଶକ୍ତ ଚାପୁଡା । ସୀମା ଆଊ ଏମିତି ଭୁଲ ହବନି କହି ଆଖିର ଲୁହ ପୋଛି ଚାଲିଗଲେ ରୋଷେଇଘରକୁ । ହଟାତ ସୁବ୍ରତ ଙ୍କ ଫୋନ ରିଙ୍ଗ ହେଲା । ହାଲୋ  ହଁ ରମେଶ କହ ଆରେ ସୁବ୍ରତ ଆଜି ଅଫିସ ରେ ଏମ ଡି ସାର ଓମେନ୍ସ ଡ଼େ ଉପରେ ଗୋଟ

େ ପ୍ରୋଗ୍ରାମ ରଖିଛନ୍ତି । ଭାଉଜଙ୍କୁ ସାଙ୍ଗରେ ନେଇକି ଆସିବୁ । ଏମ ଡି ସାର ପ୍ରୋଗ୍ରାମ ରେ ସମସ୍ତ ଷ୍ଟାଫ ଙ୍କ ୱାଇଫ ଙ୍କୁ ସନ୍ନମାନିତ କରିବେ । ହଉ ମୁଁ ରହୁଛି। ଆଊ ଶୁଣ ଠିକ 10 ଟାରେ ପହଞ୍ଚିବାକୁ କହିଛନ୍ତି । ସୁବ୍ରତ ହଉ ଠିକ ଅଛି କହିକି ଫୋନ ରାଖୀ ଦେଲା । ସୀମା ସୀମା ଡାକ ପକେଇଲେ । ସୀମା ହଁ କୁହ । ଶୁଣ ଆଜି ଅଫିସ ରେ ଓମେନ୍ସ ଡ଼େ ଉପରେ ପ୍ରୋଗ୍ରାମ ଅଛି କଣ ନାରୀ ଙ୍କୁ ସନ୍ନମାନିତ କରାଯିବ । ତମେ ମୋସହିତ ଅଫିସ ଯାଉଛ । ସୀମା ମନେ ମନେ କହିଲା ସନ୍ନମାନିତ ତ ଟିକେ ଆଗରୁ ମୋ ଗଳାରେ ଚାପୁଡା ମାରି କରିସାରିଛ ଆଊ ଏ ଲୋକଦେଖାଣିଆ ସନ୍ନମାନ ରୁ କଣ ମିଳିବ । ସୀମା ଟିକେ ହସିଦେଇ ହଁ କହି ବାହାରିବାକୁ ଗଲା । ପଛ ଆଡୁ ସୁବ୍ରତ ଡାକିଲେ ସୀମା ଶୁଣ । ହଁ କୁହ ସକାଳେ ମାରିଥିବା ଚାପୁଡା ର ଦାଗ ସ୍ପଷ୍ଟ ଦେଖା ଯାଉଛି ତୁମ ଗାଲ ରେ ଭଲସେ ଟିକେ ମେକପ ନେଇନବ । ସୀମା ସୁବ୍ରତ ର କଥା ଶୁଣି ବଲ ବଲ କରି ଚାହ୍ନି ରହିଥାଏ ସୁବ୍ରତ ର ଚେହେରା କୁ । 


Rate this content
Log in

Similar oriya story from Drama